୩୦ କଂଗ୍ରେସ ବିଧାୟକ ସହ ସଚିନ ପାଇଲଟ୍ ଧରିପାରନ୍ତି ବିଜେପି ହାତ

Rajasthan Political crisis Deputy CM Sachin Pilot likely to join BJP

ଜୟପୁର: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସଚିନ ପାଇଲଟ ବିଜେପିରେ ଯୋଗ ଦେଇ ପାରନ୍ତି । ସଚିନ୍ ପାଇଲଟ୍ ବିଜେପିରେ ଯୋଗ ଦେବା, ରାଜସ୍ଥାନର ଗେହଲଟ ସରକାର ପାଇଁ ଏକ ବଡ଼ ଝଟକା ହେବ । ସୂତ୍ର ଅନୁସାରେ, ପାଇଲଟ କ୍ୟାମ୍ପର ୨୭ ଜଣ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି । ଏହା ବ୍ୟତୀତ ତିନିଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି । ତାଙ୍କ ସହ ୩୦ ଜଣ ବିଧାୟକ ଅଛନ୍ତି ବୋଲି ସଚିନ ପାଇଲଟ ଦାବି କରିଛନ୍ତି ।

ସଚିନ ପାଇଲଟଙ୍କ କ୍ୟାମ୍ପର ବିଧାୟକମାନେ ଆଜି ରାତିରେ ବିଧାନସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପଠାଇବେ ବୋଲି ଚର୍ଚ୍ଚା ହେଉଛି । ସୂଚନାନୁସାରେ, ଆସନ୍ତାକାଲି ସକାଳେ ହେବାକୁ ଥିବା କଂଗ୍ରେସ ବିଧାୟକ ଦୈଳ ବୈଠକର ଠିକ୍ ପୂର୍ବରୁ ସଚିନ ପାଇଲଟଙ୍କ ଶିବିରର ବିଧାୟକମାନେ ଆଜି ରାତିରେ ବିଧାନସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପଠାଇବେ ।

ଏହାପୂର୍ବରୁ ସଚିନ ପାଟଲାଟ କହିଥିଲେ ଯେ. ସେ କଂଗ୍ରେସ ବିଧାୟକ ଦଳ ବୈଠକରେ ସେ ଯୋଗଦେବେ ନାହିଁ । ସୋମବାର ସକାଳ ୧୦ଟା ୩୦ରେ ବିଧାୟକ ଦଳ ବୈଠକ ହେବ । ସଚିନ୍ ପାଇଲଟ୍ ଏବେ ଦିଲ୍ଲୀରେ ଅଛନ୍ତି । ସେ ଜୟପୁର ଯାଉନାହାଁନ୍ତି । ଦଳୀୟ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ପାଇଲଟ ଦିଲ୍ଲୀରେ ଅଛନ୍ତି । କିନ୍ତୁ ଆଜି ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଭେଟିନାହାଁନ୍ତି ।

Leave a Reply