spot_img
Home Blog Page 2328

ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ

ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ। ଗଣତି ବେଳେ ରଦ୍ଦ ହୋଇଥିବା ୮ଟି ବାଲଟ ପେପର ଓ ଗଣତି ବେଳର ଭିଡିଓ ମଙ୍ଗଳବାରଦାଖଲ କରିବା ଲାଗି ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ମାମଲାର ଶୁଣାଣି କରି ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନଥିବା ଜଣେ ନୂଆ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କରିବା ଲାଗି ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସାନି ନିର୍ବାଚନ କରିବାକୁ ଅଗ୍ରାହ୍ଯ କରିଛନ୍ତି କୋର୍ଟ।  ଗତ ଜାନୁଆରୀ ୩୦ ତାରିଖରେ ହୋଇଥିବା ଚଣ୍ଡୀଗଡ ମେୟର ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ଜାଲିଆତି କରି ୮ଟି ଭୋଟକୁ ନାକଚ କରିଦେବା ନେଇ ଅଭିଯୋଗ କରିଥିଲା ଆପ। ଭୋଟଗଣତି ବେଳେ ବାଲଟ ପେପର ଉପରେ ଟିକ୍ ମାର୍କିଂ କରିବାବେଳେ ଅନିଲ ସିସିଟିଭି ଆଡକୁ ଚାହିଁଥିବା ଭିଡିଓ ଭାଇରାଲ ହୋଇଥିଲା।

କାହିଁକି ସିସିଟିଭି ଆଡକୁ ମୁହଁ କରିଥିଲେ ଏବଂ କାହିଁକି ବାଲଟ ପେପର ଉପରେ ମାର୍କିଂ କରିଥିଲେ ବୋଲି ଶୁଣାଣି ବେଳେ ଅନିଲଙ୍କୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ଏଣୁ ତାଙ୍କ ବିରୋଧରେ ମାମଲା ଦାୟର ହେବା ଆବଶ୍ଯକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନିର୍ବାଚନଭିତ୍ତିକ ଗଣତନ୍ତ୍ରରେ ଏହା ଅଗ୍ରହଣୀୟ ବୋଲି କହିଛନ୍ତି କୋର୍ଟ। ସେପଟେ ଚଣ୍ଡୀଗଡ଼ ମେୟର ପଦରୁ ବିଜେପିର ମନୋଜ ଶଙ୍କର ଇସ୍ତଫା ଦେଇଥିବାବେଳେ ଆପର ୩ କାଉନସିଲର ବିଜେପିରେ ସାମିଲ ହୋଇଛନ୍ତି। ଗତ ଜାନୁଆରୀ ୩୦ରେ ହୋଇଥିବା ମେୟର ନିର୍ବାଚନରେ ଆପର କୁଲଦୀପ କୁମାରଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ବିଜେପିର ମନୋଜ ଶଙ୍କର। ମନୋଜ ୧୬ ଭୋଟ ପାଇଥିବାବେଳେ କୁଲଦୀପ ୧୨ଟି ଭୋଟ ପାଇଥିଲେ। ୮ଟି ଭୋଟ ଆପ୍ ସପକ୍ଷରେ ଯାଇଥିଲେ ବି ତାହାକୁ ରଦ୍ଦ କରିଥିଲେ ପ୍ରିଜାଇଡିଂ ଅଫିସର।

ଢେଙ୍କାନାଳରେ ବଢୁଛି ଅନଲାଇନ ଦେହ ବ୍ୟବସାୟର ଠକେଇ

ଢେଙ୍କାନଳ: ଢେ଼ଙ୍କାନାଳରେ ବଢୁଛି ଅନଲାଇନ ଦେହ ବ୍ୟବସାୟର ଠକେଇ । ହୋଟେଲ ଓ ଆପାର୍ଟମେଣ୍ଟ ଗୁଡ଼ିକରେ ଖୋଲାଖୋଲି ଚାଲିଛି ଦେହ ବେପାର । ପଦାରେ ପଡ଼ିଛି, କିପରି ଚାଲିଛି ଡିଜିଟାଲ ଡିଲ୍ । ପୁରୀରୁ ଅପରେଟ ହେଉଛି ବ୍ଯବସାୟର ଗୋଲକଧନ୍ଦା । ଅନଲାଇନରେ ରୂପଜୀବୀଙ୍କ ହେଉଛି ୧୨ ହଜାରରୁ ୨୦ ହଜାର ଟଙ୍କାରେ ଡିଲ୍ ।

ଅନଲାଇନରେ ପୈଠ କର ଜୀବନର ମଜା ନିଅ । ରାତିରେ ୧୨ଟା ପରେ ଆରମ୍ଭ ହେଉଛି ଡିଜିଟାଲ ଡିଲ୍ । ଧରା ପଡ଼ିଲା ଦେହ ବେପାରର ଅସଲ ଚିତ୍ର । ରୂପର ବଜାରରେ ନିଲାମ ହେଉଛନ୍ତି ୧୮ରୁ ୪୮ ବର୍ଷର ମହିଳା । ଗରାଖଙ୍କୁ ଖୋଜି ୧୨ ହଜାରରୁ ୨୦ ହଜାର ଟଙ୍କାର ହେଉଛି ବ୍ଯବସାୟ । ଖାଲି ହୋଟେଲ ନୁହେଁ ନାମୀଦାମୀ ଆପାର୍ଟମେଣ୍ଟରେ ହେଉଛି ଦେହ ବେପାର । ସୋସିଆଲ ମିଡ଼ିଆରେ ବଜ୍ଞାପନ ପରେ ଫୋନରେ ହୁଏ ଡିଲ । ଆଉ ସବୁକିଛି ଠିକ ପରେ ହ୍ବାଟ୍ସଆପରେ ଆସେ ସୁନ୍ଦରୀଙ୍କ ଫଟୋ । ଓଡ଼ିଆ ହେଉ ବା ବଙ୍ଗାଳୀ ବା ଆସାମୀ, ଫଟୋ ଦେଖି ଡିଲ୍ ଫାଇନାଲ କରନ୍ତି ଗ୍ରାହକ । ସମୟ ଓ ସୁରକ୍ଷା ନେଇ ଧାର୍ଯ୍ୟ ହୁଏ ଭିନ୍ନ ଭିନ୍ନ ଦର । ଅନଲାଇନରେ ଟଙ୍କା ଦେବାକୁ ବିଭିନ୍ନ ତରିକା ଆପଣାନ୍ତି ଦଲାଲ । ଫୋନ ମାଧ୍ଯମରେ ଟଙ୍କା ପଠାଇବାକୁ ପଡ଼େ କିମ୍ବା ବାରକୋଡ ଆସିଲେ ସେଥିରେ ସ୍କାନ କରି ଟଙ୍କା ପଠାଯାଏ ।

 

ଉତ୍ତରପ୍ରଦେଶରେ ଛିଣ୍ଡୁନି ସିଟ୍ ଭାଗବଣ୍ଟା

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ସିଟ ଭାଗବଣ୍ଟା ନେଇ ଛିଣ୍ଡୁନି ଅଙ୍କ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସକୁ ୧୫ ଲୋକସଭା ଆସନ ଦେବକୁ କହିଛନ୍ତି। ଯଦି ୧୫ରୁ ଅଧିକ ଲୋକସଭା ଆସନ କଂଗ୍ରେସ ମାଗେ ତେବେ ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟ ସହ ସାମିଲ ହେବନି ସମାଜବାଦୀ ପାର୍ଟି। ଏହାକୁ ନେଇ କଂଗ୍ରେସକୁ ୧୫ ଆସନର ତାଲିକା ଦେଇଛି ସମାଜବାଦୀ ପାର୍ଟି। ଯଦି କଂଗ୍ରେସ ୧୫ ଆସନକୁ ଗ୍ରହଣ କରେ ତେବେ ସମାଜବାଦୀ ପାର୍ଟି ଇଣ୍ଡିଆ ମେଣ୍ଟରରେ ରହିବ। ଯଦି କଂଗ୍ରେସ ଏହି ସିଟ ଭାଗବଣ୍ଟାକୁ ଗ୍ରୀନ ସିଗନାଲ ଦିଏ ତେବେ ଉତ୍ତରପ୍ରଦେଶରେ ଆସନ୍ତା ଶୁକ୍ରବାର କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସହ ସାମିଲ ହେବେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। କଂଗ୍ରେସ କୌଣସି ନିଷ୍ପତ୍ତି ନନେଲେ ମେଣ୍ଟରୁ ଦୂରଇ ରହିବେ ଅଖିଳେଶ।  ଆସନ୍ତା ଶୁକ୍ରବାରରୁ ଉତ୍ତରପ୍ରଦେଶ ଚନ୍ଦୋଲି ଜିଲ୍ଲାରୁ ଆରମ୍ଭ ହେଉଛି ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ରାୟବରେଲିରେ ଏହି ଯାତ୍ରାରେ ସାମିଲ ହେବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ରାହୁଲଙ୍କ ଏହି ଯାତ୍ରା ଉତ୍ତରପ୍ରଦେଶରୁ ରାଜସ୍ଥାନ ଅଭିମୁଖେ ଯିବ।  ସାଧାରଣ ନିର୍ବାଚନକୁ ଆଉ ମାତ୍ର କମ ସମୟ ରହିଛି। ଏବେବି ବିରୋଧୀ ଇଣ୍ଡିଆ ମେଣ୍ଟର ସିଟ ଭାଗବଣ୍ଟା ନେଇ କୌଣସି ସହମତି ହୋଇପାରିନି। ମେଣ୍ଟରେ ଥିବା ରାଷ୍ଟ୍ରୀୟ ଲୋକ ଦଳ ବଜେପିରେ ସାମିଲ ହେବା ପରେ ପୁଣିଥରେ ୟୁପିରେ ସିଟ ଭାଗବଣ୍ଟା ଗଣିତ ହିସାବ ବିଗିଡି ଯାଇଛି। ଉତ୍ତରପ୍ରଦେଶରେ ମୋଟ ୮୦ ଲୋକସଭା ଆସନ ରହିଛି।

ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଉପରେ ସାରା ବିଶ୍ବର ନଜର

ଭୁବନେଶ୍ବର: ଶିଖର ଛୁଇଁଛି ଓଡ଼ିଶାର ଦକ୍ଷତା। ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଉପରେ ସାରା ବିଶ୍ବର ନଜର । କର୍ପୋରେଟ ଦୁନିଆରେ ସ୍କିଲଡ଼୍ ଇନ୍ ଓଡ଼ିଶାର ଚାହିଦା ଅଧିକ । ଓଡ଼ିଶାରେ ରୂପାନ୍ତର ଚାଲିଥିବା ବେଳେ, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ସାଙ୍ଗକୁ ଦକ୍ଷତା ବିକାଶ ଉପରେ ବି ଗୁରୁତ୍ବ ଦେଉଛନ୍ତି ସରକାର । ଓଡ଼ିଶାରେ ଥିବା ସ୍କିଲ ଇକୋ ସିଷ୍ଟମ ସାରା ଦେଶରେ ଉନ୍ନତ । ଏହାକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ବିଶ୍ବ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ଓଡ଼ିଶାର ପିଲା କିପରି ସାରା ବିଶ୍ବରେ ଦକ୍ଷତା ବିକାଶ ତାଲିମ ଜରିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ, ସେ ବାବଦରେ ରାଜ୍ୟ ସରକାର ନିରନ୍ତର ଉଦ୍ଯମ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍କିଲଡ଼୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୂ ପ୍ରଶଂସା କରିବା ସହ ସମ୍ମିଟରେ ଯୋଗଦେଇଥିବା କର୍ପୋରେଟ ସେକ୍ଟରର ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ସଚିବ ଉଷା ପାଢୀ, ଦକ୍ଷତା ବିକାଶ ଅଧ୍ୟକ୍ଷ ଅଲକା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୁଷ FIH ପ୍ରୋ ଲିଗ୍, ଆଜି ଭାରତକୁ ଭେଟିବ ସ୍ପେନ୍

ରାଉରକେଲା: ରାଉରକେଲା ସହରର ଵିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସୋମବାରଠାରୁ ଆରମ୍ଭ ହୋଇଛି ପୁରୁଷ FIH ପ୍ରୋ ଲିଗ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଆୟରଲ୍ୟାଣ୍ଡ ଓ ନେଦରଲାଣ୍ଡସ । ଦ୍ଵିତୀୟ ମ୍ୟାଚ ଭାରତ ଓ ସ୍ପେନ ମଧ୍ୟରେ ହେବ ଟକ୍କର । ଖେଳ ଦେଖିବାକୁ ଦର୍ଶକଙ୍କ ମଧ୍ଯରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଵିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫେବୃଆରି ୧୯ ତାରିଖ ଠାରୁ ଫେବୃଆରି ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଵ ମ୍ଯାଚ । ଏଥିରେ ଭାରତ, ଆୟରଲ୍ୟାଣ୍ଡ, ସ୍ପେନ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଟିମ ଅଂଶ ଗ୍ରହଣ କରିଛନ୍ତି । ୨୧ ତାରିଖ ପ୍ରଥମ ମ୍ୟାଚ ସ୍ପେନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଵାକୁ ଥିବା ଵେଳେ ଦ୍ଵିତୀୟ ମ୍ୟାଚ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯିଵ । ୨୨ରେ ପ୍ରଥମ ମ୍ୟାଚ ଆୟରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଏବଂ ଦ୍ଵିତୀୟ ମ୍ୟାଚ ନେଦରଲାଣ୍ଡ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ହେଵ । ୨୪ ସ୍ପେନ-ଆୟରଲ୍ୟାଣ୍ଡ ଓ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟକ୍କର । ସେହିପରି ୨୫ ତାରିଖ ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଵାକୁ ଥିବାବେଳେ ଦ୍ଵିତୀୟ ମ୍ୟାଚ ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଵ । ଓ୍ବୈଷ୍ଟ ଷ୍ଟାଣ୍ଡ ପାଇଁ 500 ଟଙ୍କା, ଇଷ୍ଟ ଷ୍ଟାଣ୍ଡ ପାଇଁ ୨୦୦, ନର୍ଥ ଷ୍ଟାଣ୍ଡ ପାଇଁ ୧୦୦ ଓ ସାଉଥ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଏହା ପୂର୍ବରୁ ସରିଛି ମହିଳା FIH ହକି ପ୍ରୋ ଲିଗ। ଏଥିରେ ୟୁଏସଏ, ଚାଇନା, ଇଣ୍ଡିଆ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଟିମ ଅଂଶ ଗ୍ରହଣ କରିଥିଲେ ।

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରୂପାନ୍ତରଣ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ ଓ ଭୀମଭୋଇ ପାଠାଗାରକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରୂପାନ୍ତରଣ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ ଓ ଭୀମଭୋଇ ପାଠାଗାରକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ  । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ରୂପାନ୍ତରଣ କାର୍ଯ୍ୟ ଓଡ଼ିଶା ଖଣି ନିଗମର ସାମାଜିକ ଦାୟିତ୍ବ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପନ୍ନ କରାଯାଉଛି । ଏହି ରୂପାନ୍ତରଣ କାର୍ଯ୍ୟର ଶିଳାନ୍ୟାସ ତଥା ନୂତନ ରୂପେ ଭୁବନେଶ୍ବରସ୍ଥିତ ବାପୁଜୀନଗର ଠାରେ ପ୍ରସ୍ତୁତ ହୋଇଥିବା ସନ୍ଥକବି ଭୀମଭୋଇ ପାଠାଗାରର ଉଦଘାଟନୀ ଉତ୍ସବ  ମୁଖ୍ୟମନ୍ତ୍ରୀଙ୍କ ଦ୍ବରା ଉଦଘାଟିତ ହୋଇଛି । ଏହି ଲୋପର୍ପଣ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ମେୟର ସୁଲଚନା ଦାସ ,ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଅଛନ୍ତି।

ଖଣ୍ଡଗିରିରେ ଯାତ୍ରା ଦେଖିବାକୁ ଲାଗିଲାଣି ଭିଡ଼

ଭୁବନେଶ୍ବର: ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ମହାକୁମ୍ଭ । ପ୍ରଥମ ଦିନରେ ଦୁଲିକିଲା ୫ଟି ଯାତ୍ରା ପେଣ୍ଡାଲ । ନାଟକ ଦେଖିବା ପାଇଁ ପ୍ରଥମ ସନ୍ଧ୍ୟାରେ ଯତ୍ରାପ୍ରେମୀଙ୍କ ଲାଗିଥିଲା ଭିଡ଼ । ଅନ୍ୟପଟେ ଦର୍ଶକଙ୍କ ସୁବିଧା ପାଇଁ ସମସ୍ତ ଯାତ୍ରା କମିଟି ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଥିଲା । ଭିନିୟାନର ଅଟ୍ଟହାସ୍ଯରେ କମ୍ପିଲା ଖଣ୍ଡଗିରି । ସଂଳାପ ସାଙ୍ଗକୁ ଗୀତ ଓ ରେକର୍ଡ ଡ୍ଯାନ୍ସରେ ମତୁଆଲା ହେଲେ ଦର୍ଶକ । ଖଣ୍ଡଗିରି କୁମ୍ଭମେଳାରେ ଆରମ୍ଭ ହେଲା ଯାତ୍ରା ମହାକୁମ୍ଭ । ଅପେରା ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଲଢେଇ । ଚଳିତବର୍ଷ ସାମିଲ ହୋଇଛନ୍ତି ୧୨ ଟି ବଛା ବଛା ଅପେରା ପାର୍ଟି ।

ପ୍ରଥମ ସନ୍ଧ୍ୟାରେ ୫ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିଛନ୍ତି । ଆଗକୁ ଆହୁରି ଯାତ୍ରାପାର୍ଟି ପଡ଼ିବାକୁ ଥିଲା ବେଳେ, ଗୌରୀ , କଳିଙ୍ଗ, କୋଣାର୍କ, ସାଇ ସମ୍ରାଟ ଓ ମାଆ ଦୁର୍ଗା ମନ୍ଦିର ମଧ୍ୟରେ ଦେଖିବାକୁ ମିଳିଛି ମହା ମୁକାବିଲା । ଚଳିତବର୍ଷର ଶ୍ରେଷ୍ଠ ନାଟକ, ଅତ୍ୟାଧୁନିକ ଆଲୋକ, ବଛା ବଛା କଳାକାରଙ୍କ ସହ ରେକର୍ଡ ଡ୍ୟାନ୍ସ ଦର୍ଶକଙ୍କୁ ଆକର୍ଷିତ କରିଛି । ପ୍ରଥମ ଦିନରୁ ହିଁ ସବୁ ଅପେରା ପେଣ୍ଡାଲରେ ନାହିନଥିବା ଭିଡ଼ ଦେଖିବାକୁ ମିଳିଛି । ଗୌରୀ ଗଣନାଟ୍ୟର ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା ନାଟକ ଦେଖିବାକୁ ଦର୍ଶକଙ୍କ ମଧ୍ଯରେ ବଢୁଛି ଉତ୍କଣ୍ଠା ।

ଅନ୍ୟପଟେ ଦର୍ଶକଙ୍କ ସୁବିଧା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ସମସ୍ତ ଯାତ୍ରା କମିଟି । ପ୍ରତ୍ୟେକ ପେଣ୍ଡାଲରେ ୨ ହଜାରରୁ ୩ ହଜାର ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଛି । ଯାତ୍ରା ପ୍ରେମିଙ୍କୁ ଦୃଷ୍ଟିରେ ରଖି ଦୁଇ ପ୍ରକାର ଟିକେଟର ମୂଲ୍ୟ ଧାର୍ଯ୍ୟ କରାଯାଇଛି । ସାଧାରଣ ବର୍ଗଙ୍କ ପାଇଁ ଟିକେଟର ମୂଲ୍ୟ ୧୫୦ ଟଙ୍କା ଓ ସ୍ବତନ୍ତ୍ର ବର୍ଗ ପାଇଁ ମୂଲ୍ୟ ରହିଛି ୨୫୦ ଟଙ୍କା । ଶାନ୍ତି ଶୃଙ୍ଖଳା ପାଇଁ କମିଟି ପକ୍ଷରୁ ଅଧିକ ସଦସ୍ୟଙ୍କୁ ନିୟୋଜିତ କରାଯାଇଛି । ଯାତ୍ରା ସାଙ୍ଗକୁ ବାବାଙ୍କ ମନ୍ତ୍ରଧ୍ବନୀରେ କମ୍ପୁଛି ଖଣ୍ଡଗିରି ଗୁମ୍ଫା । ବାବାଙ୍କ ଆଶୀର୍ବାଦ ନେବାକୁ ପ୍ରତିଦିନ ଜମୁଛି ଶ୍ରଦ୍ଧାଳୁଙ୍କ ସୁଅ ।

ପିଡିଏସ ଚାଉଳ ଘୋଟାଲାର ମହାଖୁଲାସା

ମୟୂରଭଞ୍ଜ: ଦାୟିତ୍ୱରେ ଥିଲେ, ସରକାରୀ ତହବିଲରୁ ମୋଟା ଅଙ୍କର ଦରମା ମଧ୍ୟ ପାଉଥିଲେ । ହେଲେ ଶେଷରେ ହିତାଧିକାରୀଙ୍କ ପାଇଁ ଆସିଥିବା ପିଡିଏସ୍ ଚାଉଳକୁ ଚଳୁ କରିନେଲେ ଦୁଇ ସରକାରୀ ଅଧିକାରୀ । ତଦନ୍ତ ପରେ ସାମ୍ନାକୁ ଆସିଛି ସାଂଘାତିକ ସତ । ଆଉ ଏବେ ଦୁଇ ଅଧିକାରୀଙ୍କୁ ଖୋଜୁଛି ପୋଲିସ୍।

ଗରିବ ହିତାଧିକାରୀଙ୍କ ପିଡିଏସ ଚାଉଳ ଘୋଟାଲାର ମହା ଖୁଲାସା । ଖୋଲିଗଲା ଯୋଗାଣ ସହାୟକ ଓ ପଞ୍ଚାୟତ ର୍ନିବାହୀ ଅଧିକାରୀଙ୍କ କଳାମୁଖା । ସତ ପଦାକୁ ଆସିବା ପରେ ଥାନାରେ ବିଡ଼ିଓଙ୍କ ଏତଲା । ଗିରଫ ଭୟରେ ଦୁଇ ଅଧିକାରୀ ଫେରାର । ମୟୂରଭଞ୍ଜ କପ୍ତିପଦା ବ୍ଲକ ଜାମବଣୀ ପଂଚାୟତର ଯୋଗାଣ ସହାୟକ ଦେବେନ୍ଦ୍ର ଘଡେଇ ଏବଂ ପୂର୍ବତନ ପଂଚାୟତ ନିର୍ବାହୀ ଅଧିକାରୀ ନରସିଂହ ପାତ୍ରଙ୍କ କଳା କାରନାମାର ପଦ୍ଦାଫାସ ହୋଇଛି । ରାସନକାର୍ଡ ହିତାଧିକାରୀଙ୍କୁ ଭକୁଆ ବନାଇ ୭ହଜାର ୩ ଶହ କିଲୋ ଚାଉଳ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୁଇ ଜଣ ମିଶି ଗତ ୨୦୨୩ ବର୍ଷ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସର ୧୧୨ ଜଣ ହିତାଧିକାରୀଙ୍କ ଚାଉଳ ଚଳୁକରି ନେଇଥିବା ଅଭିଯୋଗ ହୋଇଛି ।

ହିତାଧିକାରୀଙ୍କ ନିକଟରୁ ଟିପ ଚିହ୍ନ ନେଇ ଚାଉଳ ପ୍ରଦାନ କରାଯିବାର ରସିଦ୍ ମଧ୍ୟ ପ୍ରଦାନ କରୁଥିଲେ । ହେଲେ ଚାଉଳ ଦେଉ ନ ଥିଲେ, ପର ମାସରେ ଦିଆଯିବ ବୋଲି କହି ହିତାଧିକାରୀଙ୍କୁ ଫେରାଇ ଦେଉଥିଲେ । ସେପଟେ ସରକାରୀ ରେକର୍ଡରେ ସମସ୍ତ ହିତାଧିକାରୀ ଚାଉଳ ପାଉଥିବା ଦେଖାଉଥିଲେ ।ଏନେଇ ଅଭିଯୋଗ ପରେ ତଦନ୍ତ କରି ପୁରା ଘଟଣା ଉପରୁ ପରଦା ଉଠାଇଥିଲେ ଯୋଗାଣ ଅଧିକାରୀ । ଦୁର୍ନିତୀ ବିଷୟରେ ଜଣାଇବା ପରେ କପ୍ତିପଦା ଥାନାରେ ଏତଲା ଦେଇଛନ୍ତି ବିଡ଼ିଓ । ଏବେ ଗିରଫ ଭୟରେ ଦୁଇ ଅଧିକାରୀ ଲୁଚି ବୁଲୁଥିବା ଜଣାପଡିଛି ।

ବିଶ୍ଵର ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଖସିଲା ଭାରତର ସ୍ଥାନ

ନନ୍ଦିଘୋଷ ବ୍ୟୁରୋ: ବିଶ୍ଵର ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଖସିଲା ଭାରତର ସ୍ଥାନ। ପୂର୍ବ ବର୍ଷ ତୁଳନାରେ ଗୋଟିଏ ପାଦ ତଳକୁ ଖସିଛି ଭାରତ। ବିଶ୍ବର ପାସପୋର୍ଟ ତାଲିକା ପ୍ରକାଶ କରୁଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସ ଏହି ତାଲିକା ପ୍ରକାଶ କରିଛି। ହେନଲେ ପାସପୋର୍ଟ ତାଲିକାରେ ଗତ ବର୍ଷ ତୁଳନାରେ ଭାରତର ପ୍ରଦର୍ଶନ ଖରାପ ରହିଛି। ଗତବର୍ଷ ୮୪ ନମ୍ବର ସ୍ଥାନରେ ଥିବା ଭାରତ ଏବର୍ଷ ୮୫ ନମ୍ବରକୁ ଖସିଛି। ଏବର୍ଷ ୬୨ ଦେଶକୁ ବିନା ଭିସାରେ ଯାତ୍ରା ଅନୁମତି ସତ୍ତ୍ବେ ଭାରତର ରାଂକି ଖସିଛି।  ଫ୍ରାନ୍ସ ପାସପୋର୍ଟ ତାଲିକାର ଶୀର୍ଷରେ ରହିଛି। ଫ୍ରାନ୍ସ ପାସପୋର୍ଟଧାରୀ ବିଶ୍ଵର ୧୯୪ ଦେଶକୁ ବିନା ଭିସାରେ ଯାତ୍ରା କରିବାକୁ ଅନୁମତି କରିଛି। ପାକିସ୍ତାନ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ଯ ୧୦୬ ନମ୍ବର ସ୍ଥାନରେ ରହିଛି। ଫ୍ରାନ୍ସ ସହ ଜର୍ମାନୀ, ଇଟାଲୀ, ଜାପାନ, ସିଂଗାପୁର ଏବଂ ସ୍ପେନ ଶୀର୍ଷ ସ୍ଥାନରେ ରହିଛି। ୧୯୩ ଦେଶକୁ ବିନା ଭିସାରେ ଯାତ୍ରା ଅନୁମତି ସହ ଫିନଲାଣ୍ଡ ଦକ୍ଷିଣ କୋରିଆ ଏବଂ ସ୍ଵିଡେନ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛ। ଅଷ୍ଟ୍ରିଆ ୧୯୨ ଦେଶକୁ ବିନା ଭିସାରେ ଯାତ୍ରା ଅନୁମତି ସହ ତୃତୀୟ ସ୍ଥାନରେ ରହିଛି।

ମାଲେସିଆ, ଥାଇଲାଣ୍ଡ, ଏବଂ ଶ୍ରୀଲଙ୍କା ମଧ୍ଯ ଭାରତୀୟଙ୍କ ଲାଗି ଭିସା ଫ୍ରି ଏଣ୍ଟ୍ରି ଘୋଷଣା କରିଛନ୍ତି। ଭାରତର ପଡୋଶୀ ବାଂଲାଦେଶ ତାଲିକାର ୧୦୨ ନମ୍ବର ସ୍ଥାନରେ ରହିଛି। ମାଲଦ୍ବୀପର ସ୍ଥାନ ୫୮ ନମ୍ବରରେ ରହିଛି। ପୂର୍ବରୁ ୬୬ ସ୍ଥାନରେ ଥବାବେଳେ ଏଥର ୨ ସ୍ଥାନ ଉପରକୁ ଉଠି ୬୪ ନମ୍ବରରେ ପହଞ୍ଚିଛି ଚୀନ। ଗତବର୍ଷ ଆମେରିକା ସପ୍ତମ ସ୍ଥାନରେ ଥିବାବେଳେ ଏଥର ଗୋଟିଏ ସ୍ଥାନ ଉଠି ୬ ନମ୍ବରରେ ପହଞ୍ଚିଛି। ସବୁଠାରୁ ତଳେ ୨୮ ଦେଶକୁ ଭିସା ଫ୍ରି ଅନୁମତି ସହ ୧୦୯ ନମ୍ବର ସ୍ଥାନରେ ରହିଛି ଆଫଗାନିସ୍ଥାନ। ଗତ ୧୯ ବର୍ଷର ତଥ୍ୟକୁ ନେଇ ପାସପୋର୍ଟ ଇଣ୍ଡେକ୍ସ ପ୍ରସ୍ତୁତି କରୁଛି ହେନଲେ। ତାଲିକାରେ ୧୯୯ ପ୍ରକାରର ଭିନ୍ନ ଭିନ୍ନ ପାସପୋର୍ଟ ସହ ୨୨୭ ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇଛି। ଭିସା ମୁକ୍ତ ଅନୁମତିକୁ ନେଇ କେଉଁ ଦେଶର ପାସପୋର୍ଟ କେତେ ମଜଭୁତ ଏହା ସ୍ଥିରୀକୃତ କରାଯାଉଛି। ଯେଉଁ ଦେଶର ପାସପୋର୍ଟକୁ ଅଧିକ ଦେଶକୁ ବିନା ଭିସାରେ ଯାତ୍ରାର ଅନୁମତି ରହିଛି ସେହି ଦେଶର ପାସପୋର୍ଟ ସେତିକି ମଜଭୁତ। ଶକ୍ତିଶାଳୀ ପାସପୋର୍ଟ ତାଲିକାରୁ ସେହି ଦେଶର ନୀତି ଅନ୍ଯ ଦେଶ ପ୍ରତି କେତେ ଶକ୍ତିଶାଳୀ ଏହା ପ୍ରତିପାଦନ କରୁଛି।

କଂଗ୍ରେସ ଛାଡିବେନି କମଳନାଥ, କହିଲେ ମୁଁ..

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ନେଇ ଦୀର୍ଘଦିନ ହେବ ଲାଗି ରହିଥିବା ଚର୍ଚ୍ଚା ଉପରୁ ହଟିଛି ପରଦା ।  କଂଗ୍ରେସ ଛାଡିବେନି କମଳନାଥ। ସେପଟେ କିଛି ଦିନ ଧରି ତାଙ୍କ ଦିଲ୍ଲୀସ୍ଥିତ ବାସଭବନ ଉପରେ ଉଡୁଥିବା ଜୟ ଶ୍ରୀରାମ ପତାକାକୁ ହଟାଇଦିଆଯାଇଛି। । ଦଳୀୟ ଅସନ୍ତୋଷ କାରଣରୁ ଉଭୟ କମଳନାଥ ଓ ପୁଅ ନକୁଳନାଥ ବିଜେପିକୁ ଲମ୍ଫ ପ୍ରଦାନ କରିବେ ବୋଲି କିଛିଦିନ ଧରି କଳ୍ପନାଜଳ୍ପନା ଜାରି ରହିଆସିଥିଲା। ଗତ ଶନିବାର କମଳନାଥ ଦିଲ୍ଲୀରେ ପହଞ୍ଚିବା ଏବଂ ପୁଅ ନକୁଳନାଥ ତାଙ୍କ ବାୟୋରୁ କଂଗ୍ରେସକୁ ହଟାଇଦେବା ପରେ ବିଜେପିରେ ବାପା-ପୁଅ ମିଶିବା ନେଇ ସସପେନ୍ସ ଜାରି ରହିଥିଲା। ମଧ୍ଯପ୍ରଦେଶ ପିସିସି ମୁଖ୍ୟ ପଦରୁ ତାଙ୍କୁ ହଟାଇବା ଏବଂ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କମଳନାଥ କ୍ଷୁବ୍ଧ ହୋଇଥିବା କୁହାଯାଉଛି। ଛିନ୍ଦଓ୍ବାରାରୁ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା କମଳନାଥଙ୍କ ପୁଅ ନକୁଳନାଥଙ୍କୁ ନେଇ ବି ସସପେନ୍ସ ଜାରି ରହିଥିଲା । ତେବେ ସାଂସଦ ସଜନ ବର୍ମାଙ୍କ ସହିତ କିଛି କର୍ମୀଙ୍କ ସହ କିଛି ସମୟର ବୈଠକ ପରେ ଏପରି କହିଛନ୍ତି କମଳନାଥ ।

ସଜ୍ଜନ ବର୍ମା କହିଛନ୍ତି କି, କମଳନାଥ ସିଧା ସିଧା କହିଛନ୍ତି କି, ସେ କାଲି କଂଗ୍ରେସରେ ଥିଲେ ଏବଂ ଆଜି ମଧ୍ୟ କଂଗ୍ରେସରେ ଅଛନ୍ତି । ସବୁଦିନ କଂଗ୍ରେସରେ ରହିବେ । ୪୦ ବର୍ଷ ଧରି ଏହି ଦଳରେ ଥିବାବେଳେ ଏବେ ଚାଡ଼ିବାର ନାହିଁ । ଭୋପାଳ ଯାଇ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବେ ବୋଲି କହିଛନ୍ତି । ଏହାସହ କମଳନାଥ କହିଛନ୍ତି କି, ମୁଁ ଏସମ୍ପର୍କରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିବି ନାହିଁ । କାହିଁକି ନାଁ ମୁଁ ଏଭଳି ଗୁଜବ ସମ୍ପର୍କରେ କୌଣସି ଉତ୍ତର ରଖିପାରିବି ନାହିଁ । ସେପଟେ ପୁଅ ନକୁଳନାଥଙ୍କୁ ବିଜେପିରେ ମିଶିବା ନେଇ କୁହାଯାଉଥିବାବେଳେ ସେ ମଧ୍ୟ ଯିବେନାହିଁ ବୋଲି କୁହାଯାଇଛି ।