ନା OTP ସେୟାର କରିଛନ୍ତି ନା ବ୍ୟାଙ୍କ ତଥ୍ୟ ଦେଇଛନ୍ତି ତଥାପି ଗାଏବ ହେଇଗଲା ୫ ଲକ୍ଷ

1 min read

ଚଣ୍ଡିଗଡ଼: ପ୍ରତିଦିନ ସାଇବର୍ ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ଲୋକଙ୍କୁ ଠକିବା ପାଇଁ ସ୍କାମରମାନେ ବିଭିନ୍ନ ପ୍ରକାର ତରିକା ଆପଣାଉଛନ୍ତି । ବହୁ ଚତୁରତାର ସହ ସେମାନେ ବ୍ୟାଙ୍କ ଡିଟେଲ୍ସ ଏବଂ OTP ର ଆକ୍ସେସ ନେଇଯାଉଛନ୍ତି । ଏବେ ଏପରି ଏକ ସାଇବର୍ ଠକେଇ ହୋଇଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଠକାମୀର ଶିକାର ହେଇଥିବା ମହିଳା ନା ଓଟିପି ସେୟାର କରିଛନ୍ତି ନାଁ ବ୍ୟାଙ୍କର ସବୁ ତଥ୍ୟ ତଥାପି ତାଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଇଛି ।

ଚଣ୍ଡିଗଡ଼ରୁ ଏପରି ମାମଲା ସାମ୍ନାକୁ ଆସିଛି । ମହିଳାଙ୍କ HDFC ବ୍ୟାଙ୍କ କ୍ରେଡିଟ କାର୍ଡରୁ ୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ଠକ । ମହିଳାଙ୍କ କ୍ରେଡିଟ୍ କାର୍ଡରୁ ୩୧ ଅକ୍ଟୋବରରେ ୩ ଥର ଟ୍ରାଜାକ୍ସନ ହୋଇଥିଲା ।

ଏ ନେଇ ପୋଲିସ୍ କହିଛି ଯେ, ସାଇବର୍ ଠକ ଟ୍ରାଭେଲ ପୋର୍ଟାଲକୁ ଏହି ପେମେଣ୍ଟ କରିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ମହିଳା ନାଁ କୌଣସି ଓଟିପି ସେୟାର କରିଛନ୍ତି ନାଁ କୌଣସି ତଥ୍ୟ ଦେଇଛନ୍ତି । କାହାକୁ କିଛି ନ ଦେଇ ବି କିପରି ସାଇବର ଠକେଇର ଶିକାର ହେଲେ ତାହା ଏବେ ତଦନ୍ତର ବିଷୟ ପାଲଟିଛି ।