ବ୍ରହ୍ମପୁର: ଟିକେଟ ବଣ୍ଟାକୁ ନେଇ ବିଜେପିରେ ବିଦ୍ରୋହର ନିଆଁ । ଧର୍ମଶାଳା, ଜଟଣୀ, ଚୌଦ୍ବାର କଟକ ପରେ ଏବେ ଟିକେଟ ବଣ୍ଟାକୁ ନେଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି । କୃଷ୍ଣଚନ୍ଦ୍ର ନାୟକଙ୍କୁ ଛତ୍ରପୁର ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଘୋଷଣା ପରେ ଏବେ ବିଜେପିରେ ବିଦ୍ରୋହ ହୋଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ବନମାଳୀ ସେଠୀଙ୍କୁ ଦଳ ଟିକେଟ ନଦେଇ କୃଷ୍ଣଚନ୍ଦ୍ରଙ୍କୁ ଦଳ କାହିଁକି ଟିକେଟ ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ବନମାଳୀଙ୍କ ସମର୍ଥକ । ୨୦୧୭ ମସିହା ବିଜେଡି ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀଦତ୍ତ ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ବୋଲି କହିଛନ୍ତି ବନମାଳୀଙ୍କ ସମର୍ଥକ । ଏନେଇ ଆଜି ୩ ହଜାର ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ବିଜେପି ବନମାଳୀଙ୍କୁ ଟିକେଟ ନଦେଲେ ହଜାର ହଜାର ସମର୍ଥକ ବିଜେପିରୁ ଇସ୍ତଫା ଦେବାସହ ବନମାଳୀ ସେଠୀଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ବନମାଳୀ ସେଠୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେ଼ଇ ହେବ ବୋଲି ସମର୍ଥକ କହିଛନ୍ତି।
ବିଜେପିର ପୂର୍ବତନ ନେତ୍ରୀ କହିଲେ ଦଳର ଗୁମର କଥା
ଢେଙ୍କାନାଳ: ଢେଙ୍କାନାଳ ବିଜେପିକୁ ଧକ୍କା। ଦଳରୁ ଇସ୍ତଫା ଦେଲେ ମହିଳା ମୋର୍ଚ୍ଚା ସମ୍ପାଦିକା ସସ୍ମିତା ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ନିରୋଜ ନଳିନୀ ମହାଳିକ, ଜିଲ୍ଲା ସମ୍ପାଦିକା ଅନିତା ଦାସ। ବିଜେପି ନେତୃତ୍ବଙ୍କ ଅଣଦେଖା ସହିତ ମହିଳାମାନଙ୍କୁ ଅସମ୍ମାନ ଦଳ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ବିଜେପିର ପରିବାରବାଦ ଚାଲିଥିବାବେଳେ ମହିଳାଙ୍କୁ ସମ୍ମାନ ଦିଆଯାଉନାହିଁ। ଦଳରେ ନାରୀନେତ୍ରୀ ସୁରକ୍ଷିତ ନୁହନ୍ତି। ଗୋଟିଏ ପରିବାର ହାତରେ ଦଳକୁ ୩୦ ବର୍ଷ ଧରି ଟେକିଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ପାଞ୍ଚ ପାଞ୍ଚ ଥର ହାରିଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଉଛି। ପୂର୍ବରୁ ୨୦ ହଜାର ଭୋଟରେ ବିଜେପି ହାରିଥିବା ବେଳେ ଚଳିତ ବର୍ଷ ୪୦ ହଜାର ଭୋଟରୁ ଅଧିକ ଭୋଟରେ ହାରିବେ ବୋଲି ସେମାନେ କହିଛନ୍ତି।
ଜଳୁଛି ସାରା ଓଡିଶା
ଭୁବନେଶ୍ବର: ଜଳୁଛି ସାରା ଓଡିଶା। ଆଜିଠୁ ୬ତାରିଖ ପର୍ଯ୍ୟନ୍ତ ହିଟ ୱେବ ଜାରିକଲା ପାଣିପାଗ କେନ୍ଦ୍ର । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ତାପମାତ୍ରା ୪୩ ଡିଗ୍ରୀ ଛୁଇଁ ପାରେ ବୋଲି ଅନୁମାନ କରାଯାଇଛି । ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି । ରାଜ୍ୟରେ ଗରମ ସହ ଅନେକ ସ୍ଥାନରେ ୫୦ ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି । ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ୩ରୁ ୪ ଦିନ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। । ଆସନ୍ତା ୨୪ ଘଣ୍ଟା ପାଇଁ ବଲାଙ୍ଗୀର , କଳାହାଣ୍ଡି, ବୌଦ୍ଧ ମାଲକାନଗିରି ଓ କେନ୍ଦୁଝର ଜିଲାରେ ଗ୍ରୀଷ୍ମ ପ୍ରବାହକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର ।ସେହିପରି ଆସନ୍ତାକାଲି ଗ୍ରୀଷ୍ମ ପ୍ରବାହକୁ ନେଇ ନୟାଗଡ, ବୌଦ୍ଧ ,କନ୍ଧମାଳ ,କଟକ, ଯାଜପୁର ଓ ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, କଳାହାଣ୍ଡି ଓ ନୟାଗଡରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଛୋଟପିଲା, ବୟସ୍କ,ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଖରାକୁ ବାରଣ କରାଯାଇଛି ।ଅନ୍ୟପଟେ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ପ୍ରଭାବରେ ୬ ,୭, ୮ ଓ ୯ ତାରିଖରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

