କିର୍ଗିସ୍ତାନରେ କାହିଁକି ଭାରତୀୟ ମେଡିକାଲ ଛାତ୍ରଙ୍କ ସହ ହେଉଛି ମାରପିଟ୍ ?

ନନ୍ଦିଘୋଷ ବ୍ୟୁରୋ: କିର୍ଗିସ୍ତାନରେ ବିଦେଶୀ ଛାତ୍ରଛାତୀଙ୍କ ଉପରେ କରାଯାଉଛି ଆକ୍ରମଣ । ଭାରତ, ପାକିସ୍ତାନ ଏବଂ ବାଲାଂଦେଶର ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରାଯାଉଛି । ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ହେଉଥିବାବେଳେ ସ୍ଥାନୀୟ ଛାତ୍ରଛାତ୍ରୀ ଏବଂ ଲୋକେ ବାରମ୍ବାର ହଷ୍ଟଲରେ ଆକ୍ରମଣ କରୁଛନ୍ତି । ସେପଟେ ୪ ଜଣ ପାକିସ୍ତାନୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । କିର୍ଗିସ୍ତାନର ରାଜଧାନୀ ବିସକେକରେ ଏବେ ସାଙ୍ଘାତିକ ସ୍ଥିତି ଉପୁଜିଛି । ପୋଲିସ ଉପସ୍ଥିତିରେ ମଧ୍ୟ ଆକ୍ରମଣ କରାଯାଉଛି ।

ତେବେ କହି ରଖୁଛୁ କି, ଇଜିପ୍ଟର ଛାତ୍ରୀମାନଙ୍କୁ ନିର୍ଯାତନା ଦିଆଯାଇଥିଲା । ମେ ୧୩ ତାରିଖରେ ଏହି ଘଟଣା ଘଟିଥିବାବେଳେ ଇଜିପ୍ଟର ଛାତ୍ରମାନେ ସ୍ଥାନୀୟ ଛାତ୍ରଙ୍କ ସହ ଝଗଡ଼ା କରିଥିଲେ । ଏହାପରେ ଉଗ୍ରରୂପ ନେଇଥିବାବେଳେ ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ କିର୍ଗିସ୍ତାନର ଲୋକେ ଏବଂ ଛାତ୍ର । ତେବେ ୪ ଜଣ ପାକିସ୍ତାନୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିବାବେଳେ ଭାରତୀୟ ଛାତ୍ରମାନେ ହଷ୍ଟେଲରେ ରହିବାକୁ ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି ।