ବିହାର ମହାଗଠବନ୍ଧନରେ ଆସନ ବଣ୍ଟନ ଚୂଡ଼ାନ୍ତ

ପାଟନା: ବିହାର ମହାଗଠବନ୍ଧନରେ ଆସନ ବଣ୍ଟନ ହେଲା ଚୂଡ଼ାନ୍ତ। ଆରଜେଡି ଲଢେଇ କରିବ ୨୬ ଆସନରେ। କଂଗ୍ରେସ ଲଢିବ ୯ ଆସନରେ। ବାମପନ୍ଥୀ ଦଳ ଲଢିବେ ୫ ଆସନରେ। ରାଜ୍ଯର ମୋଟ ୪୦ ଲୋକସଭା ଆସନରେ କାହାକୁ କେତେ ସିଟ ମିଳିବ  ତାହାକୁ ନେଇ ଜାରି ରହିଥିଲା ଆଲୋଚନା। ଯେଉଁ ଆସନରେ କଂଗ୍ରେସ ଲଢିବ ସେଗୁଡିକ ହେଲା କତିହାର, କିଷନଗଞ୍ଜ, ପାଟନା ସାହିବ, ସାସାରାମ, ଭାଗଲପୁର, ପଶ୍ଚିମ ଚମ୍ପାରନ, ମୁଜାଫରପୁର, ସମସ୍ତିପୁର ଓ ମହାରାଜାଗଞ୍ଜ। ବେଗୁସରାଇ, ଖଗରିଆ, ଆରା, କାରାକାଟ ଓ ନାଳନ୍ଦାରେ ଲଢିବେ ବାମପନ୍ଥୀ ଦଳ। ଏପ୍ରିଲ, ୧୯, ୨୬, ମେ ୭, ୧୩, ୨୦, ୨୫ ଓ ଜୁନ ୧ରେ ବିହାରରେ ହେବ ଭୋଟ। ସେପଟେ ଏନଡିଏରେ ଆସନ ବଣ୍ଟନ ଅନୁସାରେ ବିଜେପି ୧୭, ଜେଡିୟୁ ୧୬, ହାମ, ଆରଏଲପି ଗୋଟିଏ ଲେଖାଏ ଆସନରେ ଏବଂ ଚିରାଗ ପାଶ୍ବାନଙ୍କ ଲୋକଜନଶକ୍ତି ରାମ ବିଳାସ ଦଳ ଲଢିବ ୫ ଆସନରେ।