spot_img
Home Blog Page 2164

ନବୀନ ନିବାସରେ କୋରାପୁଟ ଲୋକସଭା ଲାଗି ବିଜେଡିର ସମୀକ୍ଷା ବୈଠକ

ଭୁବନେଶ୍ୱର: ନବୀନ ନିବାସରେ କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ର ଲାଗି ବିଜେଡିର ସମୀକ୍ଷା ବୈଠକ। କୋରାପୁଟ ପର୍ଯ୍ୟବେକ୍ଷକ ଦିବ୍ୟଶଙ୍କର ମିଶ୍ର, ରାୟଗଡ଼ା ପର୍ଯ୍ୟବେକ୍ଷକ ଅତନୁ ସବ୍ଯସାଚୀ ନାୟକ ନବୀନ ନିବାସରେ ଉପସ୍ଥିତ ଅଛନ୍ତି। ମନ୍ତ୍ରୀ ଜଗନ୍ନାଥ ସାରକା ବି ଉପସ୍ଥିତ ଅଛନ୍ତି।

କୋରାପୁଟ ଲୋକସଭା ଅଧୀନରେ କୋରାପୁଟ, ଲକ୍ଷ୍ମୀପୁର, ଜୟପୁର, ପଟ୍ଟାଙ୍ଗୀ, ରାୟଗଡ଼ା, ଗୁଣୁପୁର ଓ ବିଷମକଟକ ବିଧାନସଭା କ୍ଷେତ୍ର ରହିଛି। ଗତଥର ନିର୍ବାଚନରେ ବିଜେଡିର ଏମପି ପ୍ରାର୍ଥୀଙ୍କ ସମେତ ରାୟଗଡ଼ା ଓ ଜୟପୁର ବିଧାୟକ ପ୍ରାର୍ଥୀ ପରାଜିତ ହୋଇଥିଲେ। ବିଜେଡିର ଏହି ସବୁ ନିର୍ବାଚନ ମଣ୍ଡଳୀରେ ବିଜୟ ଲାଗି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ। ଏନେଇ ପର୍ଯ୍ୟବେକ୍ଷକ ଦେବେ ରିପୋର୍ଟ।

ପ୍ରଥମ ପର୍ଯ୍ୟାୟ ଲୋକସଭା ମତଦାନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ନୂଆଦିଲ୍ଲୀ: ନିର୍ବାଚନ ମହାସମର। ପ୍ରଥମ ପର୍ଯ୍ୟାୟ ଲୋକସଭା ମତଦାନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ଦେଶର ୨୧ଟି ରାଜ୍ୟ  ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ କ୍ଷେତ୍ର ଲାଗି ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି। ଆଜିଠୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଏହାପରେ ୨୮ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପରେ ୩୦ ମାର୍ଚ୍ଚ ପ୍ରାର୍ଥୀପତ୍ର ପ୍ରତ୍ଯାହାରର ଶେଷ ତାରିଖ ରହିଛି। ୧୯ ଏପ୍ରିଲରେ ଭୋଟ ହୋଇ ୪ଜୁନରେ ଫଳାଫଳ ପ୍ରକାଶ ପାଇବ।

ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ନିର୍ବାଚନ ହେବ। ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ହିମାଚଳ, ହରିଆଣା, କେରଳ, ଲାକ୍ଷାଦ୍ବୀପ, ଲଦାଖ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ, ସିକିମ୍, ତାମିଲନାଡୁ, ପଞ୍ଜାବ, ତେଲଙ୍ଗାନା ଓ ଉତ୍ତରାଖଣ୍ଡରେ ମତଦାନ ଅନୁଷ୍ଠିତ ହେବ। ସେହିପରି ଏପ୍ରିଲ ୨୬ରେ ହେବ ଦ୍ବିତୀୟ ପର୍ଯ୍ୟାୟ, ମେ ୭ରେ ତୃତୀୟ, ମେ ୧୩ରେ ଚତୁର୍ଥ, ମେ ୨୦ରେ ପଞ୍ଚମ, ମେ ୨୫ରେ ଷଷ୍ଠ ଓ ଜୁନ ୧ରେ ହେବ ସପ୍ତମ ପର୍ଯ୍ୟାୟ ନିର୍ବାଚନ । ଓଡ଼ିଶାରେ ଶେଷ ୪ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।

ଘୁଞ୍ଚିଲା ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ମେ’ ୨୬ରେ ହେବାକୁ ଥିବା ସିଭିଲ୍ ସର୍ଭିସର ପ୍ରାଥମିକ ପରୀକ୍ଷାକୁ ଜୁନ୍ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ଏନେଇ ୟୁନିଅନ ପବ୍ଲିକ ସର୍ଭିସ କମିସନ ସୂଚନା ଦେଇଛି।

ସୂଚନା ଅନୁସାରେ, ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପରୀକ୍ଷା ବିଳମ୍ବରେ ହେବ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମେ ୨୬ରେ ହେବାକୁ ଥିବା ପରୀକ୍ଷାସୂଚିକୁ ବଦଳା ଯାଇଛି।

ପରୀକ୍ଷାର ସ୍ଥଗିତାଦେଶ ସମ୍ବନ୍ଧୀୟ ସୂଚନା ପ୍ରଦାନ କରି ୟୁପିଏସସି କହିଛି ଯେ, ସାଧାରଣ ନିର୍ବାଚନର କାର୍ଯ୍ୟସୂଚିକୁ ଦୃଷ୍ଟିରେ ରଖି କେନ୍ଦ୍ର ଲୋକ ସେବା ଆୟୋଗ ୨୬.୦୩.୨୦୨୪ ରେ ହେବାକୁ ଥିବା ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା କୁ ସ୍ଥଗିତ ରଖିଛି। ବର୍ତ୍ତମାନ ଏହି ପରୀକ୍ଷା  ୧୬.୦୬.୨୦୨୪ ରେ ଅନୁଷ୍ଠିତ ହେବ

ପୁରୁଣା ବିବାଦକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ, ଘରେ ପଶି ଦୁଇ ଭାଇଙ୍କୁ ହତ୍ୟାକଲେ ସେଲୁନ୍ ମାଲିକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବଦାଉନରୁ ଏକ ହୃଦାୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପୁରୁଣା ବିବାଦକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘରେ ପଶି ଦୁଇ ଭାଇଙ୍କୁ ହତ୍ୟାକଲେ ସେଲୁନ୍ ମାଲିକ । ହତ୍ୟାକାଣ୍ଡ ପରେ ପୁଲିସ ଏନକାଣ୍ଟରରେ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

ଖବର ଅନୁସାରେ, ଅଭିଯୁକ୍ତ ସାଜିଦ ଏବଂ ମୃତ ପିଲାମାନଙ୍କ ବାପା ବିନୋଦ ପୂର୍ବରୁ ପରିଚିତ ଥିଲେ। କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ସାମାନ୍ୟ ବିବାଦ ଥିଲା। ହଠାତ୍ ଗତକାଲି ସନ୍ଧ୍ୟାରେ ସାଜିଦ, ବିନୋଦଙ୍କ ଘରକୁ ଯାଇ ଚାପିଇବାକୁ ମାଗିଥିଲା। ସେମାନେ ଯେତେବେଳେ ଘର ଭିତରକୁ ଯାଇଥିଲେ, ସେତେବେଳେ ବିନୋଦଙ୍କ ତିନି ପୁଅ ଖେଳୁଥିବା ସ୍ଥାନକୁ ଯାଇଥିଲା ସାଜିଦ। ସେଠାରେ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ଦୁଇ ଭାଇଙ୍କର ବେକ କାଟି ଦେଇଥିବା ବେଳେ ଆଉ ଜଣେ ଭାଇ ତାଙ୍କ କବଳରୁ ଜୀବନ ରକ୍ଷା ପାଇଁ ଦୌଡି ପଳାଇ ଯାଇଥିଲେ।

ବାଲିଗୁଡାରେ ବଜ୍ରାଘାତରେ ଭାଇ ମୃତ, ଭଉଣୀ ଗୁରୁତର

କନ୍ଧମାଳ: ବଜ୍ରାଘାତରେ ଭାଇ ମୃତ, ଭଉଣୀ ଗୁରୁତର। କନ୍ଧମାଳ କୋଟଗଡ଼ ସୁବର୍ଣ୍ଣଗିରି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ମୃତକ ନାବାଳକ ଜଣଙ୍କ ହେଲେ ମୁକେଶ ପ୍ରଧାନୀ। ଭଉଣୀ ପ୍ରିୟଙ୍କା ପ୍ରଧାନୀ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ଭାଇ ଭଉଣୀ ନିକଟସ୍ଥ ମହୁଲ ଗଛ ନିକଟକୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିଲେ। ବର୍ଷା ସହ ବଜ୍ରପାତ ଯୋଗୁଁ ଭାଇ, ଭଉଣୀ ଅଚେତ ହୋଇ ତଳେ ପଡି ଯାଇଥିଲେ। ନିକଟରେ ଥିବା ସମ୍ପର୍କୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିଲେ।  ପ୍ରିୟଙ୍କାଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମେଡିକାଲରେ ଭାଇର ମୃତ୍ଯୁ ହୋଇଥିବା ସୂଚନା ମିଳିଛି।

ପାରାଦ୍ଵୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ‘ସାଗର କବଚ-୧’

ପାରାଦ୍ଵୀପ: ପାରାଦ୍ଵୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ‘ସାଗର କବଚ-୧’ ଆରମ୍ଭ ହୋଇଛି । ୨୬.୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ। ଚଳିତ ବର୍ଷର ପ୍ରଥମ ସମରାଭ୍ୟାସ ‘ସାଗର କବଚ-୧’ ଦୁଇଦିନ ଧରି ଗଭୀର ସମୁଦ୍ରରେ ଆରମ୍ଭ ହୋଇଯାଇଛି। ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୮ରୁ ଉର୍ଦ୍ଧ୍ବ ବିଭାଗ।

ଗଭୀର ସମୁଦ୍ରରେ ନୌସେନା, କୂଳରେ କୋଷ୍ଟଗାର୍ଡ, ମେରାଇନ ପୋଲିସ ଓ ମତ୍ସ୍ଯ ବିଭାଗ ପଇଁତରା ମାରିବା ସହିତ ଅନ୍ୟବିଭାଗ ଗୁଡିକ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି। ପାରାଦୀପର ବିଭିନ୍ନ ସମ୍ବେଦନଶୀଳ ଅଂଚଳ ମାନଙ୍କରେ ସୁରକ୍ଷା କର୍ମୀମାନେ ସଜାଗ ରହିଥିବା ଦେଖିବାକୁ ମିଳିଛି ।

ଆଜି ବିଶ୍ବ ପଖାଳ ଦିବସ: ଖାଆନ୍ତୁ ଓ ଖୁଆନ୍ତୁ

ଭୁବନେଶ୍ୱର:  ଆଜି ବିଶ୍ବ ପଖାଳ ଦିବସ। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ। ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା। ପଖାଳ ହେଉଛି ଓଡ଼ିଆଙ୍କର ପ୍ରିୟ ଖାଦ୍ୟ। ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରିୟ ପଖାଳ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହି ଟଙ୍କ ତୋରାଣି ରୂପରେ ଭୋଗ ଲାଗି ହୋଇଥାଏ। ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ। ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ଲୋକପ୍ରିୟ କରାଇବାକୁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖ ପଖାଳ ଦିବସ ପାଳନ କରାଯାଇଥାଏ।

ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ । ପାଖରେ କିଛି ଥାଉ କି ନଥାଉ କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ପଖାଳ ଖାଇବା ଜମିଥାଏ। ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ଏହି ଦିନଟିକୁ ଚାହିଁ ବସିଥାନ୍ତି। ହେଲେ ଗାଁଠୁ ସହର ସବୁଠି ସବୁଦିନ ଲୋକେ ଖାଇଥାନ୍ତି ପଖାଳ। ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ପଖାଳ ଦିବସ ପାଳିତ ହେଉଛି । ଏହିଦିନରେ ବଡ଼ ବଡ଼ ହୋଟେଲରେ ସ୍ବତନ୍ତ୍ର ମେନୁ ପରସା ଯାଉଛି।

 

ଅଗ୍ନିକୁଲ କସମସ୍ ଲେଖିବ ନୂଆ ଇତିହାସ, ଉତକ୍ଷେପଣ ହେବ ଟେଷ୍ଟ ରକେଟ୍ ଅଗ୍ନିବାଣ

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍ ଷ୍ଟାର୍ଟଅପ କମ୍ପାନୀ ଅଗ୍ନିକୁଲ କସମସ୍ ଲେଖିବ ନୂଆ ଇତିହାସ। ଉତକ୍ଷେପଣ ହେବ ଟେଷ୍ଟ ରକେଟ୍ ଅଗ୍ନିବାଣ। ୭ କେଜି ପେଲୋଡ୍ ନେଇ ୨୦ କିଲୋମିଟର ଉପରକୁ ଉଠି ବଙ୍ଗୋପ ସାଗରକୁ ଖସିବ ରକେଟ ଅଗ୍ନିବାଣ। ଆସନ୍ତାକାଲି ଏହି  ପରୀକ୍ଷାମୂଳକ ରକେଟର ଉତକ୍ଷେପଣ ହେବ। ଚେନ୍ନାଇ ସ୍ଥିତ ଅଗ୍ନିକୁଲ କସମସ କମ୍ପାନୀ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରର ପ୍ରାଇଭେଟ ପ୍ରକ୍ଷେପଣ କେନ୍ଦ୍ରରୁ ଏହି ଟେଷ୍ଟ ରକେଟର ପରୀକ୍ଷଣ କରିବ। ଥ୍ରୀଡି ପ୍ରିଣ୍ଟେଡ୍ ରକେଟ୍ ଅଗ୍ନିବାଣ ସବ ଅର୍ବିଟାଲ ଟେକ୍ନୋଲଜି ଡେମନଷ୍ଟ୍ରେଟର SORTEDର ପରୀକ୍ଷାମୂଳକ ଉତକ୍ଷେପଣ ଲାଗି ସମସ୍ତ ପ୍ରସ୍ତୁତି କରିଛି। ଏହା ସମ୍ପୂର୍ଣ୍ଣ ଭାବେ ଥ୍ରୀଡି ପ୍ରିଣ୍ଟେଡ୍ ସିଙ୍ଗଲ ପିସ୍ ୬ କେଏନ୍ ସେମି କ୍ରାୟୋଜେନିକ ଇଂଜନ।

ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଅଗ୍ନିକୁଲ ମିଶନ ନିୟନ୍ତ୍ରଣ କେନ୍ଦ୍ର AMCCରେ ସତୀଶ ଧାୱନ ମହାକାଶ କେନ୍ଦ୍ରର ନିର୍ଦ୍ଦେଶକ ଏ. ରାଜାରାଜନଙ୍କ ସହ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ମିଶନ ଆରମ୍ଭ କରାଯାଇଥିଲା। ଅଗ୍ନିକୁଲ ବ୍ୟବହାର କରୁଥିବା ଟେଷ୍ଟ ରକେଟ୍ ପ୍ରକ୍ଷେପଣ ସଫଳ ହେଲେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ଅଗ୍ନିକୁଲ। ଏଥିରେ ବ୍ୟବସାୟିକ ଭାବେ ଉପଲବ୍ଧ ହେଉଥିବା ଏଭିଏସନ ଟର୍ବାଇନ ଇନ୍ଧନ କିମ୍ବା କିରୋସିନ ଏବଂ ମେଡିକାଲ ଗ୍ରେଡର ତରଳ ଅକ୍ସିଜେନର ବ୍ୟବହାର କରାଯାଉଛି। ଭାରତୀୟ ମହାକାଶ ଗବେଷଣା କେବେବି ଏଭଳି ଇଂଜିନର ବ୍ୟବହାର କରିନାହିଁ। ଭାରତରେ କୌଣସି ଘରୋଇ କମ୍ପାନୀ ମଧ୍ୟ ଏଭଳି ଇଂଜିନର ବ୍ୟବହାର କରୁନାହିଁ। ଅଗ୍ନିକୁଲ ଭାରତର ଘରୋଇ ସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀ।

ସୂଚନାଯୋଗ୍ୟ, ୨୦୧୭ରେ ଭାରତୀୟ ସ୍ପେସ୍ ଷ୍ଟାର୍ଟଅପ କମ୍ପାନୀ ଅଗ୍ନିକୁଲ କସମସ୍ ପ୍ରତିଷ୍ଠା ହୋଇଥିଲା। ଦୁଇ ଜଣ ଯୁବ ଏରୋସ୍ପେସ୍ ଇଂଜିନିୟର ଏହି କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏହି ପ୍ରକ୍ଷେପଣ ସଫଳ ହେଲେ ଭାରତର ଦ୍ଵିତୀୟ ଘରୋଇ ସ୍ପେସ ଷ୍ଟାର୍ଟଅପ୍ ହେବ ଅଗ୍ନିକୁଲ କସମସ। ଏହା ପୂର୍ବରୁ ସ୍କାଇରୁଟ୍ ଏରୋସ୍ପେସ୍ ସବ-ଅର୍ବିଟାଲ ରକେଟ ବିକ୍ରମ-ଏସ ପଠାଇବାରେ ଦେଶର ପ୍ରଥମ ଘରୋଇ କମ୍ପାନୀ ଥିଲା।

ଦେଶରେ ନିର୍ବାଚନ ମହାସମର, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ମହାସମର। ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଆଜିଠୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ଏହାପରେ ୨୮ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପରେ ୩୦ ମାର୍ଚ୍ଚ ପ୍ରାର୍ଥୀପତ୍ର ପ୍ରତ୍ଯାହାରର ଶେଷ ତାରିଖ ରହିଛି। ୧୯ ଏପ୍ରିଲରେ ଭୋଟ ହୋଇ ୪ ଜୁନରେ ଫଳାଫଳ ପ୍ରକାଶ ପାଇବ।

ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ନିର୍ବାଚନ ହେବ। ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ହିମାଚଳ, ହରିଆଣା, କେରଳ, ଲାକ୍ଷାଦ୍ବୀପ, ଲଦାଖ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ, ସିକ୍ସିମ, ତାମିଲନାଡୁ, ପଞ୍ଜାବ, ତେଲଙ୍ଗାନା ଓ ଉତ୍ତରାଖଣ୍ଡରେ ମତଦାନ ଅନୁଷ୍ଠିତ ହେବ।

ସେହିପରି ଏପ୍ରିଲ ୨୬ରେ ହେବ ଦ୍ବିତୀୟ ପର୍ଯ୍ୟାୟ, ମେ ୭ରେ ତୃତୀୟ, ମେ ୧୩ରେ ଚତୁର୍ଥ, ମେ ୨୦ରେ ପଞ୍ଚମ, ମେ ୨୫ରେ ଷଷ୍ଠ ଓ ଜୁନ ୧ ରେ ହେବ ସପ୍ତମ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ଶେଷ ୪ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ।

ଆଜି ସରିବ ଯୁକ୍ତ ଦୁଇ ପରୀକ୍ଷା, ଚଳିତବର୍ଷ ପରୀକ୍ଷା ଦେଉଛନ୍ତି ୩ ଲକ୍ଷ ୮୬ ହଜାରରୁ ଅଧିକ ଛାତ୍ରଛାତ୍ରୀ

ଆଜି ସରିବ ଯୁକ୍ତ ଦୁଇ ପରୀକ୍ଷା । ଫେବୃଆରୀ ୧୬ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଆଜି ହେଉଛି ଶେଷଦିନ। ଚଳିତବର୍ଷ ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୪୪୭ , କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି। ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଛି।

ପ୍ରତିଦିନ ଗୋଟିଏ ସିଟିଂ ଦିନ ୧୦ ଟାରୁ ୧ଟା ଯାଏଁ  ପରୀକ୍ଷା ହେଉଛି। କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ କଡା ଚେକିଙ୍ଗ ସହ ସିସିଟିଭିକୁ ଗୁରୁତ୍ୱ ଦିଆଯାଉଛି । ପରୀକ୍ଷା ପାଇଁ ତ୍ରୀସ୍ତରୀୟ ସ୍ବାର୍ଡ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ସୁରୁଖୁରୁରେ ସମସ୍ତ ବିଷୟର ପରୀକ୍ଷା ହୋଇଥିବାବେଳେ ଆଜି ଶେଷ ଦିନରେ ବି କୌଣସି ତୃଟି ନହେବାକୁ ଆଶା ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଚଳିତବର୍ଷ ବିଜ୍ଞାନ,ବାଣିଜ୍ୟ ଏବଂ କଳା ବର୍ଗରେ ରେଜଲ୍ଟ ଏକା ସାଙ୍ଗରେ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।