ସ୍ପାଇସଜେଟ୍‌ ବିମାନ ଶୌଚାଳୟରେ ଫସିଲେ ଯାତ୍ରୀ, ଦୁଇ ଘଣ୍ଟା ପରେ ଉଦ୍ଧାର

1 min read

ବେଙ୍ଗାଲୁରୁ: ସ୍ପାଇସଜେଟ୍‌ ବିମାନ ଟଏଲେଟରେ ଫସିଲେ ଯାତ୍ରୀ  । ମୁମ୍ବାଇ ବେଙ୍ଗାଲୁରୁ ବିମାନରେ ପାଖାପାଖି ଦେଢଘଣ୍ଟାରୁ ଅଧିକ ସମୟ ଫସିଯାଇଥିଲେ ଯାତ୍ରୀ  । ଟଏଲେଟ ଡୋର୍‌ ଲକ୍‌ ହୋଇଯିବା କାରଣରୁ ସେ ଟଏଲେଟରୁ ବାହାରି ପାରି ନଥିଲେ  । ଏହାପରେ କେମ୍ପାଗୌଡା ବିମାନ ବନ୍ଦରରେ ପହଞ୍ଚିବା ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା  ।

ବିମାନ ନମ୍ବର SG ୨୬୮ରେ ବେଙ୍ଗାଲୁରୁ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ବାହାରିଥିଲା ସ୍ପାଇସଜେଟ । ରାତି ୧୦ଟା ୫୫ରେ ବିମାନଟି ବେଙ୍ଗାଲୁରୁ ଛାଡିଥିଲା  । କିନ୍ତୁ ମଝି ଆକାଶରେ ଘଟିଗଲା ଅଘଟଣ  । ଯାତ୍ରୀ ଜଣକ ଟଏଲେଟ ଯାଇଥିବାବେଳେ ଅଚାନକ ଏହା ଆପେ ଆପେ ଲକ୍‌ ହୋଇଯାଇଥିଲା । ସେ ଯେତେ ଚେଷ୍ଟା କଲେ ବି ବିମାନ ଶୌଚାଳୟର କବାଟ ଖୋଲି ପାରିନଥିଲେ  ।

ଏହାପରେ ଜଣେ ଏୟାର ହୋଷ୍ଟେସ ବ୍ୟକ୍ତିଙ୍କ ସାହାସ ବଢାଇଥିଲେ  । ଏକ ନୋଟ୍‌ ଲେଖି ସେ କବାଟ ଫାଙ୍କରୁ ତାଙ୍କୁ ଦେଇଥିଲେ  । ସେଥିରେ ସେ ଲେଖିଥିଲେ ସାର୍‌ ଆମେ କବାଟ ଖୋଲିବା ପାଇଁ ଚେଷ୍ଟା ଜାରି ରଖିଛୁ । କିନ୍ତୁ କରିପାରୁନାହିଁ  । ଭୟଭୀତ ହୁଅନ୍ତୁ ନାହିଁ  । କିଛି ସମୟରେ ଆମେ ଅବତରଣ କରିବୁ  ।  କମୋଡର କଭର ବନ୍ଦ କରି ତା ଉପରେ ବସିଥାନ୍ତୁ  । ମେନ୍‌ ଡୋର୍‌ ଖୋଲା ହେବା ମାତ୍ରେ ଇଞ୍ଚିନିଅର ଆସି ପହଞ୍ଚିବେ  ।

ଏହାପରେ ବିମାନଟି ମଧ୍ୟରାତ୍ରି ୩ଟାରେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲା  । ଦୁଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଯାତ୍ରୀଙ୍କୁ ଶୌଚାଳୟରୁ ଉଦ୍ଧାର କରାଯାଇଥିଲା  । ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା  ।