ଭୁବନେଶ୍ବର ଫେରିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଝାରସୁଗୁଡାରୁ ଭୁବନେଶ୍ବର ଫେରିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ନବୀନ ନିବାସ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । କାଳବୈଶାଖୀ ପ୍ରଭାବରେ ଖଡ଼ିଆଳରୁ ଫେରୁଥିବା ମୁଖ୍ଯମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ବରରେ  ଅବତରଣ କରିପାରିନଥିଲା । ଭୁବନେଶ୍ବର ଆକାଶରେ ଅଧଘଣ୍ଟା ଉଡ଼ିବାପରେ ଝାରସୁଗୁଡ଼ା ଚାଲିଯାଇଥିଲା ହେଲିକପ୍ଟର । ଝାରସୁଗୁଡ଼ାରେ ଅପରାହ୍ନ ୪.୪ରେ ମୁଖ୍ଯମନ୍ତ୍ରୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା । ପାଖାପାଖି ଚାଳିଶ ମିନିଟ ଝାରସୁଗୁଡ଼ାରେ ରହିବା ବେଳେ ପୁଣି ଭୁବନେଶ୍ବର ଅଭିମୁଖେ ବାହାରିଥିଲେ ନବୀନ । ଆଜି ଖଡିଆଳ ଏବଂ ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ନିର୍ବାଚନୀ ସଭା ରହିଥିଲା । ଏହି ସଭାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି ଭୁବନେଶ୍ବର ଫେରୁଥିଲେ ନବୀନ ପଟ୍ଟନାୟକ । ଏହି ସମୟରେ  ଭୁବନେଶ୍ବରରେ କାଳବୈଶାଖୀ ଯୋଗୁ ପ୍ରବଳ କୁଆପଥର ବର୍ଷା ଓ ପବନ ଲାଗିରହିଥିଲା । ଫଳରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରଟି ବିମାନବନ୍ଦରରରେ ଅବତରଣ କରିପାରିନଥିଲା । ତେଣୁ ଝାରସୁଗୁଡା ବିମନବନ୍ଦର ଫେରିଯାଇ ଜରୁରୀ ଅବତରଣ କରିଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଏବେ ପାଗ ସଫା ହେବା ପରେ ଝାରସୁଗୁଡାରୁ ଭୁବନେଶ୍ବର ଫେରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।