ଏକ କେଜି ସୁନା ଏବଂ ୭ କିଲୋ ରୁପାରେ ତିଆରି ହୋଇଛି ରାମ ମନ୍ଦିରର ପାଦୁକା

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଆସନ୍ତା ଜାନୁୟାରୀ ୨୨ ତାରିଖ ୨୦୨୪ରେ ପ୍ରତିଷ୍ଠା ହେବାକୁ ଯାଉଛି । ସାରା ଦେଶରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଥିବାବେଳେ ରାମ ମନ୍ଦିରରେ ରହିବାକୁ ଥିବା ରାମଙ୍କ ପାଦୁକା ଏକ କେଜି ସୁନା ଏବଂ ୭ କିଲୋ ରୁପାରେ ନିର୍ମାଣ କରାଯାଇଛି । ଯାହାକି ଏବେ ସାରା ଦେଶରେ ଭ୍ରମଣ କରାଯାଉଛି । ଜାନୁୟାରୀ ୧୯ ତାରିଖରେ ଏହା ଅଯୋଧ୍ୟାରେ ପହଞ୍ଚିବ। ତେବେ ଏହି ମୂଲବାନ ପାଦୁକାଟି ହାଇଦ୍ରାବାଦର ଶ୍ରୀଚାଲା ଶ୍ରୀନିବାସ ଶାସ୍ତ୍ରୀ ପ୍ରସ୍ତୁତ କରିଛନ୍ତି । ଗତ ରବିବାର ଏହି ପାଦୁକା ରାମେଶ୍ବର ଧାମରୁ ଅହମ୍ମଦାବାଦ ଅଣାଯାଇଥିଲା । ପ୍ରଥମେ ଏହି ପାଦୁକାକୁ ତିରୁପତିଙ୍କ ମନ୍ଦିରକୁ ନିଆଯାଇଥିବାବେଳେ ଏହାପରେ ଦ୍ବାରିକା ଏବଂ ବଦ୍ରିନାଥ ଧାମକୁ ନିଆଯିବ । ସେପଟେ ରାମ ମନ୍ଦିରର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଡିସେମ୍ବର ଶେଷସୁଦ୍ଧା କାମ ସରିବା ପାଇଁ ଯୋଜନା କରାଯାଇଛି । ଏଥିପାଇଁ ଜୋରଦାର କାମ ଚାଲୁଥିବାବେଳେ ଭକ୍ତଙ୍କ ଭାବାବେଗ ମଧ୍ୟ ବଢ଼ିବାରେ ଲାଗିଛି । ଶ୍ରୀରାମଙ୍କ ଏହି ମୂଲ୍ୟବାନ ପାଦୁକା ଦେଖିବା ପାଇଁ ଭକ୍ତମାନେ ଚାହିଁ ରହିଛନ୍ତି ।