spot_img
Home Blog Page 2676

ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର

ଢେଙ୍କାନାଳ : ଲିଭିଗଲା ଢେଙ୍କାନାଳର ବୀର ଓଡ଼ିଆ ଯବାନ ସରୋଜ ଦାସଙ୍କ ଜୀବନ ପ୍ରଦୀପ । ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ଭାସି ଯାଇ ସହିଦ ହୋଇଛନ୍ତି କାମାକ୍ଷାନଗର କେନ୍ଦୁଢିପର ସରୋଜ ଦାସ  । ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ସରୋଜଙ୍କ ପାର୍ଥିବ ଶରୀର । ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ  । ସରୋଜଙ୍କ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ଲାଗି ରହିଛି  । ଚାରିଆଡେ କାନ୍ଦ ବୋବାଳି ସହିତ ରଡ଼ିରେ ଫାଟି ପଡୁଛି ପରିବେଶ । ପୁଅକୁ ହରାଇ କାନ୍ଧୁଛି ମାଆ, ଧୈର୍ଯ୍ୟହରା ହୋଇପଡ଼ିଛନ୍ତି ବାପା । ଭଉଣୀ ମାନଙ୍କ ଆଖିରୁ ଲୁହ ଶୁଖୁନି । ମାଟିର ବୀର ସନ୍ତାନକୁ ହରାଇ ଭାଂଗି ପଡିଛନ୍ତି ସଭିଏ । ଗତ ମଙ୍ଗଳବାର ରାତିରେ ଭାଇ ମନୋଜ ଫୋନ ଯୋଗେ ସରୋଜଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବା କହିଥିଲେ ସରୋଜ ।Sikkim Flash Floods: Missing Odia Jawan Saroj Kumar Das' body found

ସେହି ସମୟରେ ସରୋଜ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଥିବା କହିଥିଲେ । ପରେ ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ୨୩ ଜଣ ଯବାନ ଭାସି ଯାଇଥିବା  ଘରକୁ ଫୋନ ଆସିଥିଲା  । ମୃତଦେହ ଚିହ୍ନଟ କରିବାକୁ ପରିବାର ଲୋକଙ୍କୁ ଫୋନରେ ଡାକିଥିଲେ କର୍ତ୍ତୃପକ୍ଷ । ଶେଷରେ ପରିବାର ଲୋକଙ୍କୁ ଭିଡିଓ କଲ କରି ମରଶରୀର ଚିହ୍ନଟ କରିଥିଲେ ସେନାବାହିନୀ ।

ଆଜି EDରେ ହାଜର ହୋଇପାରନ୍ତି ବଲିଉଡ ଅଭିନେତା ରଣବୀର କପୁର

ମୁମ୍ବାଇ : ମହାଦେବ ଅନଲାଇନ ବେଟିଂ ମାମଲା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇପାରନ୍ତି ବଲିଉଡ ଅଭିନେତା ରଣବୀର କପୁର । ଅନଲାଇନ ବେଟିଂ ମାମଲାରେ ତାଙ୍କୁ ଆଜି ହାଜର ହେବାକୁ ନୋଟିସ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।  ମାମଲାରେ ହାସ୍ୟ ଅଭିନେତା କପିଲ ଶର୍ମା, ଅଭିନେତ୍ରୀ ହୁମା କ୍ୟୁରେଶୀ, ଶ୍ରଦ୍ଧା କାପୁର ଏବଂ ହିନା ଖାନଙ୍କୁ ସମନ କରିଛି ଇଡି । ୧୪ରୁ ୧୫ ଜଣ ସେଲିବ୍ରିଟି ଏବଂ କଳାକାରଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନଜର ରହିଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ସମନ୍ କରାଯିବ ବୋଲି ସୂଚନା ମିଳିଛି  । ସଂଯୁକ୍ତ ଆରବ ଏମିରେଟସରେ ଆପର ପ୍ରମୋଟରଙ୍କ ବିବାହ ଉତ୍ସବରେ ଯୋଗଦେଇ ସେଲିବ୍ରିଟିମାନେ ଇଡି ସ୍କାନରକୁ ଆସିଥିଲେ । ସେମାନେ ୟୁଏଇକୁ କାହିଁକି ଯାଇଥିଲେ, ମହାଦେବ ଅନଲାଇନ ବେଟିଂ ସଂସ୍ଥା ସହ ସେମାନଙ୍କର କଣ ସମ୍ପର୍କ ସେ ସମ୍ପର୍କରେ ତଦନ୍ତ କରୁଛି ଇଡି । ଗତ ମାସରେ ମହାଦେବ ଅନଲାଇନ ବେଟିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୪୧୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । କମ୍ପାନୀର ପ୍ରମୋଟରମାନ ଛତିଶଗଡ଼ ଭିଲାଇର ହୋଇଥବାବେଳେ ବିଭିନ୍ନ ବେଆଇନ ବେଟିଂ ଓ୍ବେବସାଇଟ ଗୁଡିକର ପ୍ଲାଟଫର୍ମ ଭାବେ ତିଆରି ହୋଇଥିଲା ମହାଦେବ ବୁକ ଅନଲାଇନ ସଂସ୍ଥା ।When Ranbir Kapoor said he is absolutely against remakes | Bollywood -  Hindustan Times

ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ ଏକ ଅନଲାଇନ୍ ସିଣ୍ଡିକେଟ୍ ବୋଲି ଅଭିଯୋଗ ହୋଇଛି, ଯାହା ବେଆଇନ ବେଟିଂ ଓ୍ବେବସାଇଟ୍ଗୁଡ଼ିକୁ ନୂଆ ୟୁଜରଙ୍କ ତାଲିକାଭୁକ୍ତ କରିବା, ୟୁଜରଙ୍କ ଆଇଡି ତିଆରି କରିବା ଏବଂ ବେନାମୀ ବ୍ୟାଙ୍କ ଆକାଉଣ୍ଟର ଏକ ସ୍ତରୀକୃତ ଓ୍ବେବ ମାଧ୍ୟମରେ ବେଆଇନ କାରବାରକୁ ସକ୍ଷମ କରିବା ପାଇଁ ଏହି ଅନଲାଇନ୍ ପ୍ଲାଟଫର୍ମର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ଏହି ଅନ ଲାଇନ ବେଟିଂରୁ ମିଳିଥିବା ଅର୍ଥକୁ ବଡ଼ ଧରଣର ହାଓ୍ୱଲା ଅପରେସନ କରାଯାଉଛି ବୋଲି ଇଡି କହିଛି।

ଖୁବ୍ ଶୀଘ୍ର ଘୋଷଣା ହେବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମ ଲାଗି ଏକରକମ ପ୍ରସ୍ତୁତି ଚୂଡା଼ନ୍ତ କରିସାରିଲେଣି ନିର୍ବାଚନ କମିଶନ । ବିଶ୍ବର ସବୁଠାର ବଡ଼ ଗଣତାନ୍ତ୍ରିକ ନିର୍ବାଚନ ପ୍ରସଙ୍ଗରେ ସମୀକ୍ଷା କରିବା ଲାଗି ନିର୍ବାଚନ କମିଶନ ପର୍ଯ୍ୟବେକ୍ଷକଙ୍କୁ ନେଇ ଏକ ବୈଠକ ଆଜି ଡାକିଛନ୍ତି । ନିର୍ବାଚନ କମିଶନଙ୍କ ପୋଲିସ, ସାଧାରଣ ବ୍ୟବସ୍ଥା ଓ ପର୍ଯ୍ୟବେକ୍ଷକଙ୍କ ଖର୍ଚ୍ଚ ଆଦି ସମ୍ପର୍କରେ ଆଲୋଚନା ହେବ । ନିର୍ବାଚନ ଆଚରଣ ବିଧି ଯେପରି ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ସେଥିଲାଗି ଗୁରୁତ୍ବ ଦେବେ ନିର୍ବାଚନ କମିଶନ । ଏହା ସହ ବାହୁ ଓ ଅର୍ଥବଳ ବିରୋଧରେ ଯେପରି ନୀତିନିୟମ ସଠିକ୍ ପ୍ରଭାବଶାଳୀ ହୋଇପାରିବ ସେଥିଲାଗି ଦୃଷ୍ଟି ଦିଆଯିବ ।SC order on ECI will bolster democracy - Hindustan Times

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିସାରିଛନ୍ତି କମିଶନ । ଆସନ୍ତା କିଛି ଦିନ ମଧ୍ୟରେ ଏହି ୫ଟି ରାଜ୍ୟର ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଆସନ୍ତା ନଭେମ୍ବର –ଡିସେମ୍ବରରେ ଏହି ୫ଟି ରାଜ୍ୟରେ ନିର୍ବାଚନ ହେବ । ମିଜୋରାମରେ ଆସନ୍ତା ଡିସେମ୍ବର ୧୭ରେ ବିଧାନସଭା କାର୍ଯ୍ୟକାଳ ପୂରୁଛି । ସେହିପରି ତେଲଙ୍ଗାନା, ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଜାନୁଆରୀ ସୁଦ୍ଧା ବିଧାନସଭା କାର୍ଯ୍ୟକାଳ ପୂରୁଛି ।

ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ବସିବ ମାଓ ମୁକାବିଲା ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ । ସକାଳ ୧୦ଟାରେ ବିଜ୍ଞାନ ଭବନଠାରେ ବସିବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ  । ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟ ଯୋଗ ଦେବେ । ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ ମହାନିର୍ଦ୍ଦେଶ  ସୁନୀଲ ବଂଶଲ ବୈଠକରେ ଯୋଗଦେବେ  । ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ଓ ସରକାରଙ୍କ ମୁକାବିଲା ରଣନୀତି ଉପରେ ଆଲୋଚନା କରାଯିବ । ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶାର କାର୍ଯ୍ୟଶୈଳୀ ପ୍ରଶଂସନୀୟ । କେନ୍ଦ୍ର ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଆଗୁଆ । ମାଓ ଦମନ, ମାଓ ପ୍ରଭାବିତ ଅଞ୍ଚଳର ଲୋକଙ୍କର ପ୍ରଶାସନ ଉପରେ ବିଶ୍ବାସ ସୃଷ୍ଟି କରିବାରେ ରାଜ୍ୟ ସରକାର ଭଲ କାମ କରିଛନ୍ତି । ପୋଲିସର ଆଧୁନିକୀକରଣ, ଭିତ୍ତିଭୂମି ସୃଷ୍ଟି କରିବାରେ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଫଳରେ ୨୦୧୫ରୁ ୨୦୧୯ ମଧ୍ୟରେ ମାଓବାଦୀ ଆକ୍ରମଣ ମାମଲା ୩୦ ପ୍ରତିଶତ ହ୍ରାସ ପାଇଛି ।Maoists | Dent in Maoist support base: 650 members surrender before Odisha  police - Telegraph India

ଗୁଳି ବିନିମୟ ଓ ମୁହାଁମୁହିଁ ଘଟଣା ୩୨ ପ୍ରତିଶତ କମିଥିବା ବେଳେ ସୁରକ୍ଷାକର୍ମୀ ଓ ସାଧାରଣ ଜନତାଙ୍କ ମୃତ୍ୟୁ ମଧ୍ୟ ୫୬ ପ୍ରତିଶତ ହ୍ରାସ ପାଇଛି । ୨୦୧୨ରେ ଓଡ଼ିଶାରେ ୧୯ଟି ଜିଲ୍ଲା ମାଓ ପ୍ରବଣ ଥିବା ବେଳେ ୨୦୨୨ରେ ୧୦ଟି ଜିଲ୍ଲା ସରକାରୀ ଭାବେ ମାଓ ପ୍ରବଣ ଜିଲ୍ଲା ରହିଛି । ହେଲେ ଏହି ୧୦ଟି ଜିଲ୍ଲା ମଧ୍ୟରୁ ୨-୩ଟି ଜିଲ୍ଲା ମାଓ କାର୍ଯ୍ୟକଳାପ ଦେଖିବାକୁ ମିଳୁଥିବା ବେଳେ ବାକି ସବୁ ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି କମିବାରେ ଲାଗିଛି । ରାଜ୍ୟ ସରକାରଙ୍କ ନକ୍ସଲ ଦମନ ନୀତି ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଗ୍ରାଉଣ୍ଡ ଜିରୋରେ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବାରୁ କେନ୍ଦ୍ର ଓଡ଼ିଶାକୁ ବିଭିନ୍ନ ସମୟରେ ପ୍ରଶଂସା କରିଛି  ।

ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହେବା ପରେ ୬ବର୍ଷୀୟ ହିମାଂଶୁଙ୍କୁ ମିଳିଲା ସହାୟତା

ଭୁବନେଶ୍ବର: କାଲି ଖବର ପ୍ରସାରଣ, ଆଜି ପଦକ୍ଷେପ। ଗଞ୍ଜାମ ଜିଲ୍ଲାର ୬ବର୍ଷର ଶିଶୁ ହିମାଂଶୁ କ୍ୟାନସର ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ନଥିଲେ। ବାପା ଗ୍ୟାରେଜ ମେକାନିକ ଭାବେ କାମ କରୁଥିବା ବେଳେ ୪ବର୍ଷ ହେଲା ଭୁବନେଶ୍ବରରେ ପୁଅର ଚିକିତ୍ସା ଚାଲିଛି।

ଗରିବ ବାପା, ମାଆ ଗଞ୍ଜାମ ଛାଡ଼ି ପୁଅର ଚିକିତ୍ସା ପାଇଁ ଭୁବନେଶ୍ବରରେ ଥିବା ବେଳେ ଅର୍ଥ ସାଜିଛି ବାଧକ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ହିମାଂଶୁଙ୍କ ବାପା, ମାଆ। ଖାଦ୍ୟ କମିଶନର ଅବନୀକାନ୍ତ ସାହୁଙ୍କୁ ସାକ୍ଷାତ କରି ଦୁଃଖ ଜଣାଇଥିଲେ। ହିମାଂଶୁଙ୍କ ନାମ ତାଙ୍କ ପରିବାରର ରାସନ କାର୍ଡରେ ସାମିଲ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ଖାଦ୍ୟ କମିଶନର।

ନନ୍ଦିଘୋଷ ଟିଭିରେ ଗତକାଲି ଖବର ପ୍ରସାରଣ ହୋଇଥିବା ବେଳେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ହିମାଂଶୁଙ୍କ ନାଁ ରାସନ କାର୍ଡରେ ସାମିଲ କରାଯାଇଛି। ଫଳରେ ଏବେ ହିମାଂଶୁ ମାଗଣା ଚିକିତ୍ସା ପାଇପାରିବେ। ସରକାରଙ୍କ ଏହି ପଦକ୍ଷେପ ପାଇଁ ହିମାଂଶୁଙ୍କ ବାପା, ମାଆ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ବିଶ୍ବକପ ଉଦଘାଟନୀ ମ୍ୟାଚ; ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଅହମ୍ମଦାବାଦ: ବିଶ୍ବକପ ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡର ଦମଦାର ବିଜୟ। ପ୍ରତିପକ୍ଷ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଲା କିଓ୍ବି ଟିମ୍। ନିର୍ଦ୍ଧାରିତ ଓଭରରୁ ୮୨ ବଲ ବାକି ଥାଇ ମ୍ୟାଚ ହାତେଇ ନେଇଛି ନ୍ୟୁଜିଲାଣ୍ଡ। ଅହମ୍ମଦାବାଦରେ ଖେଳାଉଥିବା ଏକଦିବସୀୟ ବିଶ୍ବକପର ଉଦଘାଟନୀ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ।

ନ୍ୟୁଜିଲାଣ୍ଡ ଟସ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ଇଂଲଣ୍ଡ ୯ ଓ୍ବିକେଟ ହରାଇ କରିଥିଲା ୨୮୨ ରନ। ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୭୭ ରନ କରିଥିଲେ। ତେବେ ୨୮୩ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡକୁ ପ୍ରଥମରୁ ଝଟକା ଲାଗିଥିଲା। ଦଳର ଓପନର ଓ୍ବିଲ୍ ୟଙ୍ଗ କୌଣସି ରନ ନକରି ପେଭିଲିଅନ ଫେରିଥିଲେ। ଏହାପରେ ପାଳି ସମ୍ଭାଳିଥିଲେ ଡେଭିନ କନଓ୍ବେ ଓ ରଚୀନ ରବୀନ୍ଦ୍ର।

ଉଭୟ ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ନ୍ୟୁଜିଲାଣ୍ଡ ୯ ଓ୍ବିକେଟରେ ମ୍ୟାଚ ହାତେଇ ନେଇଛି। କନଓ୍ବେ ୧୨୧ ବଲରେ ୧୫୨ ରନ କରିଥିବାବେଳେ ରବୀନ୍ଦ୍ର ୯୬ ବଲରେ ୧୨୩ ରନ କରିଛନ୍ତି। ଫଳରେ ମାତ୍ର ୩୬ ଓଭର ୨ଟି ବଲରେ ଗୋଟିଏ ଓ୍ବିକେଟ ହରାଇ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ। ଆସନ୍ତା ୮ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଲଢ଼େଇ।

୯ ତାରିଖ ପରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ

ଭୁବନେଶ୍ୱର: ଓଡ଼ିଶାରୁ ଫେରିଯିବ ମୌସୁମୀ। ୯ ତାରିଖ ପରେ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ହୋଇଛି । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନାହିଁ । ତାପମାତ୍ରା ବୃଦ୍ଧି କରିବ ଶୁଖିଲା ପାଗ । ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ବଢିବ ପାରଦ । ଆଜି ଓ କାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ୭ ତାରିଖରୁ ସାରା ଓଡ଼ିଶାରେ ଶୁଖିଲା ପାଗ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ପରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। କାଲି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡରେ ହାଲୁକା ବର୍ଷା ହେବ। ୭ ତାରିଖରୁ ବର୍ଷାର ପରିମାଣ କମିବା ସହ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ।

ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିଥିବା ବେଳେ ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ। ଏହାସହ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଫଳରେ ଆସନ୍ତା ୯ ତାରିଖରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୁଳ ହୋଇଛି। ଚଳିତ ବର୍ଷ ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

୮ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ୫ ଦିନ ପୂର୍ବରୁ ଫେରିଯିବା ନେଇ ଆକଳନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ, ଗୁଜୁରାଟ, ହରିଆନା, ପଞ୍ଜାବ ସମେତ ମଧ୍ୟପ୍ରଦେଶ, ଜାମ୍ମୁ-କାଶ୍ମୀରର କେତେକ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପରେ ଅପସାରଣ ହୋଇଛି। ଓଡ଼ିଶାରେ ମୌସୁମୀ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫ ଥିବା ବେଳେ ୫ ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।

ବଣ୍ଡାଘାଟି ଅଞ୍ଚଳରେ ଗଡ଼ିଲା ଲକ୍ଷ୍ମୀ ବସ୍

ମାଲକାନଗିରି: ବଣ୍ଡାଘାଟିରେ ଗଡ଼ିଲା ଲକ୍ଷ୍ମୀ ବସ୍। ବିଧିବଦ୍ଧ ଭାବେ ଶୁଭାରମ୍ଭ ହେବା ପୂର୍ବରୁ ମାଲକାନଗିରି ବଣ୍ଡାଘାଟି ଅଞ୍ଚଳରେ ଲକ୍ଷ୍ମୀ ବସର ଟେଷ୍ଟ ଡ୍ରାଇଭ୍‌ କରାଯାଇଛି। ପ୍ରଥମ ଥର ପାଇଁ ବସରେ ବସି ଘାଟି ଚଢ଼ିଛନ୍ତି ବଣ୍ଡା ସମ୍ପ୍ରଦାୟର ଲୋକ। ୩୫ ଯାତ୍ରୀଙ୍କୁ ନେଇ ଘାଟି ଚଢ଼ିଛି ଲକ୍ଷ୍ମୀ ବସ୍। ଲକ୍ଷ୍ମୀ ବସର ପ୍ରଥମ ଯାତ୍ରା ସମୟରେ କୌଣସି ସମସ୍ୟା ଦେଖାଦେଇନଥିଲା। ଲୋକମାନେ ଉତ୍କଣ୍ଠାର ସହିତ ବସରେ ବସି ଯାତାୟାତ କରିଥିଲେ।

ରାଜ୍ୟ ସରକାର ଏଭଳି ସୁବିଧା ଯୋଗାଇ ଦେଇଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି। ଆସନ୍ତା ୧୨ ତାରିଖରେ ମାଲକାନଗିରି ଜିଲ୍ଲାରେ ବିଧିବଦ୍ଧ ଭାବେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରାଯିବ। ପ୍ରଥମ ଦଫାରେ ମାଲକାନଗିରିରେ ୩୪ଟି ବସ ଗଡ଼ିବ। ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା।

ଏହି ଯୋଜନାରେ ହଜାରେରୁ ଅଧିକ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖାଯାଇଛି। ବ୍ଲକ ସଂଯୋଗୀକରଣ ଦ୍ବାରା ପଞ୍ଚାୟତରୁ ବ୍ଲକ, ଜିଲ୍ଲା ସଂଯୋଗୀକରଣ ଦ୍ବାରା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ, ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ। ଅନ୍ତଃଜିଲ୍ଲା ଓ ଆନ୍ତଃକ୍ଲଷ୍ଟର ମଧ୍ୟରେ ହେବ ଯୋଗାଯୋଗ ସୁବିଧା। ଏଥିପାଇଁ ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ।

ଶୁକ୍ରବାର ନୂଆଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ନୂଆଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ। ସକାଳ ୧୦ଟାରେ ବିଜ୍ଞାନ ଭବନଠାରେ ବସିବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ। ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟ ଯୋଗ ଦେବେ।

ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ବୈଠକରେ ଯୋଗଦେବେ। ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ଓ ସରକାରଙ୍କ ମୁକାବିଲା ରଣନୀତି ଉପରେ ଆଲୋଚନା କରାଯିବ। ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶାର କାର୍ଯ୍ୟଶୈଳୀ ପ୍ରଶଂସନୀୟ।

କେନ୍ଦ୍ର ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଆଗୁଆ। ମାଓ ଦମନ, ମାଓ ପ୍ରଭାବିତ ଅଞ୍ଚଳର ଲୋକଙ୍କର ପ୍ରଶାସନ ଉପରେ ବିଶ୍ବାସ ସୃଷ୍ଟି କରିବାରେ ରାଜ୍ୟ ସରକାର ଭଲ କାମ କରିଛନ୍ତି। ପୋଲିସର ଆଧୁନିକୀକରଣ, ଭିତ୍ତିଭୂମି ସୃଷ୍ଟି କରିବାରେ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଫଳରେ ୨୦୧୫ରୁ ୨୦୧୯ ମଧ୍ୟରେ ମାଓବାଦୀ ଆକ୍ରମଣ ମାମଲା ୩୦ ପ୍ରତିଶତ ହ୍ରାସ ପାଇଛି। ଗୁଳି ବିନିମୟ ଓ ମୁହାଁମୁହିଁ ଘଟଣା ୩୨ ପ୍ରତିଶତ କମିଥିବା ବେଳେ ସୁରକ୍ଷାକର୍ମୀ ଓ ସାଧାରଣ ଜନତାଙ୍କ ମୃତ୍ୟୁ ମଧ୍ୟ ୫୬ ପ୍ରତିଶତ ହ୍ରାସ ପାଇଛି।

୨୦୧୨ରେ ଓଡ଼ିଶାରେ ୧୯ଟି ଜିଲ୍ଲା ମାଓ ପ୍ରବଣ ଥିବା ବେଳେ ୨୦୨୨ରେ ୧୦ଟି ଜିଲ୍ଲା ସରକାରୀ ଭାବେ ମାଓ ପ୍ରବଣ ଜିଲ୍ଲା ରହିଛି। ହେଲେ ଏହି ୧୦ଟି ଜିଲ୍ଲା ମଧ୍ୟରୁ ୨-୩ଟି ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳୁଥିବା ବେଳେ ବାକି ସବୁ ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି କମିବାରେ ଲାଗିଛି। ରାଜ୍ୟ ସରକାରଙ୍କ ନକ୍ସଲ ଦମନ ନୀତି ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଗ୍ରାଉଣ୍ଡ ଜିରୋରେ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବାରୁ କେନ୍ଦ୍ର ଓଡ଼ିଶାକୁ ବିଭିନ୍ନ ସମୟରେ ପ୍ରଶଂସା କରିଛି।

ନବଜାତ ଶିଶୁ ଅଦଳବଦଳ ଘଟଣା; ପୁଅ ନୁହେଁ ଝିଅ ଜନ୍ମ ହୋଇଥିବା ଡିଏନଏ ରିପୋର୍ଟରେ ସ୍ପଷ୍ଟ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା। ଆସିଲା ଡିଏନଏ ରିପୋର୍ଟ । ପୁଅ ନୁହେଁ ଝିଅ ଜନ୍ମ ହୋଇଥିବା ନେଇ ରିପୋର୍ଟରେ ସ୍ପଷ୍ଟ । ଅଭିଯୋଗକାରୀ ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଗତ ସପ୍ତାହରୁ ପୁଅ ଓ ଝିଅ ଅଦଳବଦଳ ନେଇ ଚାଲିଥିଲା ବିବାଦ। ଅଭିଯୋଗ ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ DNA ଟେଷ୍ଟ କରାଯାଇଥିଲା । ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳ, ତାଙ୍କ ପତ୍ନୀ ଓ ଶିଶୁର ସାମ୍ପୁଲ ସଂଗ୍ରହ କରାଯାଇଥିଲା। ରିପୋର୍ଟ ଆସିବା ପରେ ସତ ପଦାକୁ ଆସିଛି। ସେପଟେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଡାକ୍ତରୀ ଟିମ୍।

ଝିଅ ହୋଇଥିବାବେଳେ ଭୁଲ ରିପୋର୍ଟ ଦେଇଥିଲେ ଆଟେଣ୍ଡାଣ୍ଟ। ହସ୍ତାନ୍ତର ପରେ ଝିଅ ଦେଖି କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଥିଲେ ପ୍ରାଣକୃଷ୍ଣ। ଡିଏନଏ ଟେଷ୍ଟ ପାଇଁ ସେ ଦାବି କରିଥିଲେ । କାର୍ଯ୍ୟରେ ଅବହେଳା ଦର୍ଶାଇ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରିଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।