ସଂସଦର ସୁରକ୍ଷା ତ୍ରୁଟି, ଆଉ ୩୩ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ନେଇ ହୋହଲ୍ଲା ପ୍ରସଙ୍ଗ । ଆଉ ୩୩ ଲୋକସଭା ସାଂସଦ ହେଲେ ସସପେଣ୍ଡ । ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ଚଳିତ ଶୀତ ଅଧିବେଶନର ଅବଶିଷ୍ଟ ଦିନଗୁଡିକ ଲାଗି ଏହି ସାଂସଦମାନଙ୍କୁ ସସପେଣ୍ଡ କରାଯାଇଛି । ଲୋକସଭାରେ ସୁରକ୍ଷା ତ୍ରୁଟି କାରଣକୁ ନେଇ ଗତ କିଛି ଦିନ ଧରି ଚାଲିଛି ବିରୋଧୀଙ୍କ ହଙ୍ଗାମା ।

ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ବିବୃତି ଦାବି କରି ସାଂସଦମାନେ ହଙ୍ଗାମା ଜାରି ରଖିଥିଲେ । ସସପେଣ୍ଡ ହୋଇଥିବା ସାଂସଦଙ୍କ ମଧ୍ୟରେ ଅଛନ୍ତି କଲ୍ୟାଣ ବାନାର୍ଜୀ, ଏ. ରାଜା, ଦୟାନିଧି ମାରାନ, ଟି.ଆର. ବାଲୁଙ୍କ ସମେତ ୩୩ ସାଂସଦଙ୍କୁ ସସପେଣ୍ଡ କରାଯାଇଛି । ଗତ ୧୩ ତାରିଖରେ ଦୁଇ ଯୁବକ ସଂସଦ ଭିତରେ ପ୍ରବେଶ କରି ଧୂଆଁ ଛାଡିବା ପ୍ରସଙ୍ଗକୁ ନେଇ ତଥା ସଂସଦର ସୂରକ୍ଷା ତ୍ରୁଟି ନେଇ ବିରୋଧୀ ସାଂସଦମାନେ ହଙ୍ଗାମା କରୁଛନ୍ତି ।

ପୂର୍ବରୁ ୧୪ ସାଂସଦଙ୍କୁ ଲୋକସଭା ବାଚସ୍ପତି ସସପେଣ୍ଡ କରିଥିବାବେଳେ ସେମାନେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ ।