spot_img
Home Blog Page 2298

ଇଣ୍ଡିଆନ୍ ଆଇଡଲରେ ପିପିଲିର ଚଷାପୁଅ ଶ୍ରୀନିବାସ ସ୍ବାଇଁ

ପୁରୀ: ପେସା ଚାଷ, କିନ୍ତୁ ନିଶା ଗୀତ ଗାଇବା । ସୋନି ଚ୍ୟାନେଲରେ ପ୍ରସାରିତ ଇଣ୍ଡିଆନ ଆଇଡଲରେ ଗୀତ ଗାଇ ଚର୍ଚ୍ଚାରେ ଡେଲାଙ୍ଗ ବେରବୋଇ ଅଞ୍ଚଳର ଶ୍ରୀନିବାସ ସ୍ବାଇଁ ।  ବେକାରୀ ସମସ୍ୟା ଉପରେ ଗୀତ ଗାଇ ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି ଶ୍ରୀନିବାସ । ନିପଟ ଗାଁ ରୁ ଯାଇ ଇଣ୍ଡିଆନ ଆଇଡଲ ଭଳି ମଞ୍ଚରେ ଗୀତ ଗାଇବାର ସୁଯୋଗ ପାଇଥିଲେ ବି ନିଜର କୌଳିକ ବୃତ୍ତି ଛାଡ଼ି ନାହାନ୍ତି । ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନଥିଲେ ବି ସଙ୍ଗୀତ ସହ ରହିଛି ତାଙ୍କର ଭଲପାଇବା । ବର୍ତ୍ତମାନ ସୁଦ୍ଧା ସୁଦ୍ଧା ଦେଢ଼ ଶହରୁ ଅଧିକ ଗୀତ ଗାଇ ନିଜ ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି ସୋନୁ । ତେଣୁ ତାଙ୍କୁ ସହୟାତା ମିଳିଲେ ସେ ଆହୁରୁ ଆଗକୁ ବଢି ପାରନ୍ତେ ବୋଲି କହିଛନ୍ତି ସମ୍ପର୍କୀୟ ଓ ଗ୍ରାମବାସୀ ।

ନୂଆବର୍ଷରେ ରାଜଧାନୀରେ ଫୁଲ ଦୋକାନରେ ଭିଡ଼, ଡିମାଣ୍ଡରେ ଥିଲା ଲିଲିୟମ, ଅର୍ଚିଡ ଭଳି ଦାମୀ ଫୁଲତୋଡା

ଭୁବନେଶ୍ବର: ନୂଆ ବର୍ଷ, ନୂଆ ସକାଳ । ସମସ୍ତଙ୍କ ହାତରେ ରଙ୍ଗୀନ ଫୁଲ । ଫୁଲ ଶୁଭ୍ରତାର ପ୍ରତୀକ । ଏଥିପାଇଁ ରାଜଧାନୀରେ ଫୁଲ ଦୋକାନରେ ଜମିଥିଲା ଭିଡ଼ । ଫୁଲ ତୋଡାର ଦାମ ଥିଲା ୨୦ ଟଙ୍କାରୁ ୫ ହଜାର ଟଙ୍କା  । କିଏ ନେତା ମନ୍ତ୍ରୀଙ୍କ ପାଇଁ ତ ଆଉ କିଏ ନିଜ ଅଫିସରଙ୍କୁ ଶୁଭେଚ୍ଛା ଜଣାଇବାକୁ କିଣି ନେଇଥିଲେ । ଭୁବନେଶ୍ବର ଏଜି, ୯ ତାଲା, ନାଲୋକ, ସିଆରପି ଭଳି ପ୍ରମୁଖ ଫୁଲ ଦୋକାନରେ ଲାଗିଥିଲା ଗ୍ରାହକଙ୍କ ଭିଡ଼ । କିଏ ବୁକେ ନେଉଥିଲେ ତ ଆଉ କିଏ ବଞ୍ଚ ଓ ବାସ୍କେଟ । ଡିମାଣ୍ଡରେ ଥିଲା ଲିଲିୟମ, ଅର୍ଚିଡ ଦାମୀ ଫୁଲତୋଡା ।

ବର୍ଷସାରା ଫୁଲର ଚାହିଦା ରହିଥିବା ବେଳେ ନୂଆବର୍ଷରେ ଏହାର ଚାହିଦା ବେଶ ଅଧିକ ରହିଥାଏ । ସେଥିପାଇଁ କଲିକତା, ବେଙ୍ଗାଳୁରୁ, ଥାଇଲାଣ୍ଡ ଓ ହଂକଙ୍କରୁ ଫୁଲ ଦୋକାନୀ ବରାଦ କରିଥିଲେ । ୧୫ ପ୍ରକାର ଗୋଲାପ ଆସିଥିବା ବେଳେ, ଲିଲିୟମ, ଷ୍ଟାର ଫୁଲ, ଅର୍ଚିଡ, ଗ୍ଲାଡ଼ଓଲି, ଡଚରୋଜଲା, ବାର୍ଡ ଅଫ ପାରାଡାଇଜ, ଆନ୍ଥୋରିୟମ, ସେବତୀ ଥିଲା ବେଶ ପସନ୍ଦ । ପ୍ରତି ଦୋକାନରେ ଫୁଲ ତୋଡା ତିଆରି କରିବା ପାଇଁ ୮ ରୁ ୯ ଜଣ କାରିଗର ଲାଗିଥିଲେ ।

ଚଳିତ ବର୍ଷ ଫୁଲ ଗୁଚ୍ଛ ପାଇଁ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ କରିଥିଲା ବିଏମସି । ତେଣୁ କେଉଁଠାରେ କାଗଜରେ ତ ଆଉ କେଉଁଠାରେ ଜରିରେ ପ୍ରସ୍ତୁତ ହୋଇଥିଲା ପୁଷ୍ପ ଗୁଚ୍ଛ ।

 

ପଢ଼ନ୍ତୁ ମହନ୍ତଙ୍କ ଚମତ୍କାର କାହାଣୀ, ଏକଦା କୂଅ ପାଣିକୁ କରିଥିଲେ ଶୁଦ୍ଧ ଘିଅ

ନନ୍ଦିଘୋଷ ବ୍ୟୁରୋ: ଅନେକ କାହାଣୀ ରହିଛି ଯାହାକି ଶୁଣିଲେ ଆମକୁ ଚକିତ ଲାଗିଥାଏ । ଜେଜେମା ହୁଅନ୍ତୁ କିମ୍ବା ଆଇ କିମ୍ବା ହୁଅନ୍ତୁ ବୟସ୍କ ବ୍ୟକ୍ତି । ଏମାନଙ୍କ ପାଖରୁ ଅନେକ କାହାଣୀ ଶୁଣିଥିବେ ନିଶ୍ଚୟ । ତେବେ ଏମିତି ଜଣେ ମହନ୍ତ ଥିଲେ, ଯିଏକି କୂଅର ପାଣିକୁ ଶୁଦ୍ଧ ଘିଅରେ ପରିଣତ କରି ଦେଇଥିଲେ । ମଧ୍ୟପ୍ରଦେଶର ନିମଚ ଜିଲ୍ଲା ମୁଖ୍ୟାଳୟଠାରୁ ଦଶ କିଲୋମିଟର ଦୂରରେ ମହନ୍ତଙ୍କ ମଠ ରହିଛି । ତେବେ ପଣ୍ଡିତ ଦେବିଲାଲ ଶର୍ମା କହିଛନ୍ତି କି, ମହନ୍ତ ହରିଚନ୍ଦନ ମହାରାଜ ଅନେକ ଚମତ୍କାର କରିଛନ୍ତି । ୮୦ ବର୍ଷ ପୂର୍ବେ ଅନେକ କାହାଣୀ ମଧ୍ୟ ରହିଛି । ଏକଦା ଆଶ୍ରମରେ ଭୋଜନ ପ୍ରସ୍ତୁତ ହେଉଥିଲା । ଭକ୍ତମାନେ କହିଥିଲେ କି, ବାବା ଘିଅ ସରିଯାଇଛି । ଏହାପରେ ଭକ୍ତମାନଙ୍କୁ ବାବା କହିଥିଲେ କି, ତୁମେ କୂଅରୁ ପାଣି ଆଣ ।

ଭକ୍ତମାନେ ବାବାଙ୍କ କଥାରେ କୂଅରୁ ପାଣି ଆଣିଥିଲେ । ଆଉ ଦେଖିଲା ବେଳକୁ ପାଣି ଶୁଦ୍ଧ ଘିଅରେ ପରିଣତ ହୋଇ ଯାଇଥିଲା । ଏହି ଘିଅରେ ଭକ୍ତମାନେ ଅନେକ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିଥିଲେ । ଦେବିଲାଲ ଶର୍ମା କହିଛନ୍ତି କି, ଗୁରୁ ପୂର୍ଣ୍ଣିମାରେ ମହନ୍ତଙ୍କ ସମାଧୀସ୍ଥଳରେ ଏକ ମେଳାର ଆୟୋଜନ କରାଯାଇଥିଲା । ତେବେ ଏହି ଅଞ୍ଚଳର ଲୋକେ ମହନ୍ତଙ୍କୁ ଅନେକ ବିଶ୍ବାସ ଏବଂ ଭକ୍ତି କରୁଥିଲେ । ଏଣୁ ପ୍ରତିବର୍ଷ ଏଠାରେ ଗୁରୁ ପୂର୍ଣ୍ଣିମାରେ ଭିଡ଼ ଜମାଇଥାନ୍ତି । ନଦୀ କୂଳରେ ବାବାଙ୍କ ଆଶ୍ରମ ରହିଥିବାବେଳେ ଏଠାରେ ବାବାଙ୍କ ପୁରୁଣା ସ୍ମୃତିସବୁ ରହିଛି । ସେ ବ୍ୟବହାର କରୁଥିବା ଶେଜ ଏବଂ କିଛି ସାମଗ୍ରୀ ଏଠାରେ ରହିଛି ।

ଜାପାନରେ ସୁନାମୀ ପରେ ପରମାଣୁ ପାଓ୍ବାର ପ୍ଲାଣ୍ଟରୁ ରେଡିଏସନ ବାହାରିବା ଭୟ

 ଟୋକିଓ: ଭୂକମ୍ପ ଯୋଗୁ ଜାପାନରେ ହଡ଼କମ୍ପ। ଭୂକମ୍ପ ପରେ ଅଚାନକ ସୁନାମୀ ଏବଂ ଉଚ୍ଚ ଜୁଆର ଏତେ ଆସିଲା ଯେ, ସହର ଭିତରକୁ ପାଣି ପଶିଗଲା । ଏହି ଘଟଣା ପରଠାରୁ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଜୁଆରର ଉଚ୍ଚତା ଥିଲା . ଫୁଟ । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଜୁଆର ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛିଏହା ସହିତ ଜାପାନରେ ପରମାଣୁ ପାଓ୍ବାର ପ୍ଲାଣ୍ଟର ସୁରକ୍ଷାକୁ ନେଇ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ୨୦୧୧ ଭୂକମ୍ପ ପରେ ଆଣବିକ କେନ୍ଦ୍ର କ୍ଷତି ସହିଥିଲା । ଏହା ପରେ ଚାରିଆଡେ ହୋଇଥିବା ରେଡିଏସନ ବିଷୟରେ ସମସ୍ତେ ଅବଗତ ଅଛନ୍ତି । ତେଣୁ ପୁଣି ଥରେ ଜାପାନରେ ସମାନ ପରିସ୍ଥିତି ଉପୁଜିପାରେ ବୋଲି କୁହାଯାଉଛି ।

ଟୋକିଓ ଇଲେକ୍ଟ୍ରିକ୍ ପାୱାର୍ କମ୍ପାନୀ (TEPCO) ଦ୍ବାରା କୁହାଯାଇଛି ଯେ, ନିଗାଟା ନିକଟରେ . ଫୁଟ ଉଚ୍ଚର ଜୁଆର ରେକର୍ଡ କରାଯାଇଛି। ତେବେ ବର୍ତ୍ତମାନ ଦାବି ହେଉଛି ଯେ କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇନାହିଁ। 

 

ରିପୋର୍ଟ ଅନୁଯାୟୀ, ଜାପାନରେ ଏକ ସୁନାମୀ ବିଷୟରେ ସତର୍କ ସୂଚନା ଜାରି କରାଯାଇଛି। ଜାପାନର ପଶ୍ଚିମ ଉପକୂଳରେ ଅତି ଭୟଙ୍କର ସୁନାମି ଆସିପାରେ। 

ଜାପାନର ସରକାରୀ ଚ୍ୟାନେଲ NHK ରିପୋର୍ଟ ଅନୁଯାୟୀ, ଭୂକମ୍ପ ପରେ ସମୁଦ୍ରରେ ଜୁଆର ପ୍ରାୟ ପାଞ୍ଚ ମିଟର ଉଚ୍ଚ ହୋଇପାରେ। 

 

ତେଣୁ ଲୋକଙ୍କୁ ସମୁଦ୍ର କୂଳଠାରୁ ଦୂରରେ ରହିବାକୁ ଏବଂ ଯଥାଶୀଘ୍ର ସୁରକ୍ଷିତ ସ୍ଥାନରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଥିଲା। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଅବସ୍ଥିତ ଟୋକିଓ ଇଲେକ୍ଟ୍ରିକ୍ ପାୱାର୍ କମ୍ପାନୀ ସରକାରୀ ମିଡିଆ ଚ୍ୟାନେଲକୁ କହିଛନ୍ତି ଯେ ସେମାନଙ୍କ ପ୍ଲାଣ୍ଟରେ ଏପର୍ଯ୍ୟନ୍ତ କୌଣସି ସମସ୍ୟା ନାହିଁ।

 

ସାବିତ୍ରୀଙ୍କ କର୍କଟ ରୋଗର ଚିକିତ୍ସାରେ ବରଦାନ ସାଜିଲା BSKY କାର୍ଡ

ଢେଙ୍କାନାଳ: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ବରଦାନ ସାଜିଛି । ରାଜ୍ୟ ତଥା ରାଜ୍ୟ ବାହାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ମାନଙ୍କରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା ଦେୟମୁକ୍ତ ଭାବେ ହୋଇ ପାରୁଛି । ଯାହାଫଳରେ କ୍ୟାନସରରୁ ଭଲ ହୋଇ ନୂଆ ଜୀବନ ପାଇଛନ୍ତି ସାବିତ୍ରୀ ।

କର୍କଟ ରୋଗ ପାଇଁ ଯନ୍ତ୍ରଣା ଅସହ୍ୟ ହୋଇ ପଡିଥିଲା । ଜୀବନ ଜିଇଁବାକୁ ତିଳେମାତ୍ର ଇଚ୍ଛା ନଥିଲା । ଭାଗ୍ୟ କଷ୍ଟ ସହିବାକୁ ବାଧ୍ୟ କରୁଥିଲା । ହେଲେ ସାବିତ୍ରୀଙ୍କ ପାଇଁ ସଞ୍ଜୀବନୀ ସାଜିଲା ବିଏକେଓ୍ବାଇ । ଟଙ୍କା ଟିଏ ବି ଖର୍ଚ୍ଚ ନକରି ସ୍ତନ କର୍କଟ ରୋଗରୁ ସେ ସୁସ୍ଥ ହୋଇଛନ୍ତି । ତାହା ପୁଣି ଭୁବନେଶ୍ବର ସମ ହସ୍ପିଟାଲ ଭଳି ସୁପର ସ୍ପେଶଲିଟି ହସ୍ପିଟାଲରେ । ସାବିତ୍ରୀ ସାମଲଙ୍କ ପରିବାର କହିଲେ ସ୍ଵାମୀ ବିଷ୍ଣୁ ଚରଣ ସାମଲ ଓ ଦୁଇ ପୁଅ । ଚାଷ କାମରୁ ପରିବାରର ଗୁଜୁରାଣ ମେଣ୍ଟୁଥିଲା । ସାବିତ୍ରୀଙ୍କ ଦେହ ହଠାତ୍ ଅସୁସ୍ଥ ହେବା ପରେ ସେ ସ୍ତନ କର୍କଟରେ ଆକ୍ରାନ୍ତ  ହୋଇଥିବା ଜଣାପଡିଥିଲା । ସାବିତ୍ରୀଙ୍କର ରୋଗର ଚିକିତ୍ସା ପାଇଁ ପରିବାର ଆର୍ଥିକ ଚିନ୍ତାରେ ଭାଙ୍ଗି ପଡିଥିଲେ । ହେଲେ ଆତ୍ମବଳ ଯୋଗାଇଲା ବିଏସକେଓ୍ବାଇ ଯୋଜନା । ଭୁବନେଶ୍ବର ସମ ହସ୍ପିଟାଲରେ ବିନା ମୂଲ୍ୟରେ ସାବିତ୍ରୀଙ୍କ ସଫଳ ଚିକିତ୍ସା ହୋଇଛି । ଚିକିତ୍ସାରେ ସହାୟତା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରତି ମାସରେ ସାବିତ୍ରୀଙ୍କ ଚିକିତ୍ସା କରାଯିବା ସହ ଗୋଟିଏ ଥର ସଫଳ ଅସ୍ତ୍ରୋପଚାର ହୋଇଛି । ଚିକିତ୍ସା ବାବଦକୁ ବିଏକେଓ୍ବାଇ କାର୍ଡ ମାଧ୍ୟମରେ ୧୦ ଲକ୍ଷ ଟଙ୍କା କରାଯାଇଛି । ମହତ ଯୋଜନା ପାଇଁ ସାବିତ୍ରୀଙ୍କ ଜୀବନ ରକ୍ଷା ପାଇପାରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟାବାଦ ଜଣାଇଛନ୍ତି ପରିବାର ।

ନୂଆ ରୂପ ପାଇବ ଐତିହାସିକ ଚୁରା ପାହାଡ଼, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

କଳାହାଣ୍ଡି: ରାଜ୍ୟ ସରକାରଙ୍କ ଉଦ୍ୟମରେ ନୂଆ ବର୍ଷରେ ନୂଆ ରୂପ ପାଇବ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଚୁରା ପାହାଡ ଗଦଲା ଝରଣ । ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସ୍ଥଳୀର ଉନ୍ନତ୍ତିକରଣ ପାଇଁ ରାଜ୍ୟ ସରକାର ଏବଂ ପଞ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଛି ୧ କୋଟି ୫୦ ଲକ୍ଷ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ।

ସବୁଜ ବନାନୀ ଭିତରେ ଚମକିବ ଚୁରା ପାହାଡ । ଲୋକଙ୍କୁ ଅଧିକ ଆକର୍ଷିତ କରିବ ପର୍ଯ୍ୟଟନସ୍ଥଳୀ । ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସ୍ଥଳୀର ଉନ୍ନତ୍ତିକରଣ ପାଇଁ ରାଜ୍ୟ ସରକାର ଏବଂ ପଞ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଛି ୧ କୋଟି ୫୦ ଲକ୍ଷ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଚୁରା ସଂରକ୍ଷିତ ଜଙ୍ଗଲ । ଏହି ଚିର ହରିତ ଜଙ୍ଗଲ ମଧ୍ୟରେ ରହିଛି ପୂରାତନ ବାବା ଧବଳେଶ୍ବରଙ୍କ ଶୈବ ପୀଠ । ପବିତ୍ର ଶ୍ରାବଣ ମାସ ସାଙ୍ଗକୁ ବର୍ଷର ବିଭିନ୍ନ ସମୟରେ ଏହି ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଭିଡ଼ ଜମିଥାଏ । ଭିଡକୁ ଦୃଷ୍ଟିରେ ରଖି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।

ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଏହି ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ରହିଛି ଦୁଇଟି ଶୈବ ପୀଠ, ଝରଣା, ସୀତା କୁଣ୍ଡ ସାଙ୍ଗକୁ ଅନନ୍ୟ ସରୋବର ଓ ପାହାଡ ଗୁମ୍ଫା । ପୂର୍ବରୁ ଏହି ଦର୍ଶନୀୟ ସ୍ଥାନକୁ ଯିବା ପାଇଁ ଭଲ ରାସ୍ତା ଟିଏ ନଥିଲା । ଏବେ କିନ୍ତୁ ରାଜ୍ୟ ସରକାରଙ୍କ ଉଦ୍ୟମରେ ପୂରା ଅଞ୍ଚଳ ଚକାଚକ । ରାସ୍ତା, ବିଜୁଳି ଓ ପାନୀୟ ଜଳର ସୁବ୍ୟବସ୍ଥା କରାଯାଇଛି । ଏନେଇ ପର୍ଯ୍ୟଟନସ୍ଥଳୀରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।

କେମିତି ଚୟନ ହେଲା ରାମଲାଲାଙ୍କ ମୂର୍ତ୍ତି? କିଏ ଏହାକୁ କରିଛନ୍ତି ତିଆରି?

ଅଯୋଧ୍ୟା: ଚଳିତ ବର୍ଷ ୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ଯେଉଁ ପ୍ରତିମା ସ୍ଥାପନ କରାଯିବ ତାର ଚୟନ କରାଯାଇଛି। ମନ୍ଦିରର ମୂର୍ତ୍ତିଗୁଡ଼ିକ ତିନିଜଣ ଶିଳ୍ପୀ ଦ୍ୱାରା ନିର୍ମିତ କରାଯାଇଛି । ବେଙ୍ଗାଲୁରୁର ଜି. ଏଲ୍ ଭଟ୍ଟ, ମସୁରୀର ଅରୁଣ ଯୋଗୀରାଜ ଏବଂ ରାଜସ୍ଥାନର ସତ୍ୟନାରାୟଣ ପାଣ୍ଡେ ମୂର୍ତ୍ତିକୁ ତିଆରି କରିଛନ୍ତି ।

ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ଶ୍ୟାମଳ ରଙ୍ଗର ପ୍ରତିମା ୫୧ ଇଞ୍ଚ ଉଚ୍ଚ । ମୂର୍ତ୍ତିରେ ଭଗବାନ ଏକ ୫ ବର୍ଷର ଶିଶୁ ରୂପରେ ଅଛନ୍ତି | ସେ ଧନୁ ଓ ତୀର ସହିତ ଅଛନ୍ତି। ଏହି ପ୍ରତିମା କର୍ଣ୍ଣାଟକର କୃଷ୍ଣ ପଥରରେ ନିର୍ମିତ କରାଯାଇଛି। ଏହି ପ୍ରତିମୂର୍ତ୍ତି ତିଆରି କରିବାକୁ ଅରୁଣ ଯୋଗୀରାଜଙ୍କୁ ୬ ମାସ ସମୟ ଲାଗିଥିଲା।

କେଉଁ ଆଧାରରେ ହୋଇଛି ଚୟନ

ମୂର୍ତ୍ତିରେ ପିଲାଦିନର ଝଲକ ରହିଛି, ସୌନ୍ଦର୍ଯ୍ୟ, ସୃଜନଶୀଳ ଡିଜାଇନ୍, ଗଭୀର ଚିନ୍ତାଧାରା, ପଥରର ଗୁଣ, ପ୍ରତିମାଙ୍କ ବୟସ, ଇତ୍ୟାଦିକୁ ଆଧାର କରି ମୂର୍ତ୍ତି ଚୟନ କରାଯାଇଛି ।

ଅରୁଣ ଯୋଗୀରାଜଙ୍କ ପରିବାର ବର୍ଷ ବର୍ଷ ଧରି ମୂର୍ତ୍ତି ତିଆରି କରିଆସୁଛନ୍ତି। ଅରୁଣଙ୍କ କହିବାନୁସାରେ, ତାଙ୍କ ପରିବାର ୫ ପିଢ଼ୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅରୁଣ ଯୋଗୀରାଜ ଏମବିଏ ପଢ଼ିଛନ୍ତି। ସେ କିଛି ସମୟ ପାଇଁ ଏକ କମ୍ପାନୀରେ ମଧ୍ୟ କାମ କରିଥିଲେ | କିଛି ଦିନ ମଧ୍ୟରେ ସେ ଚାକିରିରୁ ବିରକ୍ତ ହୋଇ ଛାଡ଼ି ଦେଇଥିଲେ । ୨୦୦୮ ମସିହାରେ ସେ ଚାକିରି ଛାଡ଼ି ମୂର୍ତ୍ତି ନିର୍ମାଣ ଆରମ୍ଭ କଲେ |

ଅରୁଣ ଯୋଗୀରାଜ ବର୍ତ୍ତମାନ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ମୂର୍ତ୍ତି ନିର୍ମାଣ କରିଛନ୍ତି। କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମା ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ହୋଇଥିଲା।  ଇଣ୍ଡିଆ ଗେଟରେ ସ୍ଥାପିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ସେ ତିଆରି କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ କଳାକୁ ଅନେକ ଥର ପ୍ରଶଂସା କରିଛନ୍ତି। ପ୍ରତିମା ବାଛିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ପଥରର ଗୁଣ ପରୀକ୍ଷା କରିଛି।

ତିନିଜଣ କାରିଗର ୩ଟି ମୂର୍ତ୍ତି ତିଆରି କରିଥିଲେ। ଏଥିମଧ୍ୟରେ ସତ୍ୟନାରାୟଣ ପାଣ୍ଡେଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ରହିଥିଲା। ସତ୍ୟନାରାୟଣ ପାଣ୍ଡେଙ୍କ ଅନୁଯାୟୀ ସେ ୪୦ ବର୍ଷ ପୁରୁଣା ମାକରାନା ପଥରରୁ ରାମଲାଲାଙ୍କ ପ୍ରତିମା ତିଆରି କରିଥିଲେ। ସେ ଦାବି କରିଛନ୍ତି ଯେ ତାଙ୍କ ଦ୍ୱାରା ନିର୍ମିତ ରାମଲାଲାର ମୂର୍ତ୍ତି କେବେ ବି ଖରାପ ହେବ ନାହିଁ। ସତ୍ୟନାରାୟଣ କହିଛନ୍ତି ଯେ ପ୍ରତିମା ତିଆରି କରିବା ପୂର୍ବରୁ ସେ ପଥର ବାଛିଥିଲେ ଯେଉଁଥିରେ କ୍ୟାଲସିୟମ ଏବଂ ଲୁହା ଥିଲା।

ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଛକା ମାରିବା ମାମଲାରେ ସବୁବେଳେ ଆଗରେ ରହିଥାନ୍ତି । ନିକଟରେ ଯାଇଥିବା ବିଶ୍ବକପରେ ଛକା ମାରିବାର ରେକର୍ଡ ଅର୍ଜନ କରିଛନ୍ତି । ମାତ୍ର ରୋହିତ ଶର୍ମାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ଯୁବ କ୍ରିକେଟର । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡରେ ରୋହିତଙ୍କୁ ପଛରେ ପକାଇଛନ୍ତି ମହମ୍ମଦ ଓ୍ବାସିମ । ୟୁଏଇର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪୭ ପାଳିରୁ ୧୦୧ ଛକା ମାରିଛନ୍ତି ।

ରୋହିତ ଶର୍ମା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩୯ ପାଳିରୁ ୮୦ ଛକା ମାରି ଏହି ରେକର୍ଡର ଶୀର୍ଷ ସ୍ଥାନରେ ରହିଥିଲେ । ମାତ୍ର ୟୁଏଇର ଏହି ବ୍ୟାଟ୍ସମ୍ୟାନ ରୋହିତଙ୍କ ରେକର୍ଡକୁ ଅତି ସହଜରେ ଭାଙ୍ଗି ଦେଇଛନ୍ତି । ସେପଟେ ରୋହିତ ଶର୍ମା ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ୨୦୧୮, ୨୦୧୯ ଏବଂ ୨୦୨୨ ବର୍ଷରେ ଯଥା ୭୪, ୭୮ ଏବଂ ୭୪ଟି ଛକା ମାରିଛନ୍ତି । ଏହି ରେକର୍ଡରେ ପଛରେ ରହିଛନ୍ତି ୟୁନିଭର୍ସ କିଙ୍ଗ କ୍ରିସ୍ ଗେଲ୍ ।

ଜାପାନରେ ଭୂକମ୍ପ ପରେ ଏବେ ସୁନାମୀ ଭୟ

ନନ୍ଦିଘୋଷ ବ୍ୟୁରୋ: ଭୂକମ୍ପରେ ଥରହର ହେଉଥିବା ଜାପାନରେ ପୁଣି ସୁନାମୀ ଭୟ । ଶକ୍ତିଶାଳୀ ଭୂକମ୍ପରେ ଥରିଲା ଉତ୍ତର କେନ୍ଦ୍ର ଜାପାନ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୬ ରହିଛି । ଶକ୍ତିଶାଳୀ ଭୂକମ୍ପ ପରେ ଜାପାନ ପାଣିପାଗ ଏଜେନ୍ସି ସୁନାମୀ ଚେତାବନୀ ଜାରି କରିଛି । ଇଶିକାଓ୍ବା, ନିଗାଟା ଓ ତୋୟାମାକୁ ସୁନାମୀ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ ସେଠାକାର ଲୋକଙ୍କୁ ସତର୍କ ରହିବାକୁ କୁହାଯାଉଛି । ସୁନାମୀ ଯୋଗୁଁ ଇଶିକାଓ୍ବା ଉପକୂଳରେ ସମୁଦ୍ରରେ ଆସିପାରେ ୫ମିଟର ଉଚ୍ଚ ଜୁଆର। ଓ୍ବାଜିମା ସହର ଉପକୂଳରେ ଏବେ ୧ମିଟରରୁ ଅଧିକ ଉଚ୍ଚର ଜୁଆର ଉଠୁଥିବା ସୂଚନା ମିଳିଛି। ଭୂକମ୍ପ ପାଇଁ ଜାପାନର ୩୬ହଜାର ଘରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟରେ ସ୍ଥିତି ଉପରେ ନଜର ରଖାଯାଇଛି । ୨୦୧୧ରେ ଜାପାନରେ ଆସିଥିଲା ଭୟଙ୍କର ସୁନାମୀ ୨୦୦୦୦ ହଜାରରୁ ଉର୍ଦ୍ଦ୍ଭ ଲୋକଙ୍କର ଯାଇଥିଲା ଜୀବନ । ପୁଣି ଏବେ ସୁନାମୀ ଆସୁଥିବାବେଳେ ଲୋକେ ଭୟଭୀତ ହୋଇ ଯାଇଛନ୍ତି ।

ଭୟଙ୍କର ଭୂକମ୍ପ ପରେ ୩୪,୦୦୦ ଘରକୁ ବିଦ୍ୟୁତ ଯୋଗାଣ ବନ୍ଦ କରାଯାଇଛି । ତେବେ ଜାପାନର ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କି, ଯେଉଁ ସ୍ଥାନରେ ସୁନାମୀ ହେବା ପାଇଁ ଆଶଙ୍କା କରି କୁହାଯାଇଛି ସେହି ସ୍ଥାନ ଛାଡ଼ି ଚାଲିଯାଆନ୍ତୁ । ଭାରତୀୟ ଦୂତାଭାସଙ୍କ ପକ୍ଷରୁ ଏଠାକାର ନାଗରିକଙ୍କ ପାଇଁ ନିୟନ୍ତ୍ରଣ କକ୍ଷ କରାଯାଇଛି । ତେବେ ଏଠାରେ ଥିବା ଭାରତୀୟ ନାଗରିକମାନେ ମଧ୍ୟ ଏଠାରେ ରହିପାରିବେ । ଜରୁରୀକାଳିନ ନମ୍ବର ମଧ୍ୟ ରହିଛି ।

ଏମିତି ନୂଆବର୍ଷ ପାଳିଲେ ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା

ନନ୍ଦିଘୋଷ ବ୍ୟୁରୋ: ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିଛନ୍ତି ଲୋକେ । ବର୍ଷ ଆରମ୍ଭରୁ କିଛି ଖୁସିର ମୁହୂର୍ତ୍ତ ବିତାଇବା ପାଇଁ ସମସ୍ତେ ଚେଷ୍ଟା କରିଛନ୍ତି । ବଲିଉଡ କଳାକାରମାନେ ନିଜର ନୂତନ ବର୍ଷକୁ ନିଆରା ଢ଼ଙ୍ଗରେ ପାଳନ କରିଥିବା ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ତେବେ ନିକଟରେ ବିବାହ କରିଥିବା ସାଂସଦ ରାଘବ ଚଢ଼ା ଏବଂ ପରିଣୀତି ଚୋପ୍ରା ମଧ୍ୟ ନିଜର ନୂଆବର୍ଷ ପାଳନର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ୟୁଜର୍ସମାନେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଦମ୍ପତ୍ତି ଏବେ ଳଣ୍ଡନରେ ଛୁଟି କଟାଉଥିବା ନଜର ଆସିଛନ୍ତି । ଲଣ୍ଡନରୁ ନୂଆବର୍ଷରେ ନିଜର ଫ୍ୟାନ୍ସଙ୍କ ପାଇଁ ସୁନ୍ଦର ସୁନ୍ଦର ଫଟୋମାନ ପୋଷ୍ଟ କରିଛନ୍ତି ।

ପରିଣୀତି ଏବଂ ରାଘବଙ୍କ ଫଟୋରେ ସେମାନଙ୍କ ଭଲ ପାଇବା ଦେଖିବାକୁ ମିଳିଛି । ଉଭୟ ରୋମାଣ୍ଟିକ ମୁଡରେ ନଜର ଆସିଛନ୍ତି । ପରିଣୀତି କେଉଁ ଫଟୋରେ ରାଘବ ଉପରେ ବସିଛନ୍ତି ତ ଆଉ କେଉଁ ଫଟୋରେ ଛାତିରେ ମଥା ଦେଇ ରହିଛନ୍ତି । ତେବେ ଅନ୍ୟ ଏକ ଫଟୋରେ ପରିଣୀତିଙ୍କ ଭାଇ ମଧ୍ୟ ନଜର ଆସିଛନ୍ତି । ନୂଆବର୍ଷରେ ଫ୍ୟାନ୍ସଙ୍କ ପାଇଁ ଏହିସବୁ ଫଟୋମାନ ଫୋଷ୍ଟ କରିଥିବାବେଳେ ୟୁଜର୍ସମାନେ ଏହାକୁ ଲାଇକ କରିବା ସହ ସେୟାର ମଧ୍ୟ କରୁଛନ୍ତି ।