ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ ମନା କରିଥିବା ନୀତିଶ କୁମାରଙ୍କୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ

1 min read

ନୂଆଦିଲ୍ଲୀ: ନିକଟରେ ଇଣ୍ଡିଆ ମେଣ୍ଟର ବୈଠକ ବସିଥିବାବେଳେ ଆସନକୁ ନେଇ ବୁଝାବଣା ହୋଇଛି । ତେବେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମେଣ୍ଟର ସଂଯୋଜକ ହେବାକୁ ମନା କରିଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ NDA ରେ ନୀତିଶ କୁମାର ସାମିଲ ହେବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି, ଇଣ୍ଡିଆ ମେଣ୍ଟରେ କୌଣସି ଅସୁବିଧା ନାହିଁ । ଆମେ ନିର୍ବାଚନ ଭଲଭାବେ ଲଢ଼ିପାରିବୁ । ଏବଂ ଜତିବୁ ମଧ୍ୟ । ଭାରତ ନ୍ୟାୟ ଯୋଡ଼ୋ ଯାତ୍ରା ସମୟରେ ନାଗାଲାଣ୍ଡରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଇଣ୍ଡିଆ ମେଣ୍ଟ ଏବେ ଭଲ ସ୍ଥିତିରେ ଅଛି । ଆସନ ବାଣ୍ଟିବା ସମ୍ପର୍କରେ ଆମର ସମସ୍ତ ଦଳ ସହ ଆଲୋଚନା ହୋଇଛି । ଆମେ ନିର୍ବାଚନ ଜିତିବୁ ଏବଂ ବିଜେପିକୁ ହଟାଇବୁ ବୋଲି କହିଛନ୍ତି ରାହୁଲ ।