spot_img
Home Blog Page 2455

କାହିଁକି ସଫେଇ ଦେଲେ ପ୍ରୀତି ଜିଣ୍ଟା, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ବହୁତ ରହିଛନ୍ତି । ସେ ଗୋଟିଏ ଫଟୋ ହେଉ ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ ଏହା ବେଶ ଭାଇରାଲ ହୋଇଥାଏ । ୟୁଜର୍ସମାନେ ଏହାକୁ ଲାଇକ୍, କମେଣ୍ଟ ସହ ସେୟାର କରିଥାନ୍ତି । ନିକଟରେ ପ୍ରୀତିଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ  ଯେଉଁ ଭିଡିଓଟି ସେୟାର କରିଛନ୍ତି ସେଥିରେ ସେ ନିଜର ନାମକୁ ନେଇ ସ୍ପଷ୍ଟ କରିଛନ୍ତି ।

ନିକଟରେ କିଛି ୟୁଜର୍ସ ପୋଷ୍ଟ କରିଥିଲେ କି, ତାଙ୍କ ନାମ ଅଲଗା । ମାତ୍ର ଏହାକୁ ସ୍ପଷ୍ଠୀକରଣ ଦେବାକୁ ଯାଇ ସେ ଏହି ଭିଡିଓଟି ପୋଷ୍ଟ କରିଛନ୍ତି । ଭିଡିଓରେ ସେ କହିଛନ୍ତି କି, ମୋ ନାମ ପ୍ରଥମରୁ ହିଁ ପ୍ରୀତି ଜିଣ୍ଟା ରହିଛି । ବିବାହ ପରେ କେବଳ ସ୍ବାମୀଙ୍କ ସରନେମରୁ ଜି ରହିଛି । ମାତ୍ର ମୋ ନାମକୁ ଭୁଲରେ ପ୍ରଚାର କରାଯାଉଛି । କୁହାଯାଉଛି କି, ମୋ ନାମ ପୂର୍ବରୁ ପ୍ରିତମ ସିଂହ ଜିଣ୍ଟା ରହିଥିଲା । ମାତ୍ର ଜନ୍ମରୁ ହିଁ ଏହି ନାମ ରହିଛି । ତେବେ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏହି ଭିଡିଓଟି ବେଶ ଭାଇରାଲ ହୋଇଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି ।

https://www.instagram.com/reel/C01BgStSX5D/?utm_source=ig_embed&ig_rid=8ed8e722-0daf-4633-a55b-35a7a9a3ca34

ଛତୁଆ ଦେଉଛି ଭଲ ରୋଜଗାର

ବରଗଡ଼: ସଶକ୍ତ ହେଲେ । ଜ୍ଞାନ ଆହରଣ ପାଇଁ ବିଦେଶ ଗଲେ । ପରିଶ୍ରମ ବଳରେ ସ୍ବାବଲମ୍ବୀ ହେଲେ ଏସଏଚଜି ମାଆ । ଛତୁଆ ତିଆରି କରି ଭଲ ରୋଜଗାର କରିପାରିଛନ୍ତି ମିଶନ ଶକ୍ତି ମହିଳା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ କୃତଜ୍ଞତା ଜଣଇଛନ୍ତି ସମସ୍ତ ମହିଳା ।

ମହିଳା ଏବେ ଅବଳା ନୁହଁ ସବଳା । ଆଉ ଘର କୋଣରେ ନୁହଁ ବିଦେଶକୁ କରୁଛନ୍ତି ଯାତ୍ରା । ନିଜ ହାତ ତିଆରି ସାମଗ୍ରୀର ପ୍ରଚାର ପ୍ରସାର ସହ ବିଦେଶୀ ଜିନିଷ ଉପରେ କରିପାରୁଛନ୍ତି ଜ୍ଞାନ ଆହରଣ  । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଯୋଗୁ ଆଜି ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ବିନ୍ଧ୍ୟବାସିନୀ ଓ ଇନ୍ଦ୍ରାବାସିନୀ SHG ଗ୍ରୁପ ଗତ ୨୦୧୧ ମସିହାରୁ ଛତୁଆ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ଏହି ଗୃପ ବିଭିନ୍ନ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଓ ଦୋକାନକୁ ଛତୁଆ ଯୋଗାଇ ଆଜି ଭଲ ରୋଜଗାର କରିପାରୁଛି । ଛତୁଆ ପ୍ରସ୍ତୁତ ବେଳେ ସ୍ବଚ୍ଛତାକୁ ଗୁରୁତ୍ବ ଦେଇଛନ୍ତି ଏହି ଏସଏଚଜି ମାଆ ମାନେ ।

ଏସଏଚଜି ଗ୍ରୁପ ପାଇଁ ମିଶନ ଶକ୍ତି ଯୋଜନା ବରଦାନ ସାଜିଛି । ପଲ୍ଲୀରୁ ଦିଲ୍ଲୀ ତଥା ବିଦେଶ ଗସ୍ତ କରିବାର ସୁଯୋଗ ପାଇପାରିଛନ୍ତି ଉଭୟ ଗ୍ରୁପର ମହିଳା ମାନେ। ଏହି SHG ଗ୍ରୁପର ମହିଳା ହାଣ୍ଡିଶାଳରୁ ବାହାରି ଫ୍ଲାଇଟ ଯୋଗେ ଦୁବାଇ ଯାତ୍ରା କରିଛନ୍ତି।

ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ SHG ଗ୍ରୁପର ମହିଳା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ କୃତଜ୍ଞତା ଜଣଇଛନ୍ତି ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଗଜପତି ଜିଲ୍ଲାର ଆଦିବାସୀ ସଂଗ୍ରହାଳୟ

ଗଜପତି: ସ୍ମୃତି ସାଉଣ୍ଟିଛି ଆଦିବାସୀ ଉନ୍ନୟନ ବିଭାଗର ସଂଗ୍ରହାଳୟ । ଏଠି ସଜେଇ ହୋଇଛି ଆଦିବାସୀଙ୍କ  ଲୋକ କଳା, ସଂସ୍କୃତି ଓ ପରମ୍ପରାର ବହୁ ପୁରାତନ ସାମଗ୍ରୀ । ଏଥି ସହ ସେମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ । ଯାହାକୁ ଦେଖି ଆଦିବାସୀଙ୍କ ପୂର୍ବ ସଭ୍ୟତା ଓ ଜୀବନଶୈଳୀକୁ ମନେ ପକାଉଛନ୍ତି ବର୍ତ୍ତମାନର ପିଢ଼ି । ଜିଲ୍ଲାରେ  ରହିଛି ଏଭଳି ଦୁଇଟି ସଂଗ୍ରହାଳୟ ଯାହା ପର୍ଯ୍ୟଟକଙ୍କ ଆକର୍ଷଣର ଅନ୍ୟ ଏକ କେନ୍ଦ୍ରବିନ୍ଦୁ ପାଲଟିଛି ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଗଜପତି ଜିଲ୍ଲାର ଆଦିବାସୀ ସଂଗ୍ରହାଳୟ । ହେଉଛି ପୁରାତନ କଳା, ସଂସୃତି ଓ ପରମ୍ପରାର ସଂରକ୍ଷଣ ଓ ପ୍ରଚାର ପ୍ରସାର । ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ସୁବଠି ପ୍ରଶଂସା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗତପତି ଜିଲ୍ଲାରେ ଶତକଡା ୬୦ରୁ ଉର୍ଦ୍ଧ୍ବ ଭାଗ ଆଦିବାସୀ ଜନଜାତି ବସବାସ କରୁଛନ୍ତି । ସେମାନଙ୍କ ଚାଲିଚଳନ ବେଶଭୂଷା , କଳା ସଂସ୍କୃତି ତଥା ପରମ୍ପରା ଉପରେ ଜାଣିବାକୁ ପର୍ଯ୍ୟଟକଙ୍କ ଆଗ୍ରହତା ଯଥେଷ୍ଟ ରହିଥାଏ । ଏସବୁ ମଧ୍ୟରେ ରାଜ୍ୟ ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲାର ସେରଙ୍ଗ ଓ ଚନ୍ଦ୍ରଗିରି ଠାରେ ପ୍ରତିଷ୍ଠିତ ସଂଗ୍ରହାଳୟରେ ସଂଗୃହିତ ଆଦିବାସୀଙ୍କ ବହୁ ପୁରାତନ ଉପକରଣମାନ ଆଦିବାସୀଙ୍କ ପୁରାତନ ସଭ୍ୟତାର ଚିତ୍ର ବଖାଣୁଛି । ଯାହା ବର୍ତ୍ତମାନ ସମାଜରେ ଦେଖିବାକୁ ବିରଳ ହୋଇପଡିଛି । ଏହା ଦେଖି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପର୍ଯ୍ୟଟକ।

ବର୍ତ୍ତମାନ ଆଦିବାସୀ ସମାଜରେ ଶିକ୍ଷାର ଅନେକ ଅଗ୍ରଗତି ଘଟିଛି । ଆଧୁନିକତାର ଅନୁକରଣ କରୁଛନ୍ତି ଲୋକେ । ଫଳରେ ଧିରେ ଧିରେ ଲୋପ ପାଇବାକୁ ବସିଛି ଏମାନଙ୍କ ପୁରାତନ ସଂସ୍କୃତି, ପରମ୍ପରା, ବେଶ ପୋଷାକ ଓ ଜୀବନଶୈଳୀ। ଯାହାକୁ ସଂଗ୍ରହ କରି ସାଇତି ରଖିବାକୁ ଉଦ୍ୟମ କରିଛି ପ୍ରଶାସନ । ଯାହା ଆଗାମୀ ପିଢ଼ି ପାଇଁ ସ୍ମୃତିପାଲଟିଛି । ଜିଲ୍ଲା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରାଯାଉଥିବା ବେଳେ ଏହାର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା କହିଛନ୍ତି ସଉରା ଉନ୍ନୟନ ଅଧିକାରୀ ।

କରିନାଙ୍କ ଉପରେ କାହିଁକି ରାଗିଲେ କାଜୋଲ?

ମୁମ୍ବାଇ: କରିନା କପୁର ଖାନ୍ ଏବଂ କାଜୋଲଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିବା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ’କଭି ଖୁସି କଭି ଗମ୍’ ଫିଲ୍ମରେ ଉଭୟ ଭଉଣୀଭାବେ ନଜର ଆସିଥିଲେ । ସେମାନଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥାନ୍ତି । ତେବେ ଉଭୟଙ୍କ ମଧ୍ୟରେ କଥା କଟି ହୋଇଥିବା ଖବର ଶୁଣିବାକୁ ମିଳିଛି । ବଲିଉଡର ବହୁ କଳାକାରମାନେ ଏକାଠି ହୋଇଥିବାବେଳେ ସେମାନଙ୍କ ମଧ୍ୟରେ କଥା ଚାଲିଥିଲା । ଏହି ସମୟରେ କାଜୋଲ କହିଥିଲେ କି, ସେ ସିରିଏଲ କିଲର ଭାବେ ଅଭିନୟ କରିବାକୁ ଚାହୁଁଛନ୍ତି । କିନ୍ତୁ ମୋତେ ଜଣାନାହିଁ କି, ମୁଁ ଏଥିରେ ନିଖୁଣ ଅଭିନୟ କରିପାରିବି କି, ତାହା ଜାଣିନାହିଁ ।

ତେବେ କରିନା ଏହି ସମୟରେ କହିଥିଲେ କି, ତୁମେ ବହୁତ ଆଗ୍ରେସିଭ୍ ଏବଂ ତୁମର ଭାଓଲେଟ୍ ବ୍ୟବହାର ରହିଛି । ଏହାସହ ସେ କହିଥିଲେ କି, ୯୦ ଦଶକରେ ତୁମର ବହୁତ ଖରାପ କାର ରହିଥିଲା । ଏହାସହ କାଜୋଲ କହିଥିଲେ କି, ତୁମେ କେବେ ମୋ କାରରେ ବସିଛନ୍ତି କି? ଏଭଳି ଭାବେ ଉଭୟଙ୍କ ମଧ୍ୟରେ କଥାକଟି ହୋଇଥିବାବେଳେ ତୁମେ ଚୁପ୍ ରହୁ ବୋଲି ସେ କହିଛନ୍ତି ।

 

ରାଜ୍ୟ ବିଜେପି ସଭାପତିଙ୍କୁ ବିଜେଡିର ସମାଲୋଚନା, ଚାପରେ ତଥ୍ୟହୀନ ମନ୍ତବ୍ୟ ଦେଇଛନ୍ତି ମନମୋହନ

ଭୁବନେଶ୍ବର : ଆଇଟି ରେଡ୍ ନେଇ ରାଜ୍ୟ ବିଜେପି ସଭାପତିଙ୍କୁ ସମାଲୋଚନା କରିଛି ବିଜେଡି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି, ଗତ ୮ ଓ ୧୨ ତାରିଖରେ ଆଇଟି ରେଡ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଦୁଇଟି ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିଥିଲେ । ଜବତ ହୋଇଥିବା ଟଙ୍କା କଂଗ୍ରେସ ରାଜ୍ୟସଭା ସାଂସଦଙ୍କର ବୋଲି କହିବା ସହ ଏଥିପାଇଁ କଂଗ୍ରେସକୁ ସମାଲୋଚନା କରିଥିଲେ ।

ହେଲେ ରାଜ୍ୟ ବିଜେପି ସଭାପତି ମନମୋହନଙ୍କ ମନ୍ତବ୍ୟ ଶୁଣିଲେ ଲାଗୁଛି ତାଙ୍କ ପାଖରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଅଧିକ ତଥ୍ୟ ରହିଛି । ତାଙ୍କ ପାଖରେ ଯଦି ଅଧିକ ତଥ୍ୟ ରହିଛି ତେବେ ଏହାକୁ ତାଙ୍କ ଦଳର କେନ୍ଦ୍ରୀୟ ନେତୃତ୍ବଙ୍କୁ ଦେଲେ ଭଲ ହୁଅନ୍ତା ବୋଲି ଲେନିନ କହିଛନ୍ତି । ଅନ୍ୟପଟେ ଆୟକର ବିଭାଗ ଅତୀତରେ ଉତ୍ତରପ୍ରଦେଶରେ ଚଢାଉ କରି ୫୦୦ କୋଟି ଏବଂ ସୁନା, କର୍ଣ୍ଣାଟକରୁ ୩୦୦ କୋଟି ଓ ମହାରାଷ୍ଟ୍ରରୁ ମଧ୍ୟ କୋଟି କୋଟି ଟଙ୍କା ଜବତ କରିଛି । ଏହି ଜବତ ଟଙ୍କା ବିଜେପି ନେତାଙ୍କର କି ବୋଲି ପ୍ରଶ୍ନ କରିଛି ବିଜେଡି । ମନମୋହନଙ୍କ ଉପରେ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ଚାପ ରହୁଛି । ଚାପର ବଶବର୍ତ୍ତୀ ହୋଇ ସେ ତଥ୍ୟହୀନ ମନ୍ତବ୍ୟ ଦେଉଛନ୍ତି ବୋଲି ଲେନିନ କହିଛନ୍ତି ।

କାଲି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ଶୁକ୍ରବାର ବସିବ ବିଜେଡିର କାର୍ଯ୍ୟକାରିଣୀ ବୈଠକ । ଶଙ୍ଖ ଭବନରେ ଏହି ବୈଠକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ । ପୂର୍ବାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତିଷ୍ଠା ଦିବସ ଉପରେ ଆଲୋଚନା ହେବ । ବିଧାୟକ, ସାଂସଦ, ବରିଷ୍ଠ ନେତାଙ୍କ ସହ ଯୁବ ନେତାମାନେ ଏହି ବୈଠକରେ ଯୋଗଦେବେ ।  ଆସନ୍ତା ୨୬ ତାରିଖରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଛି । ପ୍ରତିଷ୍ଠା ଦିବସରେ ବହୁ ଜନହିତକର କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ଜୀବନବିନ୍ଦୁ, ବୃକ୍ଷ ରୋପଣ, ଗଣଦୌଡ଼ ଭଳି ବହୁ କାର୍ଯ୍ୟକ୍ରମ ସବୁ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଆରମ୍ଭ ହେବ । ଆଗାମି ଦିନରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ସଂଗଠନକୁ ସୁଦୃଢ଼ କରିବ । ମୁଁ ବି ହେବି ନବୀନ ଓଡ଼ିଶା ସାରଥୀ’ ଏହି କାର୍ଯ୍ୟକ୍ରମ ଜରିଆରେ ବହୁ ଯୁବକ ଓ ଛାତ୍ରମାନେ ସାମିଲ ହେବେ ।

ପୁଣି କେକେଆରର ଅଧିନାୟକ ହେଲେ ଶ୍ରେୟସ ଆୟାର

କୋଲାକାତା: ଆଇପିଏଲ ୨୦୨୪ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଦଳମାନେ କିଛି ଖେଳାଳିଙ୍କୁ ଛାଡ଼ିଥିବାବେଳେ ଆଉ କିଛି ଖେଳାଳିଙ୍କୁ ରିଟେନ କରିଛନ୍ତି । ତେବେ ସମସ୍ତ ଦଳ ଚାମ୍ପିୟନ ହେବା ଲକ୍ଷ୍ୟରେ ନିଜର ଟିମ ପ୍ରସ୍ତୁତ କରୁଛନ୍ତି । ନିଲାମୀରେ କିଏ କାହାକୁ କିଣିବ ତାକୁ ନେଇ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ପୁଣିଥରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିବେ ଶ୍ରେୟସ ଆୟାର । କେକେଆର ପକ୍ଷରୁ ଭେଙ୍କି ଏହି ସୂଚନା ଦେଇଛନ୍ତି । ୨୦୨୨ ସିଜିନରେ କେକେଆର ଦଳର ଅଧିନାୟକ ଭାବେ ଖେଳି ଶ୍ରେୟସ ଦମଦାର ପ୍ରଦର୍ଶନ କରିଥିଲେ । ତେବେ ୨୦୨୩ରେ ଆହତ କାରଣରୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିପାରିନଥିଲେ । ମାତ୍ର ଏବେ ଦଳ ତାଙ୍କ ଉପରେ ଭରସା ରଖିଥିବାବେଳେ ପୁଣିଥରେ ଗୁରୁ ଦାୟିତ୍ବ ଦେଇଛି ।

୨୦୨୩ ସିଜିନରେ ନୀତିଶ ରାଣା କୋଲକାତାର ଅଧିନାୟକଭାବେ ଦଳର ମଙ୍ଗ ଧରିଥିଲେ । ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା କ୍ବାଲିଫାୟର ଖେଳିପାରି ନଥିଲା । ଦଳ ଏବେ ନୀତିଶ ରାଣାଙ୍କୁ ଉପଅଧିନାୟକ ପଦ ଦେଇଛି । ସେପଟେ ଗୌତମ ଗମ୍ଭୀର ପୁଣିଥରେ କୋଲକାତା ସହ ଯୋଡ଼ି ହୋଇଛନ୍ତି । ସେ ମେଣ୍ଟରଭାବେ ଚଳିତ ସିଜିନରେ କୋଲକାତାରେ ଯୋଗ ଦେଇଛନ୍ତି । ଦଳ ଚଳିତ ସିଜିନରେ ଏକ ବଡ଼ ମିଶନ ନେଇ ମଇଦାନକୁ ଓହ୍ଲାଇବ ।

 

୧୫ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି

ନୂଆଦିଲ୍ଲୀ: ସଂସଦର ସୁରକ୍ଷାକୁ ନେଇ ବିରୋଧୀଙ୍କ ପ୍ରଶ୍ନ । ସଂସଦରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଲୋକସଭା ଭବନର ସୁରକ୍ଷା ତ୍ରୁଟିକୁ ନେଇ ଉଭୟ ଗୃହରେ ହଟ୍ଟଗୋଳ rେଖିବାକୁ ମିଳିଛି । ହୋହଲ୍ଲା କରିବାରୁ ବିରୋଧୀ ଦଳର ୧୫ ସାଂସଦ ନିଲମ୍ବିତ  । ଲୋକସଭାରୁ ୧୪ ଓ ରାଜ୍ୟସଭାରୁ ଜଣେ ସାଂସଦ ସସପେଣ୍ଡ  । ପୂରା ଶୀତକାଳୀନ ଅଧିବେଶନରୁ ବିଦା ହେଲେ କଂଗ୍ରେସର ୫ ଏମପି । ସୁରକ୍ଷା ତ୍ରୁଟିକୁ ନେଇ ସରକାରଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ।

ଦିନକରେ ୧୫ ବିରୋଧୀ ସାଂସଦ ସସପେଣ୍ଡ। ନିଲମ୍ବିତ ସାଂସଦ ମଧ୍ୟରେ ଲୋକସଭାରୁ ୧୪ ଓ ରାଜ୍ୟସଭାରୁ ଜଣେ ସାଂସଦ ଅଛନ୍ତି । ଗୃହରେ ହଟ୍ଟଗୋଳ ଲାଗି ଲୋକସଭାରୁ ୧୪ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ନିଲମ୍ବିତ ସାଂସଦ ମଧ୍ୟରେ କଂଗ୍ରେସର ୫ ସାଂସଦ ଅଛନ୍ତି। ଗୃହରେ ହୋହାଲ୍ଲା ସହ ହଟ୍ଟଗୋଳ କରିବାରୁ ଲୋକସଭାର ୫ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ପାର୍ଲାମେଣ୍ଟର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲେ ସାଂସଦ । ନିଲମ୍ବିତ କଂଗ୍ରେସ ସାଂସଦ ହେଲେ ଟିଏନ ପ୍ରଥପନ, ହିବି ଇଡେନ, ଡିନ କୁରିଆକୋସ, ଜ୍ୟୋତିମଣି ଏବଂ ରାମ୍ୟା ହରିଦାଶ। ଶୀତକାଳୀନ ଅଧିବେଶନରୁ ବାକି କାର୍ଯ୍ୟ ଦିବସରୁ ନିଲମ୍ବିତ ହୋଇଛନ୍ତି ସାଂସଦ । ପୂର୍ବରୁ ଆଜି ସକାଳେ ରାଜ୍ୟସଭା ଟିଏମସି ସାଂସଦ ଡେରେକ ଓବ୍ରାୟନ ନିଲମ୍ବିତ ହୋଇଛନ୍ତି। ଡେରେଓ ଓବ୍ରାୟନଙ୍କ ନିଲମ୍ବନଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟିଏମସି ସାଂସଦ ଡୋଲା ସେନ।

ଡିମିରିପଙ୍କାଳ ଜଙ୍ଗଲରେ ଠାବ ହେଲା ବାଘର ପାଦ ଚିହ୍ନ

ମୋହନା: ଗଜପତି ଜ଼ିଲ୍ଲା ମୋହନା ବନାଞ୍ଚଳ ଅନ୍ତର୍ଗତ ଡ଼ିମିରିପଙ୍କାଳ ଗ୍ରାମ ନିକଟସ୍ଥ ଏକ ମକାବାଡ଼ ରେ କଲରାପତରିଆ ବାଘ ରେ ପାଦଚି଼ହ୍ନ ଠାବ ହୋଇଛି । ବୁଧୁବାର ସକାଳ ସମୟରେ ଗ୍ରାମବାସୀ ଙ୍କ ଠାରୁ ବାଘ ବୁଲୁଥିବା ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେଵେ ମକାବାଡ଼ ରେ ବାଘ ର ପାଦଚି଼ହ୍ନ ପଡ଼ିଥିବା ଦେଖିବାପାଇଁ ମିଳିଥିଲା । ଜଣେ ବ୍ୟକ୍ତି ମକା ବାଡ଼ ରେ ମଞ୍ଚା ଉପରେ ବାଡ଼ ଜଗିଥିବା ବେଳେ ବାଘ କୁ ଦେଖିଥିବା ଜଣାପଡିଛି । ତେଵେ ବାଘ ଟି କେଉଁ ପ୍ରଜାତିର ତାହା ସ୍ୱଷ୍ଟ ହୋଇପାରିନି । ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହେବା ସହ ବାଘ ର ସୁରକ୍ଷା ପ୍ରତି ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ।  ତେଵେ ଦୁଇ ବର୍ଷ ପୂର୍ବରୁ ମୋହନା ବନାଞ୍ଚଳ ରେ ଦୁଇଟି କଲରାପତରିଆ ବାଘ ରହିଛନ୍ତି ।

ଜାନୁଆରୀ ୨ରୁ ଯୁକ୍ତଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା

ଭୁବନେଶ୍ବର: ଜାନୁଆରୀ ୨ରୁ ଯୁକ୍ତଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚ୍‌ଏସ୍‌ଇ ପକ୍ଷରୁ ଆସନ୍ତା ୨୬ ତାରିଖଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଯିବ । ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏସବୁ ପହଞ୍ଚିବ।

ପରୀକ୍ଷା ଅଧୀକ୍ଷକମାନେ ପ୍ରଶ୍ନପତ୍ର, ଉତ୍ତର ଖାତା ସମେତ ଅନ୍ୟାନ୍ୟ କାଗଜପତ୍ର ଗ୍ରହଣ କରିବା ସମୟରେ ଭଲ ଭାବେ ଯାଞ୍ଚ କରିବେ। ପ୍ରଶ୍ନ କିମ୍ବା ଉତ୍ତର ଖାତା‌ରେ ତ୍ରୁଟି ଥିଲେ ସଙ୍ଗେ ସଙ୍ଗେ ପରୀକ୍ଷା ନିୟନ୍ତ୍ରକଙ୍କୁ ଫୋନ୍‌ କରି ଜଣାଇବାକୁ କୁହାଯାଇଛି । ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ଓ ପ୍ୟାକେଟ୍‌ ସାମଗ୍ରୀକୁ ସେମାନେ ସାଇତି ରଖିବେ । ୨୦୨୪ ଯୁକ୍ତଦୁଇ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଅତି କମ୍‌ରେ ଏକ ମାସ ପର୍ଯ୍ୟନ୍ତ ସେଗୁଡ଼ିକୁ ଯତ୍ନର ସହ ରଖିବାକୁ କୁହାଯାଇଛି ।

ଜାନୁଆରୀ ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟ ପରୀକ୍ଷା ହେବ । ଇଣ୍ଟିଗ୍ରେଟେଡ୍‌ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ୍‌ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ୧୫ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ୍‌ ପାଇଁ ୨ ଘଣ୍ଟା, ୬୦, ୩୦ ଓ ୨୦ ମାର୍କ ପରୀକ୍ଷା ପାଇଁ ୩ ଘଣ୍ଟା ଧାର୍ଯ୍ୟ ହୋଇଛି। ‌ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି। ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ଥିଓରି ପରୀକ୍ଷା ଆରମ୍ଭ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।