ସାଂଗର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବିଟେକ ଛାତ୍ରଙ୍କ ଜୀବନ

ଭୋପାଳ : ଜଣେ ସାଂଗର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବିଟେକ ଛାତ୍ରଙ୍କ ପ୍ରାଣ । ଏକ କୁକୁର ଲାଗି ଜୀବନ ହରାଇଛନ୍ତି ୨୩ ବର୍ଷ ବୟସ୍କ ଜଣେ ଛାତ୍ର । ମଧ୍ୟପ୍ରଦେଶ ଭୋପାଳ ଏନଆଇଟିର ବିଟେକ ଛାତ୍ର ସରଳ ନିଗମଙ୍କ ତ୍ୟାଗ ସ୍ଥାନୀୟ ଅଞ୍ଚଳରେ ହୋଇଛି ଚର୍ଚ୍ଚାର ବିଷୟ । ଭୋପାଳ ଏନଆଇଟିର ପଢୁଥିଲେ ବିଟେକ ଗ୍ରାଜୁଏଟ ସରଳ ନିଗମ । ଗତକାଲି ଏକ ଡ୍ୟାମରେ ସରଳଙ୍କ ଜଣେ ବନ୍ଧୁଙ୍କ କୁକୁର ବୁଡିଯାଉଥିଲା । ତାକୁ ଉଦ୍ଧାର କରିବା ଲାଗି ଜୀବନକୁ ବାଜି ଲଗାଇଥିଲେ ସରଳ । ତେବେ କୁକୁର ସିନା ବଞ୍ଚିଗଲା, ସରଳ ବଞ୍ଚିପାରିଲେ ନାହିଁ । ସରଳ ବାପାମାଙ୍କ ଏକମାତ୍ର ପୁଅ ହୋଇଥିବାବେଳେ ସେ ୟୁପିଏସସି ଲାଗି ପ୍ରସ୍ତୁତ ହେଉଥିଲେ । ତଦନ୍ତକାରୀ ଅଧିକାରୀ ଏଏସଆଇ ଅନ୍ତରାମ ଯାଦବ କହିଛନ୍ତି ସରଳ ସ୍ଥାନୀୟ କେରଓ୍ବା ଡ୍ୟାମକୁ ନିଜ ସାଂଗମାନଙ୍କ ସହ ବୁଲିବାକୁ ଯାଇଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ସାଂଗର ଏକ ପୋଷା କୁକୁର ଡ୍ୟାମରେ ବୁଡିଯାଉଥିବାଦେଖି ତାକୁ ଉଦ୍ଧାର କରିାବ ଲାଗି ସାଂଗମାନଙ୍କ ସହ ସରଳ ଡ୍ୟାମ ଭିତରକୁ ପଶିଥିଲେ । Only Son, UPSC Apirant Dies Saving Friend's Poodle At Dam Site In Bhopal |  Crime News, Times Now

ତେବେ ସାଂଗମାନେ ରକ୍ଷା ପାଇଯାଇଥିବାବେଳେ ସରଳ ଗଭୀର ଜଣ ଭିତରକୁ ଚାଲିଯାଇଥିଲେ । ଖବର ପାଇ ରତିବାଡ ପୋଲିସ ପହଞ୍ଚିଥିଲେ ବି ସରଳଙ୍କ ସନ୍ଧାନ ମିଳି ନଥିଲା । ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାୟ ୧୫ ଫୁଟ ଗଭୀରରେ ତାଙ୍କ ମୃତଦେହ ଥିଲା । ସରଳଙ୍କ ବାପା ସୁଧୀର ନିଗମ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ପ୍ରିନ୍ସିପାଲ ଅଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।