ବିକାଶମୂଳକ କାର୍ଯ୍ୟକୁ ସହି ପାରୁନାହାନ୍ତି ବଲାଙ୍ଗୀର ବିଧାୟକ ଓ ତାଙ୍କ ପୁଅ : କଳିକେଶ

ବଲାଙ୍ଗୀର : କଂଗ୍ରେସ ନେତାଙ୍କୁ ବିକାଶ ଦେଖାଯାଉନି । ଯେକୌଣସି ବିକାଶମୂଳକ କାର୍ଯ୍ୟକୁ ସହ୍ୟ କରିପାରୁନାହାଁନ୍ତି ବଲାଙ୍ଗୀର ବିଧାୟକ କି ତାଙ୍କ ପୁଅ । । ଏଆଇସିସି ସଦସ୍ୟ ତଥା କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବରେ ଏହା କହିଛନ୍ତି ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ଯକ୍ଷ କଳିକେଶ ନାରାୟଣ ସିଂଦେଓ । ଗତକାଲି ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଉପସ୍ଥିତ ମାଆ ମାନଙ୍କୁ ଭଡାଟିଆ କହି ଅସମ୍ମାନ କରିଥିଲେ ବଲାଙ୍ଗୀର ବିଧାୟକ । ବିଧାୟକ ବିକାଶ ଦେଖି ସହି ପାରୁନାହାନ୍ତି, ବିଧାୟକଙ୍କୁ ଡ୍ୟାମର ପାଣି ଦେଖାଗଲାନି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର କି ତାଙ୍କ ପରିବାର କେବେବି ବଲାଙ୍ଗୀର ବିକାଶ ପାଇଁ ଚିନ୍ତା କରିନାହାନ୍ତି ।

ନିଜ ପରିବାର କିପରି ଠିକା ପାଇବେ ସେ ନେଇ ଚିନ୍ତା କରିଛନ୍ତି ବୋଲି କଳିକେଶ ଅଭିଯୋଗ କରିଛନ୍ତି । ସେ ଜମିମାଫିଆ, ବାଲିମାଫିଆ, ଟେଣ୍ଡର ମାଫିଆଙ୍କୁ ସନ୍ତୁଷ୍ଟ କରି ବଲାଙ୍ଗୀରକୁ ଲୁଟ କରିଚାଲିଛନ୍ତି ବୋଲି କଳିକେଷ ଆକ୍ଷେପ କରିଛନ୍ତି । ବଲାଙ୍ଗୀରବାସୀ ସବୁ ଜାଣିଗଲେଣି, ଏଥର ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି । ବଲାଙ୍ଗୀର ଜିଲ୍ଲାର ଜୀବନରେଖା ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିଣ ଉତ୍ସବକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ କରିଥିଲେ ସମରେନ୍ଦ୍ର ମିଶ୍ର  ।