ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମର ମହାରାଷ୍ଟ୍ରରେ ଥିବା ପୈତୃକ ସମ୍ପତ୍ତି ନିଲାମ ହେବ

ନନ୍ଦିଘୋଷ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ । ଏଥର କିନ୍ତୁ ଭିନ୍ନ ପ୍ରସଙ୍ଗରେ । ମହାରାଷ୍ଟ୍ରରେ ଥିବା ୪ଟି ପୈତୃକ ସମ୍ପତ୍ତିର ଆସନ୍ତାକାଲି ହେବ ନିଲାମ । ସ୍ମଗଲର୍ସ ଆଣ୍ଡ ଫରେନ ଏକ୍ସଚେଞ୍ଜ ମାନିପୁଲେଟର୍ସ ଅଥରିଟି ବା ସାଫେମା ପକ୍ଷରୁ ନିଲାମ ହେବ ସମ୍ପତ୍ତି । ଦାଉଦ ଇବ୍ରାହିର ପୈତୃକ ଗ୍ରାମ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲା ଅନ୍ତର୍ଗତ ମୁମ୍ବକେ ଗ୍ରାମସ୍ଥିତ କେତେକ କୃଷି ଜମି ନିଲାମ ହେବ । ଚାରିଟି ପ୍ଲଟର ନିଲାମ ମୂଲ୍ୟ ରହିଛି ୧୯ ଲକ୍ଷ ୨ ହଜାର ଟଙ୍କା । ପୂର୍ବରୁ ୨୦୧୭ ଓ ୨୦୨୦ରେ ସାଫେମା ଜରିଆରେ ଦାଉଦ ଇବ୍ରାହିମର ୧୭ଟି ସମ୍ପତ୍ତିକୁ ନିଲାମ କରାଯାଇଥିଲା । ସ୍ମଗଲିଂ ଓ ଏନଡିପିଏସ ଆଇନ ଆଧାରରେ ଦାଉଦ ଓ ତାର ପରିବାରର ବିଭିନ୍ନ ସଦସ୍ୟଙ୍କ ସମ୍ପତ୍ତିକୁ ସାଫେମା ଆଟାଚ କରୁଛି । अंडरवर्ल्ड डॉन दाऊद इब्राहिम कराची के अस्पताल में एडमिट, सोशल मीडिया पर जहर  दिए जाने का दावा - does Underworld don Dawood Ibrahim poisoned in Karachi  info intensifies on social ...

ନିଲାମ ହେବାକୁ ଥିବା ସମ୍ପତ୍ତି ମଧ୍ୟରେ ରହିଛି ଦାଉଦର ମା ଅମିନାଙ୍କ କିଛି ସମ୍ପତ୍ତି । ପୂର୍ବରୁ ସାଫେମା ପକ୍ଷରୁ ଦାଉଦର ହୋଟେଲ ରୌନାକ ଆଫ୍ରୋଜ, ସବନମ ଗେଷ୍ଟ ହାଉସ, ଦାମରଓ୍ବାଲ ବିଲଡିଂରେ ଥିବା ୬ଟି ଘରକୁ ୧୧ କୋଟି ଟଙ୍କାରେ ୨୦୧୭ରେ ନିଲାମ କରାଯାଇଥିଲା । ଗତ ୨୦୨୦ରେ ବି ଦାଉଦର ୨୨ ଲକ୍ଷ ୭୯ ହଜାର ଟଙ୍କାର ସମ୍ପତ୍ତି ବି ନିଲାମ ହୋଇଥିଲା । କିଛି ଦିନ ତଳେ ଦାଉଦର ସ୍ବାସ୍ଥ୍ୟ ଖରାପ ଓ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା ।