ବହୁଜନ ସମାଜ ପାର୍ଟିର ଉତ୍ତରାଧିକାରୀ ନାଁ ଘୋଷଣା, ପୁତୁରା ଆକାଶ ଆନନ୍ଦଙ୍କ ନାଁ ଘୋଷଣା କଲେ ସୁପ୍ରିମୋ ମାୟାବତୀ

ତାମିଲନାଡ଼ୁ: ବିଏସପି ସୁପ୍ରିମୋ ମାୟାବତୀଙ୍କ ରାଜନୈତିକ ଉତ୍ତରାଧିକାରୀ ଘୋଷଣା। ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ ବିଏସପି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ଆଜି ବସିଥିବା ଦଳୀୟ ବୈଠକରେ ଉତ୍ତରାଧିକାରୀ ଚୟନ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବସିଥିଲା ବହୁଜନ ସମାଜବାଦୀ ପାର୍ଟି ବୈଠକ। ବିଏସପିରେ ଦ୍ବିତୀୟ କ୍ଷମତା କେନ୍ଦ୍ର ମାୟାବତୀଙ୍କ ସାନଭାଇ ଆନନ୍ଦ କୁମାରଙ୍କ ପାଖରେ ରହିଛି। ମାୟାବତୀଙ୍କ ଛୋଟ ଭାଇ ଆନନ୍ଦକୁମାରଙ୍କ ପୁଅ ହେଉଛନ୍ତି ଆକାଶ ଆନନ୍ଦ ।

୨୦୧୬ରେ ମାୟାବତୀଙ୍କ ପୁତୁରୁା ଆକାଶ ଆନନ୍ଦ ବିଏସପିରେ ଯୋଗ ଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଏସପିର ଷ୍ଟାର କ୍ୟାମ୍ପେନର ଥିଲେ ଆକାଶ । ମଧ୍ୟପ୍ରଦେଶ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଏସପି ପକ୍ଷରୁ ଜୋରଦାର ପ୍ରଚାର କରିଥିଲେ । ଶେଷ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଏସପି ୨ଟି ସିଟରେ ବିଜୟ ହୋଇଛି୍। ୨୦୨୨ରେ ରାଜସ୍ଥାନର ଅଲୱରରେ ପଦଯାତ୍ରା କରି ଚର୍ଚ୍ଚାର ଘେରକୁ ଆସିଥିଲେ ଆକାଶ ଆନନ୍ଦ।

ଆଗକୁ ୨୦୧୪ ନିର୍ବାଚନ ଥିବାବେଳେ ଦଳକୁ ସୁଦୃଢ କରିବାକୁ ଆକାଶଙ୍କ ଉପରେ ଦାୟିତ୍ବ ଦେଇଛନ୍ତି ମାୟାବତୀ । କିଛି ଦିନ ପୂର୍ବରୁ ସମ୍ବିଧାନ ପ୍ରଣେତା ଡକ୍ଟର ବି. ଆର. ଆମ୍ବେଦକରଙ୍କ ଜୟନ୍ତୀରେ ୧୩ କିଲୋମିଟର ସ୍ବାଭିମାନ ସଂକଳ୍ପ ଯାତ୍ରା କରି ଚର୍ଚ୍ଚାକୁ ଆସିଥିଲେ ଆକାଶ। ୨୦୧୮ ନିର୍ବାଚନରେ ପ୍ରଚାର କରି ସେ ପ୍ରଥମେ ଲୋକଲୋଚନକୁ ଆସିଥିଲେ । ସେତେବେଳେ ବିଏସପି ରାଜସ୍ଥାନରେ ୬ଟି ଆସନ ଜିତିଥିଲା ।