ପୁଣି ଫେରିବ ନବୀନ ସରକାର, ଭବାନୀପାଟଣାରେ କାର୍ତ୍ତିକ କରିଲେ ଦମ୍ଭ

1 min read

ଭବାନୀପାଟଣା: କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯୋଡି ଶଙ୍ଖକୁ ଭୋଟ ଦେବାକୁ ଅପିଲ୍‌ କଲେ ନବୀନ  । ବିରୋଧୀ ସବୁବେଳେ ମିଛ କହୁଛନ୍ତି  । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଭବାନୀପାଟଣା ସମାବେଶରେ କହିଛନ୍ତି ମୁଖ୍ୟମନ୍ତ୍ରୀ  । ସେହିପରି ଭବାନୀପାଟଣା ମଞ୍ଚରୁ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ  ।

ଆୟୁଶ୍ମାନ ଭାରତ ଯୋଜନାରେ ପୁରା ଦେଶ ପାଇଁ ଭାରତ ସରକାର ଯେତିକି ଟଙ୍କା ବଜେଟ୍ ରଖିଛନ୍ତି ତା’ଠାରୁ ଅଧିକ BSKYର ବଜେଟ । ଓଡ଼ିଶାର ଭାଗ ମାତ୍ର ୩ଶହ କୋଟି ପଡ଼ିବ । ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା କେବଳ ବିପିଏଲ କାର୍ଡ୍ ଧାରୀଙ୍କୁ ମିଳିବ କିନ୍ତୁ ବିଏକେୱାଇ ଯୋଜନାରେ ସମସ୍ତଙ୍କୁ ଏହି ସୁବିଧା ମିଳିଥାଏ ।

ଆୟୁଷ୍ମାନ ଭାରତରେ ବୀମା କମ୍ପାନୀଙ୍କ ଦୟା ଉପରେ ସବୁକିଛି ନିର୍ଭର କରେ । ଆମ ମୁଖ୍ୟମନ୍ତ୍ରୀ ବିଏସକେୱାଇ ଭଳି କାର୍ଡ୍ ଦେଇଛନ୍ତି ଯାହା କ୍ରେଡିଟ୍ କାର୍ଡ୍ ଭଳି । ଯେଉଁଥିରେ ଗରିବ ଗୁରୁବାଙ୍କୁ ବୀମା କମ୍ପାନୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସେମାନେ ଏହି କାର୍ଡରୁ ଚିକିତ୍ସା ପାଇଁ ଖର୍ଚ୍ଚ କରିପାରିବେ ।

ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣିଥରେ ଶପଥ ନେବେ । ଯିଏ ଯାହା କୁହନ୍ତୁ ନବୀନ ସରାକର ପୁଣିଥରେ ଆସିବ । ସେପଟେ ଡବଲ ଇଂଜିନ ସରକାର ଯେଉଁଠି ଆସେ ସେହି ରାଜ୍ୟ ୨୦ ବର୍ଷ ପଛକୁ ଫେରିଯାଏ । କିଛି ରାଜ୍ୟରେ ଡବଲ ଇଂଜିନ ସରକାର ଆସିଥିଲା । ସେମାନଙ୍କ ତେଲ ସରିଗଲା ।