କଳାହାଣ୍ଡି: ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଜାଳିଦେଲେ ଦୁର୍ବୃତ୍ତ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କସାକେନ୍ଦୁ ଅଞ୍ଚଳରେ ଘଟିଛି ଏଭଳି ବୀଭତ୍ସ କାଣ୍ଡ । ଗୁରୁତର ଯୁବକ ହେଲେ ଅଞ୍ଜନ ପାଢ଼ୀ । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ଅନୁସାରେ ଅଞ୍ଜନ ଜଣେ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଧାର ଦେଇଥିଲେ । ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଟଙ୍କା ଫେରସ୍ତ ଦେଉନଥିଲେ । ଗତକାଲି ବିଳମ୍ବିତ ଧାର ଟଙ୍କା ଫେରାଇବାକୁ କହି ଅଭିଯୁକ୍ତ ଅଞ୍ଜନଙ୍କୁ ଡାକିଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ଅଞ୍ଜନଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ପରିବାର ଲୋକ ଅଞ୍ଜନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ଶୀଘ୍ର ଶେଷ କରିବାକୁଏଏସଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ: ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ଶୀଘ୍ର ଶେଷ କରିବାକୁଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ପାଇବା ପରେ ଶ୍ରୀମନ୍ଦିର ଭିତରେ ମରାମତି କାର୍ଯ୍ୟ କରିବାକୁ ଏଏସଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତେବେ ବର୍ତମାନ ମହାକାର୍ତ୍ତିକ ମାସ ଚାଲିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ଼ ଯୋଗୁ ଶ୍ରୀମନ୍ଦିର ଭିତରେ ନିର୍ମାଣ କାର୍ଯ୍ୟ କିପରି କରାଯିବ ସେନେଇ ଆଜି ଅପରାହ୍ନରେ ଏକ ଗୁରୁତ୍ବପୂର୍ଣ ବୈଠକ ଡକାଯାଇଛି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକଙ୍କ ଅଧକ୍ଷତାରେ ବସିବାକୁ ଥିବା ବୈଠକରେ ପରିଚାଳନା କମିଟି ସଦସ୍ୟ ଓ ଅନ୍ୟାନ୍ୟ ଛତିଶା ନିଯୋଗ ସଦସ୍ୟ, ପାଳିଆ ସେବାୟତ, ଶ୍ରୀମନ୍ଦିର କୋର କମିଟି ସଦସ୍ୟ ଓ ଏଏସଆଇ ଅଧିକାରୀ ଉପସ୍ଥିତ ରହିବେ । ମରାମତି କାର୍ଯ୍ୟ କିଭଳି କରାଯିବ ଏବଂ ଏହି ସମୟରେ ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ ବୈଠକରେ ଆଲୋଚନା କରାଯିବ।
ସତ ହେଲା ସ୍ବପ୍ନ, ଭାଇରାଲ ହେଉଛି ସାମିଙ୍କୁ ୭ ଓ୍ବିକେଟ ମିଳିବା ନେଇ ପୂର୍ବରୁ କରିଥିବା ଟ୍ବିଟ୍
ମୁମ୍ବାଇ: ବୁଶ୍ବକପର ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ ଦେଇ ଫାଇନାଲରେ ପ୍ରବେଶ କରିଛି ଭାରତ। ଘାତକ ବୋଲିଂ କରି ୭ ଓ୍ବିକେଟ ଅକ୍ତିଆର କରିଛନ୍ତି ମହମ୍ମଦ ସାମି । ସାରା ବିଶ୍ବରେ ଏବେ ସାମିଙ୍କ ସଫଳତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସାମି ୭ ଓ୍ବିକେଟ ଅକ୍ତିଆର କରିବେ। ଏନେଇ ଜଣେ ୟୁଜର୍ସ ପୂର୍ବରୁ ଟ୍ବିଟରରେ ପୋଷ୍ଟ କରିଥିଲେ। ସେ ସ୍ବପ୍ନ ଦେଖିଥିଲେ କି, ସାମି ବିଶ୍ବକପ ସେମିଫାଇନାଲରେ ୭ ଓ୍ବିକେଟ ନେବେ ଏବଂ ଭାରତ ନିଶ୍ଚିତ ଜିତିବ । ଯାହାକୁ ନେଇ ସେ ଟ୍ବିଟ (ଏକ୍ସ) ରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ମଜାଳିଆ କମେଣ୍ଟମାନ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଡନ୍ ମାଟେଓ ନାମକ ଜଣେ ୟୁଜର୍ସ ପୋଷ୍ଟ କରି ସ୍ବପ୍ନ କଥା ମ୍ୟାଚର ଗୋଟିଏ ଦିନ ପୂର୍ବରୁ ପୋଷ୍ଟ କରିଥିଲେ । ଆଉ ଏବେ ଏହା ସହରେ ପରିଣତ ହୋଇଛି । ଆଉ ଭାରତ ବିଜୟର ମୁଖ୍ୟ ହିରୋ ପାଲଟିଛନ୍ତି ସାମି । ତେବେ ନଜର ପକାନ୍ତୁ ଏହି ପୋଷ୍ଟ ଏବଂ ବିଭିନ୍ନ ୟୁଜର୍ସଙ୍କ କମେଣ୍ଟ ଉପରେ..
Saw a dream where Shami took 7 wickets in the semi final ☠️
— Don Mateo (@DonMateo_X15) November 14, 2023
Please take a good nap and dream about my future.
— Soni Raj Singh (@SoniDreams_) November 15, 2023
https://twitter.com/iiiushiii/status/1724836145538764885?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1724836145538764885%7Ctwgr%5E166408ed5b303680d914e01919773f96c9467f39%7Ctwcon%5Es1_&ref_url=https%3A%2F%2Fwww.thelallantop.com%2Fsports%2Fpost%2Fviral-tweet-about-indian-cricketer-mohammed-shami-took-7-wickets-in-semi-final
bhai dream about ITC touching 1000 today
— babu bisleri (@baabuOP) November 15, 2023
ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ
ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ । ଗତ ୬ ଘଣ୍ଟାଧରି ୧୮କିଲୋମିଟର ବେଗରେ ଗତିକରୁଛି ଅବପାତ । ପାରାଦୀପର ଦକ୍ଷିଣରେ ୩୮୦କିମି ଦୂରରେ ଏହାର ଅବସ୍ଥିତି ରହିଛି । ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ନେଇପାରେ ବାତ୍ୟାର ରୂପ । ବାତ୍ୟାର ନାଁ ରହିବ ମିଢିଲି । ଏହାର ନାମକରଣ କରିଛି ମାଲଦୀପ । ବାଂଲାଦେଶରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । କାଲି ସକାଳେ ଗଭୀର ଅବପାତ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ । ଫଳରେ ସମୁଦ୍ର ଅଶାନ୍ତରୁ ତୀବ୍ର ଅଶାନ୍ତ ହେବ । ଏଥିପାଇଁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ପ୍ରବଳ ବର୍ଷାରେ ପ୍ରଭାବିତ ହୋଇପାରେ ଧାନ ଚାଷ । ସେଥିପାଇଁ ଅମଳ ଯୋଗ୍ୟ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି । କୃଷି ବିଭାଗ ସ୍ବତନ୍ତ୍ର ବୈଠକ ଡାକିବା ସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦିଲ୍ଲୀର ବାୟୁ ଗୁଣବତ୍ତାରେ ଆସୁନି ସୁଧାର
ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ଗୁଣବତ୍ତାରେ ଆସୁନି ସୁଧାର। ଦିନକୁ ଦିନ ଉତ୍କଟ ହେଉଛି ସ୍ଥିତି । ଅତ୍ୟନ୍ତ ଖରାପ ବର୍ଗର ଉପରଆଡ଼କୁ ଯାଉଛି ବାୟୁ ପ୍ରଦୂଷଣ । ଦୀପାବଳି ପରେ ବି ଦିଲ୍ଲୀରେ ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ୪୦୦ ଉପରେ ରହୁଛି । ଯାହାକି ଅତ୍ୟନ୍ତ ଖରାପ ବର୍ଗରେ ଆସୁଛି । ଦିଲ୍ଲୀର ଆନନ୍ଦ ବିହାର, ପୁରମ, ପଞ୍ଜାବୀ ବାଗ୍ରେ, ଜାହାଙ୍ଗୀରପୁରୀରେ ସ୍ଥିତି ସଂଗୀନ ହେବାରେ ଲାଗିଛି । ଏନସିଆରରେ ମଧ୍ୟ ବାୟୁର ମାନ ବିପଦପୂର୍ଣ୍ଣ ରହିଛି । କାଲି ପର୍ଯ୍ୟନ୍ତ ରାଜଧାନୀର ଏକ୍ୟୁଆଇ ଅତ୍ୟନ୍ତ ଖରାପ ରହିବ। ପ୍ରଦୂଷଣ ମାତ୍ରା ହ୍ରାସ କରିବାକୁ ୧୩ଟି ହଟସ୍ପଟ ସହରରେ ଅଗ୍ନିଶମ ବାହିନୀ ଜଳ ସିଞ୍ଚନ କରୁଛି । ଏହାସତ୍ତ୍ବେ ପ୍ରଦୂଷଣ ନିୟନ୍ତ୍ରଣକୁ ଆସୁନି।
୪ ଦିନ ପରେ ବି ଟନେଲରୁ ଉଦ୍ଧାର ହୋଇପାରିଲେନି ଶ୍ରମିକ, ଚାଲିଛି ରେସ୍କ୍ୟୁ ଅପରେସନ
ଉତ୍ତରାଖଣ୍ଡ: ୪ ଦିନ ପରେ ବି ଟନେଲରୁ ଉଦ୍ଧାର ହୋଇପାରିନାହାନ୍ତି ଶ୍ରମିକ। ଆଜି ପଞ୍ଚମ ଦିନରେ ଚାଲିଛି ରେସ୍କ୍ୟୁ ଅପରେସନ । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଭୂସ୍ଖଳନ ଯୋଗୁଁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ସମ୍ଭବ ହେଉନାହିଁ । ଗତକାଲି ଷ୍ଟିଲ ପାଇପ ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଇଥିଲା । ମାତ୍ର ତାହା ସଫଳ ହୋଇପାରିନାହିଁ । ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡ଼ାଯାଇଛି।
ଥାଇଲାଣ୍ଡ୍ ଓ ନରଓ୍ବେର ବିଶେଷଜ୍ଞମାନଙ୍କ ସହାୟତା ମଗାଯାଇଛି। ଉଦ୍ଧାରକାରୀ ଦଳର କହିବା ଅନୁସାରେ ୬୦ ମିଟର ଧୂଳିମାଟି ଭିତରୁ ଏ ପର୍ଯ୍ୟନ୍ତ ୨୦ ମିଟର ସଫା କରାଯାଇପାରିଛି। ଆଜି ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ବୋଲି ଆଶା ପ୍ରକାଶ କରାଯାଉଛି। ନୂଆ ଡ୍ରିଲିଂ ମେସିନ୍ ଲଗାଇବା ପାଇଁ ପ୍ଲାଟଫର୍ମ ଲେଭେଲିଂ କାମ ଚାଲିଛି। ପାଇପକୁ ଆବର୍ଜନା ଭିତରକୁ ଠେଲି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି । ୯୦୦ ମିଲିମିଟର ପାଇପ୍ ଶ୍ରମିକମାନଙ୍କ ପାଇଁ ଯଥେଷ୍ଟ ପ୍ରଶସ୍ତ ହେବ। ପ୍ଲାଟଫର୍ମକୁ ସୁଦୃଢ଼ କରିବା ପାଇଁ କଂକ୍ରିଟ କାମ ମଧ୍ୟ ଚାଲିଛି । ଫସିଥିବା ଶ୍ରମିକମାନଙ୍କ ପାଇଁ ଟ୍ୟୁବ୍ ମାଧ୍ୟମରେ ଅକ୍ସିଜେନ୍, ପାଣି, ଖାଦ୍ୟ ପ୍ୟାକେଟ୍ ଏବଂ ଔଷଧ ଯୋଗାଇ ଦିଆଯାଉଛି । ଏବଂ ସମସ୍ତେ ଏବେ ସୁରକ୍ଷିତ ଅଛନ୍ତି। ସେପଟେ ଶ୍ରମିକଙ୍କ ପରିବାର ଘଟଣାସ୍ଥଳରେ ବିକ୍ଷୋଭରେ ବସିଛନ୍ତି ।
ପୁଣି ଟ୍ରେନରେ ଲାଗିଲା ନିଆଁ, ବୈଶାଳୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ
ଉତ୍ତରପ୍ରଦେଶରେ ପୁଣି ଟ୍ରେନରେ ଲାଗିଲା ନିଆଁ । ବୈଶାଳୀ ଏକ୍ସପ୍ରେସରେ ନିଆଁ ଲାଗିଛି। ଦିଲ୍ଲୀରୁ ସହରସା ଯାଉଥିବାବେଳେ ଇଓ୍ବା ନିକଟରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଟ୍ରେନର ଏସ-୬କୋଚର ଟଏଲେଟରେ ନିଆଁ ଲାଗିଛି । ବଗିରେ ନିଆଁ ଲାଗିବାରୁ ୧୯ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ମଧ୍ୟ ଉତ୍ତରପ୍ରଦେଶର ଇଟାଓ୍ବାରେ ଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ୩ଟି ବଗି ଜଳିଯାଇଥିଲା । ଟ୍ରେନରେ ନିଆଁ ଲାଗିବା କ୍ଷଣି ଲୋକେ ଟ୍ରେନରୁ ଡେଇଁ ପଡ଼ିଥିଲେ । ସୌଭାଗ୍ୟବସତଃ ଏଥିରେ କେହି ମୃତାହାତ ହୋଇନଥିଲେ । ଅଗ୍ନିଶମ ବାହିନୀ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥଇଲା ।
ଆଜି ଦ୍ବିତୀୟ ସେମିଫାଇନାଲ, ସାଉଥ ଆଫ୍ରିକାକୁ ଭେଟିବ ଅଷ୍ଟ୍ରେଲିଆ
କୋଲକାତା: ଗୁରୁବାର ବିଶ୍ବକପର ଦ୍ବିତୀୟ ସେମିଫାଇନାଲ। ମୁହାଁମୁହିଁ ହେବେ ସାଉଥ ଆଫ୍ରିକା ଓ ଅଷ୍ଟ୍ରେଲିଆ । ଦିନ ୨ଟାରେ କୋଲକାତାର ଇଡେନଗାର୍ଡେନରେ ହେବ ମହାମୁକାବିଲା । ଲିଗ ପର୍ଯ୍ୟାୟରେ ୯ଟିରୁ ୭ଟିରେ ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିଲା ଦକ୍ଷିଣ ଆପ୍ରିକା । ସମାନ ସଂଖ୍ୟକ ମ୍ୟାଚ ଜିତି ତୃତୀୟ ସ୍ଥାନରେ ରହିଥିଲା ଅଷ୍ଟ୍ରେଲିଆ । ବିଶ୍ବକପରେ ଅଷ୍ଟ୍ରେଲିଆ ୫ ଥର ଟାଇଟଲ ଜିତିଥିବାବେଳେ କେବେବି ବିଶ୍ବକପ ଜିତିନି ଦକ୍ଷିଣ ଆଫ୍ରିକା । ଏଣୁ ପ୍ରଥମଥର କପ ଜିତିବାକୁ ଲକ୍ଷ୍ୟ ରଖିଛି ସାଉଥଆଫ୍ରିକା । ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ମାତ ଦେବାକୁ ପ୍ରସ୍ତୁତ ରହିଛି । ଆଜି ମ୍ୟାଚରେ ଯେଉଁଦଳ ବିଜୟୀ ହେବ ଆସନ୍ତା ରବିବାର ଫାଇନାଲରେ ସେହି ଦଳ ଭାରତ ସହ ବିଶ୍ବକପ ପାଇଁ ମୁକାବିଲା କରିବ । ଉଭୟ ଦଳ ଏବେ ଦମଦାର ଫର୍ମରେ ରହିଥିବାବେଳେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି ।
ନ୍ୟୁଜିଲାଣ୍ଡ-ଭାରତ ସେମିଫାଇନାଲରେ ବନିଲା ୧୮ ବିଶ୍ବ ରେକର୍ଡ
ମୁମ୍ବାଇ: ବୁଧବାର ବିଶ୍ବକପର ସେମିଫାଇନାଲ ମ୍ୟାଚରେ ଭାରତର ଦମଦାର ବିଜୟ ସହ ଫାଇନାଲରେ ପ୍ରବେଶ କରିଛି । ବିରାଟ ଏବଂ ଶ୍ରେୟସଙ୍କ ଶକତୀୟ ପାଳି ସାଙ୍ଗକୁ ରୋହିତଙ୍କ ଧମାକାଦାର ଆରମ୍ଭ । ଗିଲଙ୍କ ଅର୍ଦ୍ଧଶତକୀୟ ପାଳି ସାଙ୍ଗକୁ ସାମିଙ୍କ ଘାତକ ବୋଲିଂ ଭାରତକୁ ଫାଇନାଲରେ ପହଞ୍ଚାଇଛି । ୭୦ ରନରେ ନ୍ୟୁଜିଲାଣ୍ଡକୁ ଭାରତ ପରାସ୍ତ କରିଥିବାବେଳେ ୨୦୧୯ ବିଶ୍ବକପ ସେମିର ବଦଲା ନେଇଛି । ସେଦିନ ଧୋଡ଼ୀଙ୍କ ଆଖିର ସେହି ଲୁହ ଆଜି ସାରା ଭାରତବର୍ଷରେ ଖୁସିର ଲହରୀ ଖେଳାଇ ଦେଇଛି । ଏହି ରୋମାଞ୍ଚକ ମ୍ୟାଚରେ ଅନେକ ବିଶ୍ବ ରେକର୍ଡ ବନିଛି । ଏହି ମ୍ୟାଚରେ ୧୮ଟି ବିଶ୍ବ ରେକର୍ଡ ବନିଛି ।
୧- ୫୦ ଶତକ ମାରି ବିରାଟ ଦିନିକିଆରେ ବିଶ୍ବ ରେକର୍ଡ କରିଛନ୍ତି
୨- ଏହି ମ୍ୟାଚରେ ୩୦ଟି ଛକା ମାରିଛନ୍ତି ଉଭୟ ଦଳ । ବିଶ୍ବକପରେ ସର୍ବାଧିକ ଛକା ହୋଇଥିବା ମ୍ୟାଚର ପଞ୍ଚମ ସ୍ଥାନରେ ରହିଛି ।
୩- ଉଭୟ ଦଳର ସ୍କୋର ମିଶି ୭୨୪ ହୋଇଛି । ସର୍ବାଧିକ ସ୍କୋର ତାଲିକାରେ ତୃତୀୟ ସ୍ଥାନରେ ରହିଛି ଏହି ରନ ।
୪- ଗୋଟିଏ ବିଶ୍ବକପରେ ସର୍ବାଧିକ ମ୍ୟାଚ୍ ଜିତିବା ରେକର୍ଡ । ଭାରତ ଲଗାତାର ୧୦ଟି ଜିତିଛି । ପୂର୍ବରୁ ୨୦୦୩ ଏବଂ ୨୦୦୭ ବିଶ୍ବକପରେ ଅଷ୍ଟ୍ରେଲିଆ ୧୧ଟି ଜିତିଛି । ଭାରତ ଦ୍ବିତୀୟ ସ୍ଥାନରେ ରହିଛି ।
୫- ବିଶ୍ବକପରେ ଲଗାତାର ମ୍ୟାଚ ଜିତିବାର ରେକର୍ଡରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି ।
୬- ଗୋଟିଏ ବିଶ୍ବକପରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତଙ୍କ ନାମରେ
୭- ଦିନିକିଆରେ ସର୍ବାଧିକ ଓ୍ବିକେଟ ନେଇଥିବା ବୋଲରଙ୍କ ମଧ୍ୟରେ ସାମି ଶୀର୍ଷରେ
୮- ବିଶ୍ବକପରେ ନକଆଉଟ ମ୍ୟାଚରେ ଭାରତ ସର୍ବାଧିକ ଛକା ମାରିବାର ରେକର୍ଡ
୯- ବିଶ୍ବକପରେ ଭାରତର ସର୍ବାଧିକ ସ୍କୋର ଲିଷ୍ଟରେ ତୃତୀୟ ସ୍ଥାନରେ ରହିଛି
୧୦ ବିଶ୍ବକପରେ ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ମାରିବାର ରେକର୍ଡ ଶ୍ରେୟସଙ୍କ ନାମରେ
୧୧- ବିଶ୍ବକପରେ ଭାରତ ସର୍ବାଧିକ ଛକା ମାରିଛି
୧୨- ନକଆଉଟରେ ଭାରତର ସର୍ବାଧିକ ଛକା ରେକର୍ଡ
୧୩- ବିଶ୍ବକପରେ ସାମି ସର୍ବାଧିକଥର ୫ ଓ୍ବିକେଟ ନେଇଥିବା ବୋଲର
୧୪- ବିଶ୍ବକପରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଓ୍ବିକେଟ ନେଇଥିବା ବୋଲର ବନିଲେ ସାମି
ଆଜି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ ଲଘୁଚାପ
ଭୁବନେଶ୍ବର: ଗୁରୁବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ ଲଘୁଚାପ । ପରେ ଏହା ଆନ୍ଧ୍ର ଉପକୂଳରୁ ରିକର୍ଭ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତିକରି ଓଡ଼ିଶା ଉପକୂଳମୁହାଁ ହେବ । ପ୍ରଭାବରେ ଗତକାଲିଠୁ ପାଗ ବଦଳିଥିବାବେଳେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।
ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ । ଫଳରେ ସମୁଦ୍ର ଅଶାନ୍ତରୁ ତୀବ୍ର ଅଶାନ୍ତ ହେବ । ଏଥିପାଇଁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ପ୍ରବଳ ବର୍ଷାରେ ପ୍ରଭାବିତ ହୋଇପାରେ ଧାନ ଚାଷ । ସେଥିପାଇଁ ଅମଳ ଯୋଗ୍ୟ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି । କୃଷି ବିଭାଗ ସ୍ବତନ୍ତ୍ର ବୈଠକ ଡାକିବା ସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

