ଅନୀଲ କପୁରଙ୍କ ଏହି ୪ ଫିଲ୍ମର ଆସିବ ପାର୍ଟ ୨

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୪ ଦଶନ୍ଧି ଧରି ବଲିଉଡରେ ରାଜ କରୁଥିବା ଅଭିନେତା ଅନୀଲ କପୁରଙ୍କ ଫ୍ୟାନ ଫଲୋର୍ସ ମଧ୍ୟ ଢ଼େର ଅଧିକ ରହିଛନ୍ତି । ୧୦୦ରୁ ଅଧିକ ବଲିଉଡ ଫିଲ୍ମରେ ଅଭିନୟ କରିସାରିଛନ୍ତି ଅନୀଲ କପୁର । ତେବେ ତାଙ୍କର ବହୁ ଫିଲ୍ମ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିବାବେଳେ ଦର୍ଶକଙ୍କ ଅନୁରୋଧ କ୍ରମେ ୪ଟି ଫିଲ୍ମର ପାର୍ଟ ୨ ଆସିବାକୁ ଯାଉଛି । ତେବେ ଏକ ଫିଲ୍ମ ମଧ୍ୟ ରିଲିଜ୍ ଅପେକ୍ଷାରେ ରହିଛି । ତେବେ ପ୍ରଶଂସକଙ୍କ ପାଇଁ ଦୁଃଖର ବିଷୟ କି ଅନୀଲ କପୁର ଅଭିନୟ କରିଥିବା ଦୁଇଟି ଫିଲ୍ମର ପାର୍ଟ ୨ରେ ସେ ନଜର ଆସିନାହାନ୍ତି ।

ଓ୍ବେଲକମରେ ଅନୀଲ କପୁରଙ୍କ ଅଭିନୀତ ଏହି ଫିଲ୍ମ ପ୍ରଶଂସକଙ୍କ ମହଲରେ ବେଶ ଆଦୃତ ହୋଇଥିଲା । ତେବେ ଓ୍ବେଲକମ ୩ ଡିସେମ୍ବର ୨୦ରେ ଣିଲିଜ ହେବାକୁ ଥିବାବେଳେ ଏଥିରେ ଅନୀଲ କପୁର ନଜର ଆସିନାହାନ୍ତି । ତେବେ ଏହି ଫିଲ୍ମରେ ଅକ୍ଷୟ କୁମାର, ରବିନା ଟଣ୍ଡନ, ସଞ୍ଜୟ ଦତ୍ତ, ଜ୍ୟାକଲିନ ଏବଂ ଦିଶା ପଟାନୀଙ୍କ ଭଳି କଳକାରମାନେ ନଜର ଆସିବେ ।

ନାୟକ: ୨୦୦୧ରେ ରିଲିଜ ହୋଇଥିବା ଏହି ଫିଲ୍ମ ବେଶ ହିଟ୍ ହୋଇଥିଲା । ରାଜେନୖତିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟି ଆଜି ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଭରି ଦେଇଛି । ପ୍ରଯୋଜନା ପକ୍ଷରୁ କୁହାଯାଇଛି କି, ପୁରୁଣା କଳାକାରଙ୍କୁ ନେଇ ଏହି ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏଣୁ ଏହି ଫିଲ୍ମରେ ଅନୀଲ କପୁର ନଜର ଆସିବେ ।

ନୋ ଏଣ୍ଟ୍ରି: ନୋ ଏଣ୍ଟ୍ରି ଫିଲ୍ମ ଦର୍ଶକଙ୍କ ମନ ଜିଣିଥିଲା । ଅନୀଲ କପୁର ଏବଂ ସଲମାନ ଖାନ ଏହି ଫିଲ୍ମରେ ଦମଦାର ଅଭିନୟ କରିଥିବାବେଳେ ଏହା ଦ୍ବିତୀୟ ଭାଗ ଆସିବାକୁ ଯାଉଛି । ବନ୍ନି କପୁର ଦ୍ବିତୀୟ ଭାଗ ଆଣୁଥିବାବେଳେ ଏଥିରେ ବରୁଣ ଧାଓ୍ବନ ଏବଂ ଅର୍ଜୁନ କପୁର ନଜର ଆସିବେ ।

ମିଷ୍ଟର ଇଣ୍ଡିଆ: ଅନୀଲ କପୁରଙ୍କ ହିଟ୍ ଫିଲ୍ମ ମଧ୍ୟରେ ମିଷ୍ଟର ଇଣ୍ଡିଆ ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ଏହାର ପାର୍ଟ ୨ ଆସିବାକୁ ରହିଛି । ପ୍ରଯୋଜକ ବନ୍ନି କପୁର କିଛିଦିନ ପୂର୍ବରୁ କହିଥିଲେ କି, ଏକ ବିଦେଶୀ କମ୍ପାନୀ ସହ କଥା ହୋଇଛି କି, ମିଷ୍ଟର ଇଣ୍ଡିଆ ଫିଲ୍ମ ଆସିବ । ତେବେ ସେ ଆସନ୍ତା ବର୍ଷ ୨ ବର୍ଷ ମଧ୍ୟରେ ଏହାର ଅପଡେଟ୍ ଦେବେ ।