ବାରଙ୍ଗରେ ବୁଲିଲା ଖଣ୍ଡା, ଲହୁଲୁହାଣ ହେଲେ ସରପଞ୍ଚଙ୍କ ସ୍ବାମୀ

ବାରଙ୍ଗ: ସକାଳୁ ସକାଳୁ ରକ୍ତ ରଞ୍ଜିତ ହୋଇଛି ବାରଙ୍ଗ ଅଞ୍ଚଳ । ବାରଙ୍ଗ ଥାନା ମଧୁବନରେ ଚା ଦୋକାନରେ ଜଣଙ୍କୁ ଖଣ୍ଡା ଓ ଲୁହା ରଡ଼ରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣରେ ଆହତ ବ୍ୟକ୍ତି ପବିତ୍ର ପ୍ରଧାନ ବୋଲି ଜଣାପଡିଛି । ସେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ପବିତ୍ର ଚା ପିଇବାକୁ ଆସିଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ୩ ଜଣ ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡା ଓ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ଖବର ପାଇଁ ପୋଲିସ ଘଟଣା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ପରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ମୁତୟନ ହୋଇଛନ୍ତି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି । ଆକ୍ରମଣକାରୀ ସେହି ଗାଁର ବୋଲି ଜଣାପଡିଛି । ଆକ୍ରମଣକାରୀମାନେ ଧରା ପଡ଼ିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି ।