spot_img
Home Blog Page 2675

ଡ୍ୟାନ୍ସ ବାରରେ ଦେହ ବେପାର ଅଭିଯୋଗ: ଦୁଇ ଜଣଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର: ରାଜଧାନୀରେ ଥିବା ଡ୍ୟାନ୍ସ ବାରରେ ଯୁବତୀଙ୍କୁ ଦେହ ବେପାରରେ ଲଗାଯିବା ଅଭିଯୋଗ ଘଟଣାରେ ତନାଘନା ଆରମ୍ଭ । ଦୁଇ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ । ବାର ଡ୍ୟାନ୍ସର ଯୁବତୀଙ୍କ ଏତଲା ପରେ ଆକ୍ସନ ମୋଡରେ ପୋଲିସ୍ ।

ଶୁକ୍ରବାର ନନ୍ଦିଘୋଷ ଟିଭି କ୍ୟାମେରା ସମ୍ମୁଖରେ ଅକୁହା କଥା କହିଥିଲେ ଡ୍ୟାନ୍ସ ବାରର ଡ୍ୟାନ୍ସର । ଦିନ ପର୍ଯ୍ୟନ୍ତ ଡ୍ୟାନ୍ସ ବାର ଚାଲୁଥିବା କ୍ଷୋଭର ସହ କହିଥିଲେ ଡ୍ୟାନ୍ସର । ଜୋର ଜବରଦସ୍ତ ସେମାନଙ୍କୁ ଦେହ ବେପାର ପାଇଁ ବାଧ୍ୟ କରୁଥିଲେ ମାଲିକ । ସେକ୍ସ ୱାର୍କ ନକଲେ କାମ କରିବାକୁ ଦେଉ ନଥିଲେ ମାଲିକ । ଅଶୋକ ନଗର ଅଞ୍ଚଳରେ ଥିବା ରଙ୍ଗିଲା ବାର ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ବାର୍ ଡ୍ୟାନ୍ସର । ଏପରିକି ଲେଡିଜ ଚେଞ୍ଜିଙ୍ଗ ରୁମ ଭିତରକୁ ଗାରାଖଙ୍କୁ ଛାଡ଼ୁଥିଲେ ମାଲିକ । ୨ ବାର ଡ୍ୟାନ୍ସର କ୍ୟାପିଟାଲ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଗତକାଲି ମଧ୍ୟ ଅନ୍ୟ ଦୁଇଜଣଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା ପୋଲିସ ।

ବାଲେଶ୍ବରରେ ଚାଲିଛି ରାହାଗିରି: ରାସ୍ତାରେ ଜମିଛି ମନୋରଞ୍ଜନର ଉତ୍ସବ

ବାଲେଶ୍ବର: ବାଲେଶ୍ବରରେ ଚାଲିଛି ରାହାଗିରି । ରବିବାରର ମଜା ଉଠାଉଛନ୍ତି ଲୋକେ । ପୋଲିସ ଲାଇନରୁ ଆଇଟିଆଇ ଛକ ପର୍ଯ୍ୟନ୍ତ ରାସ୍ତାରେ ଚାଲିଛି ମନୋରଞ୍ଜନର ଉତ୍ସବ । ନାଚ, ଗୀତରେ କମ୍ପୁଛି ବାଲେଶ୍ବର ସହର । କିଏ ରଙ୍ଗୋଲି କରୁଛି, ତ ପୁଣି କିଏ ଥ୍ରୀ-ଡି ଆର୍ଟ କରି ଦର୍ଶକଙ୍କୁ ବିମୋହିତ କରିଦେଇଛି । ଆଉ ପେଣ୍ଡାଲରେ ସେଲିବ୍ରେଟିଙ୍କ ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମ ବାଲେଶ୍ବରବାସୀଙ୍କୁ ଦେଉଛନ୍ତି ନିଆରା ଅନୁଭୂତି ।

ରବିବାର ସକାଳୁ ସକାଳୁ ବାଲେଶ୍ବର ସହରରେ ଜମିଛି ରାହାଗିରି ମଜା । ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ରାହାଗିରିକୁ କରୁଛନ୍ତି ମନୋରଞ୍ଜନ । ପିଲାଠୁ ବୟସ୍କ ସମସ୍ତଙ୍କ ମନ ଜିଣୁଛି ରାହାଗିରି । ରାସ୍ତାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ ଲୋକଙ୍କୁ କରୁଛି ଆକୃଷ୍ଟ । ଏହାସହ ଖେଳକୁଦର ବି ଜମିଛି ଆସର ।

ଦୈନିକ ଖବର କାଗଜ ‘ସକାଳ’ ପକ୍ଷରୁ ରାହାଗିରିରେ ଖୋଲିଛି ଷ୍ଟଲ । ଲୋକଙ୍କୁ ମାଗଣାରେ ଦିଆଯାଉଛି ଖବରକାଗଜ । ରାହାଗିରିରେ ମନୋରଞ୍ଜନର ମଜା ନେବା ସହ ଲୋକେ ଜାଣିବାକୁ ପାଉଛନ୍ତି ଦେଶ ବିଦେଶର ଅପଡେଟ୍ । ସକାଳ ପକ୍ଷରୁ ଏପରି ପ୍ରୟାସକୁ ଲୋକେ କରିଛନ୍ତି ପ୍ରସଂଶା ।

ବାୟୁସେନା ଦିବସ: ବାୟୁ ବୀରଙ୍କ ବୀରତ୍ବକୁ ମନେ ପକାଉଛି ଦେଶ, ପ୍ରୟାଗରାଜରେ ଏୟାର ଶୋ’

ନୂଆଦିଲ୍ଲୀ: ଅକ୍ଟୋବର ୮ ତାରିଖ ବାୟୁସେନା ଦିବସ । ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ପ୍ରତିଷ୍ଠା ହୋଇଥିଲା ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ । ଯାହା ପରବର୍ତ୍ତୀ ସମୟରେ ୧୯୫୦କୁ ଇଣ୍ଡିଆନ ଏୟାର ଫୋର୍ସ ନାମରେ ନାମିତ ହୋଇଥିଲା । ଦେଶ ସୁରକ୍ଷାରେ ବାୟୁସେନାର ଭୂମିକାକୁ ଆଜି ମନେ ପକାଉଛି ସାରା ଦେଶ ।

ଆଜି ଉତ୍ତରପ୍ରଦେଶର ପ୍ରୟାଗରେଜରେ ୯୧ତମ ପ୍ରତିଷ୍ଠା ଦିବସରେ ନିଜର ପରାକାଷ୍ଠା ଓ ବୀରତ୍ବ ଦେଖାଇବ ବାୟୁସେନା । ସହିଦ ବାୟୁ ବୀରଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି । ଏଥିସହ ବାୟୁସେନାର କିଛିଟା ପରିବର୍ତ୍ତନ ନେଇ ଘୋଷଣା କରାଯିବାର ସମ୍ଭାବନା ରହିଛି ।

ପ୍ରୟାଗରାଜରୁ ସାରା ବିଶ୍ବ ଦେଖିବ ଭାରତୀୟ ବାୟୁସେନାର ଦମ୍ । ଏଠାରେ ହେବାକୁ ଥିବା ଏୟାର ଶୋ’ରେ ରାଫେଲ୍ ଦେଖାଇବ ନିଜ ପରାକ୍ରମ । ଏହାସହ ତେଜସ୍ ଫାଇଟର ଜେଟ ଦେଖାଇବ ଦମ୍ । ସେହିପରି ଚେତକ ଓ ରୁଦ୍ର ହେଲିକପ୍ଟରର ପରାକ୍ରମ ଦେଖିବ ସାରା ବିଶ୍ବ । ଏହାସହ ଟାଇଗର ମାର୍ଥ ବିମାନ, ହାର୍ବଟ ଟ୍ରେନର୍, ଟ୍ରାନ୍ସପୋର୍ଟ ବିମାନ ସି ଓ୍ବାନ ୩୦ ବି ଦେଖାଇବେ ପରାକ୍ରମ ।

୧୯୪୭-୧୯୪୮ ପାକିସ୍ତାନ ସହ ଯୁଦ୍ଧ, ୧୯୬୫, ୧୯୭୧, ୧୯୯୯ର କାରଗିର ଓ୍ବାର ବିଜୟରେ ବାୟୁସେନା ପ୍ରମୁଖ ଭୂମିକା ଥିଲା । ଆକାଶ ମାର୍ଗକୁ ଶତ୍ରୁକୁ ପରାଜୟର ସ୍ବାଦ ଚଖେଇଥିଲା ବାୟୁସେନା । ଭାରତର ସାର୍ବଭୌମତ୍ବ , ସୀମା ସୁରକ୍ଷା କ୍ଷେତ୍ର ବଡ଼ ଭୂମିକା ନିର୍ବାହ କରେ ବାୟୁସେନା ।

ରବିବାର ଦୁର୍ଘଟଣାର ଦିନ: ଭିନ୍ନ ଭିନ୍ନ ସ୍ଥାନରେ ୩ ମୃତ, ୨୦ରୁ ଅଧିକ ତୀର୍ଥଯାତ୍ରୀ ଆହତ

ଭୁବନେଶ୍ବର: ରବିବାର ସକାଳୁ ସକାଳୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛି ଦୁଃଖଦ ଖବର । ଦୁଇଟି ସ୍ଥାନରେ ଦୁର୍ଘଟଣାରେ ମର୍ଣ୍ଣିଂ ଓ୍ବାକ କରୁଥିବା ବେଳେ ୩ ଯୁବକଙ୍କ ମୃତ୍ୟୁ ଘଟିଛି । ଗୋଟିଏ ସ୍ଥାନରେ ଶ୍ରୀକ୍ଷେତ୍ର ଯାଉଥିବା ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨୦ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି ।

ମର୍ଣ୍ଣିଂ ଓ୍ବାକ ହେଲା କାଳ

ପାଲଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ନିକଟରେ ଅଜଣା ଗାଡ଼ି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକ ଦ୍ବୟ ହେଲେ ମୁକ୍ତାପୁର ଗ୍ରାମର ମାଧବ ସାମାଡ଼ ଏବଂ ସୁସବ ଗ୍ରାମର ରାଜେଶ ଶୁଣ୍ଢୀ । ଉଭୟ ମର୍ଣ୍ଣିଂ ଓ୍ବାକ କରୁଥିବା ବେଳେ କୌଣସି ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ପାଲଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଯୁକ୍ତଦୁଇ ଛାତ୍ରଙ୍କ ଉପରେ ଚଢ଼ିଗଲା ଭ୍ୟାନ୍

ସେହିପରି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରାସ୍ତା ଗେଡାବାଞ୍ଜି ଛକରେ ଦୁର୍ଘଟଣା ଘଟି ମର୍ଣ୍ଣିଂ ଓ୍ବାକ କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏକ୍ ପିକଅପ ଭ୍ୟାନ ଯୁବକଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଯୁବକ ହେଲେ ଯୁକ୍ତଦୁଇ ଛାତ୍ର ପୁରୁଷୋତ୍ତମ ଭୁଏ I ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭ୍ୟାନ ଡ୍ରାଇଭରଙ୍କୁ ଗିରଫ କରିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଏବଂ ଆଦିବାସୀ ସଙ୍ଘ ପକ୍ଷରୁ ରାସ୍ତାରୋକ କରାଯାଇଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି ।

ଶ୍ରୀକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣା

ବାଲେଶ୍ବର ଜିଲ୍ଲା ସୋର ୧୬ ନମ୍ବର ଜାତୀୟ ରାଜପଥ କଲଲେଜ ଛକ ମନୋରଞ୍ଜନ ଢାବା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨୦ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ଏହି ତୀର୍ଥଯାତ୍ରୀମାନେ ନେପାଳ ବଙ୍କେ ଅଞ୍ଚଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ । ଢାବା ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଟୁରିଷ୍ଟ ଇଣ୍ଡିଆ ନାମକ ଘରୋଇ ବସଟି ଧକ୍କା ଦେଇଥିଲା । ଆହତମାନଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦିନିକିଆ ବିଶ୍ବକପ୍: ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା

ଚେନ୍ନାଇ: ବିଶ୍ବକପ୍ ବିଗୁଲ ବାଜି ସାରିଥିବା ବେଳେ ଆଜି ଭାରତ ଆରମ୍ଭ କରିବ ଅଭିଯାନ । ଚେନ୍ନାଇ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଘରୋଇ ଟିମ୍ ଭାରତ । ଅପରାହ୍ଣ ୨ଟାରୁ ଆରମ୍ଭ ହେବ ଖେଳ ।

ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଭାରତର ଓପନର ଶୁଭମନ ଗିଲ୍ ପ୍ରଥମ ମ୍ୟାଚରୁ ବାଦ ପଡ଼ିପାରନ୍ତି । ଗିଲଙ୍କୁ ଡେଙ୍ଗୁ ହୋଇଥିବାବେଳେ ସେ ଖେଳିବେ କି ନାହିଁ ତାହା ନିଶ୍ଚିତ ହୋଇନାହିଁ । ଯଦି ଗିଲ ନଖେଳନ୍ତି ତେବେ ତାଙ୍କ ବଦଳରେ ଇଶାନ କିଷନ ରୋହିତଙ୍କ ସହିତ ଓପନିଂ କରିପାରନ୍ତି । ଟିମରେ ବିରାଟ କୋହଲି, ଶ୍ରେୟସ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦନ ଅଶ୍ବିନୀ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିପାରେ ।

ବିଶ୍ବକପ ଇତିହାସରେ ୫ ଥର ଚାମ୍ପିୟନ ଅଷ୍ଟ୍ରେଲିଆ । ୧୯୮୩ ଓ ୨୦୧୧ ପରେ ଭାରତ ପୁନର୍ବାର ବିଶ୍ବକପ ଜିତିବାକୁ ଆଶା ରଖିଛି । ଓ୍ବାର୍ଲ୍ଡକପରେ ଭାରତ ସମୁଦାୟ ୮୯ ମ୍ୟାଚ ଖେଳି ୫୩ଟିରେ ବିଜୟ ହାସଲ କରିଛି । ୩୩ ମ୍ୟାଚରେ ପରାଜିତ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୧୨ଟି ମ୍ୟାଚ ଖେଳି ମାତ୍ର ୪ଟିରେ ବିଜୟୀ ହୋଇଥିବାବେଳେ ୮ଟିରେ ପରାଜିତ ହୋଇଛି । ତେବେ ଅତୀତର ରେକର୍ଡକୁ ଭୁଲି ଭାରତ ନୂଆ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛି । ବିଶ୍ବକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଥିଲା । ଆଜି ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିବାକୁ ଦଳ ଆଶା ରଖିଛି । ସେପଟେ ଅଷ୍ଟ୍ରେଲିଆ ମଧ୍ୟ ଶକ୍ତିଶାଳୀ ଟିମ୍ ସହିତ ପଡ଼ିଆକୁ ଓହ୍ଲାଇବ ।

ଖଣ୍ଡଗିରି ପୋଲିସ ହାତରେ ପାଞ୍ଚ ଜଣିଆ ଆନ୍ତ ଜିଲ୍ଳା ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଡକାୟତି ଯୋଜନା ପଣ୍ଡ । ଖଣ୍ଡଗିରି ଥାନା ପୋଲିସ ହାତରେ ପାଞ୍ଚ ଜଣିଆ ଆନ୍ତ ଜିଲ୍ଳା ପେଶାଦାର ଲୁଟେରା ଗ୍ୟାଙ୍ଗ । ଅଭିଯୁକ୍ତଙ୍କ ଠାରୁ ଖଣ୍ଡା, ଛୁରୀ , ଲଙ୍କାଗୁଣ୍ଡ, ସହ  2 ଟି ବାଇକ୍ ଜବତ କରାଯାଇଛି । ଏହି 5 ଡକାୟତ ଗ୍ୟାଙ୍ଗ 4 ଜିଲା ନୟାଗଡ଼, ପୁରୀ , କେନ୍ଦ୍ରାପଡ଼ା ଓ ଭୁବନେଶ୍ବର ପୋଲିସ ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ । ଏମାନେ ଜେଲ ଭିତରୁ ହିଁ ତିଆରି କରିଛନ୍ତି ଡକାୟତ ଗ୍ୟାଙ୍ଗ । ଜାମିନରେ ଆସିବା ପରେ ପୁଣି ଥରେ ଗ୍ୟାଙ୍ଗ ଆକ୍ଟିଭ କରିବା ସହ ପୂଜା ସମୟରେ ଜୋରଦାର ଡକାୟତି କରିବା  ପାଇଁ ଯୋଜନା କରିଥିଲେ ।

ଗ୍ୟାଙ୍ଗ ବିରୋଧରେ ହତ୍ୟା ଓ ଡକାୟତି ମାମଲା ରହିଛି ।  ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ ଅଞ୍ଚଳର ମୁରଲୀ ବେହେରା,ଗଂଜାମ ଅଞ୍ଚଳର ଶଙ୍କର ଡାକୁଆ,ପୁରୀ ଅଞ୍ଚଳର ମାନସ ପ୍ରଧାନ,ବରମୁଣ୍ଡା ଅଞ୍ଚଳର ମଣ୍ଟୁ ପାଇକରାଏ, ଓ ନୟାଗଡ଼ ଜିଲ୍ଲାର ଆକାଶ ନାୟକ  । ମଣ୍ଟୁ ନାମରେ ପୂର୍ବରୁ ବିଭିନ୍ନ ଥାନାରେ 23 ଟି ମାମଲା ରହିଛି । ମୂରଲୀ ବେହେରା ନାମରେ 3 ଟି ଓ ଶଙ୍କର ନାମରେ 3 ମାମଲା ରହିଛି । ଏମାନଙ୍କ ବିରୋଧରେ 110 ଦଫା ଲଗାଇବ ପୋଲିସ ।

ସାଲେପୁର ହରେକୃଷ୍ଣ ପୃଷ୍ଟି ହତ୍ୟାକାଣ୍ଡ ଘଟଣାରୁ ଉଠିଲା ପରଦା

କଟକ : କଟକ ଜିଲ୍ଲା ସାଲେପୁର ହରେକୃଷ୍ଣ ପୃଷ୍ଟି ହତ୍ୟାକାଣ୍ଡ ଘଟଣାରୁ ଉଠିଲା ପରଦା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି 4 ଜଣ ସାଙ୍ଗଙ୍କ ସହ ମିଶି ନିଜ ଦାଦାକୁ ହତ୍ୟା କରିବା ସହ ଖୁଡ଼ିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ପୁତୁରା । ଗତ 5 ତାରିଖ ଦିନ ସକାଳେ କୁଳିଆ ଠାରେ ନିଜ ଜଳଖିଆ ଦୋକାନରୁ ହରେକୃଷ୍ଣଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସହ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ସାଲେପୁର ପୋଲିସ । ତାଙ୍କୁ କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା । ପୂର୍ବଦିନ ରାତିରେ ପୁତୁରା ଭରତ ପୃଷ୍ଟି ନିଜର 4 ଜଣ ସାଙ୍ଗ ଦୀପକ କୁମାର ବେହେରା, ରବୀନ୍ଦ୍ର ସାହୁ, ଲକ୍ଷ୍ମୀଧର ସାହୁ, ବୀରକିଶୋର ସାହୁଙ୍କ ସହ ଭୋଜି କରିଥିଲା ।

ସେଠାରେ ଦାଦାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ଯୋଜନା ମୁତାବକ ଦାଦା ଖୁଡି ଉଭୟ ରାତିରେ ଶୋଇଥିବା ବେଳେ ଦୁଇଟି ଟାଙ୍ଗିଆରେ ଭରତ ଓ ତାର ସାଙ୍ଗମାନେ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବ ଦୁଇଟି ଟାଙ୍ଗିଆ ଜବତ କରାଯାଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ।

ଜନ୍ମ ମାଟିରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର

ଢେଙ୍କାନାଳ : ଜନ୍ମମାଟିରେ ସହିଦ ଓଡ଼ିଆ ଯବାନ ସରୋଜ ଦାସ । କାମାକ୍ଷାନଗର କେନ୍ଦୁଢିପରେ ପହଞ୍ଚିଛି ସହିଦ ସରୋଜଙ୍କ ପାର୍ଥିବ ଶରୀର । ବିଶାଳ ଶୋଭାଯାତ୍ରାରେ ଶେଷଥର ପାଇଁ ଗାଁକୁ ଯାଇଛନ୍ତି ସରୋଜ । ହଜାର ହଜାର ଲୋକ ସରୋଜଙ୍କ ଶେଷଯାତ୍ରାରେ ସାମିଲ ହୋଇଛନ୍ତି  । ସମସ୍ତଙ୍କ ଆଖିରେ ଗର୍ବ ଆଉ ବିଚ୍ଛେଦର ଲୁହ । କିଛି ସମୟରେ ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସରୋଜଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଭୁବନେଶ୍ବର ବିମାନ ବନ୍ଦରରେ ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର ।
ଏହି ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଫୁଲ ମଲ୍ଲିକ , ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧିର ସାମଲ , ବିଏସଏଫର ବରିଷ୍ଠ ଅଧିକାରୀ, ଅବସର ପ୍ରାପ୍ତ ସେନାଅଧିକାରୀ, ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ରଙ୍କ ସହିତ ସହିଦ ସରୋଜଙ୍କ ବଡଭାଇ ମନୋଜ ଦାସ  ବିମାନ ବନ୍ଦରରେ ଉପସ୍ଥିତ ରହିଥିଲେ  ।

ଶାରଦୀୟ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ବିଏମସି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବରରେ : ଶାରଦୀୟ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ବିଏମସି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଟିତ ହୋଇଯାଇଛି । ବୈଠକରେ ରାଜଧାନୀର ୧୮୫ଟି ପୂଜା ମଣ୍ଡପର ସଭାପତି, ସମ୍ପାଦକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପୂଜା ମଣ୍ଡପ ନିକଟରେ ଥିବା ରାସ୍ତା ସମସ୍ୟା, ଲାଇଟ୍ ସମସ୍ୟା, ପରିମଳ ବ୍ୟବସ୍ଥା, ମୁକୁଳା ଡ୍ରେନ୍ ସମସ୍ୟା ନେଇ ପୂଜା କମିଟିର ସଦସ୍ୟମାନେ ଅବଗତ କରାଇଥିଲେ । ଚଳିତ ବର୍ଷ ଦୁର୍ଗାପୂଜାକୁ ପଲିଥିନ୍ ମୁକ୍ତ ପୂଜା କରିବା ସହ ପରିମଳକୁ ଗୁରୁତ୍ବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ବିଶେଷ କରି ପୂଜା ପୂର୍ବରୁ ସମସ୍ତ ରାସ୍ତାକୁ ମରାମତି କରିବା ସହ ରାସ୍ତାରେ ଧସି ରହିଥିବା ଗଛକୁ କାଟିବା ପାଇଁ ସଂପୃକ୍ତ ବିଭାଗ ଗୁଡିକକୁ ନିର୍ଦ୍ଦେଶ ଦିଆଯାଇଛି ।Rain may spoil Dussehra celebrations in Odisha - odishabytes

ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପୂଜା ମଣ୍ଡପ ନିକଟରେ ଏକ କଣ୍ଟ୍ରୋଲରୁମ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କଣ୍ଟ୍ରୋଲରୁମରେ ଜଣେ ଅଧିକାରୀ ରହିବା ସହ ସ୍ଥାନୀୟ କର୍ପୋରେଟର ସବୁ ବୁଝିବେ ବୋଲି କୁହାଯାଇଛି । ବୈଠକରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ, ଟାଟା ପାଓ୍ବାର, ଓ୍ବାଟକୋ ଅଧିକାରୀ, ପୂର୍ତ୍ତ ବିଭାଗର ଅଧିକାରୀ ଏବଂ ଅଗ୍ନିଶମ ବାହିନୀର ଅଧିକାରୀମାନେ ଉପସ୍ଥିତ ଥିଲେ । ପୂଜା, ରାବଣପୋଡି ସହ ଭସାଣିକୁ ସୁରୁଖୁରୁରେ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି ।

ଜାନୁଆରୀ ଏକ ତାରିଖରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ବପ୍ନରେ ରହିବନି ମେଟ୍ରୋ ପ୍ରକଳ୍ପ । ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ଶୁଭ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାନୁଆରୀ ଏକ ତାରିଖରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ  ।  ୪ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର  । ଏଥିପାଇଁ ୫ ହଜାର ୯୨୯ କୋଟି ଟଙ୍କାର ଡିପିଆରକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ପ୍ରକଳ୍ପର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ଥିବାବେଳେ ଚଳିତବର୍ଷ ବଜେଟରେ ୨୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି  ଫାଇଭ-ଟି ଉପକ୍ରମରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ସାମିଲ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ଯାଏ ମେଟ୍ରୋ ଟ୍ରେନ ଗଡ଼ିବ । ପରେ ଖୋର୍ଦ୍ଧା ଓ ପୁରୀ ସହରକୁ ଏହାକୁ ସଂପ୍ରସାରିତ କରାଯିବ । ରାସ୍ତାର ମଧ୍ୟ କିମ୍ବା ପାର୍ଶ୍ବରେ ଯିବ ପ୍ରସ୍ତାବିତ ମେଟ୍ରୋ  ।   ୨୬ କିଲୋମିଟରରେ ରହିବ ୨୦ଟି ଷ୍ଟେସନ । ଗତ ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫାଇଭ-ଟି ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ରାଜ୍ୟ ସରକାରଙ୍କୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିଛି  ।  ଗାଡ଼ି ଚଳାଚଳ, ଟ୍ରାଫିକ ଦୃଷ୍ଟି କୋଣରୁ ଭୁବନେଶ୍ବ-କଟକ ରାସ୍ତା ଜାମ୍ ରହୁଥିବା ବେଳେ ବିକଳ୍ପ ରାସ୍ତା ଭାବେ ରିଙ୍ଗ ରୋଡ଼ ପ୍ରସ୍ତୁତ ହୋଇଛି ।Delhi Metro Rail Corporation submits Bhubaneswar metro DPR to Odisha govt-  The New Indian Express

ଗମନାଗମନକୁ ନବୀନ ସରକାର ଯଥେଷ୍ଟ ଗୁରୁତ୍ବ ଦେଉଥିବା ବେଳେ ରାଜ୍ୟର ପ୍ରଥମ ରେଳ ପ୍ରକଳ୍ପ ଉପରେ ସହରବାସୀଙ୍କ ନଜର ରହିଛି । ପୂର୍ବରୁ ରାଜ୍ୟସରକାର ଅତିରିକ୍ତ ବଜେଟରେ ମେଟ୍ରୋ ରେଳ ପାଇଁ ୨୧୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ଫଳରେ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରରୁ ତ୍ରିଶୂଳିଆ ମେଟ୍ରୋ ଟ୍ରେନ ଗଡ଼ିବ ଆଶା ପୂରଣ ହେବାକୁ ଯାଉଛି  । ଫାଇଭ-ଟି ଉପକ୍ରମରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ସାମିଲ କରିଥିଲେ ରାଜ୍ୟ ସରକାର ।   ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏ ଚାଲିବ ଟ୍ରେନ  । ପରେ ଖୋର୍ଦ୍ଧା ଓ ପୁରୀ ସହରକୁ ଏହାକୁ ସଂପ୍ରସାରିତ କରାଯିବ ।  ୨୬ କିଲୋମିଟରରେ ରହିବ ୨୦ଟି ଷ୍ଟେସନ । ଖର୍ଚ୍ଚ ହେବାକୁ ଥିବା ୬ହଜାର କୋଟି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ ।