ଜାତି ପ୍ରଘଟ ଡରରେ ଆତ୍ମହତ୍ୟା କରିଥିଲେ ରୋହିତ ଭେମୁଲା : ପୋଲିସ

ନୂଆଦିଲ୍ଲୀ : ରୋହିତ ଭେମୁଲା ମୃତ୍ୟୁ ମମଲାରେ ସବୁ ଅଭିଯୁକ୍ତଙ୍କୁ କ୍ଲିନ୍ ଚିଚ୍ ଦେଲା ତେଲେଙ୍ଗାନା ପୋଲିସ । କୋର୍ଟରେ ଦିଆଯାଇଛି କ୍ଲୋଜର ରିପୋର୍ଟ । ଏଥିରେ କୁହାଯାଇଛି କି ରୋହିତ ଦଳିତ ନଥିଲେ । ତାଙ୍କ ପ୍ରକୃତ ଜାତି ସମସ୍ତଙ୍କୁ ଜଣାପଡିଯିବା ଡର ହିଁ ତାଙ୍କ ମୃତ୍ୟୁର କାରଣ  । ସେ ୨୦୧୬ ଜାନୁଆରୀ ୧୭ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ  ।

ତେଲେଙ୍ଗାନା ପୋଲିସ ରୋହିତ ଭେମୁଲା ମୃତ୍ୟୁ ମାମଲାରେ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛନ୍ତି । ସେ ରାଜନୈତିକ କାର୍ଯ୍ୟରେ ଅତ୍ୟନ୍ତ ସକ୍ରିୟ ଥିଲେ  ।  ଏଥି ପାଇଁ ତାଙ୍କ ଏକାଡେମିକ୍ ପ୍ରଦର୍ଶନ ଭଲ ନଥିଲା  । ଏଥି ସହିତ ନିଜ ଜାତି ଅନ୍ୟମାନେ ଜାଣିଦେବା ଡର ଆଦି ତାଙ୍କ ମୃତ୍ୟୁର କାରଣ ବୋଲି ପୋଲିସ ଦର୍ଶାଇଛି ।

ରୋହିତ ଭେମୁଲା ହାଇଦ୍ରାବାଦର ସେଣ୍ଟ୍ରାଲ ୟୁନିଭର୍ସିଟିର ହଷ୍ଟେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ  । ସେତେବେଳେ ସେ ସାମାଜିକ ବିଜ୍ଞାନରେ  ପିଏଚଡି କରୁଥିଲେ  । ଅନ୍ୟପଟେ ପୋଲିସର କ୍ଲୋଜର ରିପୋର୍ଟକୁ ନେଇ ଅସନ୍ତୁଷ୍ଠ ହୋଇ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।  ସେମାନେ ରିପୋର୍ଟ ପ୍ରତ୍ୟାହାର ସହ ପୁନର୍ବାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ଦାବି କରିଛନ୍ତି ।