spot_img
Home Blog Page 2447

ଆସିଲା ୨୦୨୪ ଛୁଟି ତାଲିକା, ଏବେଠାରୁ କରିନିଅନ୍ତୁ ହଲିଡେ’ ଯୋଜନା

ନନ୍ଦିଘୋଷ ବ୍ୟୁରୋ: ଆସିଲା ନୂଆବର୍ଷର ଛୁଟି ତାଲିକା  । ନୂଆବର୍ଷ ପ୍ରସ୍ତୁତିରେ ସମସ୍ତେ  । ଏହାରି ମଧ୍ୟରେ କେନ୍ଦ୍ର ସରକାର ୨୦୨୪ ପାଇଁ ଗ୍ୟାଜେଟ ଛୁଟି ଲିଷ୍ଟ ଜାରି କରିଛନ୍ତି  । କେନ୍ଦ୍ର ସରକାରଙ୍କ ଛୁଟି ତାଲିକାରେ ଏବର୍ଷ ୧୭ ଦିନ ଅନିବାର୍ଯ୍ୟ ଛୁଟି ରହିଛି  । ୧୭ଟି ଅନିବାର୍ଯ୍ୟ ଛୁଟି ଥିବାବେଳେ ୩୧ ଟି ଅପସନାଲ୍‌ ହଲିଡେ’ ରହିଛି  । ଏହି ଛୁଟି ଗୁଡିକ ରାଜ୍ୟ ତଥା ସଂସ୍ଥା ସ୍ଥିର କରିବେ  ।

କେଉଁ କେଉଁ ଦିନ ମିଳିବ ଛୁଟି:

ସାଧାରଣତନ୍ତ୍ର ଦିବସ ୨୬ ଜାନୁଆରୀ ଶୁକ୍ରବାର

ହୋଲି ୨୫ ମାର୍ଚ୍ଚ ସୋମବାର

ଗୁଡ ଫ୍ରାଇଡେ ୨୯ ମାର୍ଚ୍ଚ ଶୁକ୍ରବାର

ଇଦ ଉଲ ଫିତର ୧୧ଏପ୍ରିଲ ଗୁରୁବାର

ରାମ ନବମୀ ୧୭ ଏପ୍ରିଲ ବୁଧବାର

ମହାବୀର ଜୟନ୍ତୀ ୨୧ ଏପ୍ରିଲ ରବିବାର

ବୁଦ୍ଧ ପୂର୍ଣ୍ଣିମା ୨୩ ମେ ଗୁରୁବାର

ଇଦ ଉଲ ଦୁହା ୧୭ ଜୁନ ସୋମବାର

 ମହରମ ୧୭ ଜୁଲାଇ ବୁଧବାର

ସ୍ବାଧୀନତା ଦିବସ ୧୫ ଅଗଷ୍ଟ ଗୁରୁବାର

ଜନ୍ମାଷ୍ଟମୀ ୨୬ ଅଗଷ୍ଟ ସୋମବାର

ମିଲାଦ ଉନ ନବୀ ୧୬ ସେପ୍ଟେମ୍ବର ସୋମବାର

ଗାନ୍ଧୀ ଜୟନ୍ତୀ ୨ ଅକ୍ଟୋବର ବୁଧବାର

ଦଶହରା ୧୨ ଅକ୍ଟୋବର ଶନିବାର

ଦିପାବଳୀ ୩୧ ଅକ୍ଟୋବର ଗୁରୁବାର

ଗୁରୁ ନାନକ ଜୟନ୍ତୀ ୧୫ ନଭେମ୍ବର ଶୁକ୍ରବାର

କ୍ରିସମସ୍‌ ୨୫ ଡିସେମ୍ବର ବୁଧବାର

ପାକିସ୍ତାନରେ ନିର୍ବାଚନ ଲଢିବେ ହିନ୍ଦୁ ଝିଅ ସବେରା, ଦାଖଲ କଲେ ନାମାଙ୍କନ

ଇସଲାମାବାଦ: ଆଗାମୀ ବର୍ଷ ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ  । ନିର୍ବାଚନରେ ପ୍ରଥମ ଥର ଖୈବର ପଖତୁନଖାର ବୁନୈର ଜିଲ୍ଲାରେ ଜଣ ହିନ୍ଦୁ ମହିଳା ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ସବେରା ପ୍ରକାଶ ନାମକ ହିନ୍ଦୁ ମହିଳା ଲଢିବେ ପାକିସ୍ତାନରେ ନିର୍ବାଚନ  ।

ହିନ୍ଦୁ ମହିଳା ସବେରା ପାକିସ୍ତାନ ପିପୁଲ୍ସ ପାର୍ଟି (PPP)ଟିକେଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି  । ସବେରାଙ୍କ ବାପା ଓମପ୍ରକାଶ ଅବସରପ୍ରାପ୍ତ ଡାକ୍ତର ହୋଇଥିବାବେଳେ ପିପିପିର ସଦସ୍ୟ ଅଟନ୍ତି  । ଖୈବର ପଖତୁନଖାର ଜଣେ ସ୍ଥାନୀୟ ନେତାଙ୍କ ଅନୁସାରେ ଆଗାମୀ ନିର୍ବାଚନ ପାଇଁ ନାମାଙ୍କନ ଭରି ପ୍ରଥମ ମହିଳା ସାଜିଛନ୍ତି ସବେରା  ।

ଏବଟାବାଦ ମେଡିକାଲ କଲେଜରୁ ଡିଗ୍ରୀ ହାସଲ କରିବା ପରେ ପିପିପି ମହିଳା ୱିଙ୍ଗର ମହାସଚିବ ରୂପେ କାର୍ଯ୍ୟରତ ଥିଲେ  । ସବେରା ପ୍ରକାଶ ମହିଳା ୱିଙ୍ଗର ମହାସଚିବ ରୂପେ ନିଜ ପ୍ରତିବଦ୍ଧତା ଦର୍ଶାଇଛନ୍ତି  । ନିର୍ବାଚନ ଜିତିଲେ ମହିଳାଙ୍କ ଉନ୍ନତି ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି  ସବେରା  । ପାକିସ୍ତାନ ନିର୍ବାଚନ ଆୟୋଗ (ECP)ରେ ସଂଶୋଧନ କରି ୫ ପ୍ରତିଶତ ମହିଳା ଆଶାୟୀଙ୍କୁ ସାମିଲ କରିବା ପାଇଁ ଅନିବାର୍ଯ୍ୟ କରାଯାଇଛି  ।

ବଢିବ ନୌସେନା ବଳ, ଆଜି INS ଇମ୍ଫାଲକୁ ନାଭାଲ ଡକୟାର୍ଡରେ ଉତ୍ସର୍ଗ କରିବେ ପ୍ରତିରକ୍ଷା ମନ୍ତ୍ରୀ

0

ମୁମ୍ବାଇ: ବଢିବ ନୌସେନା ବଳ । ଆଜି ନୌସେନାରେ ସାମିଲ ହେବ INS ଇମ୍ଫାଲ । ଅତ୍ୟାଧୁନିକ ଷ୍ଟିଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଆଇଏନଏସ ଇମ୍ଫାଲକୁ ମୁମ୍ବାଇସ୍ଥିତ ନାଭାଲ ଡକୟାର୍ଡରେ ଉତ୍ସର୍ଗ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସ୍ବଦେଶୀ କାରିଗରି ଭିତ୍ତିରେ ନିର୍ମିତ ବିଶାଶପାଟଣା କ୍ଲାସ ଡେଷ୍ଟ୍ରୟର ନୌସେନାରେ ସାମିଲ ହେବା ପରେ ବଢିବ ନୌସେନାର ବଳ । ଭାରତୀୟ ନୌସେନାର ଓ୍ବାରସିପ ଡିଜାଇନ ବ୍ୟୁରୋ ଦ୍ବାରା ନିର୍ମିତ ହୋଇଛି ଆଇଏନଏସ ଇମ୍ଫାଲ ।

ମୁମ୍ବାଇର ମାଜଗାଁ ଡକ ଲିମିଟେଡ ଦ୍ବାରା ଆଇଏନଏସ ଇମ୍ଫାଲ ହୋଇଛି ନିର୍ମିତ । ଏହାର ଲମ୍ବ ରହିଛି ୧୬୩ ମିଟର ଓ ଡିସପ୍ଲେସମେଣ୍ଟ କ୍ଷମତା ରହିଛି ୭ ହଜାର ୪୦୦ ଟନ । ଏହାର ଯନ୍ତ୍ରାଂଶ ମଧ୍ୟରୁ ୭୫ ପ୍ରତିଶତ ରହିଛି ସ୍ବଦେଶୀ । ଗତ ଅକ୍ଟୋବର ୨୦ରେ ଏହାକୁ ନୌସେନା ହାତରେ ଅର୍ପଣ କରାଯାଇଥିଲା । ପରୀକ୍ଷାମୂଳକ ଭାବେ ଏଥିରୁ ସୁପରସୋନିକ ବ୍ରହ୍ମୋସ ମିସାଇଲର ପରୀକ୍ଷଣ ଗତ ନଭେମ୍ବରରେ ହୋଇଥିଲା । ଏଥିରେ ସ୍ବଦେଶୀ ଅସ୍ତ୍ର, ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପିତ ହୋଇପାରୁଥିବା ମିସାଇଲ ପରିବହନ କ୍ଷମତା ରହିଛି ।

ଏଥିରେ ବୁଡାଜାହାଜ ବିଧ୍ବଂସୀ ଅସ୍ତ୍ର, ରକେଟ ଲଞ୍ଚର, ଟର୍ପେଡୋ ଲଞ୍ଚର, ଏଏସଡବ୍ଲୁ ହେଲିକପ୍ଟର ପରିବହନ କ୍ଷମତା ରହିଛି । ଆଣବିକ, ଜୈବିକ ଓ ରାସାୟନିକ ବା ଏନବିସି ଯୁଦ୍ଧ କରିପାରିବାର କ୍ଷମତା ଆଇଏନଏସ ଇମ୍ଫାଲ ନିକଟରେ ରହିଛି । ଏଥିରେ ସୁପର ରାପିଡ ଗନ ମାଉଣ୍ଟ, କମ୍ବାଟ ମ୍ୟାନେଜମେଣ୍ଟ ସିଷ୍ଟମ, ହେଲୋ ଟ୍ରାଭର୍ସିଂ ସିଷ୍ଟମ, ସୋନାର ସିଷ୍ଟମ ଆଦି ରହିଛି । ସାମୁଦ୍ରିକ ପରମ୍ପରା ଅନୁସାରେ ବିଭିନ୍ନ ଭାରତୀୟ ନୌସେନା ଜାହାଜକୁ ପାର୍ବତ୍ୟାଞ୍ଚଳ, ନଦୀ, ବନ୍ଦର, ଦ୍ବୀପ ନାମରେ ନାମିତ କରାଯାଇଥାଏ । କୌଣସି ଉତ୍ତରପୂର୍ବ ରାଜ୍ୟର ରାଜଧାନୀର ନାମାନୁସାରେ ଏହାକୁ ଆଇଏନଏସ ଇମ୍ଫାଲ ନାମରେ ନାମିତ ହୋଇଛି ।

ଦେଶରେ ଉପରମୁହାଁ କରୋନା ଗ୍ରାଫ, କର୍ଣ୍ଣାଟକରେ ବଢୁଛି JN.1 ଭାରିଆଣ୍ଟ ସଂକ୍ରମଣ

ବେଙ୍ଗାଲୁରୁ: ଦେଶରେ ଉପରମୁହାଁ କରୋନା ଗ୍ରାଫ । କେରଳ, କର୍ଣ୍ଣାଟକ ପାଲଟିଲାଣି ହଟସ୍ପଟ । କର୍ଣ୍ଣାଟକରେ ଜେଏନ.୧ ଭାରିଆଣ୍ଟ ସଂକ୍ରମଣ ବଢୁଛି । ରାଜ୍ୟରେ ୩୪ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ କେବଳ ବେଙ୍ଗାଳୁରୁରୁ ଚିହ୍ନଟ ହୋଇଛନ୍ତି ୨୦ । ସେପଟେ ସ୍ଥିତିର ମୁକାବିଲା ଲାଗି ଆଜି ବସିବ କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟର ସବକମିଟି ବୈଠକ ।

ଗତକାଲି ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୪ ହଜାର ୫୪ । ସେପଟେ କୋଭିଡ ଲହର କାଳରେ ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଥିବା ଦିଲ୍ଲୀରେ ପୁଣି କାୟା ମେଲାଉଛି ଭାଇରସ । ଏପରିକି ଦୈନିକ ୩ରୁ ୪ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମହାରଷ୍ଟ୍ର, ଗୋଆ, କେରଳ, ତାମିଲନାଦୁ ଓ ତେଲଙ୍ଗାନାରେ ବି ଦୈନିକ ସଂକ୍ରମଣ ବଢୁଛି ।

ଆଜିଠୁ ପରିକ୍ରମା ନିମନ୍ତ୍ରଣ, ଦେଶର ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ଦେବେ୧୭ ଟିମ୍‌

ପୁରୀ: ପରିକ୍ରମା ପ୍ରକଳ୍ପରେ ସାମିଲ ହେବା ପଇଁ ନିମନ୍ତ୍ରଣ ଦେବାକୁ କେଉଁ ଦଳ କେଉଁ ସ୍ଥାନକୁ ଗସ୍ତ କରି ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ । ରାଜ୍ୟ ଭିତରେ ପ୍ରଥମ ଦଳ ଚିଲିକା, ଖଲ୍ଲିକୋଟ, କୋଦଳା ଅଞ୍ଚଳକୁ ଯାତ୍ରା କରିବ । ଦ୍ବିତୀୟ ଟିମ୍ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା, ତୃତୀୟ ଦଳ ଭୁବନେଶ୍ବର, କଟକ, ଯାଜପୁର, ଭଦ୍ରକ, ଚତୁର୍ଥ ଦଳ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପଞ୍ଚମ ଦଳ ଢେ଼ଙ୍କାନାଳ, ଅନୁଗୁଳ, ଦେବଗଡ଼, ଷଷ୍ଠ ଦଳ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସପ୍ତମ ଦଳ କନ୍ଧମାଳ, ବୌଦ୍ଧ, ସୋନପୁର ଯାତ୍ରା କରିବ  ।

ସେହିପରି ଅଷ୍ଟମ ଦଳ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ନବମ ଦଳ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଦଶମ ଦଳ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଏକାଦଶତମ ଦଳ ଗଞ୍ଜାମ, ଗଜପତି, ରାୟଗଡ଼ା, ଦ୍ବାଦଶ ଦଳ ଦାରୁକ୍ଷେତ୍ର ପୁରୀ, କାକଟପୁର, ଖୋର୍ଦ୍ଧା, ଜଗତସିଂହପୁର, ସାଲେପୁର ଓ ୧୩ତମ ଦଳ ଦାରୁକ୍ଷେତ୍ର ଦଧିମାଛଗଡ଼ିଆ, ଅସ୍ତରଙ୍ଗ, ନିଆଳି, ରାୟଚକ୍ରଧରପୁର ଓ ଡେଲାଙ୍ଗରେ ବିଭିନ୍ନ ଦେବାଦେବୀ ପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିବେ ।

ରାଜ୍ୟ ବାହାରେ ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର, ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତ୍ରୟମ୍ବକେଶ୍ୱର ଜ୍ୟୋର୍ତିଲିଙ୍ଗ, ଘୃଣେଶ୍ୱର ଜ୍ୟୋତିର୍ଲିଙ୍ଗ, ତିରୁପତି ବାଲାଜୀ, ପଦ୍ମାବତୀ ମନ୍ଦିର, ତିରୁପତି ବିଶ୍ବବିଦ୍ୟାଳୟ ଜଗନ୍ନାଥ ମନ୍ଦିର, କାଞ୍ଚିପୁରମ୍ କାମାକ୍ଷୀ ଦେବୀ ମନ୍ଦିର, ରାମେଶ୍ବରମ୍ ଜ୍ୟୋତିର୍ଲିଙ୍ଗ, ମଦୁରାଇ ମିନାକ୍ଷୀ ମନ୍ଦିର, ଚେନ୍ନାଇ ଜଗନ୍ନାଥ ମନ୍ଦିର, ବଦ୍ରିନାଥ, କେଦାରନାଥ, ଯୋଶୀମଠ, ଉତ୍ତରକାଶୀ ଜଗନ୍ନାଥ ମନ୍ଦିର, ଦ୍ୱାରକାରେ ଦ୍ୱାରକାଧୀଶ, କେଦାରନାଥ, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ସୁରତ୍ ଓ ଜମାଲପୁର ଜଗନ୍ନାଥ ମନ୍ଦିର, କାଶୀ ବିଶ୍ୱନାଥ, ଅଯୋଧ୍ୟା ମନ୍ଦିର, ଚିତ୍ରକୂଟ, ବୈଷ୍ଣୋଦେବୀ, ଅମରନାଥ ମନ୍ଦିର, ରଘୁନାଥ ମନ୍ଦିର, ନେପାଳର ପଶୁପତିନାଥ, ଶକ୍ତିପୀଠ, ସିଂହାଚଳମ୍, ଥିରୁବନନ୍ତପୁରମ୍ ପଦ୍ମନାଭ ସ୍ୱାମୀ ମନ୍ଦିର, ସାବିରିମାଲା, ଗୁରୁନାରାୟଣ, ମହାକାଳେଶ୍ୱର, ଓଁକାରେଶ୍ୱର, ବଡ଼ଧାମ, କାଳିଘାଟ, ଦକ୍ଷିଣେଶ୍ୱର କାଳୀପୀଠ, ତାରାପୀଠ, ଚାମୁଣ୍ଡେଶ୍ୱରୀ ସହ ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ୧୭ଟି ଟିମ୍ ଗଠିତ ହୋଇଛି ।

ଆଜିଠୁ ଶ୍ରୀମନ୍ଦିରରୁ ନିମନ୍ତ୍ରଣ ବାର୍ତ୍ତା ନେଇ ବାହାରିବେ ୩୦ ସ୍ବତନ୍ତ୍ର ଦଳ

ପୁରୀ: ଶ୍ରୀକ୍ଷେତ୍ରରେ ହେବ ଦିବ୍ୟମିଳନ । ପବିତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରାଣ ପ୍ରତିଷ୍ଠା ପାଇଁ ବଡ଼ଦାଣ୍ଡରେ ଏକାଠି ହେବେ ଦେବତା, ସାଧୁସନ୍ଥ ଓ ଭକ୍ତ । ଆସନ୍ତା ଜାନୁଆରୀ ୧୭ ତାରିଖରେ ଭବ୍ୟ ଲୋକାର୍ପଣ ଉତ୍ସବ । ଏଥିପାଇଁ ପାଇଁ ଆଜି ପବିତ୍ର ମାର୍ଗଶିର ପୂର୍ଣ୍ଣିମାରେ ଶୁଭାରମ୍ଭ ହେବ ପରିକ୍ରମା ନିମନ୍ତ୍ରଣ । ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯିବ ।

ସକାଳ ୮ଟାରେ ଶ୍ରୀମନ୍ଦିର ନିକଟରୁ ୩୩ଟି ଗାଡ଼ିରେ ନିମନ୍ତ୍ରଣ ବାର୍ତ୍ତା ନେଇ ବାହାରିବେ ୩୦ଟି ସ୍ବତନ୍ତ୍ର ଦଳ । ୯ଟା ୧୫ରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିବେ । ଦେବାଧିଦେବ ଏକାମ୍ର ପୀଠାଧୀଶ୍ବର ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ । ଏହାପରେ ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରି  ଲିଙ୍ଗରାଜ ମନ୍ଦିର ପରିସରକୁ ଫେରିବେ ।

ସେଠାରୁ ୧୩ଟି ଟିମ୍ ରାଜ୍ୟର ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଗସ୍ତ କରିବେ । ଅବଶିଷ୍ଟ ୧୭ଟି ଟିମ୍ ସର୍କିଟ ହାଉସ ଓ ଷ୍ଟେଟ ଗେଷ୍ଟ ହାଉସକୁ ଆସି ପର୍ଯ୍ୟାୟକ୍ରରେ ରାଜ୍ୟବାହାରର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ ଦେବାକୁ ଗସ୍ତ କରିବେ ।

ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ, ଆନନ୍ଦ ଭବନରୁ ବାହାରିବ ବିଶାଳ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ବର: ଆଜି ବିଜେଡିର ପ୍ରତିଷ୍ଠା ଦିବସ । ୨୭ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ସମସ୍ତ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ୨୭ତମ ପ୍ରତିଷ୍ଠା ସମାରୋହ ପାଳନ କରାଯାଉଛି । ଏହି ଅବସରରେ ଗଣଦୌଡ଼ ସହ ସାଇକେଲ ରାଲି ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବ।

ସେହିପରି ଶଙ୍ଖ ଭବନ ସମେତ ବିଭିନ୍ନ ସ୍ଥାନରେ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ବିଜୁ ବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶର ଆଭିମୁଖ୍ୟ ନେଇ କାମ କରୁଥିବାରୁ ବାରମ୍ବାର ଜନ ଆର୍ଶୀବାଦ ଲାଭ କରିଛି । ୨୬ ବର୍ଷ ଭିତରେ ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ବିଜେଡି ରାଜନୈତିକ କାର୍ଯ୍ୟକ୍ରମ ସହିତ ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳମାନଙ୍କ ଭିତରେ ସ୍ବତନ୍ତ୍ର ସ୍ଥାନ ପାଇଛି ।

ଯାହା ଦଳକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିଛି । ଆଗାମୀ ଦିନରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇଥିବା ବିକାଶଧାରାକୁ ବଜାୟ ରଖିବା ପାଇଁ ଏହା ଶକ୍ତି ଯୋଗାଇଛି। ନିର୍ବାଚନ ହେଉ କି ଉପନିର୍ବାଚନ, ସବୁଥିରେ ବିଜେଡିକୁ ମିଳିଛି ଅପୂର୍ବ ସଫଳତା। ୨୦୨୪ ନିର୍ବାଚନର ବି ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ମିଶନ ୧୩୦କୁ ନେଇ କାମ କରୁଛି ବିଜେଡି।

ବରଗଡ଼ ଧନୁଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି

ବରଗଡ଼: ବରଗଡ଼ ଧନୁଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତ ୨୨ରେ ମଥୁରା ନଗରୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ ଆଜି ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ସମଲେଶ୍ବରୀ ମନ୍ଦିରରେ ପରମ୍ପରା ରୀତିରେ ପୂଜାର୍ଚ୍ଚନା ପରେ କୃଷ୍ଣ ଓ ବଳରାମଙ୍କୁ ବରଣ କରାଯାଇ ସାଂସ୍କୃତିକ ଶୋଭାଯାତ୍ରା ସହ ଜୀରା ନଦୀ କୂଳରେ ଥିବା କଦମ୍ବ ବନ ନିକଟକୁ ନିଆଯାଇଥିଲା । ଧନୁଯାତ୍ରାରେ ଯମୁନା ନଦୀ ପାଲଟୁଥିବା ଜିରା ନଦୀ କୂଳର କଦମ୍ବ ବୃକ୍ଷରେ ଧାର୍ଯ୍ୟ ଲଗ୍ନ ସମୟରେ ପୂଜାର୍ଚ୍ଚନା କରାଯାଇ ଶୁଭଧ୍ବଜା ଲଗାଯାଇଛି । ଉପଜିଲ୍ଲାପାଳ କୁମାର ନାଗ ଭୂଷଣ ମିଶ୍ର ପୂଜାର କର୍ତ୍ତା ସାଜିଥିବାବେଳେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ, ଧନୁଯାତ୍ରା କମିଟିର ସମ୍ପାଦକ ସୁରେଶ୍ବର ଶତପଥିଙ୍କ ସହ ଗୋପପୁର କମିଟି ଓ ମଥୁରା କମିଟିର ବିଭିନ୍ନ ସଦସ୍ୟ ଓ ବହୁ କଳାକାର ସାମିଲ ହୋଇଥିଲେ । ଜାନୁଆରୀ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବରଗଡର ୭୬ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ।

ପବିତ୍ର ବଡ଼ଦିନରେ ଉତ୍ସବମୁଖର ଦେଶ

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ବଡ଼ଦିନରେ ଉତ୍ସବମୁଖର ଦେଶ । ଉତ୍ସାହ ଉଦ୍ଦୀପନାରେ  ଉତ୍ସବ ପାଳିଛନ୍ତି ଖ୍ରୀଷ୍ଟଧର୍ମାବଲାମ୍ବୀ । ସମବେତ ପ୍ରାର୍ଥନା କରି ପ୍ରଭୁଙ୍କ ଧରାବତରଣକୁ ପାଳନ କରିଛନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ଚର୍ଚ୍ଚରେ ଉତ୍ସବ ହୋଇଛି ପାଳିତ। ବଡ଼ଦିନ ପାଇଁ ଚର୍ଚ୍ଚଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି । ଦିଲ୍ଲୀ ସମେତ ଅନ୍ୟାନ୍ୟ ସ୍ଥାନରେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଖୁସିର ସହ  ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଆଜିକୁ ପ୍ରାୟ ୨୦୨୩ ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଜନ୍ମଗ୍ରହଣ କରିଥିଲେ ବୋଲି ବିଶ୍ବାସ ରହିଛି । ସେ ଜନ୍ମ ହେବା ସହ ଖ୍ରୀଷ୍ଟାବ୍ଦର ଆରମ୍ଭ ହୋଇଥିବା କୁହାଯାଉଛି । ଶେଷ ଜୀବନରେ ଯୀଶୁଙ୍କୁ କୁଶବିଦ୍ଧ କରାଯାଇ ହତ୍ୟା କରାଯାଇଥିଲା । ଏନେଇ ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବେଲରେ ଉଲ୍ଲେଖ କରାଯାଇଛି। ଏହାପରଠାରୁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଭାବେ ପାଳନ କରାଯାଉଛି ।

ପାଣ୍ଡ୍ୟାଙ୍କ ପାଇଁ ୧୦୦ କୋଟି ନେଇଛି ଗୁଜୁରାଟ ଟାଇଟନ୍ସ!

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ନଜର ଆସିବେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେବା ଦିନଠାରୁ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର କ୍ରିକେଟପ୍ରେମୀଙ୍କୁ ତାଜୁବ କରିଦେବ । ପ୍ରକାଶ ପାଇଛି କି, ଗୁଜୁରାଟ ଟାଇଟନ୍ସ ପାଣ୍ଡ୍ୟାଙ୍କୁ ଛାଡ଼ିବା ପାଇଁ ୧୦୦ କୋଟି ନେଇଥିବା କୁହାଯାଉଛି । ଯଦିଓ ଏକଥାରେ କେତେ ସତ୍ୟତା ରହିଛି ତାର ସ୍ପଷ୍ଠୀକରଣ ମିଳିନାହିଁ । ତଥାପି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏହି ଏହି ଖବର ବେଶ ଭାଇରାଲ ହେବାରେ ଲାଗିଛି । ହାର୍ଦ୍ଦିକ ପାଣ୍ଡ୍ୟା ୧୫ରେ କିଣା ହୋଇଥିବାବେଳେ ତାଙ୍କ ପାଇଁ ୧୦୦ କୋଟି ଖର୍ଚ୍ଚ ହୋଇଥିବା ଏବଂ ସେ ଅଧିନାୟକ ହେବା ପାଇଁ ଚୁକ୍ତି କରିଥିବା କୁହାଯାଉଛି । ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳିଥିବା ପାଣ୍ଡ୍ୟା ଅନେକ ମ୍ୟାଚ୍ ଜିତାଇଛନ୍ତି । ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇରେ ସେ ଖେଳିଥିଲେ । ମାତ୍ର ୨୦୨୨ ଏବଂ ୨୦୨୩ ସିଜିନରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ଭାବେ ଖେଳିଥିଲେ । ପ୍ରତମ ବର୍ଷରେ ଚାମ୍ପିୟନ ହୋଇଥିବାବେଳେ ଦ୍ବିତୀୟ ବର୍ଷ ଉପବିଜେତା ହୋଇଥିଲା ।