ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ଗାଇଲେ ଜଗନ୍ନାଥ ଭଜନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ଜଗନ୍ନାଥମନସ୍କ ସାରାଦେଶ । ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ଗାଇଲେ ଜଗନ୍ନାଥ ଭଜନ । ତାଙ୍କ କଣ୍ଠରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଭଜନ ପ୍ରତିଟି ଓଡ଼ିଆଙ୍କ ଭାବାବେଗକୁ ଯୋଡ଼ୁଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଉଲ୍ଲେଖ କରିଛନ୍ତି । ନବୀନ କହିଛନ୍ତି, ଭାବ ଓ ଭକ୍ତିରେ ପୂରି ଉଠୁଛି ସାରା ଶ୍ରୀକ୍ଷେତ୍ର। ଏସବୁ ସମ୍ଭବ ହୋଇଛି ତାଙ୍କରି ଇଚ୍ଛାରେ।

ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲଙ୍କ କଣ୍ଠରେ ଭକ୍ତିର ଏ ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ଭାବାବେଗକୁ ଯୋଡୁଛି । ସଂଗୀତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି  । ଶ୍ରୀମନ୍ଦିର ପରିକ୍ରମାଠୁ ଆରମ୍ଭ କରି ମେଘନାଦ ପାଚେରୀ, ବାଇସି ପାହାଚ ଓ ଭକ୍ତଙ୍କୁ ମିଳୁଥିବା ଦିବ୍ୟ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ସେପଟେ ଭଜନଟି ଏକ୍ସରେ ମଧ୍ୟ ଟ୍ରେଣ୍ଡ କରୁଛି । ହ୍ୟାସଟ୍ୟାଗ ଶ୍ରୀମନ୍ଦିର ଖୁସି ଓଡ଼ିଶା ଖୁସି ନାଁରେ ଭଜନ ଟ୍ରେଣ୍ଡ କରୁଛି  ।