spot_img
Home Blog Page 2209

ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଘରେ ମାରାଥନ୍ ରେଡ୍

କୋଲକାତା : ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ଛନ୍ଦି ହେଲେ ମମତା ବାନାର୍ଜୀଙ୍କ ମନ୍ତ୍ରୀ  ଚନ୍ଦ୍ରନାଥ ସିନ୍ହା।  ଚନ୍ଦ୍ରନାଥଙ୍କ ଘରେ ୨ ଦିନ ଧରି ମାରାଥନ୍ ରେଡ୍‌ କରିଛି ଇଡି । ପଶ୍ଚିମବଙ୍ଗର ବୀର ଭୂମ ଜିଲ୍ଲା ସ୍ଥିତ ବୋଲ୍ ପୁର ଅଞ୍ଚଳରେ ଥିବା ଘରେ ଇଡି ଅଧିକାରୀ ମାରାଥନ୍ ରେଡ କରିଛନ୍ତି। ଚନ୍ଦ୍ରନାଥଙ୍କ ଘରୁ ନଗଦ ୪୧ ଲକ୍ଷ ଟଙ୍କା ସହିତ ମୋବାଇଲ ଜବତ କରିଛନ୍ତି ଇଡି ଅଧିକାରୀ। ପଶ୍ଚିମବଙ୍ଗରେ ଶିକ୍ଷକ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ଚନ୍ଦ୍ରନାଥ ସିନହା। ଇଡି ଦ୍ଵାରା ଗିରଫ ମମତା ବାନାର୍ଜୀଙ୍କ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପଚରାଉଚରା ସମୟରେ ଚନ୍ଦ୍ରନାଥ ସିନ୍ହାଙ୍କ ନାମ ନେଇଥିବା ଇଡି ସୂତ୍ରରୁ ଜଣାପଡ଼ିଛି ।

ଶ୍ରୀମନ୍ଦିର ଭିତରେ ପ୍ରବେଶ ବେଳେ ଧରାପଡିଲେ ମହିଳା ବିଦେଶୀ ପର୍ଯ୍ୟଟକ

ପୁରୀ : ପୁରୀ ଶ୍ରୀମନ୍ଦିର ଭିତରେ ପ୍ରବେଶ ବେଳେ ଧରାପଡିଲେ ମହିଳା ବିଦେଶୀ ପର୍ଯ୍ୟଟକ। ସେବାୟତଙ୍କ ଦ୍ୱାରା ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି। ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ବାଇଶିପାହାଚ ନିକଟରୁ ବିଦେଶିନୀଙ୍କୁ ଚିହ୍ନଟ କରିଥିଲେ ସେବାୟତ । ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ ହୋଇଥିବା ବେଳେ, ସେ ଶ୍ରୀମନ୍ଦିର ଭିତରକୁ କେଉଁ କାରଣରୁ ପ୍ରବେଶ କଲେ ସେନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଛି। ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ଏକ ଦଳ ସହ ଶ୍ରୀମନ୍ଦିର ଭିତରକୁ ପଶିଥିବା ଜଣାପଡିଛି। ତାଙ୍କ ପାସପୋର୍ଟ ଯାଞ୍ଚ କରାଯାଉଥିବା ବେଳେ, ବିଦେଶିନୀ ଜଣକ ୨୦୨୩ରେ ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି । Srimandir Gurukul To Be Set Up, Servitors At Puri Lord Jagannath Temple To  Get Houses

କେଜରିୱାଲଙ୍କ ପରେ ଆପ୍ ବିଧାୟକ ଗୁଲାବ ସିଂ ଯାଦବ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପରେ ଏବେ ଆପ୍ ବିଧାୟକ ଗୁଲାବ ସିଂ ଯାଦବ। ତାଙ୍କ ଘରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀ ମାତିଆଲାରୁ ବିଧାୟକ ଥିବା ଗୁଲାବଙ୍କ କ୍ବାର୍ଟର୍ସ ଉପରେ ରେଡ କରିଛି ଇଡି। ଗୁଲାବ ସିଂ ହେଉଛନ୍ତି ଗୁଜରାଟ ଦାୟିତ୍ବରେ ଥିବା ଆପ୍ ନେତା। ଆଜି ଭୋରରୁ ତାଙ୍କ ଘରେ ରେଡ ହେବାକୁ ନେଇ ତାତିଛି ଆପ। ଗଣତନ୍ତ୍ର ପ୍ରତି ଆକ୍ରମଣ ଜାରି ରହିଛି ବୋଲି କହିଛି ଦଳ। ଦିଲ୍ଲୀ ମଦନୀତି ମାମଲାରେ ତାଙ୍କ ଘରେ ରେଡ କରିଛି ଇଡି।

ମହୁଆ ମିତ୍ରଙ୍କ ବାସଭବନରେ ସିବିଆଇ ରେଡ

କୋଲକାତା : ପ୍ରଶ୍ନ ଲାଗି ଲାଞ୍ଚ ମାମଲା। ବଢିଲା ଟିଏମସିର ପୂର୍ବତନ ସାଂସଦ ମହୁଆ ମିତ୍ରଙ୍କ ଅଡୁଆ। କୋଲକାତାସ୍ଥିତ ବାସଭବନରେ ରେଡ କରିଛି ସିବିଆଇ। ଆଜି ସକାଳୁ ସିବିଆଇର କେତେକ ଟିମ୍ ମହୁଆଙ୍କ ବାସଭବନ ସମେତ ଅନ୍ଯାନ୍ୟ ସ୍ଥାନରେ କରିଛନ୍ତି ଛାନବିନ। ଲୋକପାଳଙ୍କ ନିର୍ଦ୍ଦେଶ ଅନୁସାରେ ଗତ ଗୁରୁବାର ମହୁଆଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଥିଲା। ଏହା ସହ ମହୁଆଙ୍କ ବିରୋଧରେ ଆସନ୍ତା ୬ ମାସ ମଧ୍ଯରେ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ ଲୋକପାଳ। ଗତ ଡିସେମ୍ବରରେ ପ୍ରଶ୍ନ ଲାଗି ଲାଞ୍ଚ ମାମଲାରେ ନିଜର ସାଂସଦ ପଦ ହରାଇଥିଲେ ମହୁଆ। ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମହୁଆ।

ସେପଟେ ଆସନ୍ତା ଲୋକସଭା ନିର୍ବାଚନରେ କ୍ରିଷ୍ଣାନଗରରୁ ଟିଏମସି ପ୍ରାର୍ଥୀ ଅଛନ୍ତି ମହୁଆ। ବିଜେପି ଏମପି ନିଶିକାନ୍ତ ଦୁବେଙ୍କ ପକ୍ଷରୁ ଅଭିଯୋଗ କ୍ରମେ ଏହା ବିରୋଧରେ ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ଲୋକପାଳ। ଦୁବାଇଭିତ୍ତିକ ବ୍ଯବସାୟୀ ଦର୍ଶନ ହୀରାନନ୍ଦନୀଠାରୁ ମହୁଆ ଅର୍ଥ ଓ ଉପହାର ପାଇ ବିଭିନ୍ନ ପ୍ରଶ୍ନ ଉତଥାପନ କରିଥିଲେ ବୋଲି ଅଭିଯୋଗ କରିଥିଲେ ନିଶିକାନ୍ତ।

ମହୁମାଛି ଆକ୍ରମଣରେ ୧୪ ଆହାତ

ମୋହନା : ମହୁମାଛି ଆକ୍ରମଣରେ ୧୪ ଆହାତ। ଗଜପତି ଜିଲ୍ଲା ମୋହନା ବ୍ଲକ ଖାରିମେରା ଗାଁର ଘଟିଛି ଏଭଳି ଦୁର୍ଘଟଣା। ସକାଳେ ଗାଁର କିଛି ଲୋକେ ବଗଡ ସଫା କରିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ରୋଷେଇ କରିବା ପାଇଁ ଏକ ଗଛ ମୂଳରେ ନିଆଁ ଲଗାଇବାବେଳେ ଗଛରେ ବସା ବାନ୍ଧିଥିବା ଜଙ୍ଗଲି ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ଗ୍ରାମବାସୀ ସମସ୍ତ ଆହାତଙ୍କୁ ଉଦ୍ଧାର କରି ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଆଇଏସଆଇଏସ-କେ ସଂଗଠନ କଣ, କାହିଁକି କରୁଛି ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ମସ୍କୋ କନସର୍ଟ ହଲରେ ଆକ୍ରମଣ ଘଟଣାରେ ନିଜକୁ ଦାୟୀ କରିଛି ଆଇଏସଆଇଏସ-କେ । ଇସଲାମିକ ଷ୍ଟେଟର ଆଫଗାନ ଶାଖା ହେଉଛି ଆଇଏସଆଇଏସ-କେ । ଇରାନ, ତୁର୍କମନେିସ୍ତାନ ଓ ଆଫଗାନିସ୍ତାନରେ କାର୍ଯ୍ୟରତ ଏହି ସଂଗଠନ ହେଉଛି ଇସଲାମିକ ଷ୍ଟେଟ ଖୋରାସାନ ବା ISIS-K । ଅତ୍ୟଧିକ ହିଂସା ଲାଗି କୁଖ୍ୟାତ ଏହି ସଂଗଠନ ୨୦୧୪ରେ ପ୍ରତିଷ୍ଠା ହୋଇଥିଲା । ତେବେ ୨୦୧୮ ପରଠାରୁ ଏହି ସଂଗଠନର ସଦସ୍ୟ ସଂଖ୍ୟା ହ୍ରାସ ପାଇଥିଲା । ତାଲିବାନ ଓ ଆମେରିକୀୟ ବାହିନୀର ପ୍ରଭାବ ଯୋଗୁ ଏହି ସଂଗଠନକୁ ବେଶୀ କ୍ଷତି ପହଞ୍ଚିଥିଲା । ତେବେ ୨୦୨୧ରେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ISIS-Kର ପ୍ରଭାବ ବଢ଼ିଥିଲା । ଆଫଗାନିସ୍ତାନର ବିଭିନ୍ନ ମସଜିଦ ଉପରେ ଆକ୍ରମଣ କରିବା ସହ ଏହି ସଂଗଠନ ଦେଶ ବାହାରେ ବି ନିଜର କାୟା ବିସ୍ତାର କରିଛି ।

୨୦୨୪ ପ୍ରଥମ ଭାଗରେ ଇରାନରେ ଦୁଇଟି ବିସ୍ଫୋରଣ ପଛରେ ଏହାର ହାତ ଥିଲା ଯେଉଁଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୦୨୨ ସେପ୍ଟେମ୍ବରରେ କାବୁଲସ୍ଥିତ ଋଷ ଦୂତାବାସରେ  ISIS-K ଆତଙ୍କୀ ହମଲା କରିଥିଲେ ।  ସେହିପରି ୨୦୨୧ରେ କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦରରେ ବି ଏହି ସଂଗଠନ ଆକ୍ରମଣ କରିଥିଲା ଯେଉଁଥିରେ ୧୩ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିଲେ । କିଛି ବର୍ଷ ଧରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରୋଧ କରିଆସୁଥିଲା  ISIS-K । ଋଷର ବିଭିନ୍ନ ନୀତିକୁ ସଂଗଠନ କରୁଥିଲା ବିରୋଧ । ମୁସଲମାନଙ୍କ ବିରୋଧରେ ଋଷ କାର୍ଯ୍ୟ କରୁଥିବା ଥିଲା ସଂଗଠନର ଅଭିଯୋଗ । କେନ୍ଦ୍ରୀୟ ଏସୀୟ ଆତଙ୍କବାଦୀ ସଂଗଠନଗୁଡିକ ସହ ନିଜର ପ୍ରଭାବ ବିସ୍ତାର ଲାଗି ଉଦ୍ୟମ କରୁଛି ସଂଗଠନ । ଋଷ ଉପରେ ଆତଙ୍କୀ ହମଲା ହେବା ନେଇ ଆଗୁଆ ସୂଚନା ଦେଇଥିଲା ଆମେରିକା ।

ଗୋଟିଏ ରାତିର କାହାଣୀକୁ ନେଇ ଯାଯାବର 2.0

ଭୁବନେଶ୍ୱର : ରିଲିଜ୍ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ଯାଯାବର 2.0 । ଆଓ ନେକ୍ସଟ ବ୍ୟାନରରେ  ଯାଯାବର 2.0 ସାରା ଓଡିଶାର ୨୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l ଏହି ଅବସରରେ ଭୁବେନଶ୍ବରର ସିନେମାର ପ୍ରିମିଅର ହୋଇଛି। ଗୋଟିଏ ରାତିର କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଛି। ଦୁଇ ଜଣ ଅପରିଚିତ ବ୍ୟକ୍ତି ଭେଟ ହୁଅନ୍ତି ଏବଂ ସେମାନଙ୍କର ଅପରାଧିକ ଅତୀତ ବିଷୟରେ ପରସ୍ପରକୁ କୁହନ୍ତି l ଜଣେ ଅପରାଧ ଦୁନିଆରେ ହଜି ଯାଏ ହେଲେ ଅନ୍ୟ ଜଣକ ଏଥିରୁ ମୁକ୍ତି ଖୋଜେ l ଜଣେ ଟ୍ୟାକ୍ସି ଡ୍ରାଇଭର ଏବଂ ପାର୍ଟ ଟାଇମ କଣ୍ଟ୍ରାକ୍ଟ କିଲର। ଏଭଳି କାହାଣୀକୁ ନେଇ ଫିଲ୍ମ ଗତିଶୀଳ।

ଫିଲ୍ମରେ ପ୍ରଯୋଜନା କରିଛନ୍ତି  କୌଶିକ ଦାସ ଏବଂ ରାମ ପଟ୍ଟନାୟକ। ଅଭିଷେକ ଦାସଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ପ୍ରତିଭାଶାଳୀ ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ। ବିଭିନ୍ନ ଭୂମିକାରେ ଅଛନ୍ତି ପ୍ରସନ୍ନଜିତ ମହାପାତ୍ର, ଦେବେଶ ରଞ୍ଜନ, ସୋନାଲି ଶର୍ମିଷ୍ଠା, ମାନସ ରଞ୍ଜନ ମୁଦୁଲି ପ୍ରମୁଖ l  ଯାଯାବର ଫିଲ୍ମରେ ଅଭିନୟ କରିଥିଲେ ଶ୍ରୀରାମ ପଣ୍ଡ॥ ଓଡିଶାର ଜଣେ ଲୋକପ୍ରିୟ ଅଭିନେତା ଶ୍ରୀରାମ ପଣ୍ଡା । ଯିଏକି ପରେ ସନ୍ୟାସୀ ଜୀବନ ଗ୍ରହଣ କରିଥିଲେ l

ଯୁବ ସଶକ୍ତୀକରଣ ଏବଂ ବିକାଶକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟରେ ଯୁବ ସଶକ୍ତିକରଣ ଏବଂ ବିକାଶକୁ ଅଗ୍ରାଧିକାର । ଯୁବ ପିଢିର ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି ନବୀନ ସରକାର । ୨୦୨୧ରେ ଯୁବପିଢ଼ିଙ୍କ ପାଇଁ ଏକାଧିକ ଯୋଜନା କରିଛନ୍ତି ସରକାର । ଏହାସହ ଯୁବପିଢ଼ିର ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି । ଯେମିତିକି ଆଇଟି, ବିପିଓ କ୍ଷେତ୍ର ପାଇଁ ଯୋଜନା କରିଛନ୍ତି ସରକାର ।  ନାସକମ ଓ ଡିଲଏଟ ଭଳି ସଂସ୍ଥା ଭୁବନେଶ୍ୱରକୁ ବାଛିଛନ୍ତି । ବହୁ ବଡ଼ ବଡ଼ ଆଇଟି ଓ ବିପିଓ କମ୍ପାନୀ ଓଡ଼ିଶା ଆସିଛନ୍ତି  । 5Tର ଗୋଟିଏ T ହେଉଛି ଟେକ୍ନୋଲୋଜି  । ନୂଆ-ଓ ଛାତ୍ରବୃତ୍ତି ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ   ।

ନୂଆ-ଓ ଅଭିଳାଷାରେ ଯୁବପିଢ଼ି ଓ ପିଲାଙ୍କୁ ଉଦ୍ୟୋଗୀ କରାଇବାକୁ WSCରେ ଟ୍ରେନିଂ ଦିଆଯାଉଛି । ବିଭିନ୍ନ କମ୍ପାନୀ ସହଯୋଗରେ ଡିଜିଟାଲ ଟ୍ରେନିଂ ସୁବିଧା ଆରମ୍ଭ କରି  ଭାରତ ବାହାରେ ଚାକିରି ପାଇଁ ମଧ୍ୟ ଓଡ଼ିଆ ପିଲା ଯାଇପାରିବେ  । ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ଏକାଧିକ ଷ୍ଟାଡିୟମ ନିର୍ମାଣ । ନୂଆ-ଓ ଜରିଆରେ ୫୫ହଜାର ଟିମ ପଞ୍ଜୀକରଣ କରିଥିବ ଶଂଖ ଭବନରେ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ।

ସମ୍ବଲପୁରରେ ଝାଡାବାନ୍ତିରେ ୪୫ ଜଣ ଆକ୍ରାନ୍ତ

ସମ୍ବଲପୁର : ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡାବାନ୍ତି। ଝାଡାବାନ୍ତିରେ  ୪୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। । ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଥିବା ଅନୁମାନ କରାଯାଉଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ୪୦ ଜଣଙ୍କୁ ହୀରାକୁଦ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିବାବେଳେ ୫ ଜଣଙ୍କୁ ବୁର୍ଲା ଭୀମସାରରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ହୀରାକୁଦ କାଳୁପଡା, ଗଉଡପଡା, ଗୁରୁଦ୍ବାରା ଓ ନ୍ୟୁ ମାର୍କେଟ ପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି l

ନୂଆ ଜିଲ୍ଲାପାଳ ଓ ୨ ଏସପିଙ୍କୁ ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଅମୃତ ଋତୁରାଜ ଢେଙ୍କାନାଳର ନୂଆ ଜିଲ୍ଲାପାଳ। ୨୦୧୫ ବ୍ୟାଚର ଆଇଏଏସ୍ ଅମୃତ ଋତୁରାଜ। ଅମୃତ ଋତୁରାଜଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ନିଯୁକ୍ତି ପାଇଲେ ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପି। ଅନୁପମା ଜେମ୍ସ ଦେବଗଡ଼ ଏସପି ହୋଇଥିବା ବେଳେ, ଏଲ ଦିବ୍ୟା ହୋଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି। ନିଯୁକ୍ତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟେ ଭିଜିଲାନ୍ସ ଏସପି ଭାବେ କାର୍ଯ୍ୟ କରୁଥିଲେ। ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।