ଜୁନ୍ ପହିଲାରୁ ଖୋଲିବ ମନ୍ଦିର, ମସଜିଦ୍: ଘୋଷଣା କଲେ ଏହି ରାଜ୍ୟ ସରକାର

1 min read

କୋଲକାତା: ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ରୂପରେଖ ନେଇ କେନ୍ଦ୍ର ସରକାର ମାନସ ମନ୍ଥନ କରୁଛନ୍ତି । ପ୍ରଥମରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଭିତରେ ଲୋକଙ୍କୁ ରିହାତି ଦେବା ମଧ୍ୟ ବଢ଼ିଚାଲିଛି । ମେ ୩୧ରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସରୁଥିବା ବେଳେ କେନ୍ଦ୍ର ସରକାର ପଞ୍ଚମ ପର୍ଯ୍ୟାୟ ତାଲାବନ୍ଦ ନେଇ କୌଣସି ସୂଚନା ଦେଇନାହାଁନ୍ତି । ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁନ୍ ପହିଲାରୁ ରାଜ୍ୟରେ ଧାର୍ମିକ ସ୍ଥଳରେ ଲୋକଙ୍କ ସମାଗମକୁ ଅନୁମତି ଦେଇଛନ୍ତି ।

ମାର୍ଚ୍ଚ ମାସରେ ଲକଡାଉନ୍ ଲାଗୁ ହେବା ସାରା ଦେଶରେ ଧାର୍ମିକ ସ୍ଥଳରେ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ସର୍ବସାଧାରଣଙ୍କୁ ଅନୁମତି ନଥିଲା । ଏପରିକି ପବିତ୍ର ରମଜାନରେ ମଧ୍ୟ ମସଜିଦରେ ନମାଜ ପାଠ ପାଇଁ ଭିଡ଼ ଏଡ଼ାଇବାକୁ ଅନୁମତି ଦିଆଯାଇନଥିଲା ।

ମମତା ଜିଲ୍ଲା ଅଧିକାରୀଙ୍କ ସହ କରୋନାର ସ୍ଥିତି ଓ ଆଗାମୀ ରଣନୀତି ନେଇ ଶୁକ୍ରବାର ଆଲୋଚନା କରିଥିଲେ । ଏହାପରେ ଜୁନ୍ ୧ରୁ ରାଜ୍ୟରେ ସମସ୍ତ ଧାର୍ମିକ ସ୍ଥଳ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । କିନ୍ତୁ କୌଣସି ଧାର୍ମିକ ସ୍ଥଳୀରେ ୧୦ରୁ ଅଧିକ ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ପଶ୍ଚିମବଙ୍ଗରେ ସମସ୍ତ ଘରୋଇ, ସରକାରୀ ଓ ବେସରକାରୀ ଅଫିସ୍ ଜୁନ୍ ୮ ତାରିଖରୁ ଖୋଲିବ । ଜୁନ୍ ପହିଲାରୁ ଚା ଦୋକାନ ଓ ଶିଳ୍ପ ସଂସ୍ଥା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସେମାନେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି ।

ଲକଡାଉନ୍ ନେଇ କଣ ରହିଛି ମୁଖ୍ୟମନ୍ତ୍ରୀମାନଙ୍କ ମତ ? ପିଏମ୍ ମୋଦିଙ୍କ ସହ କଥା ହେଲେ ଶାହ

Leave a Reply