ବିନା ଡ୍ରାଇଭରରେ ୮୦ କିମି ଗଡିଲା ଟ୍ରେନ୍

1 min read

ଜମ୍ମୁ ଓ କାଶ୍ମୀର: ବିନା ଡ୍ରାଇଭରରେ ୮୦ କିଲୋମିଟର ଗଡି ଚାଲିଲା ମାଲବାହୀ ଟ୍ରେନ । ଜାମ୍ମୁର କାଠୁଆ ଷ୍ଟେସନରେ ଅଟକି ଥିବା ଏକ ମାଲବାହୀ ଟ୍ରେନ ଦ୍ରୁତଗତିରେ ପଠାନକୋଟ ଆଡକୁ ଗଡିଯିବା ପରେ ଆତଙ୍କ ଖେଳିଯାଇଥିଲା । ପଞ୍ଜାବର ମୁକେରିଆନ ଅନ୍ତର୍ଗତ ଉଚି ବାସି ନିକଟରେ ଟ୍ରେନକୁ ଅଟକା ଯାଇଥିବା ସୂଚନା ମିଳିଛି ।

ଜାମ୍ମୁର ଡିଭିଜନାଲ ଟ୍ରାଫିକ ମ୍ଯାନେଜର କହିଛନ୍ତି- ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବଡକଥା ହେଉଛି ଟ୍ରେନଟି ହାଇସ୍ପିଡରେ ପ୍ରାୟ ୮୦ କିଲୋମିଟର ଅତିକ୍ରମ କରିଥିଲେ ବି ସୌଭାଗ୍ଯବଶତଃ କୌଣସି ଦୁର୍ଘଟଣା ଘଟି ନଥିଲା ।

କାଠୁଆ ଷ୍ଟେସନରେ ମାଲବାହୀ ଟ୍ରେନଟିକୁ ଠିଆ କରାଇ ଡ୍ରାଇଭର ଜଣକ ପଦାକୁ ଚାଲିଆସିଥିଲେ । ଅଞ୍ଚଳଟି ଗଡ଼ାଣିଆ ଥିବାରୁ ଟ୍ରେନ ଆପେ ଆପେ ଗତି କରିବା ଆରମ୍ଭ କରିଥିଲା । ଏହାକୁ ନେଇ ରେଳବାଇରେ ଆତଙ୍କ ଖେଳିଯାଇଥିଲା । ଶେଷରେ ପଞ୍ଜାବର ମୁକେରିଆନ ଅନ୍ତର୍ଗତ ଉଚି ବାସି ନିକଟରେ ଟ୍ରେନକୁ ଅଟକାଯାଇଥିଲା ।