ଦୁର୍ଭାଗ୍ୟକୁ କରନ୍ତୁ ସୌଭାଗ୍ୟର ସିଡ଼ି, ଆପଣାନ୍ତୁ ଏହି ନିୟମ

ନନ୍ଦିଘୋଷ ବ୍ୟୁରୋ: ଆପଣ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବେ । ଏହାକୁ ପ୍ରାୟ ସବୁ ଲୋକ ଦୁର୍ଭାଗ୍ୟ ବୋଲି କହିଥାନ୍ତି । କିନ୍ତୁ ଏହାକୁ ନେଇ ଆପଣ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଜୀବନରେ ସଫଳତା ପାଇବା ପାଇଁ ଆମେ ଆପଣଙ୍କୁ କିଛି ମୂଲ୍ୟବାନ ଚିନ୍ତାଧାରା ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତ୍ତନ କରିପାରିବ । କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ମାନିବାକୁ ପଡିବ । ତାହାଲେ ଜାଣନ୍ତୁ ଏହି ସବୁ ନିୟମ ବିଷୟରେ ।

ଜୀବନରେ କର୍ମ ଅନୁସାରେ ଆପଣ ଫଳ ପାଆନ୍ତି ନାହିଁ ବୋଲି ଭାବିଥାନ୍ତି । ଯେତେବେଳେ ଆମେ ବହୁ ଅସୁବିଧାରେ ରହିଥାଉ ସେତେବେଳେ ସଫଳ ହେବା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ । ଅନେକ କୁହନ୍ତି ଖରାପ ସମୟ ଚାଲିଛି ବୋଲି କିଛି ଭଲ ହେଉନି । ଏହାକୁ ଲୋକେ ଦୁର୍ଭାଗ୍ୟ ବୋଲି କହିଥାନ୍ତି ଏବଂ ଭାଗ୍ୟକୁ ଦୋଷ ଦେଇଥାନ୍ତି ।

ଏ ନେଇ ପଣ୍ଡିତ ରାଜେନ୍ଦ୍ର ତିୱାରୀ କହିଛନ୍ତି ଯେ, ଯଦି ଆପଣ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଅନୁଭବ କରୁଛ ଯେ ଦୁର୍ଭାଗ୍ୟ ଆପଣଙ୍କୁ ଛାଡୁନାହିଁ, ତେବେ କିଛି ସହଜ ପଦକ୍ଷେପ ଅନୁସରଣ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଲୋକମାନେ ନିଜ ଛାତ ଉପରେ ଏକ ମାଟି ପାତ୍ରରେ ପକ୍ଷୀମାନଙ୍କ ପାଇଁ ଶସ୍ୟ ବ୍ୟବସ୍ଥା କରିବା ଉଚିତ୍। ଏମିତି କଲେ ଜୀବନର ସମସ୍ୟାଗୁଡ଼ିକ ଧୀରେ ଧୀରେ ସମାପ୍ତ ହେବା ଆରମ୍ଭ କରିବ ଏବଂ ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିବର୍ତ୍ତନ ହେବା ଆରମ୍ଭ କରିବ । ଆପଣ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଏବଂ ଶନିବାର ଦିନ ବଜରଙ୍ଗବାଲିଙ୍କୁ ପାନ ପତ୍ର ଏବଂ ଲଡୁ ଦିଅନ୍ତୁ ।

ଏହା ଛଡ଼ା ଯେତେବେଳେ ଆପଣ ଭାବୁଛନ୍ତି ଆପଣଙ୍କର ସମୟ ଖରାପ ଚାଲିଛି ସେତେବେଳେ ପରିଷ୍କାର ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତୁ |  ଯଦି ଆପଣ କୌଣସି ମହିଳାଙ୍କୁ ଅସଦାଚରଣ କରିଛନ୍ତି, ତେବେ ତାଙ୍କୁ ହାତ ଯୋଡ଼ି କ୍ଷମା ମାଗନ୍ତୁ । ପିତାମାତାଙ୍କ ସହିତ ଅସଦାଚରଣ ଆପଣଙ୍କୁ ସାରା ଜୀବନ ସମସ୍ୟାରେ ପକାଇପାରେ । ସକାଳେ ନିୟମିତ ଭାବରେ ସୂର୍ଯ୍ୟଙ୍କୁ ଜଳ ଦାନ କରନ୍ତୁ । ଏପରି କଲେ ଘରେ ନକରାତ୍ମକ ଶକ୍ତି ଆସିବ ନାହିଁ ।