ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଦିନ ଏହି ମାଳା ପିନ୍ଧିବେ ପ୍ରଭୁ ଶ୍ରୀରାମ, ବିହାରକୁ ମିଳିଛି ଦାୟିତ୍ବ

ଅଯୋଧ୍ୟା: ଆଗାମୀ ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି  । ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ପ୍ରଭୂ ଶ୍ରୀରାମଙ୍କ ମହୋତ୍ସବରେ ସାମିଲ ହେବାକୁ ଅଯୋଧ୍ୟାରେ ପହଞ୍ଚୁଛନ୍ତି  । ଏସବୁ ମଦ୍ୟରେ ବିହାରକୁ ମିଳିଛି ବଡ ଦାୟିତ୍ବ  । ମିଥଳା ଓ ଭୋଜପୁର ଜିଲ୍ଲା ତୁଳସୀ ମାଳା ପ୍ରଭୂ ଶ୍ରୀରାମଙ୍କୁ ସମର୍ପିତ କରିବେ  । ଦିନେ ଛାଡି ଦିନେ ୯ଟି ମାଳା ପ୍ରଭୂ ଶ୍ରୀରାମଙ୍କୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ଅଯୋଧ୍ୟା ପଠାଯିବ  ।

ରାମ ମନ୍ଦିର ଟ୍ରଷ୍ଟ ତିନି ମାସ ପୂର୍ବରୁ ଏକ ଏକର ଜମିରେ ତୁଳସୀ ଚାଷ କରିବାକୁ ଭୋଜପୁରର ଶିକ୍ଷକଙ୍କୁ ଦାୟିତ୍ବ ଦେଇଥିଲା  । ସେତେବେଳେ ହାର ପ୍ରସ୍ତୁତ କରି ପ୍ରଭୂଙ୍କୁ ପିନ୍ଧାଯିବ ବୋଲି ଶିକ୍ଷକଙ୍କୁ କୁହାଯାଇ ନଥିଲା  ।

ସେହିପରି କର୍ଣ୍ଣାଟକ ବେଙ୍ଗାଲୁରୁରୁ ଆସିଥିବା ତୁଳସୀ ମାଳାକୁ ତିଆରି କରିଛନ୍ତି ସ୍ବତନ୍ତ୍ର କାରିଗର  । ମାଳା ତିଆରି କରିଥିବା କାରିଗର ନାରାୟଣ ସ୍ବାମୀ କହିଛନ୍ତି ଗୋଟିଏ ମାଳାର ଓଜନ ପାଖାପ୍ଖି ୩ କିଲୋଗ୍ରାମ  । ଏଥିପାଇଁ ଏକ ଘଣ୍ଟା ସମୟ ଲାଗୁଥିବା ବେଳେ ୩ ଜଣ ଲୋକ ମାଳା ତିଆରି କରିଥାନ୍ତି  । ଶ୍ରୀରାମଙ୍କୁ ଭେଟି ସ୍ବରୂପ ପ୍ରତିଦିନ ୯ଟି ମାଳା ତିଆରି କରାଯାଇ ଅଯୋଧ୍ୟା ପଠାଯାଉଛି  ।