ରେକର୍ଡ ଭାଙ୍ଗିଲା ସୁନା ଦର, ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଛୁଇଁଲା ୭୦ ହଜାର ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ପୁଣି ବଢ଼ିଲା ସୁନାଦର। ରେକର୍ଡ ଭାଙ୍ଗିଲା ସୁନା। ଘରୋଇ ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୭୦ ହଜାର ଟଙ୍କା ଛୁଇଁଲା। ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୬୩ ହଜାର ଟଙ୍କା ପହଞ୍ଚିଛି। ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି। ମାସକ ମଧ୍ୟରେ ବଜାରରେ ସୁନା ମୂଲ୍ୟ ୪ ହଜାର ଟଙ୍କା ବୃଦ୍ଧି ହୋଇଛି। ସୁନା ଦର ଦିନକୁ ଦିନ ବଢ଼ିବା ନେଇ ଚିନ୍ତାରେ ଗ୍ରାହକ। ଆଗକୁ ବିବାହ ଋତୁ ଥିବାରୁ ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ବର୍ଷ ଶେଷ ସୁଦ୍ଧା ୨୨ କ୍ୟାରେଟ ସୁନା ଦର ୭୦ ହଜାର ଟଙ୍କା ଛୁଇଁପାରେ ବୋଲି କୁହାଯାଉଛି।