କରନି ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡି ହତ୍ୟା ଘଟଣା, ୨ ସୁଟର ଓ ଜଣେ ସହଯୋଗୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: କରନି ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡି ହତ୍ୟା ଘଟଣା । ୨ ସୁଟର ଓ ଜଣେ ସହଯୋଗୀ ହୋଇଛନ୍ତି ଗିରଫ । ଚଣ୍ଡୀଗଡ଼ରୁ ସେମାନଙ୍କୁ କରାଯଇଛି ଗିରଫ । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ରାଜସ୍ଥାନ ପୋଲିସର ମିଳିତ ଅପରେସନ କ୍ରମେ ସେମାନଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ସୁଟର ହେଲେ ରୋହିତ ରାଠୋର ଓ ନୀତିନ ଫୌଜି । ଗିରଫ ଅନ୍ୟ ବ୍ୟକ୍ତି ହେଲେ ଉଦ୍ଧାମ । ସେମାନଙ୍କ ଲାଗି ପୋଲିସ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ପୋଲିସର ସୂଚନା ମୁତାବକ ହତ୍ୟା ପରେ ଅଭିଯୁକ୍ତମାନେ ହରିଆଣାର ହିସାରକୁ ଚାଲିଯାଇଥିଲେ ।

ପରେ ସେମାନେ ହିମାଚଳ ପ୍ରଦେଶର ମାନାଲି ଯାଇ ସେଠାରୁ ଚଣ୍ଡୀଗଡ ଯାଇଥିଲେ । ସେମାନଙ୍କ ମୋବାଇଲ ଫୋନକୁ ଆଧାର କରି ପୋଲିସ ଗିରଫ କରିଥିଲା । ଗତ ନଭେମ୍ବର ୫ ତାରିଖରେ ରାଜସ୍ଥାନ ଜୟପୁରରେ ନିଜ ଘରେ ଥିବାବେଳେ ୫ ଜଣ ଅଭିଯୁକ୍ତ ଗୋଗମେଡିଙ୍କୁ ଅତି ନିକଟରୁ ଗୁଳି କରିଥିଲେ । ହତ୍ୟାକାଣ୍ଡ ପରେ ଏଥିଲାଗି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସମ୍ପୃକ୍ତ ରୋହିତ ଗୋଡାରା ନିଜକୁ ଦାୟୀ କରିଥିଲା । ଏହି ହତ୍ୟାଘଟଣାର ଲୋମହର୍ଷକ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।