ସମ୍ବଲପୁରରେ ଭାବବିହ୍ୱଳ ହୋଇଗଲେ ପ୍ରଣବ

1 min read

ସମ୍ବଲପୁର : ସମ୍ବଲପୁରରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କ ନାଁ ଘୋଷଣା କରିବା ପରେ ସମ୍ବଲପୁର ଆସିଛନ୍ତି ପ୍ରଣବ ପ୍ରକାଶ । ମାଆ ସମଲେଇଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି । ପ୍ରଣବ ପ୍ରକାଶଙ୍କୁ ନେଇ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଛି। ତାଙ୍କୁ ବିପୁଳ ସ୍ଵାଗତ କରିଥିଲେ ନେତା ଓ କର୍ମୀ। ପରେ ରେଙ୍ଗାଲିରେ ଆୟୋଜିତ ସଭାରେ ବକ୍ତବ୍ୟ ରଖିଥିଲେ ପ୍ରଣବ l ଦକ୍ଷ ସଂଗଠକ, ସମସ୍ତଙ୍କର ପ୍ରିୟ ନେତା ତଥା ବିଜେଡି ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ସମ୍ବଲପୁର ମୋ ପୁରୁଣା ଘର । ଆଜି ସମ୍ବଲପୁର ଆସି ମୁଁ ଭାବବିହ୍ୱଳ। ମୋ ବାପା ଏଠାରେ ୬୦ ବର୍ଷ ଧରି ଥିଲେ । ମୁଁ ମୋ ଘରକୁ ଫେରିଛି ବୋଲି କହିଛନ୍ତି ପ୍ରଣବ। ସମ୍ବଲପୁରବାସୀ ଆଜି ମୋତେ ବହୁତ୍ ଭଲ ପାଇବା ଦେଇଛନ୍ତି ଓ ବିଜେଡିର ବଡ଼ ବିଜୟ ହେବ ବୋଲି କହିଛନ୍ତି  ପ୍ରଣବ ପ୍ରକାଶ ଦାସ l ସବୁଠାରୁ ବଡ଼କଥା ହେଲା, ପ୍ରଣବଙ୍କ ସଭାରେ ସାଧାରଣ ଲୋକଙ୍କ ଅଧିକ ଭିଡ଼ ଦେଖିବାକୁ ମିଳିଲା। ପ୍ରଣବଙ୍କର ବଡ଼ ବିଜୟ ନେଇ ଏଥିରୁ ସଂକେତ ମିଳୁଛି।