ପ୍ରେମିକା ବେଶରେ ପରୀକ୍ଷା ହଲରେ ପହଞ୍ଚିଲେ ଯୁବକ, ତାପରେ..

ନନ୍ଦିଘୋଷ ବ୍ୟୁରୋ: ପ୍ରେମ ପାଇଁ ଝିଅ ସାଜିଲେ ଯୁବକ । ପ୍ରେମିକା ବେଶରେ ପରୀକ୍ଷା ହଲରେ ପହଞ୍ଚିଲେ ଯୁବକ । କେହି ମଧ୍ୟ ଜାଣି ପାରିନଥିଲେ କି ସେ ପୁଅ ବୋଲି । ମେକଅପ ଏବଂ ଡ୍ରେସରେ ପୁରା ଝିଅ ଭଳି ଦେଖାଯାଉଥିଲେ । ଲିପଷ୍ଟିକ୍, ବିନ୍ଦି ଆଉ ମୁହଁ ପୁରାପୁରି ତାଙ୍କ ପ୍ରେମିକାଙ୍କ ସହ ମିଶି ଯାଉଥିଲା । ପଞ୍ଜାବରୁ ଆସିଛି ଏଭଳି ଖବର । ଜାନୁଆରୀ ୭ ତାରିଖର ଏହି ଘଟଣା ହୋଇଥିବାବେଳେ ଏବେ ଏହି ଘଟଣାଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ କରୁଥିବା କରୁଥିବା ଦେଖିବାକୁ ମିଳୁଛି ।

ସୂଚନା ଥାଉକି, ଯୁବତୀ ଜଣକ ପଠାରେ ଦୁର୍ବଳ ରହିଥିଲେ । ଯେଉଁ କାରଣରୁ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କ ବଦଳରେ ପରକ୍ଷା ହଲକୁ ଆଡମିଟ କାର୍ଡ ନେଇ ଯାଇଥିଲେ । ମାତ୍ର ତାଙ୍କ ହାବଭାବରୁ ପ୍ରଥମେ ସନ୍ଦେହ ହୋଇଥିଲା । ପରେ ବାୟୋମେଟ୍ରିକ ସାହାର୍ଯ୍ୟରେ ଦେଖିବା ପରେ ସତ ଜଣା ପଡ଼ିଥିଲା । ସୂଚନାଯୋଗ୍ୟ, ଗତ ଜାନୁଆରି ୭ ତାରିଖରେ କୋଟକପୁରା ଡିଏଭି ପବ୍ଲିକ ସ୍କୁଲରେ ବାବା ଫରିଦ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଲ୍‌ଟି ପରପସ୍ ହେଲ୍‌ଥ ୱାର୍କର୍ସ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯାଇଥିଲା।