ବାହାବେଦୀରେ ହାଇଡ୍ରାମା, ଦ୍ବିତୀୟ ବିବାହ ବେଳେ ପହଞ୍ଚିଲେ ପ୍ରଥମ ସ୍ତ୍ରୀଙ୍କ ସହ ଦୁଇ ଝିଅ

ଭୁବନେଶ୍ବର: ବାହାବେଦୀରେ ହାଇଡ୍ରାମା । ଦ୍ବିତୀୟ ବିବାହ ବେଳେ ବେଦୀରେ ପହଞ୍ଚିଲେ ପ୍ରଥମ ସ୍ତ୍ରୀଙ୍କ ସହ ଦୁଇ ଝିଅ । ସ୍ବାମୀକୁ ବେଦୀରେ ମାଡ଼ ମାରିବା ସହ ପୋଲିସର ଜିମାଦେଲେ ପ୍ରଥମ ସ୍ତ୍ରୀ । ଭୁବନେଶ୍ବର ଉପକଣ୍ଠ ବାଳକାଟି ଦୁଲ୍ଲା ଦେବୀ ମନ୍ଦିର ପରିସରରେ ଘଟିଛି ଏଭଳି ଘଟଣା । ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗାଁର ଯୋଗେଶ ହାତୀ ୨୦୧୦ ମସିହାରେ ପ୍ରଥମ ବିବାହ କରିଥିଲେ । ଏରସମା ଥାନା ଗଣେଶ୍ବରପୁରର ଅହଲ୍ୟା ହାତୀଙ୍କୁ ପ୍ରଥମେ ପ୍ରେମ ବିବାହ କରିଥିଲେ ଯୋଗେଶ ।

ଉଭୟଙ୍କର ୨ଜଣ ଝିଅ ମଧ୍ୟ ରହିଛନ୍ତି । ତେବେ ଏହାରି ଭିତରେ ଅନ୍ୟଜଣଙ୍କ ସହିତ ଯୋଗେଶଙ୍କର  ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏଥିପାଇଁ ପରିବାରରେ ବିବାଦ ମଧ୍ୟ ହୋଇଥିଲା  । ଆଜି ଯୋଗେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ସମୟରେ ପ୍ରଥମ ସ୍ତ୍ରୀ ଦୁଇ ଝିଅଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ବେଦୀ ଉପରେ ହିଁ ସ୍ବାମୀଙ୍କୁ ଉତ୍ତମମଧ୍ୟମ ଦେଇଥିଲେ ସ୍ତ୍ରୀ । ବିବାହ କରୁଥିବା ଅନ୍ୟ ଯୁବତୀ ଘଟଣାସ୍ଥଳରୁ ପଳାଇଥିବାବେଳେ ଯୋଗେଶକୁ ପୋଲିସର ଜିମା ଦେଇଥିଲେ ଲୋକ । ଯୋଗେଶଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।