ଜାଣନ୍ତୁ ୩୦ ବର୍ଷ ହେବ କେଉଁଠି ରହିଥିଲା ଦାଉଦ ଇବ୍ରାହିମ୍

1 min read

ଇସଲାମବାଦ: ଭାରତରେ ମୋଷ୍ଟ ଓ୍ବାଣ୍ଟେଡ୍ ଭାବେ ଘୋଷଣା ହୋଇଥିବା ଦାଉଦ ଇବ୍ରାହିମର ନିଧନ ହୋଇଥିବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି । ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିନାହିଁ ତଥାପି ଅଣ୍ଡର ଓ୍ବାଲ୍ଡର ପ୍ରସିଦ୍ଧ ଡନର ପରଲୋକ ହୋଇଥିବା କୁହାଯାଉଛି । ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ମୃତ୍ୟୁ ଗୁଜବ । ପାକିସ୍ତାନରେ ଆଗୁଆ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଫଳରେ ସୋସିଆଲ୍ ମିଡିଆ ବି ଠପ୍ ହୋଇଛି । ଦାଉଦକୁ କେହି ବିଷ ଦେଇ ହତ୍ୟା ଉଦ୍ୟମ କରିଥିବା ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି। ଦାଉଦକୁ ଗୁରୁତର ଅବସ୍ଥାରେ ପାକିସ୍ତାନ କରାଚିର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ଦୁଇ ଦିନ ତଳେ କରାଚିରେ ଏକ ହସ୍ପିଟାଲରେ ଦାଉଦ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସେ ପାକିସ୍ତାନରେ ଦୀର୍ଘ ୩୦ ବର୍ଷ ହେବ ରହି ଆସୁଥିବାବେଳେ ପାକିସ୍ତାନ ଏହାକୁ ଅସ୍ବୀକାର କରି ଆସୁଥିଲା । ଏଜେନ୍ସି ଦ୍ବାରା ପ୍ରକାଶିତ ରିପୋର୍ଟ ମୁତାବକ କରାଚିରେ ବିଳାସପୂର୍ଣ୍ଣ ବଙ୍ଗଳାରେ ଦୀର୍ଘ ୩୦ ବର୍ଷ ହେବ ରହି ଆସୁଥିବା ଦାଉଦ ଇବ୍ରାହିମ୍ । ୬୭ ବର୍ଷୀୟ ଦାଉଦର ଘରକୁ ବହୁ କମ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଥିଲା । ପୂର୍ବରୁ ଅନେକଥର ଅସୁସ୍ଥ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲେ କ୍ୟାମେରା ,ବହ ମିଡିଆ ସାମନାରୁ ତାକୁ ଲୁଚାଇ ରଖାଯାଉଥିଲା । ପାକିସ୍ତାନରେ ତିନୋଟି ଘର ଦାଉଦ ନାମରେ ରହିଥିବା ସରକାରୀ ଦଲିଲରୁ ଜଣା ପଡ଼ିଛି । କରାଚିରେ ହ୍ବାଇଟ ହାଉସରେ ସେ ଦୀର୍ଘଦିନ ଧରି ରହୁଥିବାବେଳେ ପରିବାର ସହ ଅନେକଥର ଦୁବାଇ ଯିବା ଆସିବା କରୁଥିଲା । କରାଚିର ନୁରବାଦ କଲୋନୀରେ ଦାଉର ଘର ରହିଛି । ପାହାଡ଼ିଆ ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି । ୨୦୦୩ରେ ଆମେରିକା ଆତଙ୍କବାଦୀଭାବେ ଘୋଷଣା କରିବା ପରେ ଦୀର୍ଘବର୍ଷ ହେବ ପାକିସ୍ତାନରେ ଲୁଚି ରହିଥିଲା । କଡ଼ା ସୁରକ୍ଷା ଭିତରେ ଘରେ ରହିଥିଲା । ISI ଦ୍ବାରା କଡ଼ା ସୁରକ୍ଷା ଦିଆଯାଉଥିବାବେଳେ ବୁଲେଟପ୍ରୁଫ ଜାକେଟ ଏବଂ କାରରେ ବାହାରକୁ ଯାଉଥିବା ସୂଚନା ମିଳିଛି ।