ନୂଆଦିଲ୍ଲୀ: ଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସରେ ଲାଗିଲା ନିଆଁ । ୩ଟି ବଗିରେ ଲାଗିଛି ନିଆଁ । ଉତ୍ତରପ୍ରଦେଶର ଇଟାଓ୍ବାରେ ଅଘଟଣ ଘଟିଛି । ବଗିରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଉଛନ୍ତି । ଟ୍ରେନରେ ନିଆଁ ଲାଗିବା କ୍ଷଣି ଲୋକେ ଟ୍ରେନରୁ ଡିଆଁ ମାରିଥିଲେ ।
IND vs NZ: ରଣବୀରଙ୍କ ଠୁ ବେକହମ୍ ଯାଏଁ… ଟିମ୍ ଇଣ୍ଡିଆକୁ କରୁଛନ୍ତି ସପୋର୍ଟ
ୱାଙ୍ଖଡେ ଷ୍ଟାଡିୟମରେ ଭାରତକୁ ମିଳୁଛି ଖୁବ୍ ସପୋର୍ଟ

ବଲିଉଡ ଷ୍ଟାରଙ୍କ ଠାରୁ କ୍ରିକେଟର ଟିମ୍ ଇଣ୍ଡିଆକୁ କରୁଛନ୍ତି ଚିୟରର୍ସ ଅପ୍ । ୱାଙ୍ଖଡେରେ ଚିୟରର୍ସ ଅପ୍ କରୁଛନ୍ତି ସଚିନଙ୍କ ତେନ୍ଦୁଲକରଙ୍କ ଝିଅ ସାରା

କିମ୍ବଦନ୍ତୀ ଫୁଟବଲର ଡେଭିଡ୍ ବେକହାମ୍ ମଧ୍ୟ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ ଦେଖିବାକୁ ମୁମ୍ବାଇ ଆସିଛନ୍ତି ।

ହିଟମ୍ୟାନ୍ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ମଧ୍ୟ ୱାଙ୍ଖଡେରେ ନଜର ଆସିଛନ୍ତି

ବିରାଟ୍ କୋହଲିଙ୍କ ପତ୍ନୀ ତଥା ବଲିଉଡ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ମ୍ୟାଚ୍ ଦେଖୁଥିବା ନଜର ଆସିଛି

ବଲିଉଡ ଷ୍ଟାର ରଣବୀର କପୁର ମଧ୍ୟ ଟିମ୍ ଇଣ୍ଡିଆକୁ ଚିୟର ଅପ୍ କରିଛନ୍ତି

ବିଜନେସ୍ ମ୍ୟାନ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ମଧ୍ୟ ୱାଙ୍ଖଡେରେ ମ୍ୟାଚ୍ ଦେଖୁଛନ୍ତି

ୱାଙ୍ଖଡେ ଷ୍ଟାଡିୟମରେ ନଜର ଆସିଛନ୍ତି ବଲିଉଡ୍ ସେଲିବ୍ରିଟି ଯୋଡି ସିଦ୍ଧାର୍ଥ-କିଆରା ଏବଂ ଜନ୍ ଆବ୍ରାହମ୍
ଚିନ୍ତାରେ ସାହାରା ଜମାକାରୀ; ଫେରିବ ନା ବୁଡିଯିବ ଟଙ୍କା ?
ନୂଆଦିଲ୍ଲୀ : ସାହାରା ଇଣ୍ଡିଆ ଗ୍ରୁପର ମୁଖ୍ୟ ସୁବ୍ରତ ରାୟଙ୍କ ମଙ୍ଗଳବାର ରାତିରେ ମୃତ୍ୟୁ ହୋଇଛି । ଅନେକ ଦିନ ଧରି ଅସୁସ୍ଥ ଥିବା ସୁବ୍ରତ ମୁମ୍ୱାଇର ଏକ ହସ୍ପିଟାଲରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସାମହାରା ଗ୍ରୁପର ମୁଖିଆଙ୍କ ନିଧନ ପରେ ଏବେ ଚିନ୍ତାରେ ଲକ୍ଷ ଲକ୍ଷ ନିବେଶକାରୀ । ସମସ୍ତଙ୍କ ମନରେ ଖାଲି ଗୋଟିଏ ପ୍ରଶ୍ନ କି, ଏବେ ସେମାନଙ୍କ ସଞ୍ଚୟ ରାଶିର କ’ଣ ହେବ ? ଦୀର୍ଘଦିନ ଧରି ସେମାନେ ନିବେଶ କରିଥିବା ଟଙ୍କା କ’ଣ ବୁଡିଯିବ ନା ଫେରି ପାରିବେ ?
ଏବେ ନିବେଶକାରୀଙ୍କ ସହିତ କ’ଣ ହେବ ?
ସୁବ୍ରତ ରାୟଙ୍କ ମୃତ୍ୟୁ ନିବେଶକାରୀଙ୍କୁ ଏକ ବଡ଼ ଝଟକା ଦେଇଛି । ସୂଚନା ଅନୁସାରେ, ସାହାରା ଗ୍ରୁପର ମୁଖ୍ୟଙ୍କ ପରଲୋକ ପରେ ରିଫଣ୍ଡର ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେବ ନାହିଁ । କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ସାହାରା କମ୍ପାନୀକୁ ନିବେଶକଙ୍କ ବୁଡିଯାଇଥିବା ଟଙ୍କା ଫେରସ୍ତ କରିବା ପାଇଁ ଏକ ପୋର୍ଟାଲ ଲଞ୍ଚ କରିଥିଲେ , ଯାହା ସାହାଯ୍ୟରେ ନିବେଶକାରୀଙ୍କୁ ସେମାନଙ୍କ ବିନିଯୋଗ ଟଙ୍କା ଫେରସ୍ତ କରାଯାଉଛି ।
ପୋର୍ଟାଲ ମାଧ୍ୟମରେ ଫେରସ୍ତ କରାଯିବ ଜମା ଟଙ୍କା :
ସୁପ୍ରିମକୋର୍ଟ ୨୦୧୯ ମସିହାରେ ସାହାରା ନିବେଶକମାନଙ୍କ ସପକ୍ଷରେ ସାନ୍ତ୍ୱନାମୂଳକ ରାୟ ଘୋଷଣା କରିଥିଲେ ଏବଂ ସୁଧ ସହିତ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରୁ ପ୍ରାୟ ତିନି କୋଟି ନିବେଶକ ଉପକୃତ ହେବେ। କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ସାହାରା ରିଫଣ୍ଡ ପୋର୍ଟାଲ https://mocrefund.crcs.gov.in/ ଆରମ୍ଭ କରିଛନ୍ତି। ଏହି ପୋର୍ଟାଲ ମାଧ୍ୟମରେ ସାହାରା ନିବେଶକମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯାଉଛି।
କେମିତି ମିଳିବ ସହାରାରୁ ରିଫଣ୍ଡ ?
ସାହାରା ଗ୍ରୁପର ୪ଟି କେରେଟିଭ ସୋସାଇଟି ପାଖରେ ନିବେଶମାନଙ୍କ ଟଙ୍କା ଫସି ରହିଛି । ହେଲେ ନିବେଶକମାନେ ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ଆବେଦନ କରି ସେମାନଙ୍କର ଟଙ୍କା ଫେରସ୍ତ ପାଇପାରିବେ । ଫେରସ୍ତ ପାଇଁ, ନିବେଶକମାନଙ୍କୁ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ଏବଂ ସେଥିରେ ଆବଶ୍ୟକ ଡକ୍ୟୁମେଣ୍ଟ୍ ଏବଂ ରସିଦ ଅପଲୋଡ୍ କରିବାକୁ ପଡିବ । ଯାଞ୍ଚ ପରେ, ନିବେଶକମାନେ ସେମାନଙ୍କର ଫେରସ୍ତ ପାଉଛନ୍ତି । ସରକାର ନିବେଶକମାନଙ୍କୁ କିସ୍ତିରେ ଟଙ୍କା ଫେରସ୍ତ କରୁଛନ୍ତି ଏବଂ ଏହି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା ଅଟେ । ଯଦି ନିବେଶକ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସେ ଟୋଲ୍ ଫ୍ରି ନମ୍ବର (1800 103 6891/1800 103 6893) ରେ ଯୋଗାଯୋଗ କରିପାରିବେ |

