spot_img
Home Blog Page 2210

ଖୁବ୍ ଶୀଘ୍ର ଦୂର ହୋଇପାରେ ଗାଜା ପଣବନ୍ଦୀ ସମସ୍ୟା

ନନ୍ଦିଘୋଷ ବ୍ୟୁରୋ : ଖୁବ୍ ଶୀଘ୍ର ଦୂର ହୋଇପାରେ ଗାଜା ପଣବନ୍ଦୀ ସମସ୍ୟା । ତୁରନ୍ତ ଏଦିଗରେ ସାମୂହିକ ପଦକ୍ଷେପ ନେବାକୁ ଏକ ଚିଠା ପ୍ରସ୍ତାବକୁ ଉପସ୍ଥାପନ କରିଛି ଆମେରିକା । ଜାତିସଂଘ ନିରାପତ୍ତା ପରିଷଦରେ ବାଇଡେନ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା  ପ୍ରସ୍ତାବରେ ଗାଜାଷ୍ଟ୍ରିପରେ ପଣବନ୍ଦୀ ସମସ୍ଯାର ଅବସାନ ଲାଗି କାର୍ଯ୍ୟ କରିବା ସକାଶେ ଆହ୍ବାନ ଦିଆଯାଇଛି । ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ମଧ୍ୟପ୍ରାଚ୍ୟ ଗସ୍ତ କାଳରେ ବିଭିନ୍ନ ରାଷ୍ଟ୍ର ସହ ଏନେଇ ଆଲୋଚନା ହୋଇଛି ।

ସେପଟେ ପଣବନ୍ଦୀଙ୍କୁ ମୁକ୍ତି ନେଇ କତାର ପକ୍ଷରୁ ମଧ୍ୟସ୍ଥତା ଜରିଆରେ ଆଲୋଚନା ଚାଲିଥିବା ସୂଚନା ମିଳିଛି । ଜିଡାରେ ସେ ସାଉଦି ରାଜା ମହମ୍ମଦ ବିନ ସଲମାନ ଓ ବୈଦେଶିକ ମନ୍ତ୍ରୀ ଫୈଜଲବିନ ଫାରହାନଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ତେଣେ ଆମେରିକା କଂଗ୍ରେସରେ ଉଦବୋଧନ ଦେବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଅନୁରୋଧ କରାଯାଇପାରେ ବୋଲି କହିଛନ୍ତି ବାଚସ୍ପତି ମାଇକ ଜନସନ । ନେତାନ୍ୟାହୁଙ୍କ ନେତୃତ୍ବକୁ ଡେମୋକ୍ରାଟିକ ଦଳ ସମାଲୋଚନା କରୁଥିବାବଳେ ତାଙ୍କ ପ୍ରତି ରିପବ୍ଲିକାନ ସଦସ୍ୟଙ୍କ ସମର୍ଥନ ବଢୁଥିବା ସୂଚନା ମିଳିଛି । ସେପେ ଓ୍ବେଷ୍ଟ ବ୍ୟାଙ୍କର ନୁର୍ ସାମସ ଶରଣାର୍ଥୀ ଶିବିରରେ ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ ହୋଇଥିବା ସୂଚନା ମିଳିଛି ।

ବିଶ୍ୱ ଆର୍ଥ ଆଓ୍ବାର ଦିବସର ବାଲୁକା କଳା ମାଧ୍ୟମରେ ଜନସଚେତନତା ବାର୍ତ୍ତା

ପୁରୀ : ଆଜି ବିଶ୍ୱ ଆର୍ଥ ଆଓ୍ବାର ଦିବସ। ପ୍ରତିବର୍ଷ ମାର୍ଚ୍ଚ ୨୩ ତାରିଖ ଦିନ ଏହି ଦିବସ ଟିକୁ ବିଶ୍ଵବ୍ୟାପୀ ପାଳନ କରାଯାଇଥାଏ। ଏହି ଦିନ ପ୍ରତ୍ୟେକ ଘରେ ଘରେ ରାତି ୮ଟା୩୦ ରୁ ୯ଟା୩୦ ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ପାଇଁ ଶକ୍ତି ସଞ୍ଚୟ ଉଦ୍ଦେଶ୍ୟରେ ବିଦ୍ୟୁତ କାଟ କରାଯାଏ। ଏହି ମହତ୍ କାର୍ଯ୍ୟକୁ ନେଇ ଜନସଚେତନତା ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ  ପୁରୀ ବେଳା ଭୂମିରେ ନିର୍ମାଣ ହୋଇଛି ବାଲୁକା କଳା।

ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ସାଥି କଳାକାରମାନଙ୍କ ଦ୍ୱାରା ଏହି ସୁନ୍ଦର ବାଲୁକା କଳା ପ୍ରଦର୍ଶନ କରାଯାଇଛି। । ଶକ୍ତି ସଞ୍ଚୟ ଦ୍ୱାର ପରିବେଶ ସନ୍ତୁଳନ ଦିଗରେ ସହାୟକ ହେବ ବୋଲି କୁହାଯାଇଛି। ଏହି ଅଭିଯାନରେ ସମେସ୍ତ ସାମିଲ ହେବାକୁ ଅନୁରୋଧ କରିଛନ୍ତି  ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ମସ୍କୋ ଆତଙ୍କବାଦୀ ଆକ୍ରମଣ ଉପରେ ଆମେରିକାର ପ୍ରତିକ୍ରିୟା କ’ଣ ଜାଣନ୍ତୁ ?

ନନ୍ଦିଘୋଷ ବ୍ୟୁରୋ : ମସ୍କୋର ସପିଂ ମଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ଆମେରିକା ନିଜକୁ ଦୂରେଇ ରଖିଛି। ଯେତେବେଳେ ଆମେରିକାର ଦୂତାବାସ ସତର୍କତା ବିଷୟରେ ହ୍ୱାଇଟ୍ ହାଉସର ମୁଖପାତ୍ର ଜନ୍ କିର୍ବିଙ୍କୁ ପଚରାଗଲା, ସେ କହିଥିଲେ ଯେ ଏହି ଆକ୍ରମଣ ସହିତ ଆମର କୌଣସି ସମ୍ପର୍କ ନାହିଁ। ଜନ୍ କିର୍ବି କହିଛନ୍ତି ଯେ ଏହା ଏକ ହିଂସାତ୍ମକ ଘଟଣା | ଏହା ବିଷୟରେ ଅଧିକ ସୂଚନା ନାହିଁ | ଆମେ ଅଧିକ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛୁ | କିନ୍ତୁ ଆକ୍ରମଣର ଚିତ୍ର ଅତ୍ୟନ୍ତ ଭୟାନକ ଏବଂ ଦେଖିବା କଷ୍ଟକର | ଏହି ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ସହ ଆମର ସହାନୁଭୂତି ଅଛି।

ହ୍ୱାଇଟ ହାଉସର ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଆମର ଦୂତାବାସ ମସ୍କୋରେ ଥିବା ସମସ୍ତ ଆମେରିକୀୟଙ୍କୁ କୌଣସି ବଡ଼ ସମାବେଶ, କନ୍ସର୍ଟ ଏବଂ ସପିଂ ମଲରୁ ଦୂରେଇ ରହିବାକୁ ନୋଟିସ ଜାରି କରିଛି। ସେମାନେ ଯେଉଁଠାରେ ଅଛନ୍ତି ସେମାନଙ୍କୁ ରହିବାକୁ କୁହାଯାଇଛି। ଆମେ ଆପଣଙ୍କୁ କହିବୁ ଯେ ପ୍ରାୟ ୧୫ଦିନ ପୂର୍ବେ ଆମେରିକା ଋଷକୁ ଚେତାବନୀ ଦେଇଥିଲା ଯେ ୪୮ ଘଣ୍ଟା ମଧ୍ୟରେ ମସ୍କୋ ଉପରେ ଏକ ବଡ଼ ଆକ୍ରମଣ ହେବ। କିନ୍ତୁ ସେହି ସମୟରେ ଏହି ଆକ୍ରମଣ ହୋଇନଥିଲା, କିନ୍ତୁ ମସ୍କୋରେ ହୋଇଥିବା ଏହି ଆକ୍ରମଣକୁ ଆମେରିକାର ସେହି ବିବୃତ୍ତି ସହିତ ଯୋଡି ୧୫ ଦିନ ପରେ ମଧ୍ୟ ଲୋକମାନେ ମନେ ରଖିଛନ୍ତି।

BRS ନେତ୍ରୀ କେ. କବିତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା । ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କୁ ଝଟକା। ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ। ନିମ୍ନକୋର୍ଟକୁ ଯିବା ଲାଗି ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। କୋର୍ଟ କହିଛନ୍ତି- ସମ୍ବିଧାନର ଧାରା ୩୨ ଅନୁସାରେ ରିଲିଫ ପିଟିସନକୁ ଗ୍ରହଣ କରିପାରିବେ ନାହିଁ ଅଦାଲତ। କବିତାଙ୍କ ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଏମଏମ ସୁନ୍ଦରେଶ ଓ ବେଳା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ। ଗିରଫ ବିରୋଧରେ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତା  ସୁପ୍ରିମକୋର୍ଟଙ୍କ ହୋଇଥିଲେ ଦ୍ବାରସ୍ଥ।

ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କୁ ବିନା କାରଣରେ ଗିରଫ କରାଯାଇଛି ବୋଲି ସୁପ୍ରିମକୋର୍ଟରେ ଦର୍ଶାଇଥିଲେ କବିତା । ନିଜ ପିଟିସନରେ ସେ ଦର୍ଶାଇଥିଲେ ତାଙ୍କ ବିରୋଧରେ ଥିବା ରିମାଣ୍ଡ ଅର୍ଡର ଧାରା ୧୪୧ର ଉଲ୍ଲଂଘନ କରୁଛି । ସୁପ୍ରିମକୋର୍ଟଙ୍କ ଦ୍ବାରା ଘୋଷିତ ଧାରା ୧୪୧ ଦେଶର ସମସ୍ତ କୋର୍ଟ ଲାଗି ପ୍ରଯୁଜ୍ୟ । ମାତ୍ର ତାଙ୍କ କ୍ଷେତ୍ରରେ ଏହା ପାଳନ ହୋଇନାହିଁ । ସେହିପରି ପିଏମଏଲଏ ଆଇନର ଧାରା ୧୯-୧ ମଧ୍ୟ କବିତା ଚାଲେଞ୍ଜ କରିଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ଗତ ୧୫ ତାରିଖରେ ହାଇଦ୍ରାବାଦସ୍ଥିତ ନିଜ ବାସଭବନରୁ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବାରମ୍ବାର ସମନ ସତ୍ତ୍ବେ ସେ ହାଜର ନ ହେବାରୁ ତାଙ୍କୁ ଗିରଫ କରିଥିଲା ଇଡି ।

ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆଓ୍ବାର

ନନ୍ଦିଘୋଷ ବ୍ୟୁରୋ : ପୃଥିବୀ ଲାଗି ଘଣ୍ଟାଟିଏ । ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆଓ୍ବାର । ଛୋଟିଆରୁ ବୃହତ ରାଷ୍ଟ୍ର- ସବୁଠି ପାଳନ ହେବ ଆର୍ଥ ଆଓ୍ବାର । ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ ଦିଗରେ ସଚେତନା ସୃଷ୍ଟି ଆର୍ଥ ଆଓ୍ବାରର ରହିଛି ଆହ୍ବାନ । ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏ ପାଳିତ ହେବ ଆର୍ଥ ଆଓ୍ବାର । ପ୍ରତିବର୍ଷ ଏହି ସମୟରେ ସାରା ବିଶ୍ବରେ ଏହାକୁ ପାଳନ କରାଯାଇଥାଏ । ବିଶ୍ବ ବନ୍ଯଜନ୍ତୁ ପାଣ୍ଠି ବା WWF ପକ୍ଷରୁ ଏହା ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ଲାଇଟ ଓ ବୈଦ୍ୟୁତିକ ଯନ୍ତ୍ରାଦିକୁ ସୁଇଚ ଅଫ କରିବା ଲାଗି ଆହ୍ବାନ ଦିଆଯାଇଥାଏ ।

ବିଶ୍ବର ପ୍ରାୟ ୧୯୦ଟି ରାଷ୍ଟ୍ରରେ ଆଜି ଏହି ଦିବସ ପାଳନ ହେବ । ଗତବର୍ଷ ଦେଶର ୧୫୦ଟି ସ୍ଥାନ, କୀର୍ତ୍ତିରାଜି, ସରକାରୀ କୋଠା, ଶିକ୍ଷା ପ୍ରତିଷ୍ଠାନ, କର୍ପୋରେଟ ଅଫିସରେ ଆର୍ଥ ଆଓ୍ବାର ପାଳିତ ହୋଇଥିଲା । ଡବ୍ଲୁ ଡବ୍ଲୁ ଏଫ-ଇଣ୍ଡିଆ ପକ୍ଷରୁ ଗତବର୍ଷ ୧୨ଟି ସାଇକ୍ଲୋଥନ ଦେଶବ୍ଯାପୀ ଅନୁଷ୍ଠିତ ହୋଇଥିବାବେଳେ ୨ ହଜାର ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ । ପ୍ରଥମେ ୨୦୦୭ରେ ଅଷ୍ଟ୍ରେଲିଆ ସିଡନୀରେ ଏହାକୁ ପାଳନ କରାଯାଇଥିଲା । ପରେ ବିଶ୍ବରେ ଏହା ପାଳନ ହେବା ଆରମ୍ଭ ହୋଇଥିଲା । ଲାଇଟଗୁଡିକୁ ସୁଇଚ ଅଫ କରାଗଲେ ଗ୍ରୀନହାଉସ ଗ୍ଯାସ ହ୍ରାସ ସହ ଜୀବାଶ୍ମ ଇନ୍ଧନ ବ୍ଯବହାର ବନ୍ଦ ହୋଇଥାଏ । ଏହା ପୃଥିବୀ ପ୍ରତି ଅନୁକୂଳ ସାବ୍ୟସ୍ତ ହୋଇଥାଏ ।

ଓଡ଼ିଶାରେ ତାତି କରିବ ଅସ୍ତବ୍ୟସ୍ତ

ଭୁବନେଶ୍ୱର : ତାତି କରିବ ଅସ୍ତବ୍ୟସ୍ତ ।  ଲଗାଣ ବର୍ଷା ପରେ ପାଗରେ ପରିବତ୍ତନ ।  ସାରା ରାଜ୍ଯରେ ବଢିବ ତାପମାତ୍ରା । ସ୍ବାଭାବିକଠାରୁ ୮ ରୁ ୧୦ ଡିଗ୍ରୀ ତାତି ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ଅଧିକାଂଶ ସହରର ତାପମାତ୍ରା ୪୦ ଛୁଇଁବା ସମ୍ଭାବନା ରହିଛି । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇବ । ଉପକୂଳ ଓଡିଶାରେ ତାତି ସହ ଅସମ୍ଭାଳ ଗୁଳୁଗୁଳି ହେବ । ୨୫ ତାରିଖରୁ ପୁଣି ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଋଷ, କନ୍ସର୍ଟ ହଲ୍ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ : ଋଷର ମସ୍କୋରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ। ଏକ ସପିଂ ମଲରେ ୫ ଆତଙ୍କବାଦୀଙ୍କ ଆକ୍ରମଣ। ଆତଙ୍କବାଦୀ ସଂଗଠନ ISIS ହମଲା କରିଥିବା ସ୍ବୀକାର କରିଛି। ଋଷର ମସ୍କୋରେ କନ୍ସର୍ଟ ହଲ୍ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ଏହି ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଶନିବାର (ମାର୍ଚ୍ଚ ୨୩, ୨୦୨୪) ସକାଳେ @spectatorindex ଦ୍ୱାରା ପ୍ରଦାନ କରାଯାଇଛି ।

ଏହି ଆତଙ୍କବାଦୀ ଆକ୍ରମଣରେ ଅତ୍ୟଧିକ ଗୁଳି ବିନିମୟ ହୋଇ ବୋମା ଫିଙ୍ଗା ଯାଇଥିଲା ଯେଉଁଥିରେ ୧୪୫ ଜଣ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଏହି ଆକ୍ରମଣର ଦାୟୀ ବୋଲି କହିଛି ଏବଂ କ୍ରୋକସ ସହରରେ ଏହାର ଆତଙ୍କବାଦୀ ମାନେ ବହୁ ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣ କରିଥିବା କହିଛନ୍ତି।

IPL ପ୍ରଥମ ମ୍ୟାଚରେ ଚେନ୍ନାଇର ବାଜିମାତ୍

ନନ୍ଦିଘୋଷ ବ୍ୟୁରୋ : ଆଇପିଏଲର ୧୭ତମ ସଂସ୍କରଣର ପ୍ରଥମ ମ୍ୟାଚରେ ଚେନ୍ନାଇର ବାଜିମାତ୍। ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୬ ଓ୍ବିକେଟରେ ହରାଇଛି ଚେନ୍ନାଇ। ୮ଟି ବଲ ବାକି ଥାଇ ନିର୍ଦ୍ଧାରିତ ଟାର୍ଗେଟକୁ ହାସଲ କରିଛି ଦଳ। ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ୬ ଓ୍ବିକେଟ ବିନିମୟରେ ୧୭୩ ରନ୍ ସଂଗ୍ରହ କରିଥିଲା। ଜବାବରେ ୧୭୪ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଚେନ୍ନାଇ। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଭ୍ରମଣକାରୀ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ସୁପରକିଙ୍ଗସ ଦଳର ଶୃଙ୍ଖଳିତ ବୋଲିଂକୁ ସାମ୍ନା କରିବା କାଠିକର ପାଠ ହୋଇଥିଲା।

ବିରାଟ କୋହଲି ଓ ଫାଫ ଡୁ ପ୍ଲେସି ସତର୍କତାର ସହ ବ୍ୟାଟିଂ କରି ୪୧ ରନ ସଂଗ୍ରହ କରିଥିଲେ। ପଞ୍ଚମ ଓଭରରେ ମୁସ୍ତାଫିଜୁର ରେହମାନ ବିପର୍ଯ୍ୟୟ ଘଟାଇଥିଲେ। ଚେନ୍ନାଇ ସୁପରକିଙ୍ଗସ ୧୮.୪ ଓଭରରେ ୪ ଓ୍ବିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା। ଘାତକ ବୋଲିଂ ପ୍ରଦର୍ଶନ ପାଇଁ ମୁସ୍ତାଫିଜୁର ରେହମାନଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

ଆସନ୍ତା ମାର୍ଚ୍ଚ ୨୮ ତାରିଖ ଯାଏ କେଜ୍ରିୱାଲଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆସନ୍ତା ମାର୍ଚ୍ଚ ୨୮ ତାରିଖ ଯାଏ ଜେରା କରିବ ଇଡି।  ସେହିଦିନ ଅପରାହ୍ଣ ୨ଟାରେ କୋର୍ଟରେ କେଜ୍ରିୱାଲଙ୍କୁ ଇଡି ହାଜର କରିବ। ଗତକାଲି ତାଙ୍କୁ ଦିଲ୍ଲୀ ରାଉସ ଆଭେନ୍ଯୁ କୋର୍ଟରେ ହାଜର କରାଯିବା ପରେ ୬ଦିନିଆ ହେପାଜତକୁ ଯିବା ଲାଗି ଅନୁମତି ଦେଇଥିଲେ କୋର୍ଟ। ଗତକାଲି କୋର୍ଟରେ କେଜ୍ରିୱାଲ କହିଥିଲେ ତାଙ୍କ ଜୀବନ ଦେଶ ଲାଗି ଉତ୍ସର୍ଗୀକୃତ। ଜେଲରେ ରହି ସୁଦ୍ଧା ଦେଶ ପାଇଁ କାମ କରିବେ। କୋର୍ଟରେ ଇଡି କହିଥିଲା- ମଦନୀତି ମାମଲାରେ କେଜ୍ରିୱାଲ କିଙ୍ଗପିନ ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀ।

ମଦଦୁର୍ନୀତି ପରିମାଣ ୧୦୦ କୋଟି ନୁହଁ। ବରଂ ୬୦୦ କୋଟି। ଏହି ଟଙ୍କା ପଞ୍ଜାବ ଓ ଗୋଆ ନିର୍ବାଚନରେ ବ୍ୟୟ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ  ଓ ରାଜ୍ଯସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିଲା। କେଜ୍ରିୱାଲଙ୍କ ଗିରଫଦାରୀ ପ୍ରତିବାଦରେ ଦିଲ୍ଲୀ, ପଞ୍ଜାବ ଓ ଗୋଆ ସମେତ ଅନ୍ଯାନ୍ଯ ସ୍ଥାନରେ ଜୋରଦାର ପ୍ରତିବାଦ କରିଥିଲେ ଆପ୍ କର୍ମୀ । ବିଭିନ୍ନ ସ୍ଥାନରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ଉପରକୁ ପାଣିମାଡ଼ କରିଥିଲା ପୋଲିସ। ତେଣେ ଦିଲ୍ଲୀ ଆଲିପୁର ଥାନାରେ ଆପ କର୍ମୀଙ୍କୁ ବି ଅଟକ ରଖିଥିଲା ପୋଲିସ। ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଗିରଫ ଆପ୍ ମହଲରେ ସୃଷ୍ଟି କରିଛି ଝଡ଼। ନିକଟ ଇତିହାସ କହୁଛି ମନୀଷ ସିସୋଦିଆ ଓ ସଞ୍ଜୟ ସିଂଙ୍କ ପରି କେଜ୍ରିୱାଲଙ୍କୁ ମିଳି ନ ନପାରେ ଜାମିନ।

ପୁରୀରେ ପହଞ୍ଚିଲା ଦାମୋଦର ରାଉତଙ୍କ ପାର୍ଥିବ ଶରୀର

ପୁରୀ: ପୁରୀରେ ପହଞ୍ଚିଲା ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ପାର୍ଥିବ ଶରୀର । ସ୍ବର୍ଗଦ୍ବାରରେ ଆଜି ହେବ ଶେଷକୃତ୍ୟ । ଆଉ କିଛି ସମୟ ମଧ୍ୟରେ ସ୍ବର୍ଗଦ୍ବାରରେ କରାଯିବ ଶେଷକୃତ୍ୟ । ଉପସ୍ଥିତ ଅଛନ୍ତି ପରିବାରବର୍ଗ ଓ ଆତ୍ମୀୟ ପରିଜନ। ପୁଅ ସମ୍ବିତ ରାଉତରାୟ ମୁଖାଗ୍ନି ଦେବେ।

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ଦାମୋଦର ରାଉତରଙ୍କର ଦେହାନ୍ତ ହୋଇଥିଲା । ମୃତ୍ଯୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଦାମୋଦରଙ୍କ ବିୟୋଗରେ ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ୭ ଥର ବିଧାୟକ, ବହୁବାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ଖବର ପ୍ରଚାର ପରେ ହସ୍ପିଟାଲରୁ ଆରମ୍ଭ କରି ତାଙ୍କ ବାସଭବନ ପର୍ଯ୍ଯନ୍ତ ଲୋକଙ୍କ ସୁଅ ଛୁଟିଥିଲା । ଦଳମତ ନିର୍ବିଶେଷରେ ନେତା, ରାଜନୈତିକ ସହକର୍ମୀ, ସମର୍ଥକ, ପ୍ରଶଂସକ, ଆତ୍ମୀୟ ସ୍ବଜନ ଡାକ୍ତର ଦାମୋଦର ରାଉତଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ପରଲୋକରେ ରାଷ୍ଟ୍ରପତି, ରାଜ୍ଯପାଳ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।