ଆନ୍ତର୍ଜାତିକ ନିଶାଦ୍ରବ୍ଯ ଚୋରାଚାଲାଣ ଘଟଣାରେ ଗିରଫ ହେଲେ ସାଉଥ ଫିଲ୍ମ ନିର୍ଦ୍ଦେଶକ

1 min read

ନନ୍ଦିଘୋଷ ବ୍ୟୁରୋ: ଆନ୍ତର୍ଜାତିକ ନିଶାଦ୍ରବ୍ଯ ଚୋରାଚାଲାଣ ଘଟଣାରେ ଗିରଫ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରଡ୍ଯୁସର। ନାର୍କୋଟିସ୍କ କଣ୍ଟ୍ରୋଲ ବ୍ଯୁରୋ- ଏନସିବି ଓ ଦିଲ୍ଲୀ ପୋଲିସ ସ୍ପେସାଲ ସେଲ ପକ୍ଷରୁ ହୋଇଥିବା ମିଳିତ ଚଢାଉରେ ଧରାପଡିଛି ହାଇପ୍ରୋଫାଇଲ ଡ୍ରଗ୍ସ ରାକେଟ। କେବଳ ଭାରତରେ ନୁହେଁ, ନ୍ଯୁଜିଲ୍ଯାଣ୍ଡ, ଅଷ୍ଟ୍ରେଲିଆ ଓ ମ୍ଯାଲେସିଆରେ ଚାଲିଥିଲା ଏହି ରାକେଟ।  ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୫୦ କେଜି ସୁଡୋଫେଡ୍ରିନ। ଏହି ରାସାୟନିକ ପଦାର୍ଥ ଅତି ବିପଜ୍ଜନକ ତଥା ଅତ୍ୟଧିକ ଆଡିକ୍ଟିଭ ସିନ୍ଥେଟିକ ଡ୍ରଗ ପ୍ରସ୍ତୁତିରେ ବ୍ଯବହାର ହ ୋଇଥାଏ।  ବିମାନ ଓ ମାଲବାହୀ ଜାହାଜରେ ଖାଦ୍ଯ ସାମଗ୍ରୀ ଆକାରରେ ଏହି ସାମଗ୍ରୀକୁ ରପ୍ତାନି କରାଯାଉଥିଲା। ସୁଡୋଫେଡ୍ରିନ କିଲୋଗ୍ରାମ ପିଛା ଦେଢ କୋଟି ଟଙ୍କା ହୋଇଥାଏ। ଏହି ଆନ୍ତର୍ଜାତିକ ନିଶାଦ୍ରବ୍ଯ ରାକେଟକୁ ଧରିବା ଲାଗି କିଛି ଦିନ ଧରି ଯୋଜନା ଚାଲିଥିଲା। ଜେରାବେଳେ ସେମାନେ କହିଥିଲେ- ଗତ ୩ ବର୍ଷ ଧରି ସେମାନେ ଏହି ରାକେଟ ଜରିଆରେ ୩ ହଜାର ୫୦୦ କିଲୋଗ୍ରାମ ସୁଡୋଫେଡ୍ରିନ ରପ୍ତାନି କରିଥିଲେ ଯାହାର ମୂଲ୍ଯ ୨ ହଜାର କୋଟି ଟଙ୍କା ହେବ।