ରାହୁଲଙ୍କୁ ଭେଟିବାକୁ ପ୍ରବଳ ଭିଡ଼, ଚତୁର୍ଥ ଦିନରେ ଭାରତ ଯୋଡୋ ନ୍ୟାୟ ଯାତ୍ରା

କୋହିମା: ଏବେ ନାଗାଲାଣ୍ଡରେ ଚାଲିଛି ଭାରତ ଯୋଡୋ ନ୍ୟାୟ ଯାତ୍ରା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଆଜିକୁ ଚତୁର୍ଥ ଦିନରେ ପହଂଚିଛି । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରରେ ଶେଷ ହେବ । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ନାଗାଲାଣ୍ଡରେ ଅଛି । ନାଗାଲାଣ୍ଡର ରାଜଧାନୀ କୋହିମାରେ ଭରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ ଲୋକ ସ୍ବାଗତ କରିଥିଲେ ।

ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ରାହୁଲ ଗାନ୍ଧୀ କୋହିମାରେ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । ନାଗାଲାଣ୍ଡର ଲୋକମାନେ ରାହୁଲ ଗାନ୍ଧୀଙ୍କୁ ବହୁତ ଉତ୍ସାହର ସହିତ ସ୍ବାଗତ କରିଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ଲୋକଙ୍କ ସହ ହାତ ମିଳାଇଥିଲେ । ବିନା ସୁରକ୍ଷାରେ ଲୋକଙ୍କୁ ଭେଟୁଥିବାରୁ ବେଶ ଉତ୍ସାହିତ ହୋଇପଡ଼ିଥିଲେ । ଅନେକ ଲୋକ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେଉଥିବା ବେଳେ ଅନେକ ଲୋକ ରାସ୍ତାରେ ଠିଆ ହୋଇ ରାହୁଲ ଗାନ୍ଧୀଙ୍କ ନାମରେ ସ୍ଲୋଗାନ ଦେଉଥିଲେ ।

କୋହିମାରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶ, ବିଭିନ୍ନ ସଂସ୍କୃତି, ଭିନ୍ନ ଧର୍ମ, ବିଭିନ୍ନ ଭାଷା ଏକାଠି କରିବା ପାଇଁ ଗତ ବର୍ଷ ଆମେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଏକ ବଡ ଯାତ୍ରା ଆରମ୍ଭ କରିଥିଲୁ । ଏହା ପରେ ଆମର ଧାରଣା ଥିଲା ଯେ ଆମେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବା ଉଚିତ୍ | ଆମେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଭାରତ ଯୋଡୋ ନ୍ତାୟ ଯାତ୍ରା ଆରମ୍ଭ କରିଛୁ |