ପ୍ରତି +୩ କଲେଜରେ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ

1 min read

ଭୁବନେଶ୍ବର: ପ୍ରତି +୩ କଲେଜରେ ଛାତ୍ରୀମାନଙ୍କ ପାଇଁ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦୦ କଲେଜକୁ ଚିହ୍ନଟ କରାଯାଇଛି । ଯେଉଁଥିରେ ୪୩ ସରକାରୀ କଲେଜ ଥିବାବେଳେ ୧୫୨ ଟି ଏଡେଡ କଲେଜ ସାମିଲ ଅଛି । କଲେଜ ଗୁଡ଼ିକରେ ସେଲଫ୍ ଡିଫେନସ୍ କ୍ଲବ୍ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେଲଫ୍ ଡିଫେନସ୍ କ୍ଲବର ସଂଯୋଜକ ନିଯୁକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉପ-ସଚିବଙ୍କ ପକ୍ଷରୁ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି । ଏଥିସହ ସଂଯୋଜକଙ୍କ ନାଁ ସମେତ କଲେଜ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଆସନ୍ତା ଜାନୁଆରୀ ୨୨ ସୁଦ୍ଧା ଏକ ନିର୍ଦ୍ଧାରିତ ଫର୍ମାଟରେ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଦ୍ବନ୍ଦ୍ବ ଉପୁଜିଲେ, ସେଲଫ୍ ଡିଫେନସ୍ କ୍ଲବj ରାଜ୍ୟ ଉପଦେଷ୍ଟା ଡକ୍ଟର ନିବେଦିତା ଜେନାଙ୍କୁ ଯୋଗାଯୋଗ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।