୮ ହଜାର ଟଙ୍କା ପାଇଁ ନର୍ସରୀ ଛାତ୍ରଙ୍କ ହତ୍ୟା,ପ୍ରିନସପାଲ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବିହାର ପାଟନାର ୪ ବର୍ଷର ନାବାଳକ ଆୟୂଷ ହତ୍ୟା ଘଟଣାରେ ସ୍କୁଲ ପ୍ରିନ୍ସପାଲ ଏବଂ ତାଙ୍କ ପୁଅକୁ ଗିରଫ କରିଛି ପୋଲିସ । ଆୟୂଷଙ୍କ ଚାଚା ଦିଘା ଥାନାରେ ଏକ ମାମଲା ଦାୟକ କରିଥିଲେ କି, ତାଙ୍କର ସ୍କୁଲ ଫି ୮ହଜାର ୪୦୦ ଟଙ୍କା ବାକି ରହିଥିଲା । ଯେଉଁ କାରଣରୁ ସେମାନେ ଏଭଳି ହତ୍ୟା କରିଛନ୍ତି ବୋଲି ସାଙ୍ଘାତିକ ଅଭିଯୋଗ କରିଥିଲେ । ଏହି ଆଧାରରେ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ତେବେ ଆୟୂଷଙ୍କ ଚାଚା କହିଛନ୍ତି କି, ଆମେ ପ୍ରିନ୍ସପାଲଙ୍କୁ କହିଥିଲୁ କି, ଖୁବଶୀଘ୍ର ଟଙ୍କା ଦେଇଦେବୁ । ମାତ୍ର ସେମାନେ ଷଡ଼ଯନ୍ତ୍ର କରି ହତ୍ୟା କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ବୀଣା ଝା, ଧନରାଜ ଝା ଏବଂ ମନୀଷଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ପୋଲିସ ବୀଣା ଏବଂ ଧନରାଜଙ୍କୁ ଗିରଫ କରିଥିବାବେଳେ ମନୀଷ ଫେରାର ଅଛି ।

ପୋଲିସର ପଚରାଉଚରା ବେଳେ ପ୍ରିନ୍ସପାଲ ଏବଂ ତାଙ୍କ ପୁଅ ସତ ମାନିଛନ୍ତି । ସେ କହିଛନ୍ତି କି, ଆୟୂଷ ଖେଳୁଥିବାବେଳେ ସ୍ଲାଇଡରରୁ ଖସି ପଡ଼ିଥିଲା । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଆମେ ଭୟଭୀତ ହୋଇ ତାଙ୍କୁ ଫୋପାଡ଼ି ଦେଇଥିଲୁ । ତେବେ କହି ରଖୁଛୁ କି, ଆୟୂଷ ପ୍ରତିଦିନ ସକାଳ ୭ଟାରୁ ଘରୁ ଯାଉଥିବାବେଳେ ୩ଟାରେ ଫେରୁଥିଲେ । ମାତ୍ର ସେହିଦିନ ନଫେରିବାକୁ ପରିବାର ଲୋକେ ସ୍କୁଲରେ ପହଞ୍ଚି ପଚରା ଉଚରା କରିଥିଲେ । ଏବଂ ସିସିଟିଭି ଚେକ କରିଥିଲେ । ମାତ୍ର ୧୦ ମିନିଟର ଭିଡିଓ ଡିଲେଟ ହୋଇଥିବାବେଳେ ଏହାକୁ ନେଇ ସେମାନଙ୍କର ସନ୍ଦେହ ହୋଇଥିଲା । ତେବେ ପ୍ରିନ୍ସପାଲଙ୍କୁ ପ୍ରଶ୍ନ କରାଯାଇଥିବାବେଳେ ସେ ଏହାକୁ ମାନିନଥିଲେ । ପରେ ପୋଲିସ ଘଟଣାର ତଦନ୍ତ କରି ସତ ବାହାର କରିଛି ।