ପୁଣି ଅଡୁଆରେ ୟୁଟ୍ୟୁବର ଏଲଭିଶ ଯାଦବ, ମନି ଲଣ୍ଡ୍ରିଂରେ ମାମଲା ଦାୟର କଲା ଇଡି

ନୋଏଡ଼ା : ଦିନକୁ  ଦିନ ବଢୁଛି ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଅଡୁଆ । ପୁଣି ଏଲଭିଶଙ୍କ ନାଁରେ ମନି ଲଣ୍ଡ୍ରିଂ ମାମଲା ଦାୟକ କଲା ଇଡି । ଇଡି ମୁଖ୍ୟାଳୟ ନିର୍ଦ୍ଦେଶାନୁଯାୟୀ ଲକ୍ଷ୍ନୌ ଜୋନ କାର୍ଯ୍ୟାଳୟରେ ଏହି ମାମଲା ନେଇ ଯାଞ୍ଚ ଆରମ୍ଭ ହୋଇଯାଇଛି । ଖୁବ୍ ଶୀଘ୍ର ଏଲଭିଶ ଯାଦବଙ୍କୁ ପଚରାଉଚରା ପାଇଁ ସମନ ଜାରି କରାଯିବ ନେଇ ସୂଚନା ମିଳିଛି । ତେବେ ପୂର୍ବରୁ ନୋଏଡା ପୋଲିସ ଦ୍ୱାରା ଏଲଭିଶ ଯାଦବଙ୍କୁ ଗିରଫ କରାଯାଇଥିଲା  । କିନ୍ତୁ ବର୍ତ୍ତମାନ ସେ ଜାମିନରେ ବାହାରେ ଅଛନ୍ତି ।

ତେବେ ପିପୁଲ୍ସ ଫର୍ ଅନିମଲ୍ସର ଅଧିକାରୀ ଗୌରବ ଗୁପ୍ତାଙ୍କ ଅଭିଯୋଗ ଅନୁଯାୟୀ  ଗତବର୍ଷ ନଭେମ୍ୱର ୨ରେ  ଏଲଭିଶ ଯାଦବଙ୍କ ସମେତ ୬ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା  ।  ଏହି ଅଭିଯୋଗ ଅନୁଯାୟୀ ପୋଲିସ ଏଲଭିଶଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲେ  । । କିନ୍ତୁ ବର୍ତ୍ତମାନ ସମସ୍ତେ ଜାମିନରେ ବାହାରେ ଅଛନ୍ତି । ମାମଲାରେ ନୋଏଡା ପୋଲିସ ୧୨୦୦ ପେଜର ଚାର୍ଜସିଟ୍ ଦାଖଲ କରିସାରିଛି ।

ବର୍ତ୍ତମାନ ଇଡି ଏହି ମାମଲାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି କରୁଛି । ପ୍ରାରମ୍ଭ ପର୍ଯ୍ୟାୟରେ ଏନସିଆରର ଜଣାଶୁଣା ହୋଟେଲ, କ୍ଲବ୍ , ରିସୋର୍ଟ ଏବଂ ଫାର୍ମହାଉସ ଆଦିର ପାର୍ଟିରେ ସାପ ବିଷ କାରବାର ହୋଉଥିବା ଜଣାପଡିଥିଲା । ଏଥି ସହିତ ଜଡିତ ସଂଚାଳକଙ୍କୁ ଖୋଜି ପୋଲିସ ପଚରାଉଚରା  କରିବା ସହ ଏଲଭିଶଙ୍କ ପାଖରେ ଥିବା ଅନେକ ସୌଖିନୀ ଗାଡି ପଛର କାରଣ ଜାଣିବା ପାଇଁ ପଚରାଉଚରା କରିବ ପୋଲିସ ।