ହନିମୁନ ଯାଉଥିଲେ ପାଇଲଟଙ୍କ ଉପରକୁ ହାତ ଉଠାଇଥିବା ଯାତ୍ରୀ, ଜାଣନ୍ତୁ ସେ କିଏ?

1 min read

ନୂଆଦିଲ୍ଲୀ: ଇଣ୍ଡିଗୋ ଫ୍ଲାଇଟରେ ପାଇଲଟଙ୍କ ଉପରକୁ ହାତ ଉଠାଇଥିବା ଯାତ୍ରୀ ସାହିଲ କାଟାରିଆ କ୍ଷମା ମାଗିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରବିବାର ଅପରାହ୍ନରେ ଏହି ଘଟଣା ଘଟିଥିଲା । ସେଦିନ ବିମାନବନ୍ଦରରେ ଘନ କୁହୁଡି ଥିଲା ଏବଂ ସକାଳ ୫ ରୁ ୧୦ଟା ପର୍ଯ୍ୟନ୍ତ ବିମାନବନ୍ଦରରେ ଦୃଶ୍ୟମାନ କ୍ଷମତା ଜିରୋ ଥିଲା। ଏହି କାରଣରୁ ୪ଶହରୁ ଅଧିକ ବିମାନ ବିଳମ୍ବ ହୋଇଥିଲା। ସାହିଲଙ୍କ ବିମାନ ମଧ୍ୟ ବହୁତ ବିଳମ୍ବ ହୋଇଥିଲା। ସେ ତାଙ୍କ ପତ୍ନୀଙ୍କ ସହ ହନିମୁନ୍‌ ପାଇଁ ଗୋଆ ଯାଉଥିଲେ। ତାଙ୍କର ବିମାନ ସକାଳ ୭:୪୦ରେ ଉଡ଼ାଣ ଭରିବାର ଥିଲା କିନ୍ତୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣ କରିନଥିଲା। ଏହା ପରେ କ୍ରୋଧିତ ସାହିଲ ସହ-ପାଇଲଟ୍ ଅନୁପ କୁମାରଙ୍କୁ ଚାପୁଡ଼ା ମାରିଥିଲେ

ସାହିଲଙ୍କ ବିମାନ ମଧ୍ୟ ୧୨ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା।  ଏହି କ୍ରୋଧରେ ସେ ପାଇଲଟଙ୍କ ଉପରକୁ ହାତ ଉଠାଇଥିଲେ । ୨୮ ବର୍ଷିୟ କାଟାରିଆଙ୍କୁ ଗିରଫ କରାଯାଇଥିଲା। ତେବେ ସେ ତୁରନ୍ତ ଜାମିନ ମଧ୍ୟ ପାଇଛନ୍ତି। କାଟାରିଆଙ୍କୁ ନୋ-ଫ୍ଲାଏ ତାଲିକାରେ ରଖାଯାଇ ନାହିଁ କିନ୍ତୁ କିଛି ବିଶେଷଜ୍ଞ କହିଛନ୍ତି ଯେ, ତାଙ୍କୁ ନୋ-ଫ୍ଲାଏ ତାଲିକାରେ ରଖାଯିବା ଉଚିତ।

ଅନ୍ୟ ଏକ ଭିଡିଓରେ କାଟାରିଆ ତାଙ୍କ ପତ୍ନୀଙ୍କ ସହ ବିମାନରୁ ଓହ୍ଲାଇଥିବାର ନଜର ଆସିଛନ୍ତି। ପରେ ଏକ ଭିଡିଓରେ ସେ ହାତ ଯୋଡ଼ି କ୍ଷମା ମାଗୁଥିବା ନଜର ଆସିଛନ୍ତି। ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ଡିସିପି ଦେବେଶ କୁମାର କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା ଏବଂ ବିମାନ ନିୟମର ଧାରା 3୨୩ (ଆଘାତ ସୃଷ୍ଟି), ୩୪୧ (ଖରାପ କାର୍ଯ୍ୟକଳାପ) ଏବଂ ୨୯୦ (ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି) ଅନୁଯାୟୀ ମାମଲା ରୁଜୁ କରାଯାଇଛି ।