୧୮ ବର୍ଷ ଭାବି ପ୍ରେମ କରିଥିଲେ କିନ୍ତୁ ମିଳିଲା ଭର୍ଚୁଆଲ ଧୋକା !

Youth loved 38 years old women thinking to be 18th year girl

କିରାବାଲି: ସୋସିଆଲ ମିଡ଼ିଆର ପ୍ରେମ ଜଣେ ଯୁବକଙ୍କୁ ଅବସାଦରେ ପକାଇଦେଇଛି । ଯୁବକ ଜଣକ ଫେସବୁକରେ ଜଣେ ଝିଅ ସହିତ ବନ୍ଧୁତା କରିଥିଲେ । ସେହି ଝିଅଟିକୁ ଧିରେ ଧିରେ ପସନ୍ଦ କରିବାକୁ ଲାଗିଲେ । କିନ୍ତୁ ଏସବୁ ମଧ୍ୟରେ ସେ ଜାଣି ନଥିଲେ ଯେ, ସେ ଯାହାଙ୍କ ସହ କଥା ହେଉଥିଲେ ସେ ପ୍ରକୃତରେ ଝିଅ ନଥିଲେ । ସେ ଦୁଇଟି ପିଲାଙ୍କ ମାଆ ଥିଲେ । ଏବଂ ସେ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇ ରଖିଥିଲେ । ପ୍ରକୃତ ଘଟଣା ଜାଣିବା ପରେ ଯୁବକ ଜଣକ ହୃଦୟ ଭାଙ୍ଗି ଯାଇଥିଲା ଏବଂ ସେ ଅବସାଦକୁ ଚାଲିଯାଇଥିଲେ ।

ଗୋଟେ ମାସ ପର୍ଯ୍ୟନ୍ତ ତାଙ୍କର ଦେଖାରଖା କରିବା ପରେ ତାଙ୍କ ଅବସ୍ଥାରେ ସୁଧାର ଆସିଛି । ଏହି ଘଟଣା ସେହି ଯୁବକମାନଙ୍କ ପାଇଁ ଏକ ବାର୍ତ୍ତା, ଯେଉଁମାନେ ସୋସିଆଲ ମିଡିଆରେ ସୁନ୍ଦର ସୁନ୍ଦର ଝିଅଙ୍କ ଫଟୋ ଦେଖି ତାଙ୍କୁ ପ୍ରେମ କରିବସୁଛନ୍ତି । ଏହି ମାମଲା କିରାବାଲି ବ୍ଲକରେ ରହୁଥିବା ଜଣେ ଯୁବକଙ୍କର । ଛଅ ମାସ ପୂର୍ବେ, ଏହି ୧୭ବର୍ଷ ବୟସର ଯୁବକ ଜଣଙ୍କ ଫେସବୁକରେ ୧୮ ବର୍ଷର ଝିଅ ସହ ବନ୍ଧୁତା କରିଥିଲେ ।  ଦୁହିଁଙ୍କ ମଧ୍ୟରେ ବହୁତ ଚାଟିଂ ମଧ୍ୟ ହୋଇଥିଲା । ଦୁହେଁ ଫେସବୁକ ମାଧ୍ୟମରେ ଘନିଷ୍ଠ ବନ୍ଧୁ ହୋଇଥିଲେ । ମହିଳା ଜଣକ କହିଛନ୍ତି ଯେ ସେ ଝାଡଖଣ୍ଡର ବାସିନ୍ଦା । ସେ କ’ଣ କରନ୍ତି, କେଉଁ ଜିଲ୍ଲାର, ସେ ଏସବୁ କହି ନଥିଲେ । ଏକମାସ ପୂର୍ବରୁ ଯୁବକ ଜଣକ ମହିଳାଙ୍କୁ ଭେଟିବାକୁ ଇଚ୍ଛା କରିଥିଲେ । ତାଙ୍କୁ ଡେଟ ପାଇଁ ମଧ୍ୟ ଡାକିଥିଲେ । ଯୁବକ ଜଣକ ତାଙ୍କୁ ସାମ୍ନାକୁ ଆସିବା ପରେ ତାଙ୍କୁ କିପରି ଚିହ୍ନିବେ ବୋଲି ପଚାରି ଥିଲେ ।

ତାପରେ ଝିଅଟି ନିଜ ଫଟୋ ପଠାଇବାକୁ ରାଜି ହୋଇଥିଲା । ଯେତେବେଳେ ମହିଳା ଜଣକ ତାଙ୍କ ପ୍ରକୃତ ଫଟୋ ପଠାଇଲେ, ଯୁବକ ଜଣକ ତାଙ୍କୁ ଦେଖିବା ପରେ ଡିପ୍ରେସନରେ ଚାଲିଯାଇଥିଲେ । ଜଣେ ୧୮ବର୍ଷ ବୟସ୍କା ଲେଖି ଏକ ପ୍ରୋଫାଇଲ୍ ତିଆରି କରିଥିବା ଯୁବତୀ ପ୍ରକୃତରେ ଜଣେ ୩୮ ବର୍ଷ ବୟସ୍କା ମହିଳା ଥିଲେ । ଏବଂ ତାଙ୍କର ଦୁଇ ସନ୍ତାନ ମଧ୍ୟ ଥିଲା । ମହିଳାଙ୍କର ବଡ ଝିଅ ପ୍ରାୟ ୧୬ ବର୍ଷ ବୟସର । ଯୁବକଙ୍କ ହୃଦୟ ଭାଙ୍ଗି ଯାଇଥିଲା ଏବଂ ସେ ଚୁପ୍ ରହି ଯାଇଥିଲେ । ଏହାପରେ ସେ ଘରୁ ବାହାରିଯାଉ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ଏହାପରେ ପାଖରେ ଥିବା କିଛି ଲୋକ ତାକୁ ରୋକିବା ସହ ଖେରିଆ ବ୍ରିଜ ନିକଟରେ ପହଞ୍ଚି ଚାଇଲ୍ଡ ଲାଇନର ହେଲ୍ପଲାଇନ ନମ୍ବରକୁ ଫୋନ କରିଥିଲେ । ସେମାନେ ଚାଇଲ୍ଡ ଲାଇନକୁ କହିଥିଲେ ଯେ ଯୁବକ ଜଣଙ୍କ ଆତ୍ମହତ୍ୟା କରିବାକୁ ଯାଉଛନ୍ତି  । ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିଲା । ସୁସ୍ଥ ହେବା ପରେ ଯୁବକ ଜଣକ ଫେସବୁକ ମାଧ୍ୟମରେ ହୋଇଥିବା ତାଙ୍କ ଇଶକଙ୍କ କାହାଣୀ ବିଷୟରେ କହିଥିଲେ। ମହିଳା ଜଣକ କିପରି ନିଜ ପ୍ରୋଫାଇଲରେ ଫଟୋରେ ଗୋଟିଏ ସୁନ୍ଦରୀ ଝିଅର ଫଟୋ ଦେଇ ତାଙ୍କୁ ଫସାଇଥିଲେ । ଏବେ ଚାଇଲ୍ଡ ଲାଇନ ଯୁବକଙ୍କ ପରିବାରକୁ ଡାକି ସେମାନଙ୍କୁ ହସ୍ତାନ୍ତର କରିଛି ।

Leave a Reply