spot_img
Home Blog Page 2454

ଓ୍ବାଙ୍ଖଡେରେ ଇଣ୍ଡିଆ ଶ୍ରୀଲଙ୍କା ମୁକାବିଲା, ପ୍ରଥମେ ବ୍ୟାଟିଂ କରିବ ଭାରତ

ମୁମ୍ବାଇ: ଆଜି ବିଶ୍ବକପ କ୍ରିକେଟରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରିବ ଭାରତ । ମୁ୍ମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି ମ୍ୟାଚ । ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର କରିବାକୁ ଭାରତ ପ୍ରସ୍ତୁତ ଅଛି ।

ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ଆଜିର ମ୍ୟାଚ ଜିତି ଅପରାଜେୟ ଧାରା ଜାରି ରଖିବାକୁ ଲକ୍ଷ୍ଯ ରଖିଛି ରୋହିତ ବିଗ୍ରେଡ । ଆଜିର ମ୍ୟାଚ ଜିତି ସେମିଫାଇନାଲ ଟିକେଟକୁ ପକ୍କା କରିବାକୁ ଭାରତ ରଣନୀତି ପ୍ରସ୍ତୁତ କରିଛି । ଦିନିକିଆ ବିଶ୍ବକପ ଇତିହାସରେ ଉଭୟ ଦେଶ ୯ ଥର ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ୪ଟି ଲେଖାଏ ମ୍ୟାଚ ଜିତିଥିବାବେଳେ ଗୋଟିଏର ଫଳାଫଳ ବାହାରିପାରିନଥିଲା ।

ଦିନିକିଆ ଇତିହାସରେ ଦୁଇ ଦେଶ ୧୬୭ ଥର ମୁକାବିଲା କରିଥିବା ବେଳେ ଭାରତ ୯୮ଟି ଓ ଶ୍ରୀଲଙ୍କା ୫୭ଟିରେ ବିଜୟ ଲାଭ କରିଛିଲେ । ଭାରତ ଘରୋଇ ପରିବେଶରେ ୩୯ଟି ମ୍ୟାଚ ଜିତିଥିବା ବେଳେ ଶ୍ରୀଲଙ୍କା ୨୮ଟି ଜିତିଛି । ଏସିଆ କପ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାଜିତ କରି ଟାଇଟଲ ହାତେଇଥିଲା । ବର୍ତ୍ତମାନ ସ୍ଥିତିରେ ଶ୍ରୀଲଙ୍କତା ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି ।

ଓ୍ବାଙ୍ଖଡେ ଷ୍ଟାଡିୟମରେ ଉଦଘାଟନ ହେଲା କ୍ରିକେଟ କିମ୍ବଦନ୍ତୀଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ: ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଉଦଘାଟନ ହେଲା କିମ୍ବଦନ୍ତୀ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି । ଏକ ଭରପୂର ଉତ୍ସବରେ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉଦଘାଟିତ ହୋଇଛି । ଭାରତ-ଶ୍ରୀଲଙ୍କା ମ୍ୟାଚ ପୂର୍ବରୁ କ୍ରିକେଟ ଲିଜେଣ୍ଡ ତେନ୍ଦୁଲକରାଙ୍କ ଲାଇଫ-ସାଇଜ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି ।

ସଚିନ ତେନ୍ଦୁଲକର ଓ ତାଙ୍କ ପରିବାରର ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଓ୍ବାଙ୍ଖଡେ ଷ୍ଟାଡିଅମର ସଚିନ ତେନ୍ଦୁଲକର ଷ୍ଟାଣ୍ଡ ନିକଟରେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ଓ୍ବାଙ୍ଖଡେ ଷ୍ଟାଡିଅମରେ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବା ନେଇ ଘୋଷଣା ହେବା ପରେ ପ୍ରଶଂସକଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଥିଲା । ଉତ୍ସବରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ପ୍ରମୁଖ ଉପସ୍ଥିତ ଥିଲେ ।

 

ପ୍ରତାପ, ସଞ୍ଜୟ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

ଭୁବନେଶ୍ବର: ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମିଳିଲା ନିଯୁକ୍ତି । ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା ପାଇଁ ଦାୟିତ୍ବ ଦିଆଯାଇଛି । ସେହିପରି ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲା ପାଇଁ ଦାୟିତ୍ବ ଦିଆଯାଇଛି । ଏହି ଦୁଇ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପର୍ଯ୍ୟବେକ୍ଷକ ନିଯୁକ୍ତ ହେଲା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀୟୁକ୍ତ ନବୀନ ପଟ୍ଟନାୟକ ମତେ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛନ୍ତି ମୁଁ ତାକୁ ନିଷ୍ଠା ଓ ଆନ୍ତରିକତା ସହ ନିର୍ବାହ କରିଛି ବୋଲି କହିଛନ୍ତି ସଞ୍ଜୟ। ଏବେ ଯେଉଁ ଦାୟିତ୍ଵ ମିଳିଛି, ତାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି। ମୋ ଉପରେ ଭରସା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଥିବାରୁ ମୁଁ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା ।

ବାପା ଟିଉସନ ଫି’ ମାଗିବାରୁ ପୁଅକୁ ହତ୍ୟା କଲା ଯୁକ୍ତଦୁଇ ଛାତ୍ର

ଖୋର୍ଦ୍ଧା: ବାପା ଟିଉସନ ଫି’ ମାଗିବାରୁ ପୁଅକୁ ହତ୍ୟା। ଖୋର୍ଦ୍ଧା ଜଟଣୀ ଥାନା ବେଣାପଞ୍ଜୁରି ନାବାଳକ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ମୃତକ ଶୁଭମର ବାପାଙ୍କ ପାଖରେ ଟିଉସନ ହେଉଥିଲା ଅଭିଯୁକ୍ତ। ପ୍ରାୟ ୫ହଜାର ଟଙ୍କା ଟିଉସନ୍ ଫି ବାବଦକୁ ବାକି ରହିଥିଲା। ଶୁଭମଙ୍କ ବାପା ବାରମ୍ବାର

ଟିଉସନ୍ ଫି ମାଗିବାରୁ ପୁଅକୁ ଗତକାଲି ହତ୍ୟା କରିଥିବା କହିଛି ଅଭିଯୁକ୍ତ।

ଏନେଇ ପ୍ରେସମିଟ କରି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି। ନାବାଳକର ମୃତଦେହ ଖୋର୍ଦ୍ଧା ମେଡିକାଲରେ ବ୍ୟବଚ୍ଛେଦ ପାଇଁ ରହିଛି। ମୃତ ନାବାଳକଙ୍କ ଘରକୁ ସିଲ୍ କରିଛି ଜଟଣୀ ଥାନା ପୋଲିସ। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ତଦନ୍ତ କରୁଛି । ମୃତ ନାବାଳକ ବସିଥିବା ଖଟ ଓ ଘରକୁ ସାଇଣ୍ଟିଫିକ ଟିମ୍ ତନ୍ନତନ୍ନ କରି ଯାଞ୍ଚ କରୁଛି।

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ନର୍ଥ କୋରିଆର ଏଣ୍ଟ୍ରି

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ନର୍ଥକୋରିଆର ଏଣ୍ଟ୍ରି । ପାଲେଷ୍ଟାଇନକୁ ସମର୍ଥନ କରିବା ଲାଗି ନର୍ଥ କୋରିଆ ଶାସକ କିମ ଜଙ୍ଗ ଉନ୍ ତାଙ୍କ ସରକାରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ମଧ୍ୟପ୍ରାଚ୍ୟର ବିଭିନ୍ନ ଆତଙ୍କୀ ସଂଗଠନକୁ ଅସ୍ତ୍ରଶସ୍ତ୍ର ବିକିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।

ନିଜର ଆଣବିକ କାର୍ଯ୍ୟକ୍ରମ ଲାଗି ଜାତିସଂଘ କଟକଣାର ଶିକାର ନର୍ଥକୋରିଆ ଅତୀତରେ ହମାସକୁ ଟ୍ୟାଙ୍କବିଧ୍ବଂସୀ ରକେଟ ଲଞ୍ଚର ଯୋଗାଇଥିଲା । ବର୍ତ୍ତମାନ ଇସ୍ରାଏଲ-ହମାସ ଯୁଦ୍ଧବେଳେ ନର୍ଥକୋରିଆ ବହୁ ଅସ୍ତ୍ରଶସ୍ତ୍ର ହମାମ ସମେତ ଅନ୍ୟ ଆତଙ୍କୀ ସଂଗଠନକୁ ଅସ୍ତ୍ର ବିକିବାକୁ ନିର୍ଦ୍ଦେଶ ଦେଇଛି ।

ଗତ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ  ହମାସ କରିଥିବା ଆକ୍ରମଣ ଘଟଣାରେ ବ୍ୟବହୃତ ହୋଇଥିବା ଅନେକ ଅସ୍ତ୍ରଶସ୍ତ୍ର ନର୍ଥକୋରିଆର ହୋଇଥିବା ସୂଚନା ମିଳିବାଥିଲା । ଅକ୍ଟୋବର ୭ ହମଲା ଘଟଣାରେ ହମାସ ଆତଙ୍କୀ ନର୍ଥ କୋରିଆର ଏଫ-୭ ରକେଟ ବ୍ୟବହୃତ କରିଥିଲେ ବୋଲି ସୂଚନା ମିଳିଥିଲା ।

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ମିଳିଲା ଆଶ୍ବସ୍ତି

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା। ସତ୍ୟର ହେଲା ଜୟ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ଧରାପଡ଼ିଲା । ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ନିମ୍ନ ଅଦାଲତରୁ ରେକର୍ଡ ତଲବ କଲେ ହାଇକୋର୍ଟ । ଏ ନେଇ ଡିସେମ୍ବର ୧୯ ରେ ପରବର୍ତ୍ତୀ ଶୁଣାଣି ହେବ ।

 

ଆଜି EDରେ ହାଜର ହେବେନି କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମଦନୀତି ମାମଲାରେ ତାଙ୍କୁ ଆଜି ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲା ଇଡି । ତେବେ ସେ ବିଭିନ୍ନ କାରଣରୁ ଆଜି ହାଜର ହୋଇପାରିବେ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖିବା ପରେ ତାଙ୍କୁ ଅନ୍ୟ କୌଣସି ତାରିଖ ଲାଗି ନୋଟିସ ଦିଆଯିବା ସମ୍ଭାବନା ରହିଛି ।

ବର୍ତ୍ତମାନ ନିର୍ବାଚନ ପ୍ରଚାର ଲାଗି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି କେଜ୍ରିଓ୍ବାଲ । ଏହି ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି କେଜ୍ରିଓ୍ବାଲ । ନିଜ ପତ୍ରରେ କେଜ୍ରିଓ୍ବାଲ ଦର୍ଶାଇଛନ୍ତି ତୁରନ୍ତ ଏହି ନୋଟିସକୁ ପ୍ରତ୍ୟାହାର କରାଯାଉ । ଆଜି ଇଡିରେ ହାଜର ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ମୁତୟନ ହୋଇଥିଲା ।

ଅନ୍ୟପଟେ ଦିଲ୍ଲୀର ସମାଜ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ । ଇଡିର ଏକ ସ୍ବତନ୍ତ୍ର ଟିମ୍ ତାଙ୍କ ଘରେ ପହଞ୍ଚି ସର୍ଚ୍ଚ ଅପରେସନ କରିଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ପଟେଲ ନଗର ବିଧାୟକ ତଥା ସମାଜ କଲ୍ୟାଣ ବିଭାଗ ମନ୍ତ୍ରୀ ଆନନ୍ଦଙ୍କ ଘରେ ଇଡି ଚଢାଉ କରିଛି । ଦିଲ୍ଲୀ ମଦନୀତି ମାମଲାରେ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଆନନ୍ଦଙ୍କ ନାମରେ ବି ମାମଲା ଦାୟର କରିଥିଲା ଇଡି ।

ଆନନ୍ଦଙ୍କ ଘରେ ଇଡି ରେଡକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ । ସୌରଭ କହିଛନ୍ତି- ଆନନ୍ଦଙ୍କ ଏକମାତ୍ର ଭୁଲ୍ ଏହା ଯେ ସେ ଆପର ବିଧାୟକ । ବ୍ରିଟିଶ ଶାସନ କାଳରୁ କାହାରି ଘରେ ସର୍ଚ୍ଚ କରାଯିବା ପୂର୍ବରୁ କୋର୍ଟଙ୍କ ସର୍ଚ୍ଚ ଓ୍ବାରଣ୍ଟ ଆବଶ୍ୟକ ହେଉଥିଲା । ମାତ୍ର ବର୍ତ୍ତମାନ ଇଡି ତାହା କରୁନାହିଁ ବୋଲି ସେ କହୁଛନ୍ତି ।

ଆଜି କିଙ୍ଗ ଖାନଙ୍କ ଜନ୍ମଦିନ, ମିଡନାଇଟରେ ବାଲକୋନିରୁ ଫ୍ୟାନଙ୍କୁ ଭେଟିଲେ ଶାହରୁଖ

ମୁମ୍ବାଇ: ଆଜି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଦେଲେ ଶାହାରୁଖ । ମିଡନାଇଟରେ ମନ୍ନତ ସାମନାରେ  ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଫ୍ୟାନ , ଫ୍ୟାନମାନଙ୍କୁ ବାଲକୋନିରୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ ବାଦଶାହା । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଜି ବି ରୋମାଣ୍ଟିକ ଷ୍ଟାର ଭାବେ ଶାହରୁଖ ଅଛନ୍ତି ଫ୍ୟାନଙ୍କ ହୃଦୟରେ । ଜନ୍ମଦିନ ଅବସରରେ ବଲିଉଡ୍ ବାଦଶାହାଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେପଟେ ଆଜି ଜନ୍ମଦିନରେ ଶାହାରୁଖଙ୍କ ଅପକମିଂ ଫିଲ୍ମ ‘ଡଙ୍କି’ର ଟିଜର ରିଲିଜ ହେବ। ଫିଲ୍ମଟି ଡସେମ୍ବର ୨୨ ରେ ପରଦାକୁ ଆସିବ ଏହି ଫିଲ୍ମ ।

ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେଲେ କିଏ ସମ୍ଭାଳିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ବ?

ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବନ୍ଦି କେଜ୍ରିଓ୍ବାଲ । ତାଙ୍କୁ ଗିରଫ କରାଯିବା ସମ୍ଭାବନା ଅଧିକ ବୋଲି ଆଶଙ୍କା କରୁଛନ୍ତି ଆପ୍ ନେତା । ପ୍ରଶ୍ନ ଉଠୁଛି ଯଦି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଏ ତେବେ କିଏ ସମ୍ଭାଳିବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଦାୟିତ୍ବ ।

ସାମ୍ବିଧାନିକ ଓ ଆଇନଗତ ବ୍ଯବସ୍ଥା ମଧ୍ଯରେ କେଜ୍ରିଓ୍ବାଲ ମୁଖ୍ଯମନ୍ତ୍ରୀ ଭାବେ ରହିବାରେ ପ୍ରତିବନ୍ଧକ ନାହିଁ । ତେବେ ଏହି କ୍ଷେତ୍ରରେ ତାଙ୍କ ନୈତିକତା ନେଇ ଉଠିପାରେ ପ୍ରଶ୍ନ । ଯଦି ସେ ଗିରଫ ହୋଇ ଜେଲରେ ରହି ମୁଖ୍ଯମନ୍ତ୍ରୀ ଦାୟିତ୍ବ ତୁଲାଇବେ ତେବେ ବିରୋଧୀ ଇଣ୍ଡିଆ ମେଣ୍ଟ ଲାଗି ବି ହୋଇପାରେ ଅଡୁଆ ।

ସାଧାରଣତଃ କୌଣସି ମୁଖ୍ଯମନ୍ତ୍ରୀ ଜେଲ ଗଲେ ସେ ଇସ୍ତଫା ଦେଇଥାନ୍ତି । ଯଦି କେଜ୍ରିଓ୍ବାଲ ଜେଲରେ ରହି ମୁଖ୍ଯମନ୍ତ୍ରୀ ଦାୟିତ୍ବ ସମ୍ଭାଳନ୍ତି ତେବେ ଅନ୍ୟମାନଙ୍କ କ୍ଷେତ୍ରରେ ବି ଏହା ଲାଗୁ ହୋଇପାରେ । ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ଯଦି କେଜ୍ରିଓ୍ବାଲ ଜେଲରେ ରହନ୍ତି ତେବେ କ୍ଯାବିନେଟ ବୈଠକ ପରିଚାଳନା ଲାଗି ସେ ଅନ୍ୟ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇପାରନ୍ତି । ଆଇନ ଅନୁସାରେ କୌଣସି କୋର୍ଟ ଦ୍ବାରା ଯଦି ଜଣେ ନିର୍ବାଚିତ ପ୍ରତିନିଧି 2 ବର୍ଷ ବା ଅଧିକ ସମୟ ଲାଗି ଦଣ୍ଡ ପାଇବା ଲାଗି ଯୋଗ୍ୟ ହୋଇନଥାନ୍ତି ତେବେ ସେ ନିଜର ସଦସ୍ୟତା ହରାଇ ପାରିବେ ନାହିଁ ।

ବେଆଇନ ଅର୍ଥ କାରବାର ମାମଲାରେ ଗତ ୨୦୨୨ ମେ ମାସରେ ସତ୍ୟେନ୍ଦ୍ର ଜୈନ ଗିରଫ ହେବା ପରେ ବି ସେ ୨୦୨୩ ଫେବ୍ରୁଆରୀ ୨୮ ଯାଏ ମନ୍ତ୍ରୀ ଦାୟିତ୍ବରେ ଥିଲେ । ଜଣେ କର୍ତ୍ତବ୍ୟରତ ମୁଖ୍ଯମନ୍ତ୍ରୀଙ୍କୁ ଗିରଫ କରିବା ଘଟଣାର କୌଣସି ନଜିର ନାହିଁ । ବିହାରର ତତକାଳୀନ ମୁଖ୍ଯମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଗୋଖାଦ୍ଯ ଦୁର୍ନୀତି ମାମଲାରେ ଗିରଫ ପରଓ୍ବାନା ଜାରି କରିବା ପରେ ସେ ଇସ୍ତଫା ଦେଇଥିଲେ । ପରେ ତାଙ୍କ ପତ୍ନୀ ରାବଡି ଦେବୀ ମୁଖ୍ଯମନ୍ତ୍ରୀ ହୋଇଥିଲେ । ପରଦିନ ଲାଲୁଙ୍କୁ ଗିରଫ କରାଯାଇଥିଲା ।

ଘରେ ପଶି ନାବାଳକକୁ କିଏ କରିଲା ହତ୍ୟା?

ଖୋର୍ଦ୍ଧା: ଘରେ ପଶି ନାବାଳକକୁ କିଏ କରିଲା ହତ୍ୟା । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ନିର୍ମମ ହତ୍ୟାକାଣ୍ଡ ପଛର କାରଣ କଣ । ପାଠ ପଢୁଥିବାବେଳେ ନବମ ଶ୍ରେଣୀର ଛାତ୍ର ଶୁଭମ ସ୍ବରୂପ ପାଲଟାସିଂଙ୍କୁ ଛୁରି ଭୁସି ହତ୍ୟା କରିଛି ଦୁର୍ବୃତ୍ତ । ଶୁଭମକୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ।

ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ  । ଛୁରାମାଡ଼ କିଏ ଓ କାହିଁକି କଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।  ଭୁବନେଶ୍ବର ୩ ନମ୍ବର ଜୋନ ଏସୀପି  ପ୍ରଦୀପ କୁମାର ରାଉତ ଏବଂ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ଛାନବିନ କରିଛନ୍ତି  । ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ଦିଗରୁ ତଦନ୍ତ କରାଯାଉଥିବାବେଳେ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଛି  । ମୃତକ ଶୁଭମଙ୍କ ବାପା ମନୋଜ ପାଲଟାସିଂ ଜଣେ ଶିକ୍ଷକ  । ଗତକାଲି ସନ୍ଧ୍ୟାରେ ଝିଅ ଓ ପତ୍ନୀଙ୍କ ସହିତ ମିଶି ମନୋଜ କିଛି ପିଲାଙ୍କୁ ଘରେ ଟିଉସନ କରୁଥିଲେ । ଏହି ସମୟରେ ଅନ୍ୟ ଏକ ଘରେ ପସି ପାଠ ପଢୁଥିଲା ଶୁଭମ  । ହଠାତ ଚିତ୍କାର ଶୁଣି ଶୁଭମର ମାଆ ପୁଅ ପାଖକୁ ଆସି ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ  । ତୁରନ୍ତ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ  । ପୂର୍ବରୁ କାହା ସହିତ ଶତ୍ରୁତା ନଥିଲା ବୋଲି ଶୁଭମ ବାପା କହିଛନ୍ତି  । ତେବେ କେଉଁ କାରଣ ପାଇଁ ଆଉ କିଏ ଶୁଭମଙ୍କୁ ହତ୍ୟା କଲା ସେନେଇ ପୋଲିସ ଛାନବିନ ଜାରି ରଖିଛି  ।