spot_img
Home Blog Page 2560

ଐଶର୍ଯ୍ୟାଙ୍କୁ ଭୁଲ୍ ମାଗିଲେ ପାକ୍ କ୍ରିକେଟର ଅବଦୁଲ୍ଲ ରଜାକ୍

ଇସଲାମବାଦ: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଅବଦୁଲ୍ଲ ରଜାକ ଦେଇଥିବା ଏକ ମନ୍ତବ୍ୟ ପାଇଁ ଭାରତରୁ ପାକିସ୍ତାନ ସବୁଠି ନିନ୍ଦାର ଶିକାର ହୋଇଥିଲେ । ସୋସିଆଲ ମିଡିଆରେ ତାଙ୍କର ଉକ୍ତିଟି ଭାଇରାଲ ହୋଇଥିବାବେଳେ ସେ ଟ୍ରୋଲ ହୋଇଥିଲେ । ଐଶର୍ଯ୍ୟା ରାୟଙ୍କୁ ନେଇ ଦେଇଥିବା ଏକ ମନ୍ତବ୍ୟ ପାଇଁ ପାକିସ୍ତାନୀ କ୍ରିକେଟରଙ୍କଠାରୁ ଆରମ୍ଭ କରି ସାଧାରଣ ୟୁଜର୍ସ ମଧ୍ୟ ସମାଲୋଚନା କରିଥିଲେ ଶେଷରେ ଏକ ଭିଡିଓ ମାଧ୍ୟମରେ ଭୁଲ୍ ମାଗିଛନ୍ତି ରଜାକ୍ । ୨୦୨୩ ବିଶ୍ବକପରେ ପାକିସ୍ତାନ କ୍ରିକେଟ ଦଳର ପ୍ରଦର୍ଶନକୁ ନେଇ ସବୁଠି ସମାଲୋଚନା କରାଯାଉଛି । ପରାଜୟ ପାଇଁ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ପୂର୍ବ ପାକିସ୍ତାନୀ କ୍ରିକେଟର ବାବର ଆଜମଙ୍କ ଦଳର ପ୍ରଦର୍ଶନକୁ ନେଇ ସମାଲୋଚନା କରିବାକୁ ଯାଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକି ନିଆଁ ଭଳି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।  ସମାଲୋଚନା ପରେ ଭିଡିଓ କରି କ୍ଷମା ପ୍ରାର୍ଥନା କରିଛନ୍ତି ରଜାକ । ସେ କହିଛନ୍ତି କି, ମୋ ପାଟିରୁ ଖସିଯାଇଥିଲା । ମୁଁ କାହାର ଭାବନାକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ଭୁଲରେ ଉଦାହରଣ ଦେବାକୁ ଯାଇ ଐଶର୍ଯ୍ୟାଙ୍କ ନାମ ନେଇ ଯାଇଥିଲି ।

ସୂଚନା ଥାଉକି, ଏକ ସାମ୍ବାଦିକ ସମ୍ମିଳନୀରେ ସାହିଦ ଆଫ୍ରିଦ ଏବଂ ଉମର ଗୁଲଙ୍କ ସହ ରଜାକ ବସିଥିଲେ । ସେ ପାକିସ୍ତାନ ଟିମର ବିଶ୍ବକପରେ ପ୍ରଦର୍ଶନକୁ ନେଇ ସମାଲୋଚନା କରୁଥିଲେ । କହିଥିଲେ କି, ଆମେ ୟୁନିସ ଖାନଙ୍କ ଅଧିନାୟକତ୍ବରେ ଭଲ ପ୍ରଦର୍ଶନ କରୁଥିଲୁ । ଅଧିନାୟକଙ୍କ ଉତ୍ତମ ଉଦ୍ଦେଶ୍ୟ ଟିମକୁ ଶକ୍ତିଶାଳି କରିଥାଏ । ଯଦି ତୁମେ ଭାବୁଛ କି, ଐଶର୍ଯ୍ୟା ରାୟଙ୍କୁ ବିବାହ କରିବ ଏବଂ ଭଲ ସନ୍ତାନ ପାଇବି ତାହେଲେ ଏହା କେବେ ହୋଇପାରିବ ନାହିଁ, ତେଣୁ ତୁମର ଉଦ୍ଦେଶ୍ୟକୁ ପ୍ରଥମେ ସ୍ଥିର କରିବାକୁ ପଡ଼ିବ ।  ଐଶର୍ଯ୍ୟା ରାୟଙ୍କ ନାମକୁ ନେଇଥିବାବେଳେ ଟ୍ରୋଲର ଶିକାର ହୋଇଥିଲେ ରଜାକ୍ । ଐଶର୍ଯ୍ୟା ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖିନଥିବାବେଳେ ଟ୍ବିଟରରେ କଡ଼ା ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା ।

କୋଣାର୍କରେ ଲାଗିଛି ହବିଷ୍ୟାଳୀଙ୍କ ଭିଡ଼

କୋଣାର୍କ: ପବିତ୍ର କାର୍ତ୍ତିକ ମାସରେ ଚଳଚଞ୍ଚଳ ତୀର୍ଥସ୍ଥଳୀ । ପ୍ରମୁଖ ତୀର୍ଥ ସ୍ଥଳୀ କୋଣାର୍କ ଚନ୍ଦ୍ରଭାଗାରେ ଲାଗିଛି ହବିଷିଆଳୀ ମାନଙ୍କର ଭିଡ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଘର ଛାଡି ଚନ୍ଦ୍ରଭାଗା ସ୍ଥିତ ହନୁମାନ ମନ୍ଦିର ଓ ସୂର୍ଯ୍ୟ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ରହି ନିଷ୍ଠାର ସହିତ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ।

ଚାଲିଛି ପବିତ୍ର କାର୍ତ୍ତିକ ମାସ । କୋଣାର୍କରେ ଲାଗିଛି ହବିଷିଆଳୀଙ୍କ ଭିଡ଼ । ସକାଳ ହେବା କ୍ଷଣି ପୂଜା ପାଠ ସାଙ୍ଗକୁ ଭଜନ ଜଣାଣ ହୁହୁହୁଳିରେ କମ୍ପୁଛି ପରିବେଶ । ବିଶ୍ଵାସ ରହିଛି ଅର୍କକ୍ଷେତ୍ରରେ ପୂଜାର୍ଚ୍ଚନା କରିବା ଦ୍ବାରା ପରିବାରର ମଙ୍ଗଳ ହୋଇଥାଏ । ଏହି ବିଶ୍ବାସ ଶତାଧିକ ମହିଳାଙ୍କୁ କୋଣାର୍କ ଟାଣି ଆଣିଛି । ସମସ୍ତ ହବିଷିଆଳୀମାନେ ଚନ୍ଦ୍ରଭାଗା ସ୍ଥିତ ହନୁମାନ ମନ୍ଦିର ଓ ସୂର୍ଯ୍ୟ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ରହି ଅତ୍ୟନ୍ତ ନିଷ୍ଠାର ସହିତ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ।

ହିନ୍ଦୁ ଧର୍ମ ପରମ୍ପରାରେ ପବିତ୍ର କାର୍ତ୍ତିକ ମାସରେ ଚନ୍ଦ୍ରଭାଗାରେ ସ୍ନାନକଲେ କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ । ହବିଷିଆଳୀ ମାନେ ସ୍ନାନ ପରେ ସୂର୍ଯ୍ୟପୂଜା, ଚଉରା ମୂଳରେ ଚିତା ପକାଇ ବୃନ୍ଦାବତୀଙ୍କ ଆରାଧନା, ରାଧା ଦାମୋଦର ପୂଜା ,ଲକ୍ଷ୍ମୀ ନାରାୟଣ ପୂଜା , ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ସହ ସକାଳ ସନ୍ଧ୍ୟାରେ କାର୍ତ୍ତିକ ପୁରାଣ ପାଠ କରିଥାନ୍ତି । ପିତୃ ପୁରୁଷ , ସମସ୍ତ ଦେବାଦେବୀଙ୍କ ଉଦେଶ୍ୟରେ ଆକାଶ ଦୀପ ଲଗାଇ ଚଉରା ମୂଳରେ ସନ୍ଧ୍ୟା ଆଳତି ଓ ଭଜନରେ ମସଗୁଲ ରହିଥାନ୍ତି ।

 

କୋହଲିଙ୍କ ବିରାଟ କିର୍ତ୍ତୀମାନ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମୁମ୍ବାଇ: କୋହଲିଙ୍କ ବିରାଟ ରେକର୍ଡ । ଦିନିକିଆରେ ୫୦ ଶତକ ହାସଲ କଲେ କୋହଲି । କ୍ରିକେଟର ଭଗବାନ ସଚିନ ତେନ୍ଦୁଲରକର ୪୯ ଶତକ ହାସଲ କରିଥିବାବେଳେ ବିରାଟ ୫୦ ଶତକ ହାସଲ କରି ନୂଆ କିର୍ତ୍ତୀମାନ ହାସଲ କରିଛନ୍ତି । ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ। ବିଶ୍ବକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ସଂଖ୍ୟକ ଶତକ ହାସଲର ରେକର୍ଡ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ କୋହଲି । ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି। ବିରାଟ କୋହଲି ଆଜି ତାଙ୍କର ୫୦ ତମ ଶତକ କରିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୪୯ ରେକର୍ଡ କରିଥିଲେ । ଗତ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିରୋଧରେ ୪୯ତମ ଶତକ ହାସଲ କରି ସଚିନଙ୍କ ସମକକ୍ଷ ହୋଇଥିଲେ ବିରାଟ । ଆଜି ବିରାଟ ୫୦ ଶତକ ହାସଲ କରିଛନ୍ତି ବିରାଟ । ଏହି ବିଶାଳ ସ୍କୋର ସହ ଭାରତ ଆଜିର ମ୍ୟାଚରେ ବିଶାଳ ସ୍କୋର ଅଭିମୁଖେ ଆଗେଇ ଚାଲିଛି ।

ସଚିନ ତେନ୍ଦୁଲରକର ନିଜର ଶେଷ ଶତକ ହାସଲ କରିବା ପାଇଁ ୩୬୫ ଦିନ ଅଥବା ଗୋଟିଏ ବର୍ଷ ନେଇଥିବାବେଳେ ବିରାଟ ମାତ୍ର ୧୦ଦିନରେ ଏହି ରେକର୍ଡକୁ ହାସଲ କରିଛନ୍ତି । ଚଳିତ ବିଶ୍ବକପରେ ବିରାଟ ଦମଦାର ଫର୍ମରେ ନଜର ଆସିଥିବାବେଳେ ସଚିନଙ୍କ ସମକକ୍ଷ ହୋଇଥିଲେ । ଆଶା କରାଯାଉଥିଲା କି, ସେ ଏହି ବିଶ୍ବକପରେ ହିଁ ନୂଆ ରେକର୍ଡ ବନାଇବେ । ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଏହା ସତ ହୋଇଛି ।

ଯେତେବେଳେ ଆର୍ଥିକ ସଙ୍କଟରେ ପଡ଼ିଥିଲେ ଅମିତାଭ, ସେତେବେଳେ ସାହାରା ବନିଥିଲେ ସୁବ୍ରତ

ମୁମ୍ବାଇ: ବିଗ୍ ବି’ ଅମିତାଭ ବଚ୍ଚନଙ୍କ ପାଇଁ ସାହାରା ପାଲଟିଥିଲେ ସୁବ୍ରତ ରାୟ । ସାହାରା ଗ୍ରୃପର ଅଧ୍ୟକ୍ଷ ସୁବ୍ରତ ରାୟଙ୍କ ପରଲୋକ ଘଟିଛି । ମଙ୍ଗଳବାର ତାଙ୍କର ପରଲୋକ ଘଟିଥିବାବେଳେ ସାହାରା ଇଣ୍ଡିଆରେ ନିବେଶ କରିଥିବା ହିତାଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି । ତେବେ ସୁବ୍ରତ ଏବଂ ଅମିତାଭ ବଚ୍ଚନଙ୍କ ସମ୍ପର୍କ ଅତି ପୁରୁଣା । ଯେତେବେଳେ ଆର୍ଥିକ ସଙ୍କଟରେ ଅମିତାଭ ବଚ୍ଚନ ପଡ଼ିଥିଲେ ସେତେବେଳେ ସୁବ୍ରତ ତାଙ୍କୁ ସହଯୋଗ ହାତ ବଢ଼ାଇଥିଲେ । ସାହାରା ଶ୍ରୀ ଭାବେ ଜଣାଶୁଣା ସୁବ୍ରତଙ୍କ ଅମିତାଭ ବଚ୍ଚନଙ୍କ ସହ ସମ୍ପର୍କ ବେଶ ଗଭୀର । ୯୦ ଦଶକରେ ଅମିତାଭ ଏକ କମ୍ପାନୀ କରିଥିଲେ । ABCL ନାମରେ ଏହି କମ୍ପାନୀ ରହିଥିଲା । ଫିଲ୍ମ ପ୍ରଡକ୍ସନ ଏବଂ ମ୍ୟୁଜିକ ରାଇଟସ ସେଲ ଆଦି କାମ ରହିଥିଲା । ମାତ୍ର ଏହା ଦିନକୁ ଦିନ ଖରାପ ସ୍ଥିତିକୁ ଗତି କରିବା ସହ ବ୍ୟବସାୟରେ ଦେବାଳିଆ ହେବାକୁ ବସିଥିଲେ ଅମିତାଭ ବଚ୍ଚନ । ଋଣଭାର ବଢ଼ି ଯାଇଥିବାବେଳେ ସେ ଚିନ୍ତାରେ ପଡ଼ି ଯାଇଥିଲେ । ଏଭଳି ଏକ ଘଡ଼ିସନ୍ଧି ସମୟରେ ସାହାରା ପାଲଟିଥିଲେ ସୁବ୍ରତ । ବିଗ ବିଙ୍କୁ ଆର୍ଥିକ ସାହାର୍ଯ୍ୟ କରିଥିବା କୁହାଯାଏ ।

ହକି ପରେ ଫୁଟବଲରେ ଚମକିବ ଓଡ଼ିଶା

ଭୁବନେଶ୍ବର: ହକି ପରେ ଫୁଟବଲରେ ଚମକିବ ଓଡ଼ିଶା। ନଭେମ୍ବର ୨୧ରେ ଭୁବନେଶ୍ବରଲେ ପ୍ରତିଷ୍ଠା ହେବ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଭୁବନେଶ୍ବରରେ ଏହି ଏକାଡେମି ପାଇଁ ଓଡ଼ିଶା ଉତ୍ସାହିତ। ଓଡ଼ିଶା AIFF ସହବନ୍ଧିତ ହୋଇ ସର୍ବୋତ୍କୃଷ୍ଟ ବ୍ୟବସ୍ଥା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଫିଫା ପ୍ରତିଭା ବିକାଶ ଯୋଜନାରେ ଏହା କାମ କରିବ । ଏହାକୁ ଉଦଘାଟନ କରିବେ ଫିଫାର ଗ୍ଲୋବାଲ ଫୁଟବଲ୍ ଡେଭଲପମେଣ୍ଟ ମୁଖ୍ୟ ଆର୍ସେନି ଓ୍ବେଙ୍ଗର।। ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ ପ୍ରତିଷ୍ଠା ଦ୍ବାରା ଭାରତରେ ଫୁଟବଲ ପ୍ରତି ଆଗ୍ରହ ରଖୁଥିବା ଖେଳାଳି ମାନଙ୍କୁ ସୁଯୋଗ ମିଳିବ । ଭାରତରେ ଫୁଟବଲର ବିକାଶ ପାଇଁ ଏହା ଏକ ବଡ଼ ବୁଷ୍ଟ ହେବ । ଏଥିପାଇଁ ଭୁବନେଶ୍ବରକୁ ଭେନ୍ୟୁ ଭାବେ ବାଛି ଥିବାରୁ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନକୁ ଧନ୍ୟବାଦ ଜଣାଇଛନ୍ତି ଭିନିଲ କ୍ରୀଷ୍ଣା ।

ଚିନ୍ତାରେ ସାହାରା ଜମାକାରୀ; ଫେରିବ ନା ବୁଡିଯିବ ଟଙ୍କା ?

ନୂଆଦିଲ୍ଲୀ : ସାହାରା ଇଣ୍ଡିଆ ଗ୍ରୁପର ମୁଖ୍ୟ ସୁବ୍ରତ ରାୟଙ୍କ ମଙ୍ଗଳବାର ରାତିରେ ମୃତ୍ୟୁ ହୋଇଛି । ଅନେକ ଦିନ ଧରି ଅସୁସ୍ଥ ଥିବା ସୁବ୍ରତ  ମୁମ୍ୱାଇର ଏକ ହସ୍ପିଟାଲରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସାମହାରା ଗ୍ରୁପର ମୁଖିଆଙ୍କ ନିଧନ ପରେ ଏବେ ଚିନ୍ତାରେ ଲକ୍ଷ ଲକ୍ଷ ନିବେଶକାରୀ । ସମସ୍ତଙ୍କ ମନରେ ଖାଲି ଗୋଟିଏ ପ୍ରଶ୍ନ କି, ଏବେ ସେମାନଙ୍କ ସଞ୍ଚୟ ରାଶିର କ’ଣ ହେବ ? ଦୀର୍ଘଦିନ ଧରି ସେମାନେ ନିବେଶ କରିଥିବା ଟଙ୍କା କ’ଣ ବୁଡିଯିବ ନା ଫେରି ପାରିବେ ?

ଏବେ ନିବେଶକାରୀଙ୍କ ସହିତ କ’ଣ ହେବ ? 

ସୁବ୍ରତ ରାୟଙ୍କ ମୃତ୍ୟୁ ନିବେଶକାରୀଙ୍କୁ ଏକ ବଡ଼ ଝଟକା ଦେଇଛି । ସୂଚନା ଅନୁସାରେ, ସାହାରା ଗ୍ରୁପର ମୁଖ୍ୟଙ୍କ ପରଲୋକ ପରେ ରିଫଣ୍ଡର ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେବ ନାହିଁ  । କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ସାହାରା କମ୍ପାନୀକୁ ନିବେଶକଙ୍କ ବୁଡିଯାଇଥିବା ଟଙ୍କା ଫେରସ୍ତ କରିବା ପାଇଁ ଏକ ପୋର୍ଟାଲ ଲଞ୍ଚ କରିଥିଲେ , ଯାହା ସାହାଯ୍ୟରେ ନିବେଶକାରୀଙ୍କୁ ସେମାନଙ୍କ ବିନିଯୋଗ ଟଙ୍କା ଫେରସ୍ତ କରାଯାଉଛି ।

ପୋର୍ଟାଲ ମାଧ୍ୟମରେ ଫେରସ୍ତ କରାଯିବ ଜମା ଟଙ୍କା :

ସୁପ୍ରିମକୋର୍ଟ ୨୦୧୯ ମସିହାରେ ସାହାରା ନିବେଶକମାନଙ୍କ ସପକ୍ଷରେ ସାନ୍ତ୍ୱନାମୂଳକ ରାୟ ଘୋଷଣା କରିଥିଲେ ଏବଂ ସୁଧ ସହିତ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରୁ ପ୍ରାୟ ତିନି କୋଟି ନିବେଶକ ଉପକୃତ ହେବେ। କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ସାହାରା ରିଫଣ୍ଡ ପୋର୍ଟାଲ https://mocrefund.crcs.gov.in/ ଆରମ୍ଭ କରିଛନ୍ତି। ଏହି ପୋର୍ଟାଲ ମାଧ୍ୟମରେ ସାହାରା ନିବେଶକମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯାଉଛି।

କେମିତି ମିଳିବ ସହାରାରୁ ରିଫଣ୍ଡ ?

ସାହାରା ଗ୍ରୁପର ୪ଟି କେରେଟିଭ ସୋସାଇଟି ପାଖରେ ନିବେଶମାନଙ୍କ ଟଙ୍କା ଫସି ରହିଛି  । ହେଲେ ନିବେଶକମାନେ ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ଆବେଦନ କରି ସେମାନଙ୍କର ଟଙ୍କା ଫେରସ୍ତ ପାଇପାରିବେ । ଫେରସ୍ତ ପାଇଁ, ନିବେଶକମାନଙ୍କୁ କେବଳ ଅନଲାଇନ୍ ମାଧ୍ୟମରେ  ଆବେଦନ କରିପାରିବେ ଏବଂ ସେଥିରେ ଆବଶ୍ୟକ ଡକ୍ୟୁମେଣ୍ଟ୍ ଏବଂ ରସିଦ ଅପଲୋଡ୍ କରିବାକୁ ପଡିବ  । ଯାଞ୍ଚ ପରେ, ନିବେଶକମାନେ ସେମାନଙ୍କର ଫେରସ୍ତ ପାଉଛନ୍ତି । ସରକାର ନିବେଶକମାନଙ୍କୁ କିସ୍ତିରେ ଟଙ୍କା ଫେରସ୍ତ କରୁଛନ୍ତି ଏବଂ  ଏହି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା ଅଟେ  । ଯଦି ନିବେଶକ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସେ ଟୋଲ୍ ଫ୍ରି ନମ୍ବର (1800 103 6891/1800 103 6893) ରେ ଯୋଗାଯୋଗ କରିପାରିବେ |

ବିଶ୍ବକପରେ ରୋହିତଙ୍କ ନୂଆ କିର୍ତ୍ତୀମାନ

ମୁମ୍ବାଇ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବିଶ୍ବକପରେ ରଚିଛନ୍ତି ନୂଆ ଇତିହାସ । ଓ୍ବେଷ୍ଟଇଣ୍ଡିଜର ଭେଟେରାନ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି ହିଟମ୍ୟାନ୍ । କ୍ରିସ ଗେଲ ବିଶ୍ବକପରେ ୪୯ ଛକା ମାରିଥିବାବେଳେ ରୋହିତ ଶର୍ମା ୫୧ ଛକା ମାରିଛନ୍ତି । ମୁମ୍ବାଇରେ ଖେଳା ଯାଉଥିବା ସେମିଫାଇନାଲରେ ଏହି କିର୍ତ୍ତୀମାନ ଅର୍ଜନ କରିଛନ୍ତି ରୋହିତ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୪ ଛକା ମାରିଥିବାବେଳେ ୪୭ ରନ କରି ଆଉଟ ହୋଇଛନ୍ତି ରୋହିତ । ସେପଟେ ବିଶ୍ବକପରେ ସର୍ବାର୍ଧିକ ଛାକା ମାରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ମ୍ୟାକ୍ସଓ୍ବେଲ । ସେ ୪୩ ଛକା ମାରିଛନ୍ତି । ଚଳିତ ବିଶ୍ବକପରେ ସେ ଦମଦାର ଫର୍ମରେ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ତାଙ୍କ ପ୍ରଦର୍ଶନ ବେଶ ଆକର୍ଷଣୀୟ ଥିଲା । ଚତୁର୍ଥ ସ୍ଥାନରେ ରହିଛନ୍ତି ଏବି ଡିଭିଲିୟର୍ସ ।

ସୂଚନା ଥାଉକି, ଚଳିତ ବିଶ୍ବକପରେ ଭାରତ ଅପରାଜେୟ ରହିଥିବାବେଳେ ସେମିରେ ନ୍ୟୁଜିଲାଣ୍ଡକୁ ଭେଟୁଛି । ଭାରତ ବ୍ୟାଟିଂ ଆରମ୍ଭ ଭଲ ଚାଲିଛି । ଦଳ ବିଶାଳ ସ୍କୋର ଅଭିମୁଖେ ଗତି କରୁଛି । ତେବେ ରୋହିତ ଶର୍ମାଙ୍କ ଅଧିନାୟକ ସାଙ୍ଗକୁ ଲଢ଼ୁଆ ବ୍ୟାଟିଂ ଦଳକୁ ଶକ୍ତିଶାଳି କରିଛି । ୫ଶହରୁ ଅଧିକ ସ୍କୋର କରିସାରିଲେଣି ରୋହିତ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପ୍ରଥମରୁ ଦମଦାର ଆରମ୍ଭ କରିଥିଲେ ହିଟମ୍ୟାନ । ପ୍ରଥମ ଓଭରରୁ ପ୍ରହାର ଆରମ୍ଭ କରିଥିବା ରୋହିତ ୪୭ ରନ କରି ଆଉଟ ହୋଇଥିଲେ ।

ହରିୟାଣାରେ ଏକ ମାଂସ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ୨୪ ଶ୍ରମିକ ଅସୁସ୍ଥ

ନନ୍ଦିଘୋଷ ବ୍ୟୁରୋ : ହରିୟାଣାରେ ଏକ ମାଂସ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ହୋଇ ୨୪ ଶ୍ରମିକ ଅସୁସ୍ଥ। ନାଇଟ୍ରୋଜେନ ଗ୍ୟାସ ଲିକ୍ ହେବାକୁ ଶ୍ରମିକ ଅସୁସ୍ଥ ହୋଇ ପଡିଥିଲେ  । ହରିୟାଣା ନୁହ ଜିଲ୍ଲାର ମାଣ୍ଡିଖେଡା ଗାଁର ଥିବା ମାଂସ କରାଖାନାରେ ନାଇଟ୍ରୋଜେନ ଗ୍ୟାସ ହୋଇଥିଲା। ସମସ୍ତ ଗୁରୁତରଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁଗ୍ରାମ ଅଲୱର ରାଷ୍ଟ୍ରୀୟ ରାଜମାର୍ଗ ମାଣ୍ଡଖେଡା ଏଲେନା ବଜାରରେ। ଗ୍ୟାସ ଲିକ ଯୋଗୁଁ ଶ୍ରମିକ ମାନେ ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହ଼ଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ଅନେକ ମହିଳା ମଧ୍ୟ ସାମିଲ ଅଛନ୍ତି। ତେବେ କେଉଁ ପରିସ୍ଥିତିରେ ଗ୍ୟାସ ଲିକ୍ ହେଲା କାରଣ ଅସ୍ପଷ୍ଟ ରହିଛି । ମାମଲାର ତଦନ୍ତ କରୁଛି ସ୍ଥାନୀୟ ପୋଲିସ ।

ଆର୍ଥିକ ପରିଚାଳନାରେ ସାରା ଦେଶ ପାଇଁ ଉଦାହରଣ ପାଲଟିଛି ଓଡ଼ିଶା

ଭୁବନେଶ୍ୱର : ପୁଣି ରୋଲ୍‌ ମଡେଲ୍‌ ହେଲା ଓଡ଼ିଶା । ଆର୍ଥିକ ପରିଚାଳନାରେ ସାରା ଦେଶ ପାଇଁ ଉଦାହରଣ ପାଲଟିଛି ରାଜ୍ୟ । ନୂଆ ଓଡ଼ିଶା, ରୂପାନ୍ତରିତ ଓଡ଼ିଶା, ନବୀନ ଓଡ଼ିଶାର ଆଉ ଏକ ସଫଳତା ସାମ୍ନାକୁ ଆସିଛି । ସାରା ଦେଶରେ ରାଜସ୍ବ ବଳକା ଭାବେ ଏକ ନମ୍ବର ହୋଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା ଓ ଫାଇଭ୍‌ ଟି ସଂସ୍କାରର ଫଳସ୍ବରୂପ ଏହା ସମ୍ଭବ ହୋଇପାରିଛି । ୨୦୨୧-୨୨ ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶା ୧ ନମ୍ବର ରାଜ୍ୟ ଭାବେ ୪୩ ହଜାର ୪୭୧ କୋଟି ଟଙ୍କାର ରାଜସ୍ବ ବଳକା ପାଇଛି । ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା, ଆସାମା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଏହି ସବୁ ରାଜ୍ୟ ରାଜସ୍ବ ନିଅଣ୍ଟରେ ଚାଲୁଛନ୍ତି । ରାଜସ୍ବ ବଳକାରେ ଓଡ଼ିଶା ପଛକୁ ବିଜେପି ଶାସିତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଓ କଂଗ୍ରେସ ଶାସିତ ଝାଡଖଣ୍ଡ, ଛତିଶଗଡ଼ ଅଛନ୍ତି ।  Odisha's Economy Rebounds At 10.1% Growth In 2021-22: Economic Survey |  Odisha

ରାଜ୍ୟର ଆର୍ଥିକ ପରିଚାଳନାକୁ କେନ୍ଦ୍ର ସରକାର ଓ ନୀତି ଆୟୋଗ ଲଗାତର ଭାବେ ପ୍ରଶଂସା କରି ଆସୁଛନ୍ତି । ଓଡ଼ିଶା ଏବେ ଦେଶର ଆର୍ଥିକ ଶକ୍ତି ଭାବେ ଉଭା ହୋଇଛି । ରାଜ୍ୟ ସରକାର ନିଜସ୍ବ ସମ୍ବଳରେ ଅନେକ କିଛି ଜନ ହିତକର ଯୋଜନା କରିବାରେ ସକ୍ଷମ ହୋଇପାରୁଛନ୍ତି । ରାଜ୍ୟର ରୂପାନ୍ତରଣରେ ଏହାର ରହିଛି ବଳିଷ୍ଠ ଯୋଗଦାନ । ସାଂସ୍କୃତିକ ପ୍ରାଣକେନ୍ଦ୍ର, ସ୍କୁଲ୍‌, ପାନୀୟ ଜଳ, ଜଳସେଚନ, ଚାଷୀ, ମିଶନ ଶକ୍ତି, ସ୍ବାସ୍ଥ୍ୟସେବା, ଗ୍ରାମାଞ୍ଚଳ ବିକାଶ ଇତ୍ୟାଦିରେ ବ୍ୟାପକ ଉନ୍ନତି ଆସିପାରିଛି  । ଏଥିସହ ପ୍ରାୟ କେନ୍ଦ୍ରୀୟ ସ୍କିମ୍‌ରେ ନିଜ ଭାଗ ଅର୍ଥ ବାଦ୍‌ ଜମି ଓ ପ୍ରଶାସନିକ ଖର୍ଚ୍ଚ ବାବଦରେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ।

ବିସିସିଆଇ ବିରୋଧରେ ପିଚ୍ ବଦଳ ଅଭିଯୋଗ,ଜବାବ ମାଗିଲା ଆଇସିସି

ନୂଆଦିଲ୍ଲୀ : ଆଉ କିଛି ସମୟ ପରେ ଆରମ୍ଭ ହେବ  ଭାରତ – ନ୍ୟୁଜିଲ୍ୟାଣ୍ଡ  ମଧ୍ୟରେ ସେମିଫାଇନାଲ ମ୍ୟାଚ୍ । ଏହା ପୂର୍ବରୁ ମୁମ୍ବାଇର ୱାଙ୍ଖଡେ ପିଚ୍ ବଦଳାଯିବା କଥା ସାମ୍ନାକୁ ଆସିଛି । ଏକ ମିଡିଆ ରିପୋର୍ଟ ଅନୁଯାୟୀ ଅପରାହ୍ନ ୨ଟାରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚ ପାଇଁ ଚୟନ ହୋଇଥିବା ପିଚ୍ ବଦଳରେ ଅନ୍ୟ ଏକ ପିଚରେ ମ୍ୟାଚ୍ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି ।

ରିପୋର୍ଟ ଅନୁଯାୟୀ ପ୍ରଥମେ ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମର ୭ନଂ ପିଚରେ ଖୋଳାଯିବ ବୋଲି ଚୟନ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏହା ୬ନଂ ପିଚରେ ଖେଳାଯିବ ବୋଲି ନଷ୍ପତ୍ତି  ନିଆଯାଇଛି  । ୭ନଂ ପିଚ୍ ତାଜା ଥିଲା ଏବଂ ଏହା ଦ୍ରୁତ ବେଲୋରମାନଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଥିଲା  । ଅନ୍ୟପଟେ ପୂର୍ବରୁ ଟୁର୍ନାମେଣ୍ଟର ୨ଟି ମ୍ୟାଚ୍ ୬ନଂ ପିଚରେ ଖେଳାଯାଇ ସାରିଛି, ସେଥିପାଇଁ ସ୍ପିନର୍ସଙ୍କୁ ଏହା ସାହାୟକ ହୋଇପାରେ ବୋଲି ଆଶା କରାଯାଉଛି । ହେଲେ ରାତାରାତି ପିଚ୍ ବଦଳ ପାଇଁ ବିସିସିଆଇ ଉପରେ ବଡ଼ ଅଭିଯୋଗ ଲାଗିଛି । ଯାହାର ଜବାବ ମାଗିଛି ଆଇସିସି ।

ବିସିସିଆଇ ଉପରେ କାହିଁକି ଲାଗିଲା ଅଭିଯୋଗ :
ବିସିସିଆଇ ଉପରେ ଏହା ଅଭିଯୋଗ ହୋଇଛି ଯେ, ଏହା ସେ ଭାରତୀୟ ଦଳକୁ ସୁହାଇବା ଭଳି ପଚ୍ ସ୍ଥିର କରାଯାଇଛି । ହେଲେ ବିସିସିଆଇକୁ ଉତ୍ତର ମାଗଯାଇଛି ଏବଂ ଉତ୍ତର ଆସିବା ପରେ ଆଇସିସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣେ ଅଧକାରୀ କହିଛନ୍ତି  । କିନ୍ତୁ ଅନ୍ୟପଟେ ବିସିସିଆଇ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଜଣେ ବୋର୍ଡ ଅଧିକାରୀଙ୍କ ମତରେ, ବିଶ୍ୱକପ୍‌ର ପ୍ରତ୍ୟେକ ମ୍ୟାଚ୍‌ର ପିଚ୍‌ ଆଇସିସି ପରାମର୍ଶଦାତାଙ୍କ ଉପସ୍ଥିତିରେ ସ୍ଥିର ହୋଇଛି। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ କେଉଁ ଗ୍ରାଉଣ୍ଡରେ କେଉଁ ସଂଖ୍ୟକ ପିଚ୍ ବ୍ୟବହାର କରାଯିବ ତାହା ସ୍ଥିର ହୋଇଛି। ପିଚରେ କେତେ ଘାସ ବାକି ରହିବ ତାହା ମଧ୍ୟ ଆଇସିସି ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସ୍ୱୀକାର କରିଛନ୍ତି କି, ସେମାନଙ୍କୁ ଭାରତୀୟ ଦଳର ପିଚ୍ ଚୟନ ବିଷୟରେ ସୂଚନା ଦିଆଯାଇଥିଲା। ଏମସିଏ ଅଧିକାରୀ କହିଛନ୍ତି, ଭାରତୀୟ ଦଳ ଏହି ମ୍ୟାଚରେ ସ୍ଲୋ ପିଚ୍ ଚାହୁଁଛି, ତେଣୁ ଘାସକୁ ହଟାଇ ଦିଆଯାଇଛି ।

ଆଇସିସି ନିୟମ କଣ କହୁଛି:
ଆଇସିସିର ନିୟମ ଅନୁଯାୟୀ, ଯେକୌଣସି ମ୍ୟାଚ୍ ପାଇଁ ପିଚ୍ ବାଛିବାର ଅଧିକାର ଗ୍ରାଉଣ୍ଡ ଅଥୋରିଟିଙ୍କର ରହିଛି । ଏହି ମାମଲରେ ଗ୍ରାଉଣ୍ଡ ଅଥୋରିଟି ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଦିଆଯାଇଛି । କିନ୍ତୁ ପ୍ଲେଇଂ କଣ୍ଡିସନରେ ପିଚର ସ୍ଥିତି କିପରି ରହିବା ଦରକାର ଏହା କୌଣସି ନିୟମ ବା କେଉଁଠାରେ ବି ଉଲ୍ଲେଖ କରାଯାଇ ନାହିଁ । ଯେତେବେଳେ ଖେଳ ଆରମ୍ଭ ହୋଇଯାଏ ସେବେ ପିଚର ପୁରା ନିୟନ୍ତ୍ରଣ ଅମ୍ପାୟରଙ୍କ ହାତରେ ରୁହେ ।

ୱାଙ୍ଖଡେ ଷ୍ଟାଡିୟମରେ ODI ମ୍ୟାଚ୍ ରେକର୍ଡ
ୱାଙ୍ଖଡେ ଷ୍ଟାଡିୟମର ପିଚ୍ ବ୍ୟାଟିଂକୁ ସୁହାଇବା ପରି ପିଚ୍ ଅଟେ । ଚଳିତ ବର୍ଷ ଟୁର୍ନାମେଣ୍ଟର ପଞ୍ଚମ ତଥା ଶେଷ ମ୍ୟାଚ୍ ଏହି ଷ୍ଟାଡିୟମରେ ଖେଳାଯିବ  । ଏଠାରେ ଏହି ବିଶ୍ୱକପ୍‌ର ୪ଟି ମ୍ୟାଚ ମଧ୍ୟରୁ ୩ଟି ପ୍ରଥମେ ବ୍ୟାଟିଂ ଦଳ ଜିତିଛି । ୱାଙ୍ଖଡେରେ ଏପର୍ଯ୍ୟନ୍ତ ମୋଟ ୨୭ଟି ODI ମ୍ୟାଚ୍ ଆୟୋଜନ କରାଯାଇଛି | ଏଥିରେ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବା ଦଳ ୧୪ ଟି ମ୍ୟାଚ୍ ଏବଂ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦଳ ୧୩ଟି ମ୍ୟାଚ୍ ଜିତିଛନ୍ତି । ଏଠାରେ ସର୍ବାଧିକ ଦଳ ସ୍କୋର ହେଉଛି ୪୩୮, ଏବଂ ସର୍ବନିମ୍ନ ସ୍କୋର ହେଉଛି ୫୫ ରନ୍ ।