ଲକଡାଉନ୍ ନେଇ କଣ ରହିଛି ମୁଖ୍ୟମନ୍ତ୍ରୀମାନଙ୍କ ମତ ? ପିଏମ୍ ମୋଦିଙ୍କ ସହ କଥା ହେଲେ ଶାହ

Prime Minister Narendra Modi To Hold Virtual Discussion With 7 States Chief Ministers On Sept 23

ନୂଆଦିଲ୍ଲୀ: ଦିନକ ପରେ ସରୁଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ । ମେ ୩୧ରେ ଚତୁର୍ଥ ତାଲାବନ୍ଦ ଅବଧି ସରୁଥିବା ବେଳେ କେନ୍ଦ୍ର ସରକାର ଜାରି ରଖିଛନ୍ତି ମନ୍ତ୍ରଣା । କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ପରେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଥିଲେ । ୩୧ ପରେ ଲକଡାଉନ ବଢ଼ିବ ନା ନାହିଁ ? ଯଦି ବଢ଼ିବ ! ତେବେ ପଞ୍ଚମ ପର୍ଯ୍ୟାୟ ଲକଡାଉନର ରୂପରେଖ କଣ ରହିବ ? ଏନେଇ ଅମିତ ଶାହ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହୋଇଥିଲେ ।

ଆଜି ଅମିତ ଶାହ ମୁଖ୍ୟମନ୍ତ୍ରୀମାନଙ୍କ ମତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇଛନ୍ତି । ଅଧିକାଂଶ ମୁଖ୍ୟମନ୍ତ୍ରୀ ଲକଡାଉନ୍ ଅବଧି ମେ ୩୧ ପରେ ବୃଦ୍ଧି ସପକ୍ଷରେ ଥିବା କୁହାଯାଉଛି । କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୪ରେ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ ।

ପରେ ଦେଶରେ ମେ ୩ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଥିଲା । ପରେ ମେ ୧୭ ଯାଏଁ ତୃତୀୟ ପର୍ଯ୍ୟାୟ ଓ ମେ ୩୧ ଯାଏଁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଛି । ଶାହ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମତ ଜଣାଇଛନ୍ତି । ରବିବାର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଲକଡାଉନ୍ ନେଇ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave a Reply